STORYMIRROR

Pravanjan Dash

Abstract Classics Inspirational

3  

Pravanjan Dash

Abstract Classics Inspirational

ଛାୟା

ଛାୟା

1 min
305

           

   ବୈଶାଖ ମାସର ଡହଡହ ଖରା। ଶୂନ୍ଶାନ୍ ରାସ୍ତାରେ ଯାଉଥିବା ବୁଢା ବାଟୋଇଟି ହଠାତ୍ କିଛି ଦେଖି ଅଟକି ପଚାରିଲା, “ଏ କିଏ ତୁ? କାହିଁକି ମୋ ପଛରେ ପଡ଼ିଛୁ? କଣ ଉଦେଶ୍ୟ ତୋର?” ହସି ହସି ସେ ଉତ୍ତର ଦେଲା, “ମତେ ଚିହ୍ନି ପାରୁନୁ! ମୁଁ ଛାଇ। ତୋ ଛାଇ। ତୋ ନିଜ ଦେହର ଛାଇ”। --- “ତ କଣ ହେଲା ସେଠୁ? ସମସ୍ତେ ତ ମତେ ପର କରି ମୁହଁ ମୋଡ଼ି ଦେଇ ଚାଲିଗଲେ। ମତେ ଅଲୋଡ଼ା ଅଦରକାରୀ ଭାବି ଦୁରେଇ ଦେଲେ। ଏବେ ମୋ ପାଖରେ ନା ଅଛି ବଳ ନା ଅଛି ବୟସ ନା ଅଛି ପଇସା ନା ଅଛି ପ୍ରତିଷ୍ଠା। ତୁ କାହିଁକି ଅଛୁ? ତୁ ବି ମୋଠୁ ଦୁରେଇ ଯା। ଚାଲି ଯା ଏଠୁ”। ବୁଢା ବାଟୋଇର ଅଭିମାନ ଭରା କଥା ଶୁଣି ଟିକେ ହସିଦେଇ ଛାଇ କହିଲା, “ଆରେ ପାଗେଲା ମୁଁ ପରା ତୋର ଏ ଜନ୍ମର ସାଥୀ। ମୁଁ କଣ ତତେ କେବେ ଛାଡି ରହିପାରିବି ନା ତୁ ମତେ ଛାଡି କେବେ....। ମୁଁ ସବୁବେଳେ ତୋ ସହ ଥିଲି, ଅଛି ଆଉ ଆଗକୁ ବି ନିଶ୍ଚୟ ରହିଥିବି। ହେଲେ ଫରକ ଏତିକି ତୁ ମତେ କେବଳ ଏ ଆଲୁଅରେ ଦେଖି ପାରୁଛୁ କିନ୍ତୁ ଅନ୍ଧାରରେ ନୁହେଁ। ଠିକ୍ ଯେମିତି ତୁ ଏ ମଣିଷ ସମାଜକୁ ନିଜ ଅଜ୍ଞାନତାରେ ନିଜର ଭାବି ନେଇଛୁ କିନ୍ତୁ ଜ୍ଞାନର ସାହାରାରେ ନୁହେଁ। ବାସ୍ତବରେ ଏଠି କେହି ନୁହେଁ କାହାର। ଅର୍ଥ ଏବଂ ସ୍ୱାର୍ଥ ସରିଗଲେ ଏଠି ସମସ୍ତେ ପର ଆଉ ସମ୍ପର୍କ ବହୁତ ଦୂର”। ଛାଇର ଏ କଥା ଦିପଦ କ୍ଲାନ୍ତ, ଅବସ ବୁଢ଼ା ବାଟୋଇଟିର ତତଲା ମନକୁ ବରଫର ଚାଦର ଢାଙ୍କି ପ୍ରଶମିତ କରିଦେଇଥିଲା। ପଶ୍ଚିମରେ ସୂରୁଜ ଡୁବି ଆସୁଥିଲା। ମନରେ ସାହସ ବାନ୍ଧି ବୁଢ଼ା ବାଟୋଇଟି ଆଗେଇ ଚାଲିଥିଲା। ପଛେ ପଛେ ସହଯୋଗୀ ପରି ଅନୁକରଣ କରି ଚାଲିଯାଉଥିଲା ନିଜ ଝାପସା ରୁଗଣ୍ ଛାଇଟି।       

                                                                                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract