ସୁନ୍ଦରୀ
ସୁନ୍ଦରୀ
କବାଟ ଆଢ଼ୁଆଳରେ ସୁନ୍ଦରୀ ଠିଆହୋଇ ଥିଲା।ବାପା ମା ଭାଇ ଭାଉଜଙ୍କ କଥା ସ୍ପଷ୍ଟ ଶୁଣିପାରୁଥିଲା ।ଯଉତୁକ ବାବଦକୁ ଏକ ଲକ୍ଷ ଟଙ୍କା ନେବେ, ମନ୍ଦିର ବାହାଘର,ଫର୍ଣ୍ଣିଚର,ଗହଣା ,ସାହି ପଡିଶା ବନ୍ଧୁ ବାନ୍ଧବଙ୍କ ଶାଢ଼ୀ, ଇତ୍ୟାଦି ଇତ୍ୟାଦି ଖର୍ଚ୍ଚ, ବାପା ଏତେ ଖର୍ଚ୍ଚ କରିବେ କେମିତି,ଭାଇର ବି କମ୍ପାନୀ ଚାକିରି, ଛୋଟ ଛୁଆ ତାର,
ଏସବୁ କଥା ଭାବି ଭାବି ସୁନ୍ଦରୀ ନଥ କିିିନା ବସିପଡ଼ିଲା ଚେୟାର ଉପରେ, ଝିଅ ଜନ୍ମ ଶାଶୁ ଘରକୁ । ସମସ୍ତେ ଖୋଜନ୍ତି ସୁନ୍ଦର ରୂପ ଗୁଣ ଥିବା ଝିଅଟିଏ । ମୁଁ କ'ଣ ସୁନ୍ଦର। ଜେଜିମା ମୋର ନାମ ଦେଇଛି ସୁନ୍ଦରୀ, ଅବଶ୍ୟ ମୁଁ ଏତେ ଦେଖିବାକୁ ଖରାପ ନୁହେଁ,ଗଢ଼ଣ ବହୁତ ସୁନ୍ଦର ହେଲେ କ'ଣ ହେବ ରଙ୍ଗ ତ କଳା ନା, ଉଚ୍ଚତା ଠିକ୍ ଅଛି । ସେଥିପାଇଁ ଏତେ ସବୁ ଝାମେଲା ଆରସାହିର ରେଣୁ ଗୋରୀୀ ସୁନ୍ଦରୀ ବୋଲି ବିିନା ଯଉତୁକରେ ବାହାଘର ହେଲା, ବରଘର ଲୋକମାନେ ଏକାଥରେ ଦେଖିକି ପସନ୍ଦ କରିଲେ।
ବହୁତ ଖୁସିରେ ଅଛି ଶାଶୁ ଘରେ ।ଜେଜିି ମାଆ କୁୁୁହେ ସବୁ ପରା ଭାଗ୍ୟ । ମୋର ରୂପ ପାଇଁ କ'ଣ ମୁଁ ଦାୟୀ ।କେତେ ଲୋକ ଆସନ୍ତି ଚା ଜଳଖିଆ ଖାଇକି ଯାନ୍ତି। ଖବର ପଠାନ୍ତି ଭଲଲୋକି ହାତରେ କଳାପିିିଲା, ପସନ୍ଦ ହେଉନାହି , ମୁଁ କ'ଣ ଗୋଟେ ଦ୍ରବ୍ୟ? କେତେ ଲୋକ ଆସିିକି ମୋତେ ଦେଖି କି ଯାନ୍ତି, ପରେ ମନା କରିିିିଦିଅନ୍ତି ।
ମାଆ ମୋର ବହୁତ ମନଦୁଃଖ କରେ, ଠାକୁରଙ୍କ ପାଖରେ ମାନସିକ କରେ, ହେଇ ଠାକୁରେ ତାର ଡାକ ଶୁଣି ଛନ୍ତି ହେଲେ କ'ଣ ହେବ .... ଯଉତୁକ ଲୋଭୀ, ମୋତେ ସେମାନେ କଣ ସ୍ନେହ କରିବେ, ମୋତେ ତାଙ୍କ ଝିିଅ ପରି ଭଲପାଇବା ଦେବେ? ପୋଡ଼଼ିି କି ଯଦି ମାରିଦେବେ ?
ମୋ ମାଆ ବହୁତ କାନ୍ଦିବ,ଜେଜି ମାଆ ବି,,ଭାଇ ଭାଉଜ ସମସ୍ତେ କାନ୍ଦିବେ ,ଆଉ ମୋ ବାପା ମୋତେ ଝୁରିଝୁରି.........
