STORYMIRROR

Madhabi Patel

Children

3  

Madhabi Patel

Children

ବଉଳ

ବଉଳ

3 mins
127


ଆମ୍ବ ଗଛରେ ବଉଳ କଢି ଭର୍ତ୍ତି ହୋଇ ଆସୁଛି।ବଉଳ କହୁଛି ହେଇ ଦେଖ ମୋ ପଛେ ପଛେ ବସନ୍ତରଜା ଆସୁଛି ତାର ଥାଟବାଟ ଧରି। ମଳୟକୁ ସାଙ୍ଗରେ ଆଣୁଛି ତାର ମଧୁ ବାସ୍ନା ଖେଳାଇବା ପାଇଁ।କୋକିଳକୁ ନେଇ ଆସିଛି ତାର ଆଗମନୀ ସଂଗୀତ ପରିବେଷଣ କରିବ ବୋଲି।ପ୍ରତ୍ୟେକ ଗଛ ଲତାରେ ନବ ମୁକୁଳ ବିକଶିତ ହେଉଛି ତାର ସ୍ବାଗତ ସାଜସଜ୍ଜାପାଇଁ ।


ମଞ୍ଜୁଳାର ବଗିଚାରେ ଏବର୍ଷ ଆମ୍ବଗଛରେ ଭଲ ବଉଳ ଆସିଛି।ଏ ବଉଳ ଭିତରେ ସେ ତା ଶାଶୁଙ୍କ ମୁଖ ଦେଖି ପାରୁଛି।ପାକୁଆ ପାଟିରେ ଯେମିତି ମୁରୁକି ହସୁଛନ୍ତି ସେ।କହୁଛନ୍ତି ଯେମିତି ଦେଖିଲୁତ ବୋହୁ, ଗଛଟାକୁ ଓପାଡି ଦେବାକୁ ବସିଥିଲୁ।ମୁଁ ମନାକରି ଗଛକୁ ଯତ୍ନ ସାଉଣ୍ଟି ରଖିଲି ବୋଲି ଆଜି ବଉଳ ଧରିଛି।ମୋ ପୁଅ ନାତି ମାନେ ଏହାର ଫଳ ଖାଇବେ।କଷି ଆମ୍ବ ଯାହା ବଖଳି ଖସିପଡିବ ତାକୁ ଚଟଣୀ କରିଦେବୁ।ଅଦା ପିଆଜ ପକାଇ ଧନିଆଁପତ୍ର କଞ୍ଚାଲଙ୍କା ଦେଇ ପେଷି ଦେଲେ ପିଲାଏ ଖୁସିରେ ଭାତ ଖାଇନେବେ।କେବେକେବେ ଗୁଡଦେଇ ଖଟା କରିଦେବୁ।ମୋ ପୁଅର ଏହା ବଡ ପସନ୍ଦ।ଆଉ ପାଚିଲେ ଏ ଆମ୍ବ ବହୁତ ମିଠା ହେବ।କଲମୀ ଆମ୍ବର ଚାରା ଇଏ।ମୋ ପୁଅର ଅଇଁଠା ଟାକୁଆକୁ ଲଗାଇଥିଲି।ବହୁତ ମିଠା ଆମ୍ବଥିଲା।ମିଠା ଆମ୍ବର ଟାକୁଆ ମାନ ବାଛି ବାଛି ବାଡିରେ ପକାଉଥିଲି।ସେଇ ଟାକୁଆରୁ ଏ ଗଛ ଉଠିଛି।ମୁଁ ଦିନେ ମରିଯିବି।ହେଲେ ଏ ଗଛ ରହିବ ମୋରି ସ୍ଥାନରେ।ଏ ଗଛରେ ଫଳହେଲେ ତୁମେ ମତେ ମନେ କରିବ।ମୋପରି ଆଦର ଓ ସେବା ଦେବ ଏ ଗଛ ତୁମମାନଙ୍କୁ ।


ବାହାର ରାସ୍ତାରୁ ଗୋବର ଗୋଟେଇ ଆଣି ମୁଁ ଏ ଗଛ ମୂଳରେ ଦେଇଛି।କୋଡା କୋଷା କରି ଏହାର ମୂଳକୁ ହାଲୁକା କରିଛି।ଘରେ ଯାହା ତରକାରି ଚୋପା ଆଦି ବାହାରୁଥିଲା ସବୁ ଏହାର ମୂଳରେ ଗଦା କରୁଥିଲି।ଯାହା କମ୍ପୋଷ୍ଟ ହୋଇ ଏହାର ଖାଦ୍ୟ ତିଆରି ହେଉଥିଲା।ପ୍ରତିଦିନ ସନ୍ଧ୍ୟାରେ ପାଣି ବାଲଟିଏ ଆଣି ଦେଉଥିଲି।ଗଛରେ ପୋକ ଲାଗିଲେ ପାଉଁଷ ନହେଲେ ଡିଡିଟି ଆଣି ପକାଉ ଥିଲି।ଦେଖିବୁ ମୋର ଏତିକି ଯତ୍ନର ପାଇଁ ସେ କେତେ ଋଣ ସୁଝିବ ତୁମର।ସମସ୍ତେ ବିଶ୍ବାସଘାତକ ହୋଇଯିବେ ହେଲେ ବୃକ୍ଷ କେବେ ବିଶ୍ବାସଘାତକ ହୁଏନି।ସେ ବଞ୍ଚିଥିବା ଯାଏ ନିଜକୁ ଉତ୍ସର୍ଗିତ କରିଦିଏ ପର ପାଇଁ।ସବୁ ଜୀବ ଜନ୍ତୁ ପାଇଁ ନିଜକୁ ଦାନ କରିଦିଏ।କିଏ ତାର ଡାଳପତ୍ର ଖାଏ।କିଏ ଫୁଲଫଳକୁ ଖାଏ।କିଏ ଚେର କୁ କାମରେ ଲଗାଏ।ତାର ଅଙ୍ଗରୁ ଔଷଧ ବାହାରେ।ଫୁଲରୁ ଅତର ବାହାରେ।ମହୁ ବାହାରେ ଫୁଲରୁ।ଜାଲେଣୀ କାଠ ଓ ଆସବାବପତ୍ର ତିଆରି ହୁଏ ତାର ଶୁଖିଲା କାଠରୁ ।

ତାର ରୋଷେଇକାମରେ ଅଦରକାରି ବିଷାକ୍ତ ଅଙ୍ଗାରକାମ୍ଲ କୁ ଖର୍ଚ୍ଚ କରି ନଷ୍ଟକରେ।ଆଉ ଶ୍ବାସକ୍ରିୟାରେ ଅମ୍ଲଜାନ ପ୍ରଦାନକରେ ଅନ୍ୟ ଜୀବଜଗତର ହିତରେ ଲାଗିବ ବୋଲି।ପରିବେଶକୁ ସୁସ୍ଥ ରଖେ ଏହି ଗଛ। ଏଗଛ ପାଇଁ ବର୍ଷାଆସେ। ପ୍ରକୃତିର ସୁନ୍ଦରତା ବଢାଏ ଏ ଗଛ।


ଗଛକୁ କେବେ କାଟି ନଷ୍ଟ କରିବ ନାହିଁ।ଆଜି ସେ ଛୋଟ ଅଛି ଦିନେ ବଡ ହେବ।ସେତେବେଳେ ତୁମ ଉପକାରର ଋଣ ସୁଝିବ ଏଗଛ ତା ଜୀବନ ଥିବାଯାଏ। ମନ୍ଦ ମନ୍ଦ ମଳୟରେ ଦୋଳାୟିତ ହୋଇ ବଉଳ ମାନେ ଯେମିତି ଏତେ ସବୁ କଥା କହୁଥିଲେ।ମଞ୍ଜୁଳା ଆଖିରେ ଲୁହ ଦୁଇବୁନ୍ଦା ଟଳମଳ ହେଉଥିଲା।

