Pratap Chandra Mishra

Inspirational

3  

Pratap Chandra Mishra

Inspirational

ବଟ ବୃକ୍ଷ

ବଟ ବୃକ୍ଷ

6 mins
171



ପ୍ରଭାତୀ ଚଞ୍ଚଳ ମନା ଝିଅଟେ । ଗାଆଁରେ ସାହି ପଡୋଶୀଙ୍କର ଅତି ପ୍ରିୟ । ବିପ୍ଳବପୁର ଗାଆଁରେ ମାଆ ଛେଉଣ୍ଡ ଝିଅଟେ । ବାପା ହିଁ ତାର ସର୍ବସ୍ୱ । ହସ ଖୁସିରେ ବାପାର ଦେଖାଶୁଣା କରିବା ସହ ସର୍ବଦା ଖୁସିରେ ଥାଏ । ଚାଷ କାମରେ ବାପାଙ୍କୁ ସାହାଯ୍ୟ କରେ । ମାଆ ଗଲା ପରେ ମାଉସୀ ଯତନ କରି ବଡ଼ କରିଛନ୍ତି । ବୁଦ୍ଧି ଜାଣିଲା ପରେ ବାପାଙ୍କ ତତ୍ତ୍ଵାବଧାନରେ ବଞ୍ଚି ଜୀବନ ବିତାଉଛି । ସାହି ପଡିଶା ଲୋକେ ବି ମାଆ ନଥିବା ଝିଅକୁ ଆଦର ସ୍ନେହ ନଜରରେ ଦେଖନ୍ତି । ଆର ସାହିର ଚମ୍ପାମାଉସୀ ଘରେ ପ୍ରଭାତୀ ଜହ୍ନମାମୁଁ । ଚମ୍ପା ମାଉସୀଙ୍କ ସ୍ଵାମୀ ଦୁଇ ବର୍ଷ ହେବ ଦେହତ୍ୟାଗ କରିଛନ୍ତି । ପୁଅ ଅଜଣା ବ୍ୟାଧିରେ ଆରପାରିରେ । ବୋହୂ ବି ସ୍ଵାମୀଙ୍କ ବିୟୋଗରେ ବେଶୀ ଦିନ ତିଷ୍ଠି ପାରିଲେ ନାହିଁ । କେବଳ ଚମ୍ପା ମାଉସୀ ନାତି ଟୋକାର ଆଶ୍ରୟରେ ଜୀବନ ବଞ୍ଚାଇ ରହିଛି । ଘରେ ଏକାକୀ ରହେ । ହେଲେ ତା ସାଙ୍ଗକୁ ପ୍ରଭାତୀ ଯୋଡ଼ି ହୋଇଯାଇଛି । କାରଣ ପ୍ରଭାତୀ ଚମ୍ପା ମାଉସୀର ନାତିକୁ ମନେ ମନେ ଭଲ ପାଇ ବସିଛି । ଅଞ୍ଜନ ବି ପ୍ରଭାତୀର ରୂପ ଗୁଣ ଦେଖି ମୋହ । ଦୁହେଁ ଯୌବନର ପ୍ରବାହରେ ପ୍ରବାହିତ । ଏ କଥା ଗାଆଁରେ ବି ସବୁ ଜାଣିଛନ୍ତି । ତେଣୁ ଦୁଇ ପରିବାର ମିଶି ଅଞ୍ଜନ ଓ ପ୍ରଭାତୀଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି । 

ଅଞ୍ଜନ ପାଠ ପଢାରେ ଧୂରିଣ ନ ହେଲେ ବି ମନ୍ଦ ନଥିଲା । ବାପା ମାଆ ଛେଉଣ୍ଡ ପିଲା ନିଜ ବିଦ୍ୟା ବୁଦ୍ଧି ବଳରେ ବି.ଏସ.ଏଫ୍.ରେ ଚାକିରୀ ଖଣ୍ଡିଏ ପାଇଛି । ସୁଦୂର କାଶ୍ମୀର ସୀମାରେ କାର୍ଯ୍ୟରତ । ଅଞ୍ଜନ ସ୍ଥିର କରି ଯାଇଛି ଆସନ୍ତା ବର୍ଷ ଛୁଟିରେ ଆସିଲେ ବିବାହ ଉତ୍ସବ ହେବ । ଜେଜେ ମାଆକୁ ନେଇ ସସ୍ତ୍ରୀକ ରହୁଥିବା କାର୍ଯ୍ୟ ରତ ସହରକୁ ଚାଲିଯିବ । ସମସ୍ତେ ଗାଆଁ ଛାଡି ଏକତ୍ର ଖୁସିରେ ରହିବେ । ଚାକିରୀ ମିଳିଲା ପରେ ଗାଆଁ ଛାଡି ଗଲାବେଳକୁ ପ୍ରଭାତୀକୁ କହି ଯାଇଥିଲା ଜେଜେମାଆଙ୍କ ଧ୍ୟାନ ରଖିବାକୁ ଏବଂ ଗଛ ଲଗାଇବାକୁ । କାରଣ ଅଞ୍ଜନର ଜେଜେ ମେଳାପୀ ବ୍ୟକ୍ତି ଥିଲେ । ଜମି ବାଡ଼ି କାମରେ ସେ ଧୁରନ୍ଧର । ତାଙ୍କ ଗୋଟିଏ ଏକର ଜମିରେ ଜେଜେ ବିଭିନ୍ନ ଔଷଧୀୟ ବୃକ୍ଷ,ଅନ୍ୟାନ୍ୟ ପରିବେଶ ଉପଜୋଗି ଗଛ ଲଗାଇ ବଣ ଭଳି ଭ୍ରମ ସୃଷ୍ଟି କରିବାକୁ ସଫଳ ହୋଇଥିଲେ । ସେ ଏଭଳି ରୁଚି ପିଲା ବେଳରୁ ରଖିଥିଲେ । ପରିବେଶ ସଂରକ୍ଷଣ ଭଳି ମହତ୍ ଉଦ୍ଦେଶ୍ୟ ବିଷୟରେ ବେଶ୍ ଅବଗତ ଥିଲେ । ତେଣୁ ସେ ବିପ୍ଳବପୁର ଗାଆଁର ମଝିରେ ଏକାନ୍ତ ଖୋଲା ଜାଗାରେ ବର ଓସ୍ତ ଦୁଇଟି ଗଛ ଲଗାଇଥିଲେ । କାଳ କ୍ରମେ ସେ ବିଶାଳ ବୃକ୍ଷ ହୋଇ ଗାଆଁ ପ୍ରବେଶ କରିବା ରାସ୍ତା ପ୍ରାରମ୍ଭରେ ଛକର ପରିଚୟ ସୃଷ୍ଟି ହୋଇଛି ଏବଂ ସେହି ଜାଗାକୁ ଅଞ୍ଜନଙ୍କ ଜେଜେଙ୍କ ଦ୍ଵାରା ରୋପିତ । ସେହି ଜାଗାକୁ ମଉସା ଓ ମାଉସୀଙ୍କ ସ୍ମରଣ ଉଦ୍ଦେଶ୍ୟରେ ସେ ଛକକୁ ଚମ୍ପା ବର ଛକ ବୋଲି କୁହନ୍ତି । 

ଏଇ ସ୍ୱଳ୍ପ ଦିନ ହେବ ଜେଜେ ସ୍ଵର୍ଗାରୋହଣ କରିଛନ୍ତି । ତେଣୁ ତାଙ୍କରି ସ୍ମରଣରେ ଖାଲି ଥିବା ଜାଗାରେ ଜେଜେଙ୍କ ଭଳି ଦୀର୍ଘ ସ୍ଥାୟୀ ବୃକ୍ଷ ରୋପଣ କରିବା ଅଭିଳାଷ ରଖି ପ୍ରଭାତୀକୁ କହି ଯାଇଥିଲା । ପ୍ରଭାତୀ ବି ଖୁବ୍ ଆଗ୍ରହ ସହକାରେ ଅଞ୍ଜନର କଥା ଗ୍ରହଣ କରି ଯେଉଁଠି ପାଉଥିଲା ସେଭଳି ସ୍ଥାନରେ ବିଭିନ୍ନ ଗଛର ବୀଜ ବପନ କରିବା ସରାଗରେ ଲିପ୍ତ ଥିଲା । ଏବଂ ଭଲ ସ୍ଥାନ ବି ସ୍ଵତନ୍ତ୍ର ଅଲଗା ସଂରକ୍ଷଣ କରିଥିଲା ବିବାହ ଦିବସରେ ବର ଓସ୍ତ ବୃକ୍ଷ ଦୁହେଁ ସ୍ମୃତି ସ୍ୱରୂପ ରୋପଣ କରି ବା ପାଇଁ । 


ବିଧିର ବିଧାନ କିଛି ଅଲଗା ଥିଲା । ସେଦିନ ପ୍ରଭାତୀ ଜେଜେମାଆଙ୍କ ଘରଜୁ ଯାଇଥିଲା । ଅଞ୍ଜନ ଫୋନରେ କଥା ହେଉଥିଲା । ସେତେବେଳେ ଚମ୍ପା ମାଆଙ୍କ ଠାରୁ ଫୋନ ଆଣି ମନଭରି ଗପିଥିଲା । ମନକୁ ବେଶ ହାଲକା କରି ଖୁସିରେ ବାପାଙ୍କ ପାଖକୁ ଫେରି ଆସିଥିଲା । କିନ୍ତୁ ସେଦିନ ରାତିରେ କାଶ୍ମୀର ବି.ଏସ.ଏଫ୍ କମାଣ୍ଡରଙ୍କ ସୂଚନା ପୁରା ଗାଆଁକୁ ସ୍ତବ୍ଧ କରି ଦେଇଥିଲା । କାରଣ ଅଞ୍ଜନ ସନ୍ଧ୍ୟାରେ ଡ୍ୟୁଟି କରୁଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଦେଶର ସୀମା ସୁରକ୍ଷା କରୁଥିବା ବେଳେ ସହିଦ ହୋଇଯାଇଥିଲା । ନିରବି ଯାଇଥିଲା ସେ ବିପ୍ଳବପୁର ଗାଆଁ । ପ୍ରଭାତୀ ସହ ସକାଳର ସେହି ନିବିଡ଼ ବାର୍ତ୍ତାଳାପ ଅଞ୍ଜନ ପାଇଁ ଶେଷ ଖୁସି ଥିଲା ଏବଂ ପ୍ରଭାତୀର ଯୌବନ ଲହରୀ ସେହିଠାରେ ଅଟକି ଯାଇଥିଲା । ପ୍ରଭାତୀ ଏକଦମ୍ ନିରବ, ନିର୍ବାକ ହୋଇ ସମୟ ସ୍ରୋତରେ ସେଇଠି ଅଟକି ଯାଇଥିଲା । କିଛି ବି ଭାବିବାକୁ ମତିସ୍କରେ ଆଉ ସ୍ଥାନ ନ ଥିଲା । ଗାଆଁରେ କାନ୍ଦ ବୋବାଳି ସହ ଦୁଃଖ ସାଗର ଲହରୀ ଢେଉ ମାରୁଥାଏ । ପ୍ରଭାତୀ ଆଖିରେ ଓ ମନରେ ଅଞ୍ଜନର ସହ ବିତାଇଥିବା ଗୋଟି ଗୋଟି ମୁହୂର୍ତ୍ତ,ବାର୍ତ୍ତାଳାପ ତିଳ ତିଳ ହୋଇ ଉଦ୍ଭାସିତ ହେଉଥାଏ । ଚମ୍ପା ମାଆ ବାରମ୍ବାର ମୂର୍ଚ୍ଛିତ ହେଉଥାଏ । ପ୍ରଭାତୀର ବାପା ଦୁହିଁଙ୍କୁ ଧୈର୍ଯ୍ୟ ଦେବାକୁ ଯାଇ ସାନ୍ୱ୍ ନା ଦେଉ ଥାନ୍ତି । ଗାଆଁ ଲୋକ ମାନେ ଶବ ଆସିବାକୁ ପ୍ରତୀକ୍ଷାରେ ଥିଲେ । 


ଦୁଇ ଦିନ ପରେ ସମ୍ମାନର ସହ ଅଞ୍ଜନର ମର ଶରୀର ଚମ୍ପା ବର ଛକରେ ପହଞ୍ଚିଲା । ନିର୍ଦ୍ଧାରିତ ହୋଇଥିବା ସହଧର୍ମିଣୀ ପ୍ରଭାତୀ ସ୍ତ୍ରୀ ହେବାର ନୀତି ନିୟମରେ ସାତ ଫେରରେ ଆବଦ୍ଧ ହୋଇନଥିଲା । କିନ୍ତୁ ମନ ପ୍ରାଣ ସବୁ ଅଞ୍ଜନ ପାଖରେ ସମର୍ପି ଦେଇଥିଲା । ବି.ଏସ୍.ଏଫ୍ ଅଧିକାରୀ ପୁଷ୍ପମାଲ୍ୟ ଦେବା ପାଇଁ ଓ ଶେଷ ଦର୍ଶନ ପାଇଁ ଆହ୍ୱାନ ଦେଲେ । ଚମ୍ପା ମାଆ ବହୁତ୍ କଷ୍ଟରେ ଅଞ୍ଜନର ମର ଶରୀର ପାଖକୁ ତାଙ୍କ ସ୍ଵାମୀ ରୋପଣ କରିଥିବା ସେହି ବଟ ବୃକ୍ଷ ଛକକୁ ଯାଇଥିଲେ । ତାଙ୍କ ସହ ପ୍ରଭାତୀ ବି ଯାଇଥିଲା । ସେଇଠି କୋହ ଭରା କଣ୍ଠରେ କାନ୍ଦୁଥିବା ପ୍ରଭାତୀର କ୍ରନ୍ଦନ ତାର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯେଉଁ ତାଡନା ଦେଇଥିଲା ଉକ୍ତ ପରିବେଶକୁ ଆହୁରି ଶୋକାକୁଳ ପରିସ୍ଥିତିକୁ ଗମ୍ଭୀର କରିଦେଇଥାଏ । 

 

ପ୍ରଭାତୀ ଚାବି ଦିଆ କଣ୍ଢେଇ ପରି ଉପସ୍ଥିତ ଥିବା ଜନ ସମୁଦାୟରେ ଆଗେଇ ଯାଉଥିଲା ପୁଷ୍ପ ମାଲ୍ୟ ତଥା ଶେଷ ଦର୍ଶନ କରିବା ପାଇଁ ଅଞ୍ଜନକୁ । ପାଖେଇ ଆସୁଥିବା ବେଳେ ମର ଶରୀର ପାଖକୁ ପ୍ରଭାତୀ ଭାବୁ ଥାଏ ଅଞ୍ଜନ କହିଥିବା କଥା ଓ ପ୍ରତିଶ୍ରୁତି । ଅଞ୍ଜନର ଶବ ଉପରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଦେଇ ଚରଣ ତଳେ ପିଟି ହୋଇ ଅଞ୍ଜନକୁ ଗୁମୁରି ଗୁମୁରି ସୁମରି ହେଉଛି । ଏତିକି ବେଳେ ବି ଏସ ଏଫ୍ ଅଧିକାରୀ ଓ ପ୍ରଭାତୀଙ୍କ ବାପା ଦୁହେଁ ପ୍ରଭାତୀକୁ ଆୟତ କରି ଥିଲେ । ଅଧିକାରୀ ଶେଷକୃତ୍ୟ ସମ୍ପନ୍ନ ପାଇଁ ଶବକୁ ନେଲା ବେଳେ ପ୍ରଭାତୀ ଜୋରରେ କହୁଥାଏ ତାର ମନର ମଣିଷକୁ ସେଇଠି ମର୍ଯ୍ୟାଦା ରୂପକ ସମାଧି ଦିଆଯାଉ ଯେଉଁଠି ଉଭୟ ସଂରକ୍ଷଣ କରିଥିଲେ ବଟ ଓସ୍ତ ବୃକ୍ଷ ରୋପଣ କରିବେ ବୋଲି । ସମସ୍ତେ ସେଇଆ ହିଁ ଆପଣେଇ ପ୍ରଭାତୀର କଥା ଗ୍ରହଣ କଲେ । ସେଇଠି ହିଁ ଶେଷକୃତ୍ୟ ସମସ୍ତ ମର୍ଯ୍ୟାଦା ସହ ସମାପନ କରାଯାଇଥିଲା । 


