STORYMIRROR

Jayashree Behera

Romance

3  

Jayashree Behera

Romance

ବର୍ଷା

ବର୍ଷା

2 mins
180

ଝିପ୍ ଝିପ ବର୍ଷାରେ ଓଦା ହୋଇ ଗୋଟିଏ ଝଙ୍କାଳିଆ ଗଛ ମୂଳରେ ଠିଆ ହୋଇଗଲା ପୂଜା । ଭିଜା ଦେହରେ ଓଦା ପଣତଟିକୁ ସଜାଡୁ ସଜାଡୁ ଆଖିରୁ ଝରିଯାଉ ଥିଲା କେଇ ଟୋପା ଲୁହ । ଏମିତି ନିଜକୁ ସଜାଡୁ ସଜାଡୁ ବର୍ଷା କେତେ ବେଳେ ଯେ ଛାଡି ଯାଇଥିଲା ସେ ଅଜଣା ଥିଲା । ଚାଲନ୍ତୁ ମ୍ୟାଡାମ । ବର୍ଷା ଛାଡିଯାଇଛି ।ଆସନ୍ତୁ ମୁଁ ଛାଡିଦେବି । ସାମାନ୍ୟ ଇତସ୍ତତଃ ହୋଇ କହିଲା ନା ମୁଁ ଚାଲିଯିବି ।ଏଇ ପାଖରେ ଘର ଆମର । କିନ୍ତୁ କାନ୍ଦି ବାର ଦେଖିଛି ମୁଁ... କ'ଣ ହୋଇଛି... ଖରାପ ନ ଭାବି କହିବେ କି । କିଛି ନାହିଁ ବର୍ଷା ପାଣି । ସନ୍ଧ୍ୟା ହୋଇଯିବ ରାସ୍ତା ବି ସୁନ ସାନ ହୋଇଯିବ । ଚାଲନ୍ତୁ ଘରେ ଛାଡ଼ିଦେବି । ଆପଣଙ୍କର ଏତେ ଜିଦି କ'ଣ ପାଇଁ ଯାଆନ୍ତୁ , ମୋତେ ବିରକ୍ତ କରନ୍ତୁ ନାହିଁ । ଆପଣ କିଏ ମୋର ? ମୋ ପାଇଁ ଏତେ ଚିନ୍ତା କଣ ପାଇଁ । ଆସନ୍ତୁ... ଘରେ ଛାଡ଼ିଦେବି । ନିଛାଟିଆ ରାସ୍ତା ତେଣୁ ଚିନ୍ତା ଲାଗୁଛି ।

ନା ମୁଁ ଯିବିନି । କିନ୍ତୁ ନ ନେଇ ମୁଁ ବି ଯାଉନି ପୂଜା । ପୂଜା...

କିଏ ତୁମେ ,ମୋ ନାଁ କେମିତି ଜାଣିଲ । ସବୁ କହିବି ମୋ ସହ ଚାଲ । ସ୍କୁଲ ବେଳର ସାଙ୍ଗ ସାଗର । ଯିଏ କି ଟପର ।

ସ୍କୁଲରେ ଶିକ୍ଷକ ମାନଙ୍କର ଗେହ୍ଲା ପୁଅ । ଆଉ ସମସ୍ତଙ୍କର ପ୍ରିୟ ଥିଲା ସାଗର । କଣ କରୁଛ ପୂଜା... ମୋତେ ଚିହ୍ନିଲ କେମିତି ଆଗେ କୁହ ତମେ ତ ଯେମିତି ସେମିତି ପୂଜା । 

ସାଗର ତମେ କ'ଣ କରୁଛ । ମୁଁ ,କହିିିବି ତମ କାନ୍ଦି ବାର କାରଣ ଜାଣିବା ପରେ ଆରେ କିଛି ନାହିଁ ନା କହିବାକୁ ପଡ଼ିବ । ମୁଁ ଜଣକୁ ଭଲ ପାଉଥିଲି ତା ସହ ଲୁଚି ପଳେଇ ଆସିଥିଲି ବାହାହେବାର ପ୍ରତିଶ୍ରୁତି ଦେଇ ଠକି ଛାଡି ଚାଲିିିି ଗଲା ମୋତେ । ଭଲକରି ଜଣକୁ ନ ପରଖି ନ ବୁଝି ବିଚାରି କେମିତି ଏତେ ବଡ଼ ଭୂୂଲ କରି ପାରିଲୁ ପୂଜା। ଏ ଦୂନିଆ ଛଳନା ମୟ। ବିିିିଶ୍ୱାସରେ ବିିିଷ ଦେବେ । ଦୁୁନିଆ ଏମିତି ଏବେହେଇ ମୋ ଘର ହେଇଗଲା ପୂଜା ।...



Rate this content
Log in

Similar oriya story from Romance