ତା ଶାଶୁଙ୍କ କଥା ମନେପଡୁଥିଲା ତାର।କେତେ ସ୍ନେହମୟୀ ଜନନୀ ଥିଲେ ସେ।ତାଙ୍କ ପାଖରୁ ସେ ସବୁ ଘରଚଳଣୀ ଶିଖିଛି।ବିବାହ ହୋଇ ଆସିଲା ବେଳେ କଣ ଆସୁଥିଲା ତାକୁ।ପାଞ୍ଚ ଜଣକ ପାଇଁ କେବେ କମ୍ ଚାଉଳ ଲଗାଇ ଦିଏତ କେବେ ଅଧିକା ଲଗାଏ।ସବୁ ଶାଶୁ ଶିଖେଇଲେ।ପିଠା ପାଗ ସବୁ କେମିତି ହୁଏ। କୋଉ ତରକାରି କେମିତି ରୋଷେଇ ହୁଏ ସବୁ ଶିଖେଇଥିଲେ।ମାନ୍ୟ ବ୍ୟବହାର ସବୁ ମାଆପରି ଶାଶୁ ଶିଖେଇଥିଲେ।ନିଜ ଝିଅପରି ଦେଖୁଥିଲେ ସେ।ତାରି ପାଖରେ ଥିଲେ ଶେଷ ଦିନରେ।ସେ ତାକୁ ମାଆ ସମ୍ବୋଧନ କରୁଥିଲେ।ଶେଷ ବେଳକୁ ଏକ କୁନୀ ଝିଅପରି ସେ ତାଙ୍କୁ ଗାଧୋଇ ଦେଉଥିଲା।ଖୁଆଇ ଦେଉଥିଲା।ନିଜର ଅନ୍ୟ ପୁଅ ବୋହୁ ଯଦିଓ ଥିଲେ ତଥାପି ସେ ତା ପାଖରେ ରହିବାକୁ ପସନ୍ଦ କରୁଥିଲେ ।ତାର ସ୍ବାମୀ ଓ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ।ପୁରାଣ ପାଠରେ ତାଙ୍କର ବିଶେଷ ଜ୍ଞାନ ଥିଲା।ସେ ସବୁବେଳେ ପୁରାଣ ଶୁଣନ୍ତି ଶଶ୍ବୁରଙ୍କ ପାଖରୁ ଯେତେବେଳେ ଶଶ୍ବୁରଥିଲେ।ପରେ ଟିଭିରେ ସବୁବେଳେ ପୌରାଣିକ କାହାଣୀ ଦେଖନ୍ତି।ମଞ୍ଜୁଳାକୁ ପୁରାଣର କୌଣସି ଚରିତ୍ର ବିଷୟରେ କିଛି ଜାଣିବାକୁ ହେଲେ ସେ ଶାଶୁଙ୍କୁ ପଚାରୁଥିଲା।ଶାଶୁ ସବୁ ପ୍ରଶ୍ନର ସଠିକ ଉତ୍ତର ଅତି ଶୀଘ୍ର କହିଦେଉଥିଲେ।

ସେ ଚାଲିଗଲା ପରେ ଘରଟା ଶୁନ୍ଶାନ୍ ଲାଗୁଥିଲା।ଏବେ ଆମ୍ବଗଛଟି ବଡ ହେଇଛି।ବଉଳ ଧରିଛି ଆଉ ତାଙ୍କ ଜାଗା ନେଇଛି।ସେ ଗଛ ଭିତରେ ସେ ଯେମିତି ଶାଶୁଙ୍କ ଅସ୍ତିତ୍ବ ଖୋଜି ପାଇଛି।



Rate this content
Log in

Similar oriya story from Children