ପ୍ରଭାତୀର ସମସ୍ତ ଜୀବନ ଆକଳନ ଓଲଟ ପାଲଟ ହୋଇଯାଇଥିଲା । ଅଞ୍ଜନ ସବୁଦିନ ପାଇଁ ଯେଉଁଠି ବିଶ୍ରାମ ନେଇଥିଲେ ସେଇଠି, ପୂଣ୍ୟ ଶେଷ ବାଞ୍ଛା ପୂରଣ କରିବାକୁ ଯାଇ ପ୍ରଭାତୀ ବଟ ଓସ୍ତ ବୃକ୍ଷ ରୋପଣ କରି ଯତନ କରିବା ମନସ୍ଥ କରି ଥିଲା । ଚମ୍ପା ମାଆ ଓ ପ୍ରଭାତୀର ବାପା ଯେତେ ବୁଝାଇଲେ ବି ସେ ଆଉ କାହାକୁ ବିବାହ କରିବାକୁ ରାଜି ହୋଇ ନଥିଲା । ଜୀବନ ଚକ୍ର ଚଳାଇ ନେବା ପାଇଁ ସରକାରଙ୍କ ତରଫରୁ ଯାହା ଆର୍ଥିକ ଅନୁକମ୍ପା ପ୍ରାପ୍ତ ହେଲା ଚମ୍ପା ମାଆ ପ୍ରଭାତୀକୁ ହିଁ ନିଜ ଝିଅ ବୋଲି ସ୍ଵୀକୃତି ଦେଇଥିଲେ, ସେସବୁ ପ୍ରଭାତୀକୁ ସମର୍ପି ଦେଇ ଜୀବନ ଲୀଳାର ସମାପ୍ତି କରି ଥିଲେ । କାଳ କ୍ରମେ ପ୍ରଭାତୀର ବାପା ବି ଅସହ୍ୟ ଦୁଃଖ ସହିନପାରି ଆରପାରିକୁ ଚାଲି ଯାଇଥିଲେ । ପ୍ରଭାତୀ ଏକାକୀ ଚାଲିବା ନିଷ୍ପତ୍ତି ନେଇ ଅଞ୍ଜନ ଓ ତା ଜେଜେଙ୍କ ପଦାଙ୍କ ଅନୁସରଣ କରି ପରିବେଶ ସୁରକ୍ଷା ଚିନ୍ତାରେ ମଜ୍ଜି ଯାଇଥିଲା । ଅଞ୍ଜନ ଏ କବର ସ୍ଥାନରେ ଲଗାଇଥିବା ବୃକ୍ଷ ବଡ ହୋଇଯାଇଥିଲା । ପ୍ରଭାତୀ ସେ ଜାଗାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗଢି ଥିଲା । ସମାଜ ମଙ୍ଗଳରେ ତା ଅବଶିଷ୍ଟ ଜୀବନ ପ୍ରାପ୍ତ ଅନୁକମ୍ପା ରାଶି ଅଞ୍ଜନର ସଦୁପଯୋଗ କରି ବିତାଇବାକୁ ମନସ୍ଥ କରିଥିଲା । ସମାଜ ମଙ୍ଗଳ ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ ପାଇଁ ସରକାରୀ ସ୍ତରରେ ପ୍ରଭାତୀକୁ ଶ୍ରେଷ୍ଟ ପରିବେଶ ବିତ୍ ପୁରସ୍କାର ପାଇଁ ଯୋଗ୍ୟ କରାଯାଇ ସ୍ଥାନୀୟ ବ୍ଲକକୁ ସମ୍ମାନିତ କରିବାକୁ ନିମନ୍ତ୍ରିତ ହୋଇଥିଲା । ମନରେ ଅକୁହା ଦୁଃଖ ସହ ସେ ପୁରସ୍କାର ନେଉଥିବା ମଞ୍ଚରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ବେଳେ ପ୍ରଶ୍ନର ଶିକାର ହୋଇ ଉତ୍ତର ଦେଇ କହୁଥାଏ । ବିବାହ ନ କରିବା ଅନ୍ତରାଳର ବ୍ୟଥା ଓ ସୁଖ । ସେ କହୁଥାଏ ବିବାହ କଳା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ପ୍ରକୃତି କୋଳରେ ବଞ୍ଚି ଆଗକୁ ବଂଶ ପିଢ଼ି ବଢାଇ ବା ପାଇଁ ସନ୍ତାନ ସନ୍ତତିକୁ ଭୂପୃଷ୍ଠରେ ଜନ୍ମ ଦିଅନ୍ତି । ସେମାନଙ୍କର ଲାଳନ ପାଳନ କରନ୍ତି । ଇତ୍ୟାଦି । 

