STORYMIRROR

Pradesh Pratyush

Romance Tragedy

3.5  

Pradesh Pratyush

Romance Tragedy

ଦେହଜୀବୀ

ଦେହଜୀବୀ

4 mins
403


ସେ କହୁଥାଏ ବାବୁ ଆପଣ ଭୁଲ କରୁଛନ୍ତି, ଆଲୁଅର ଇଲାକା ଛାଡ଼ି, ଏଇ ଅନ୍ଧାରୁଆ ଇଲାକାକୁ ଆସିବା ଉଚିତ ହୋଇନି । ଏଠି ଆପଣଙ୍କ ପରି ଦେବତା ଆସିବା ଠିକ୍ ନୁହେଁ। ଏ ଅନ୍ଧଗଳି । ଏଠି ଯେଉଁମାନେ ସଂପର୍କ ତିଆରି କରନ୍ତି ରାତିକ ପାଇଁ । ସେ ସଂପର୍କରେ କୌଣସି ପରିଚୟ ନଥାଏ । ଦେହର ଭୋକ ମେଣ୍ଟିଗଲେ ସବୁ ଶେଷ । କେହି ବି ଏଠି ସତ ଅଭିନୟ କରନ୍ତି ନାହିଁ। ଦୟାକରି ତୁମେ ଏଠୁ ଚାଲିଯାଅ । ପ୍ରୀତି ଏଠି ପ୍ରୀତି ନୁହେଁ ,ପାପ । ଏ ପ୍ରଣୟ ପ୍ରତାରଣା । 


ମୁଁ ନିରବରେ ସବୁ ଶୁଣୁଥିଲି । କିଛି ବି କହୁ ନଥାଏ । ରାତି ବଢ଼ି ବଢ଼ି ଚାଲିଥାଏ। ରାତିକ ପାଇଁ ସାଥୀ କିଣିଛି । ମନକୁ ରଙ୍ଗିନ କରିବି । ମନର ସବୁ ଅବସାଦକୁ ଟିକେ ଦୂରକୁ ଫିଙ୍ଗି ଦେବି କିଛି ମୁହୂର୍ତ୍ତ ପାଇଁ । ଏଥିପାଇଁ ଅର୍ଥ ଦେଇଛି। ହେଲେ ଏ କଣ । ସବୁ ନିରର୍ଥକ । ସେ ମୋତେ ଏମିତି କଣ କହୁଛି, ସମସ୍ତଙ୍କ ପରି ମୁଁ ତା'ର ଗ୍ରାହକ । ସମସ୍ତଙ୍କ ପରି ମୋତେ ବି ନିଜକୁ ସମର୍ପି ଦେବା କଥା । କିନ୍ତୁ ମତେ ସେ ଶୁଣାଉଛି ଜୀବନର ଆଦର୍ଶ । ପାପ ପୂଣ୍ୟର ମିଶାଣ ଫେଡାଣ । ମୁଁ କିଛି ବୁଝି ପାରୁନଥାଏ ।


ଧିରେ ଧିରେ ରାତିର ବୟସ ବୟସ୍କ ହେଉଥାଏ । ମନ ବି କାମଜ୍ୱାଳାରେ ଜଳୁଥାଏ। ଏ ଦେହର ତାତି ସହଜରେ ଖସିବନି। ଲୋଡା ଅନୁଢା କିଶୋରୀର ଶୀତଳ ସ୍ପର୍ଶ । ତାର ନରମ ଓଠ । କୋମଳ ତନୁର ଉଷ୍ଣ ପ୍ରସବଣ ।


