Pallabi Das

Fantasy Others

3  

Pallabi Das

Fantasy Others

ବୟସ ମାତ୍ର ଗୋଟେ ସଂଖ୍ୟା

ବୟସ ମାତ୍ର ଗୋଟେ ସଂଖ୍ୟା

3 mins
634


ଆଜି ମୋ ଝିଅର ବାହାଘର, ତା ପାଖରେ ବସି ତାକୁ ଆଜି ମୁଁ କିଛି ଟା ନୀତି ଶିକ୍ଷା ଦଉଛି । ଆଉ ମୋ ଝିଅ ସେଡାକୁ ମନ ଧ୍ୟାନ ଦେଇ ଶୁଣୁଛି । ଆଉ କିଛି ସମୟ ପରେ ସେ ବିଦା ହୋଇଯିବ, ତା ନିଜ ଘରକୁ, ନିଜ ରଙ୍ଗରେ ଗଢିବାକୁ । ମୋ ବୟସ ପାଖା ପାଖି ସତୁରି ହବ, ଏତେ ଗୁଡ଼ାଏ ବୟସ ଅତିକ୍ରମ କରି ଆସିଥିବା ରୁ ବୋହୁତ୍ ଗୁଡ଼େ ଜ୍ଞାନ ଆଉ ଅଭିଜ୍ଞତା ବଢ଼ି ଯାଇଥିଲା ଦୁନିଆ ବିଷୟରେ । ଏଇ ବୟସରେ ବି ମନେ ପଡ଼ି ଯାଉଥାଏ ସ୍ତ୍ରୀ ସୀମାଙ୍କ ପ୍ରଥମ କରି ଗୃହ ପ୍ରବେଶ ଆଉ ମଧ୍ୟ ରାତ୍ରି ରେ ସମସ୍ତଙ୍କ ଦୃଷ୍ଟି କୋଣରୁ ଲୁଚି ସୀମାକୁ ବାଇକ ପଛରେ ବସେଇ, ମେରାଇନ ଡ୍ରାଇଭ ଆଡ଼େ ଗୋଟେ ଚକର ମାରି ଆସିବା । ଗାଡି ପ୍ରାୟ 70-80 ସ୍ପିଡରେ ଥିଲା ଆଉ ସୀମା ପଛରେ ବସି ମୋ ଅଣ୍ଟାକୁ ଧରି ଚିଲାଉଥିଲେ, " ଟିକେ ଧୀରେ ଚଲା ପ୍ଳିଜ୍ " । ପ୍ରଥମ ଥର ପାଇଁ ସୀମାଙ୍କ ମୁହଁରୁ କିଛି ଶୁଣି , ଗାଡି ସ୍ଲୋ କରି ଦେଇଥିଲି , ଘରେ ସମସ୍ତେ ଉଠିବା ପୂର୍ବରୁ ପ୍ରାୟ ଆସି ପହଁଚି ଯାଇଥିଲୁ । ମୋ ମାଆ କିନ୍ତୁ ସବୁ ଜାଣି ଦେଇଥିଲା ,ନୂଆ ବୋହୂଟାକୁ ରାତି ଅଧରେ ଏମିତି ନେଇ ଯାଇଥିବାରୁ ମତେ ଗାଳି ଦେଇଥିଲା । ମତେ ଅହେତୁକ ଭଲ ପାଇବା ଦେଇଥିବା ସୀମା ପ୍ରାୟ ବର୍ଷ କେଇଟା ଭିତରେ ମତେ ଛାଡ଼ି ଚାଲି ଗଲେ । ଗଲା ବେଳେ ମୋ ଦୁଃଖ ବାଣ୍ଟିବାକୁ ଆମ ଦୁହିଁଙ୍କ ଝିଅ ଟିକୁ ମୋ ହାତକୁ ବଢ଼େଇ ଦେଇ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେତେବେଳେ ମତେ ପ୍ରାୟ 35 ବର୍ଷ ହୋଇଥିବ, ଘର ଲୋକ ଆଉ ମୋ ଛୋଟ ଝିଅ ର ତଦାରଖ ପାଇଁ ମତେ ଦ୍ଵିତୀୟ ବିବାହ କରିବାକୁ ପଡ଼ିଥିଲା ମୋ ସ୍ତ୍ରୀ ର ସାଙ୍ଗ ଯିଏକି ମୋ ଯୁବା ଅବସ୍ତା ର ପ୍ରଥମ ପ୍ରେମିକା ଥିଲା କିନ୍ତୁ ସେ ମତେ କେଭେ ବି ଭଲ ପାଇ ନଥିଲା ସେଥିପାଇଁ ଯେବେ ବିବାହ ପ୍ରସ୍ତାବ ତା ପାଇଁ ପଠାଇଥିଲି, ମୋ ଘର ଲୋକଙ୍କ ହାତରେ, ସେ ସଫା ସଫା ନା କହି ଦେଇଥିଲା ଆଉ ମୁଁ ତା ଉପରେ ରାଗ ରଖି ତା ସାଙ୍ଗ ସୀମା କୁ ବିବାହ କରି ଦେଇଥିଲି । ରାଗ କେମିତି ଲାଗିବନି ଯ ! 

