ଚାନ୍ଦିନୀର କଳାଚାନ୍ଦ
ଚାନ୍ଦିନୀର କଳାଚାନ୍ଦ
ଫଗୁଣ ମଧୁ ମିଳନର ଦିବ୍ୟଭବ୍ୟ ଭାବ ସଞ୍ଚାର କରି ଗାଁ ମଝିରେ କାହିଁ କେଉଁ ଅନାଦି କାଳରୁ ବିଦ୍ୟମାନ ରହିଛି ଏକ ବିରାଟ ମେଲଣ ପଡିଆ । ଆୟତାକାର କ୍ଷେତ୍ର ଚାରିପଟେ ଘେରି ରହିଛି ପଥରର ଚାର ଖୁଣ୍ଟ, ପିଣ୍ଡି ଓ ଏକ ଚାନ୍ଦିନୀ ଚଉତରା । ଫଗୁଣ ମାସର ଦୋଳ ପୂର୍ଣ୍ଣମୀ ଦିନ ଏଇ ପଡିଆରେ ଏ ଅଞ୍ଚଳର ପ୍ରସିଦ୍ଧ ବରୁଆଁ ମେଲଣ ଅନୁଷ୍ଠିତ ହୁଏ । ଆଖପାଖ ବାଉନ ଖଣ୍ଡି ଗ୍ରାମର ମଠ ମନ୍ଦିରରେ ବିଭିନ୍ନ ନାମରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ବିଗ୍ରହ ସବୁ ସୁସଜ୍ଜିତ ଦୋଳ ବିମାନରେ ସଙ୍କୀର୍ତ୍ତନ ପଟୁଆରରେ ଅଣାଯାଇ ପଡିଆର ନିର୍ଦ୍ଧାରିତ ସ୍ଥାନରେ ବସାଯାଏ । ଚାନ୍ଦିନୀ ରୁଭୋଗରାଗ,ଫଗୁର କୁଡୁଆ ଲାଗି ହେବାପରେ ଠାକୁର ମାନେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ବହୁ ପୁରାତନ ଏବଂ ଐତିହ୍ୟ ସମ୍ପନ୍ନ ମେଲଣ ହୋଇଥିବାରୁ ଠାକୁର ମାନଙ୍କୁ ସମ୍ମାନ ସ୍ୱରୂପ ମାତ୍ର ଏକ ଦୁଇ ଟଙ୍କା ବିଦାଖି ଦିଆଯାଏ । ପ୍ରଚଳିତ ବିଧି ବିଧାନ ଅନୁସାରେ ମେଲଣଟି ବହୁକାଳରୁ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଛି । ବିମାନରେ ଦୋଳଗୋବିନ୍ଦଙ୍କୁ ଦେଖିଲେ ପୁଣ୍ୟ ଅର୍ଜନ ହୁଏ,ମନ ଆନନ୍ଦ ଉଲ୍ଲାସରେ ପୂରି ଉଠେ ,ଏପରି ବିଶ୍ୱାସ ଯୋଗୁ ମେଲଣ ପଡିଆଟି ଲୋକାରଣ୍ୟ ହୋଇଉଠେ ।
ମେଲଣର ଐତିହ୍ୟ ସମ୍ପର୍କରେ ବିଶେଷ ବିବରଣୀ ମିଳେ ନାହିଁ । ଯାହା ଜନଶ୍ରୁତି ରହିଛି ତାହାର ଅବଶ୍ୟ ଯଥାର୍ଥ ଭାବେ ଅନୁଶୀଳନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଆମର ଏତେ ସୁନ୍ଦର ସା°ସ୍କୃତିକ ଭିତ୍ତିଭୂମି ଉପଯୁକ୍ତ ପୃଷ୍ଠପୋଷକତା ଅଭାବରୁ ଏବଂ ଅନଧିକୃତ ଅତିକ୍ରମଣ କାରଣରୁ ସ°ପ୍ରତି ଅବକ୍ଷୟମୁଖୀ ଓ କାଳ ଗର୍ଭରେ ସ°ପୂର୍ଣ ବିଲୀନ ହେବାକୁ ବସିଲାଣି ।
ଇତିହାସରୁ ଜଣାଯାଏ, ରାଜା ଯଯାତି ଏବଂ ଗଙ୍ଗ ରାଜତ୍ୱ କାଳରେ ବୈଦିକ ରୀତିନୀତି ଏବଂ କୈ।ଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ରାଜା ମାନଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଥିଲା । କେତେଗୁଡିଏ ଗ୍ରାମକୁ ନେଇ ବିଷୟ ମଣ୍ଡଳ ଓ ମଣ୍ଡଳକୁ ନେଇ ରାଷ୍ଟ୍ର ଓ ରାଜ୍ୟ ଗଠିତ ହୋଇଥିଲା । ବିରଜା ମଣ୍ଡଳର ଏହି କ୍ଷେତ୍ରରେ ମଣ୍ଡଳାଧୀଶ୍ୱର ଭାବେ ଭଗବାନ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ସ୍ୱରୂପ ଜଣେ ବ୍ରାହ୍ମଣ ମହନ୍ତ , ହରିପୁର ଜଗନ୍ନାଥ ମଠରେ ଜଣେ କ୍ଷତ୍ରିୟ ମହନ୍ତ ଏବଂ ଦୀକ୍ଷାକେନ୍ଦ୍ର ଭାବେ ଗୋବିନ୍ଦ ମଠରେ ବୈଷ୍ଣବ ସ°ପ୍ରଦାୟର ଗୁରୁ ମହନ୍ତମାନେ ରହି ଭୂସମ୍ପତ୍ତି,ଦାନ,ରାଜସ୍ୱ ଆଦିକୁ ସର୍ବସାଧାରଣଙ୍କ ହିତ ଓ ଧର୍ମ କାର୍ଯ୍ୟରେ ବିନିଯୋଗ କରିବାକୁ ସ୍ୱୟଂ ରାଜାଙ୍କ ଦ୍ୱାରା ଅଧୀକୃତ ହୋଇଥିଲେ ।ଏବେ ବି ଏହି ମଠ ମନ୍ଦିର ସବୁ ରହିଥିଲେ ମଧ୍ୟ ଦେବସ୍ୱ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି ।
ଆହୁରି ମଧ୍ୟ ଜଣାଯାଏ ସମ୍ରାଟ ଆକବରଙ୍କ ପ୍ରତିନିଧି ବଙ୍ଗର ନବାବ ସୁଲେମାନ କିର୍ରାନୀଙ୍କ ସହ ହୋଇଥିବା ସନ୍ଧି ଅନୁସାରେ ଓଡ଼ିଶାର ଗଜପତି ତାଙ୍କର ଜଣେ ଦକ୍ଷ ସେନାପତି ରାଜୀବ ଲୋଚନ ରାୟଙ୍କୁ ନବାବଙ୍କୁ ଯୁଦ୍ଧରେ ସହଯୋଗ ପାଇଁ ପଠାଇଥିଲେ, କିନ୍ତୁ ସେ ସୁଲେମାନଙ୍କ ସୁନ୍ଦରୀ କନ୍ୟାକୁ ଭଲପାଇ ବିବାହ କରିବାକୁ ଚାହିଁଲେ ,ମାତ୍ର ପଣ୍ଡିତ ମାନଙ୍କ ପରାମର୍ଶରେ ଗଜପତି ତାଙ୍କୁ ଏଥି ନିମିତ୍ତ ଅନୁମତି ଦେଇନଥିଲେ । ବାଧ୍ୟ ହୋଇ ସେ ମୁସଲମାନ ଧର୍ମ ଗ୍ରହଣ ପୂର୍ବକ ନବାବଙ୍କ କନ୍ୟାକୁ ବିବାହ କଲେ ଏବଂ ନିଜ ନାମ ପରିବର୍ତ୍ତନ କରି କଳାପାହାଡ଼ ରଖିଥିଲେ । ପରବର୍ତ୍ତୀ କାଳରେ କ୍ରୋଧ ବଶତଃ ସେ ଯାଜପୁର, ପୁରୀ କୋଣାର୍କ ଆଦିର ବହୁ ମନ୍ଦିର ଭାଙ୍ଗି ରୁଜି ଧ୍ୱଂସ କରି ପକାଇଥିଲେ ।
ଷୋଡ଼ଶ ଶତାବ୍ଦୀ ମଧ୍ୟ ଭାଗରେ କଳା ପାହାଡ଼ଙ୍କ ନେତୃତ୍ୱରେ ମୋଗଲ ସେନା ଏହି ସ୍ଥାନରେ ବି ଶିବିର ପକାଇ ରହିଥାନ୍ତି । ପବିତ୍ର ରମଜାନ ପରେ ମୁସଲିମ କାଲେଣ୍ଡର ଅନୁସାରେ ପାଳିତ ହୁଏ ଅସୁର ଇଦ୍ଉଲ୍ ଫିତର ଓ ମହରମ । ଏହି ବିସ୍ତୀର୍ଣ୍ଣ ପଡିଆରୁ ଇମାମଙ୍କ କହିବା ମୁତାବକ ଚନ୍ଦ୍ର ଦର୍ଶନ କରି ଅତୀବ ପ୍ରିତ ହୋଇଥିଲେ କଳାପାହାଡ ସହିତ ସମସ୍ତ ମୁସଲିମ ସୈନ୍ୟସାମନ୍ତ । ସ୍ମୃତି ସ୍ୱରୂପ ଯୁଦ୍ଧ ପରିହାର କରି ସେ କୁଆଡେ ପଡିଆ ସନ୍ନିକଟରେ ଇଦଗାହ ପଡିଆ, ମସଜିଦ ଆଦି ସ୍ଥାପନ କରିଥିବା କୁହାଯାଏ । ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସ୍ମୃତି ସ୍ୱରୂପ ମେଲଣ ଅନୁଷ୍ଠିତ ହେଲେ ଚାନ୍ଦିନୀରୁ ସତ୍ୟପୀରଙ୍କ ଉଦ୍ଦେଶ୍ୟରେ ଏକ ଭୋଗ କୁଡୁଆ ଓ ମାନ୍ୟ ଦକ୍ଷିଣା ପ୍ରଦାନ କରାଯିବା ବିଧି ମଧ୍ୟ ଏ ଯାବତ ରହିଅଛି ।
ଏହି ପବିତ୍ର ଦେବ ଭୂମିର ଦିବ୍ୟ ମାହାତ୍ମ ଏବଂ ଚାନ୍ଦିନୀର କଳା ଚାନ୍ଦ ଭଗବାନ ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ଅପୂର୍ବ ଗୁଣ କୀର୍ତ୍ତନ ବିଧର୍ମୀ ଆକ୍ରମଣକାରୀଙ୍କ ଦୈ।ରାତ୍ମରୁ ସୁରକ୍ଷିତ ରହି ଆସିଥିବା ବେଳେ ଏହାର ସା°ସ୍କୃତିକ ମହତ୍ତ୍ଵକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ ଅଟେ ।