ସେ କହିଲା ମୁଁ ଜାଣିଛି , ମୁଁ ତୁମକୁ ଧୋକା ଦେଇଛି । ଆଜି ରାତିକି ପାଇଁ ମୁଁ କେବଳ ତୁମର। ତୁମର ଯାହା ଇଚ୍ଛା ତୁମେ ଆଜି ମୋ ସହ କରିପାରିବ। ମୋ ଦେହର ଫୁଲବନକୁ ତୁମେ ଚାହିଁଲେ ଦଳି ଚକଟି ଉଜାଡି ପାର ନୁହେଁ ତ ମଧୁର ଦର୍ଶନରେ ବିମୋହିତ ହୋଇପାର। କାହିଁକି ନା ତୁମେ ଅର୍ଥ ଦେଇ ମୋତେ କିଣିଛ । କିନ୍ତୁ ମୁଁ ପାରୁନି । ତୁମ ସହ ସେ ସବୁ ବ୍ୟବହାର କରିବାକୁ ମୋ ପାଦ ଅଟକି ଯାଉଛି । ମନକୁ ପାପ ଛୁଇଁଲା ପରି ଲାଗୁଛି। କିଏ ଯେମିତି ମୋତେ ନେପଥ୍ୟରେ ଥାଇ ଅଟକାଇ ଦେଉଛି ।


ରୂପସୀର ଏସବୁ କଥା ଶୁଣି ମୁଁ ବିରକ୍ତ ହୋଇ ଗଲି । ବଡ଼ ପାଟିରେ କହିଲି ବନ୍ଦ କରି ଏସବୁ । ଏ ନାଟକ ତୁମର କେବଳ ମୋ ପାଇଁ ନା ଅନ୍ୟମାନଙ୍କ ପାଇଁ। ରୂପସୀ ମୋର ଏପରି ରାଗ ଦେଖି ଧୀର ସ୍ଵରରେ କହିଲା ଏ କେବଳ ତୁମ ପାଇଁ ବାବୁ । ତୁମେ ତୁମର ଟଙ୍କା ଫେରସ୍ତ ନେଇଯାଅ । 


ମୋ ହାତକୁ ଟଙ୍କା ବଢେଇ ଦେଉଥିଲା ରୂପସୀ ଦେହଜୀବୀ। ମୁଁ ନେବାକୁ ମନା କରି ସେଠାରୁ ଚାଲି ଆସୁଥିଲି । ମୋ ଆଗକୁ ଚାଲି ଆସି ରାସ୍ତା ଅଟକାଇଲା । କିନ୍ତୁ ମୋ ହାତ ସୁଦ୍ଧା ସ୍ପର୍ଶ କରିନଥିଲା । କହିଲା, ବାବୁ ମୋତେ କ୍ଷମା କରିଦେବ। ମୁଁ ନିରୁପାୟ। କାରଣ ତୁମେ ବିବାହିତ । ଆପଣ ସେମିତି ନୁହଁ। ଯେମିତିକା ଅନ୍ୟ ପୁରୁଷ। ଯେଉଁମାନଙ୍କ ପାଦ ନିତି ଏଠି ପଡୁଛି । ଯେଉଁମାନଙ୍କର ନିତି ନାରୀର ଦେହ ହିଁ ଖେଳନା ସାଜୁଛି। ମଦ ମାଂସରେ ଯେଉଁ ମାନେ ଆସର ଜମାଉଛନ୍ତି। ଆପଣ ସେମାନଙ୍କ ଠାରୁ ଭିନ୍ନ ଲାଗୁଛନ୍ତି। ମୁଁ ଗୋଟେ ବେଶ୍ୟା। ଗୋଟିଏ ପୁରୁଷ ପରେ ଆଉ ଗୋଟେ ପୁରୁଷ ବଦଳେଇବା ମୋର କାମ। ମୁଁ ପୁରୁଷମାନଙ୍କୁ ଚିହ୍ନିପାରିଛି। କିନ୍ତୁ ଆପଣ ସେମିତି ଲାଗୁନାହାନ୍ତି। ଆପଣଙ୍କୁ କୌଣସି ପରିସ୍ଥିତି ଏଠିକି ଡାକି ଆଣିଛି...। ମୁଁ ଜାଣିକି ଗୋଟେ ନାରୀ ହୋଇ ଆଉ ଗୋଟେ ନାରୀର ସମ୍ପତ୍ତିରେ ଦାଗ ଲଗାଇ ପାରିବିନି। କାରଣ ତୁମେ ସେଭଳ

ି ରାତି ରାତି ସାଥୀ ବଦଳାଇଥିବା ପୁରୁଷ ନୁହଁ। ଏହି ଅନ୍ଧକାରର ଇଲାକାରେ ତୁମେ ବାଟ ହୁଡି ଚାଲି ଆସିଛ।  


ଆପଣ ଚାହିଁ ଥିଲେ ମୋର ହଜାର ବାରଣ କରିବା ସତ୍ତ୍ୱେ ବି ବଳପୂର୍ବକ ତୁମ ମନର ଅରମାନ୍ ମେଣ୍ଟେଇ ପାରିଥାନ୍ତ, କିନ୍ତୁ ଆପଣ ତା କରି ନାହାନ୍ତି। ଶାନ୍ତ ସୁଧାର ପରି ମୋ କଥାକୁ ଶୁଣିଛନ୍ତି।


ମୁଁ ଏତେ ବେଳକୁ ସତକୁ ସତ ଭିନ୍ନ ମଣିଷଟିଏ ପାଲଟି ଯାଇଥିଲି।ସୁନାପିଲା ଭଳି ସେହି ରୂପସୀ ଦେହଜୀବୀର କଥା ଶୁଣୁଥିଲି। ତାକୁ କହିଲି ଗୋଟେ କଥା ପଚାରିବି କହିବ, ସେ ସମ୍ମତି ଦେଲା। ତୁମେ ଯଦି ମୋତେ ବାରଣ କରୁଛ। ନିଜେ ଏମିତି କାହିଁକି କରୁଛ। ତୁମେ କଣ କାହାର ପତ୍ନୀ ନୁହଁ। ତୁମେ କଣ କାହାକୁ କଥା ଦେଇନ। କେଉଁ ପୁରୁଷର ସିନ୍ଦୂରର ସଙ୍ଗୀତ ସାଜିନ...।


ମୋର ଏତିକି କଥାରେ ରୂପସୀର ଆଖିରେ ଲୁହ ଯେମିତି ଝଡ଼ ସୃଷ୍ଟି କରୁଥିଲା। ହୃଦୟରେ କୋହ ବିସ୍ଫୋରିତ ହେଉ ଥିଲା। କହିଲା ହଁ ବାବୁ ଆପଣ ଯାହା କହିଲେ ସବୁ ଠିକ୍। ମୁଁ ଆଉ ଜଣେ ମଣିଷର ମନର ମାନସୀ । ଅନ୍ୟ ଜଣକର ହୃଦୟର ରାଣୀ। ତାର ଶଙ୍ଖା ସିନ୍ଦୂରର ଉପହାରରେ ମୁଁ ସଧବା । କୂଳବଧୁ ମୁଁ। ହେଲେ ବାବୁ ସବୁ ପରେ ବି ମୁଁ ନିଜକୁ ପର ପୁରୁଷର ଶଯ୍ୟା ସଙ୍ଗିନୀ କରିଛି। ଭିତରେ ଭିତରେ ମୁଁ ଗୋଟେ ବିରହିଣୀଟିଏ, ହେଲେ ମୁହଁରେ ମିଛ ହସ। ଦେହରେ ଅଜସ୍ର ପୀଡ଼ା ଜ୍ଵଳନ, କିନ୍ତୁ କିଛି ଅର୍ଥ ପାଇଁ ମୁଁ ଅନ୍ୟ ପାଇଁ ପଣ୍ୟ ଦ୍ରବ୍ୟଟିଏ। କେବଳ ମୋର ସ୍ଵାମୀ ପାଇଁ ବାବୁ। ତାଙ୍କୁ ବ୍ଲଡ କ୍ୟାନସର । ତାଙ୍କ ଚିକିତ୍ସା ପାଇଁ ଅର୍ଥ ଦରକାର । ଗୋଟିଏ ବୋଲି ବର୍ଷକର ପିଲା । ଆଉ କେହି ନାହିଁ। ଯେଉଁ କମ୍ପାନୀରେ କାମ କରୁଥିଲେ, ତାଙ୍କୁ ଯାଇ ସହଯୋଗର ହାତ ବଢାଇଲି। ସେ ମୋର ଅସହାୟତାର ସୁଯୋଗ ନେଲେ, ମୋତେ ସଜେଇ ଦେଲେ ବେଶ୍ୟା । ମୁଁ ମୋ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚାହେଁ। ସେଥିପାଇଁ ଆଜି ଏଇ ଅମଡ଼ା ବାଟରେ...!


ମୁଁ ରୂପସୀର କଥା ଶୁଣି ସ୍ତବ୍ଧ ହେଇଗଲି । କଣ ମୁଁ ଶୁଣୁଛି । ଏ ନାରୀ ନୁହେଁ ଦେବୀ। ଶୁଣି ଥିଲି। ଆଜି ଆଖିରେ ଦେଖିଲି। ଏତେ ମହାନ ନାରୀ। ତାର ତ୍ୟାଗ, ବଳିଦାନ ଅପାର। ଅବର୍ଣ୍ଣନୀୟ। ଲଜ୍ଜାରେ ମୋ ମଥା ନଇଁଗଲା ସେହି ନାରୀ ଆଗରେ। ମୁଁ ମୋ ଆଗରେ ଗୋଟେ ସୁନ୍ଦର ମମତା ମୟୀ ମାଆର ପ୍ରତିମୂର୍ତ୍ତି ଦେଖୁଥିଲି। ସ୍ଵାମୀର ଜୀବନ ପାଇଁ ହୃଦୟକୁ ଏତେ ପଥର କରିଦିଏ ଜଣେ ନାରୀ। ମନକୁ ମନକୁ ତାଙ୍କୁ ଧନ୍ୟ ଧନ୍ୟ କହୁଥାଏ। ହେଲେ ଏପଟେ ତୁଳନା କରୁଥାଏ ଆଉ ଗୋଟେ ନାରୀକୁ । ଏ ନାରୀ ପରିସ୍ଥିତିରେ ପଡି , ସ୍ଵାମୀ ପାଇଁ ଆଜି ଅନ୍ୟର ଶଯ୍ୟା ସଙ୍ଗିନୀ ପାଲଟି ଯାଇଛି। ଆଉ ଏଇ ପୁରୁଷ ହିଁ ତା'ର ଅସହାୟରେ ସରଳତାର ସୁଯୋଗ ନେଇଛି। ତାକୁ ସଜେଇ ଦେଇଛି ବେଶ୍ୟା। 


ଆଉ ଏପଟେ ଆଉ ଗୋଟେ ନାରୀ ନିଜ ଦେହର ଭୋକ ମେଣ୍ଟେଇବାକୁ ପାଲଟୁଛି କାମିନୀ। ଲୁଚି ଛପି କରୁଛି ପରକୀୟା ପ୍ରୀତି । ଯେଉଁଥି ପାଇଁ ଗୋଟିଏ ପୁରୁଷ ଦୁଃଖ ଓ ଅନୁତାପରେ ଖୋଜୁଛି ବେଶ୍ୟାଳୟ। ସୁନାର ସଂସାରକୁ ଉଜାଡି ଦେଉଛି। 


ବାହାରେ ପକ୍ଷୀମାନଙ୍କର କାକଳି ଶୁଭିଲା। ସକାଳ ହୋଇ ଆସୁଥିଲା। ମୁଁ ମୋ ସାମନାରେ ଥିବା ମହାନ ନାରୀର ପଦସ୍ପର୍ଶ କରି ପ୍ରସ୍ଥାନ କରୁଥିଲି। ମୋତେ ସେ ପଚାରୁଥିଲେ... ଆପଣଙ୍କୁ ବୋଧହୁଏ ସେ ଭଲରେ ବୁଝି ପାରିନି । ହତଭାଗିନୀ ।

 ***



Rate this content
Log in

Similar oriya story from Romance