STORYMIRROR

SUKANTA KHANDA

Fantasy Others

3  

SUKANTA KHANDA

Fantasy Others

ବସନ୍ତ ଋତୁରେ ଦିନେ

ବସନ୍ତ ଋତୁରେ ଦିନେ

1 min
155


ମୁଁ କୁମୁଟିଆ ନଦୀ କୂଳକୁ ବୁଲି ଯାଇଥିଲି ଦେଖିଲି ଫୁଲଙ୍କ ହାଟ ବସିଛି ମହୁମାଛି ଓ ଭ୍ରମରଙ୍କ ପ୍ରେମରେ ଫୁଲମାନେ ଉତଫୁଲିତ। ପବନ ପାଖରେ ଥାଇ କାମନାର ବୀଜ ପେଲୁଥିଲା। ସୂର୍ଯ୍ଯଦେବ କନକ କିରଣରେ ଚହଲେଇ ଯାଉଥିଲେ ଚୌଦିଗେ।


    ମୁଁ ଏମାନଙ୍କ ପ୍ରେମ ଦେଖି ମସଗୁଲ ହୋଇଗଲି। ନିଜ ହୃଦୟରେ ଜାତ ହେଲା କାମନାର ଢେଉ ତ ସମ୍ଭାଳି ନ ପାରି ବସନ୍ତ ରାଣୀଙ୍କୁ ପଚାରିଲି-"ଏମିତି ହେବାର କାରଣ କ'ଣ?" ମୋର କଥାଶୁଣି ଯଥାଶୀଘ୍ର ମୋର ସଦୃଶ ଝିଅଟିଏ ସ୍ବର୍ଗରୁ ଓହ୍ଲାଇ ଆସି କହିଲା-" ତୁମେ ଛୋଟ ଅଛ ବୁଝିବାକୁ ଅସମର୍ଥ ହୋଇପାର କିନ୍ତୁ ଏହା ତ ମୋର ଧର୍ମ ଓ କର୍ମ। ମୁଁ ସର୍ବଦା ସଭିଙ୍କ ହୃଦୟରେ କାମନା ଜଗାଏ ତ ମୋତେ ସଭିଏଁ ଭୂରିଭୂରି ପ୍ରଶଂସା କରନ୍ତି ଓ ମୋର ମଧ୍ଯ ପୂଜା କରନ୍ତି।"


    ଝିଅଟି କହୁକହୁ କୁଆଡେ଼ ଚାଲିଗଲା କେଜାଣି? ମୁଁ ବହୁତ ଖୋଜିଲି ଓ ଡାକିଲି ହେଲେ ସେ ପାଖରେ ନ ଥିଲା କିନ୍ତୁ ଫୁଲଙ୍କ ସୁରଭିରେ ମୁଁ ଅତୀଷ୍ଟ ହୋଇ ଉଠୁଥିଲି। ହୃଦୟ କୋଣରୁ ଝରି ପଡୁଥିଲା ମହୁ ତ ନିଜକୁ ହେଜିଲି ଆଉ ଲଜ୍ଜାରେ କାହାକୁ ମୁହଁ ନ ଦେଖେଇ ଘରକୁ ଦୌଡି଼ ପଳେଇଲି।


ସତରେ ! ବସନ୍ତର କୁହୁକ ଅଛି ଯାହା ଜଡ଼ ଓ ପଥର ଦେହରୁ ବି ରସ ବାହାର କରିଦେଇ ପାରନ୍ତି ଆଉ ପ୍ରାଣୀ ବା ଉଦ୍ଭିଦ ତ ତାଙ୍କ ପାଖରେ ହିଁ ଛାର।


    ମୁଁ ଝରକା ପାଖରେ ଥାଇ ଦୁଇ ହାତ ଯୋଡି଼ ଦେଲି ତ ଦୂର ଦିଗବଳୟ ହାତଠାରି ଡାକିଲା କି ଆସୁନା ଫଗୁଣରେ ଫଗୁ ପରସ୍ପର ଲଗେଇ ହୋଇ ଖେଳିବା। ମୁଁ କିନ୍ତୁ ଲାଜେଇ ଗଲି କାଳେ ପୁଣି ହୃଦୟର ରସ ଚିପୁଡି଼ ଦେଇପାରନ୍ତି ସେହି ଭୟରେ ଖାଲି ଅପଲକ ନୟନରେ ଅନେଇ ରହିଲି,ବାସ ! 

          ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy