STORYMIRROR

Balaram Barik

Fantasy

3  

Balaram Barik

Fantasy

ଡର

ଡର

2 mins
251


କଥାରେ ଅଛି ଯିଏ ଡରିଗଲା ସେ ମରିଗଲା।

କଥାଟିର ଯଥାର୍ଥତା କେତେ ଚାଲନ୍ତୁ ବୁଝିବା।

ପ୍ରକୃତରେ ଏହି ଡର କଣ ??ଆମେ କାହିଁକି ଡରନ୍ତି ?କେତେବେଳେ ଡରନ୍ତି ?କାହାକୁ ଡରନ୍ତି ?ଏହି ମନସ୍ଥାତ୍ୱିକ ଅବସ୍ଥା ଟି ଏକ ଅଦୁର୍ଶ୍ୟ ଶକ୍ତି ପରି ଆମକୁ ନିୟନ୍ତ୍ରଣ କରିଚାଲେ ।

ଡର ଆମ ବ୍ୟକ୍ତିତ୍ୱ ବିକାଶ ପାଇଁ କେତେ ଆବଶ୍ୟକ ଆଉ କେତେ ଅନାବଶ୍ୟକ ।ଏମିତି ଅନେକ ପ୍ରଶ୍ନ ଆମ ମନରେ ଅଙ୍କୁରିତ ହେଉଥିବ।

କଣ ଆମେ ନଡରି ବଞ୍ଚି ପାରିବା ?

ଯଦି ଆମେ କିଛି ଭୁଲ କରନ୍ତି ତେବେ ଡରନ୍ତି ,କେତେକ କ୍ଷେତ୍ର ରେ ଠିକ କରି ବି ଡରନ୍ତି।କାରଣ ଆମ ଠିକ ଆଉ କାହାପାଇଁ ଭୁଲ ହୋଇପାରେ।ନିଆଁ ରେ ହାତ ଦେଖାଇଲେ ଆମେ ପୋଡି ଯିବା କିନ୍ତୁ ଯଦି ଜଣେ ଲୋକ ନିଆଁରେ ପୋଡି ଯାଉଥିବ, ଆମେ ତାକୁ ନବଞ୍ଚାଇ ଭାବିବା ମୋ ଶରୀର ବି ଜଳିଯିବା ତାହେଲେ ଏହି ଡର ବି ଯଥାର୍ଥ ନୁହେଁ।ବାପା/ମା ନିଜ ପିଲାକୁ ବିଭିନ୍ନ ପ୍ରକାର ଡର ସମ୍ବନ୍ଧରେ ବୁଝାଇ ଥାନ୍ତି ,ଯେପରି ଗଛରେ ଚଢ଼ିବୁନି ପଡିଲେ ଗୋଡ଼ ହାତ ଭାଂଗିଯିବ।ନଈ କୁ ଗାଧୋଇବାକୁ ଯିବୁନି ପାଣିରେ ବୁଡିଯିବୁ।ସେ ବରଗଛରେ ଭୂତ ଅଛି ଏକୁଟିଆ ଯିବୁନି ଭୂତ ଖାଇଯିବ।ଏମିତି ଅନେକ କଥା।ଧୀରେ ଧୀରେ ପିଲାଟି ବଡ ହୁଏ ଏହି ଭୟ ର ବାତାବରଣ କୁ ସାଥିରେ ନେଇ।ତେଣୁ ସେ ବଭିଷ୍ୟତରେ ଜଣେ ନିର୍ଭୀକ ପୁରୁଷ/ନାରୀ ହୋଇ ପାରେନି।ତାର ଏହି ଡର ସାମ୍ନାରେ ତା ଶରୀର ରେ ଥିବା ଅସୀମ ବଳକୁ ଶିଥିଳ ହୋଇଯାଏ ।ସେ ଏହି ଭୟକୁ ସମାଜରେ ମଧ୍ୟ ବାଂଟି ଚାଲେ।ବେଳେବେଳେ ଏହି ଭୟ ଏକ ସହଜ କାମକୁ ବି ନକରିବାକୁ ନାସ୍ତି ସୂଚକ ପ୍ରେରଣା ଦିଏ ।ଓ ଏହା ବ୍ୟକ୍ତିତ୍ୱ ବିକାଶରେ ବାଧକ ସାଜେ।ଏମିତି କିଛି ଡର ଅଛି ଯାହା ଆମକୁ ଉତ୍ତରାଧିକାରୀ ସତ୍ଵା ରେ ବି ମିଳିଥାଏ।କିଛି ଲୋକ ଭଗବାନ ଅସନ୍ତୁଷ୍ଟ ହେବେ ବୋଲି ଭାବି ଡରି ଡରି ବକ ଧର୍ମ ଆପଣାନ୍ତି।କିଛି ବ୍ୟକ୍ତି ନିଜ ଡର ର ଆଶୁ ସମାଧାନ ପାଈଁ ସାଧୁ ,ବାବା ଓ ପୀର ମାନଙ୍କ ପାଖକୁ ଧାଆନ୍ତି।ଆଉ କିଛି ଦୁର୍ନୀତିଗ୍ରସ୍ଥ ଲୋକ ଦଣ୍ଡ ର ପାତ୍ର ହେବା ଡରରେ ବୁଝି ବିଚାରି ଦୁର୍ନୀତି କରନ୍ତି।ଚୋର ପୁଲିସ ଭୟରେ ଚୋରି କରିବାକୁ ଡରେ ।ଦୁର୍ଘଟଣା ଗ୍ରସ୍ଥ ଲୋକଟିକୁ ବି ଆମେ ଡାକ୍ତରଖାନା ନେବାକୁ ବି ଡରନ୍ତି ।କାଳେ ନିଜେ ମକଦମାରେ ଫସି ଯିବି।ଡର ବେଳେବେଳେ ମଣିଷକୁ ପାପ କରିବାରୁ ବଞ୍ଚାଇ ବି ଦିଏ।ତେଣୁ ଆମେ ଏତିକି ବୁଝିବା ଡର ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ଵ ପରି।ଏହାର ଦୁଇଟି ଦିଗ ଅଛି।ଆମେ କେତେକ କ୍ଷେତ୍ରରେ ଡରିବାର ଆବଶ୍ୟକତା ବି ଅଛି।ଆଉ କେତକ ଜାଗାରେ ମନରୁ ଡର ତ୍ୟାଗ କରିବା ଉଚିତ।ତେବେ ଆସନ୍ତୁ ନିଜ ନିଜ ମନରେ ଥିବା ଡରକୁ ଚିନ୍ହିବା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy