ମାଆର ମମତା
ମାଆର ମମତା
ଢୁ ଢୁ ଖରାବେଳେ ଠାରେ ମାନସୀ ବାହାରିଲା ତାର ବାପା ଘରକୁ,କୋଳରେ ଛୋଟ ଛୁଆ, ଆଖିରେ ଧାର ଧାର ଲୁହ ବହି ଯାଉଥାଏ। ପଣତକାନି ଭିଜିସାରିଥାଏ ଆଖି ନାକରୁ ବହୁଥିବା ଲୁହ ଓ ସିଙ୍ଗାଣି ରେ। ଚାରିଆଡେ କୋରୋନାର ଭୟ ।କୋରୋନା ସମୟରେ କିଏ କୁଆଡେ ଯାଉଛନ୍ତି, ଛୋଟ ଛୁଆଟାକୁ ଏହି ଖରାବେଳଟାରେ ଧରି ଚାଲିଆସିଲେ। ତାର କିଛି ହେଇଥାନ୍ତା,ସହଜେ କୋରୋନା ସମୟ, କିଏ କାହା ଘରକୁ ଯାଉଛି,ତମେ ରାଗିକି ଘରୁ ବାହାରି ଆସିଲ। ଭାଉଜଙ୍କ କଥା ଚୁପ୍ ହୋଇ ଶୁଣୁଥାଏ । ମାନସୀ କିଛି କହିବା ପୂର୍ବରୁ ଖାଇବାକୁ ଡାକିଲେ ଭାଉଜ। ଯାଅ ଧୋଇ ହୋଇ ପଡ,ଖାଇକିି ସଅଳ ବାହାରିିିବାକୁ ପଡ଼ିବ ତମକୁ । ଭଲରେ ଆସିଥିଲେ ରହିିିଥାନ୍ତ ।ଏମିିିତି କଳିଝଗଡା କରି କେବେ ଆସିବ ନାହିଁ ।ସେଇଟା ତମଘର ।ମାନସୀ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।ମାଆ ଆସି ମଥାକୁ ଆଉଁସି ଦେଉ ଦେଉ କହିଲେ ,
ମନ ଉଣା କରନା ମାଆ, ଭାଉଜ କଥାରେ ଅଭିିିମାନ କରୁୁୁଛୁ,ଖାଇଦେ ଯା , ମୁଁ ଯିବି ମୋ ଝିଅକୁ ଛାଡିକି ଆସିବି ।ତୁ ରହ ତୋର ଯେତେ ଦିନ ଇଛା।ଏଇ ପଦକ କଥାରେ ଆଖିରୁ ଥପ କିିିନା ଲୁହ ବହିବା କମିିିଗଲା। ମାଆ କୋଳରେ ଶୋଇ ମନେ ମନେ ଭାବୁଥିଲ,। ସ୍ୱାମୀ ଯଦି ଆସନ୍ତି ତାହାଲେ ଫେରି ଯିବି ଘରକୁ,ଏଠି କାହିଁକି ଏତେ କଥା ଶୁଣିବି, କଳି କାହା ଘରେ ହେଉନାହିଁ। ଏତିକି ବେଳେ ମାଆ କହିଲେ ଯା ଛୁଆଟାକୁୁ ଖୁଆଇ ଦେ , ମୁଁ ତାକୁ ବୁୁୁୁଲେଇ ବୁୁୁୁଲେଇ ଶୁୁୁଆଇଦେବି ।