ମା' କୁହେ ମୁଁ ଆଉ ବର୍ଷା ପ୍ରାୟ ଗୋଟେ ମେଡିକାଲ୍ ରେ ଜନ୍ମ ହୋଇଥିଲୁ ।

ଆମ ଦୁହିଙ୍କର ପରିବାର ବେଶ୍ ଭଲ ବନ୍ଧୁ ଥିଲେ, ସେଥିପାଇଁ ଆମେ ଦୁହେଁ ପ୍ରାୟ ସାଙ୍ଗରେ ବଡ଼ ହୋଇଥିଲୁ। ଏକାଠି ଗୋଟେ ବସ୍ ରେ ସ୍କୁଲ ଯାଉ, ଆସିଲା ବେଳେ ସାଙ୍ଗ ହୋଇ ଫେରୁ।

ମୋ ଛୁଆ ଦିନ ର ସବୁ ଦୁଷ୍ଟମିର ଗୋଟେ ମାତ୍ର ସାକ୍ଷୀ, ସେ ହେଲା ବର୍ଷା, ମୋ ପ୍ରଥମ ସାଙ୍ଗ ଆଉ ମୋ ପ୍ରଥମ ପ୍ରେମୀକା ଆଉ ଆଜି ସେ ମୋର ଦ୍ଵିତୀୟ ସ୍ତ୍ରୀ ହୋଇ ମୋ ଜୀବନରେ ସେମିତି ଅଛି। ମତେ ବିବାହ ପାଇଁ ନା କହିଥିବା କାରଣ ଟା ପ୍ରାୟ ଆଜି ଜାଣି ପାରୁଥିଲି। ଖୁସି ବି ଲାଗୁଥିଲା ଆଉ ଦୁଃଖ ବି ଲାଗୁଥିଲା ସୀମାଙ୍କ ପାଇଁ। ଖୁସି ଏଥିପାଇଁ ଥିଲି କାରଣ ମୋ ସ୍ତ୍ରୀ ବର୍ଷା ମୋ ଆଗରେ ତାର ବନ୍ଧୁ ପ୍ରିୟା ସ୍ଵଭାବର ଉଦାହରଣ ଦେଖେଇ ଦେଇଥିଲା। ତାର ମନା କରିବାର କାରଣ ଥିଲା ସିମାଙ୍କର ଭିତର ଥିବା ମୋ ପାଇଁ ଅହେତୁକ ଭଲ ପାଇବା।

ବର୍ଷା ଚାହିଁ ଥିଲେ ବାହାଘର ପାଇଁ ହଁ କହି ମୋର ପ୍ରଥମ ସ୍ତ୍ରୀ ହୋଇ ପାରିଥାନ୍ତେ କିନ୍ତୁ ସେ ନାହିଁ କରିଥିଲେ ଆଉ କାହାକୁ ଜଣେଇ ବାକୁ ଦେଇ ନଥିଲେ ତାଙ୍କ ମନ ଭିତରର କଥା । ମୋ ଅଜାଣତରେ, ଜୀବନ ସାରା ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ତ ଦେଖା ସୀମା ଆମ ସମସ୍ତଙ୍କୁ ଛାଡ଼ି ଚାଲି ଗଲେ ଆଉ ବର୍ଷା ଆସି ତାଙ୍କ ଛାଡ଼ି ଯାଇଥିବା ଅପୂର୍ଣ୍ଣ ପରିବାର କୁ ସ୍ନେହ ମମତା ଦେଇ ପରିପୂର୍ଣ୍ଣ କରିଥିଲେ । ବୟସ ର କରାଳ ପ୍ରଭାବ ରେ ମୁଁ ପ୍ରାୟ ନଇଁ ଗଲିଣି , ଆଉ ମୋ ଛୁଆ ଦିନ ର ସାଥୀ ବର୍ଷା ବି ପ୍ରାୟ ନଇଁ ଗଲାଣି । ରାସ୍ତା ରେ ଆମେ ଦୁହେଁ ଦୁହିଁଙ୍କ ସାହାରା ହୋଇ ବଙ୍କୁଲି ବାଡ଼ି ଧରି ବେଶ୍ ଆରାମରେ ସ୍ୱାଭିମାନ ର ସହ ଚାଲୁଛୁ । ମୁହଁରେ ନ କହି ପାରିଲେ ବି ସୁଦ୍ଧା ମୋ ସ୍ତ୍ରୀ ତାର ପ୍ରତିଟି କର୍ତ୍ତବ୍ୟ ରେ ମତେ ଜଣେଇ ଦଉଛି ଯ ସେ ମତେ ଏବେ ବି କେତେ ଭଲ ପାଉଛି । ଆଉ ମୁଁ ଏଇ ବୃଦ୍ଧ ବୟସରେ ବି ନିଜକୁ ପିଲା ଦିନର ସେ ଦୁଷ୍ଟ ଯବାନ୍ ଟୋକା ପରି ଅନୁଭବ କରୁଛି । ଜୀବନ ମାନେ ଯ ଖାଲି ବଞ୍ଚିବା କହିଲେ ଯଥେଷ୍ଟ ହବ ନାହିଁ । ଜୀବନର ମାନେ ହେଲା ପ୍ରତି ମୁହୂର୍ତ୍ତକୁ ବଞ୍ଚିବା ଠିକ୍ ଯେମିତି ଛୁଆ ଦିନେ ଆମ ଚପଳତାରେ ଭରି ଦଉଥିଲେ ଆମ ମୁହୂର୍ତ୍ତ ଗୁଡାକୁ ଆଉ ଚେଷ୍ଟା କରିବା, ସାଉଟିବାକୁ କିଛ଼ିଟା ଖଟା ମିଠା ଅନୁଭୂତି ।


Rate this content
Log in

Similar oriya story from Fantasy