ମୁଁ ମୋର ଭାବି ସ୍ଵାମୀ ଓ ତାଙ୍କ ପୂର୍ବଜଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ । ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ସନ୍ତାନ ଉତ୍ପତ୍ତି କରିବା ସୌଭାଗ୍ୟ ମିଳିଲା ନାହିଁ ମାନବ ଦେହରେ କିନ୍ତୁ ମୋ ଜୀବନରେ ଅନେକ ଦ୍ରୁମ ସୃଷ୍ଟି କରି ବା ସୁଯୋଗ ପାଇଛି । ମୋର ସନ୍ତାନ ଭଳି ଲଗାଇ ଥିବା ବଟ ଓସ୍ତ ଗଛ ଆଜି ବିଶାଳ ଦ୍ରୁମ ହୋଇ ଅଞ୍ଜନଙ୍କୁ ସେଇଠି ସୁରକ୍ଷା ଦେଇଛି । ସେହି ବୃକ୍ଷରେ ଅନେକ ବିହଙ୍ଗ ପ୍ରାଣୀ ଆଶ୍ରୟ ନେଉଛନ୍ତି । ମାନବ ଦେହ ଧରି ସନ୍ତାନ କିଛି କାଳ ଦେହ ଧରି ସୃଷ୍ଟିରେ ରହିବ କିନ୍ତୁ ବୃକ୍ଷ କାଳ କାଳକୁ ଜୀବିତ ହୋଇ ରହିବ । ଯୁଗେ ଯୁଗେ ଅନେକ ପଶୁପକ୍ଷୀଙ୍କୁ ଆଶ୍ରୟ ଦେଇ ଚାଲି ଥିବ । ମଣିଷ ସ୍ୱାର୍ଥ ପୂରଣ ପାଇଁ ନିଜ ପିତା ମାତାଙ୍କ ସେବା ଭୁଲି ଯାଏ କିନ୍ତୁ ବୃକ୍ଷ ନିଃସ୍ୱାର୍ଥ ଭାବେ ମଣିଷର ଅନାଦି କାଳ ପର୍ଯ୍ୟନ୍ତ ସେବା ଯୋଗାଇ ପାରିବ ଓ ପ୍ରକୃତି ସୁରକ୍ଷାରେ ସହାୟକ ହୋଇ ତିଷ୍ଠି ପାରିବ । 


ଏତିକି ଶୁଣିଲା ବେଳକୁ ଉପସ୍ଥିତ ଜନତା କର ତାଳିରେ ମହୋଲକୁ ଅତ୍ୟନ୍ତ ରୋମାଞ୍ଚକର କରି ଦେଇଥିଲେ । ପ୍ରଭାତୀ ଅଞ୍ଜନର କୃତିକୁ ମନେ ପକାଇ ଲୁହ ଗଡ଼ାଇ ଥିଲା । ଜନତାଙ୍କ ନଜର ଆଢ଼ୁଆଳରୁ ନିଜକୁ ଲୁଚାଇ ଲୁହ ପୋଛି ସଭା ମଞ୍ଚରୁ ଓହ୍ଲାଇ ଆସୁଥିଲା । 


ସରକାରୀ ଅଧିକାରୀ ମାନେ ଭୂରି ଭୂରି ପ୍ରଶଂସାରେ ଯଶ ଗାନ କରିଥିଲେ ପ୍ରଭାତୀକୁ ଓ ସେ ପରିବେଶ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ପ୍ରେରଣା ଉତ୍ସାହିତ କରୁଥିଲା । 

୦୦୦୦୦୦୦୦୦୦୦୦୦୦



Rate this content
Log in

Similar oriya story from Inspirational