STORYMIRROR

Jayashree Behera

Tragedy

3  

Jayashree Behera

Tragedy

ନୂତନ ସକାଳ

ନୂତନ ସକାଳ

1 min
117

ଜୀବନ ର ମାନେ କ'ଣ ଖାଲି ଦୁଃଖ ,ଲୁହ, ।ଭଲପାଇବା ମାନେ କ'ଣ ଧୋକା,ବିରହ ,ଯନ୍ତ୍ରଣା

ଏସବୁରୁ ମୁୁ୍କ୍ତି ପାଇବାକୁୁ ହେଲେ ଜୀବନକୁ ଘୃଣା କରିବାକୁ ପଡ଼ିବ , ନିଜର କଷ୍ଟ ସହିବାକୁ  ନୁହେଁ  ନିଜକୁ ଶେଷ କରିବାକୁ ପଡ଼ିବ । ଏମିତି ଅନେକ କଥା ଚିନ୍ତା କରୁ କରୁ ଧିରେ ଧିରେ ପାଦ ଦୁଇଟି ମଧ୍ୟ ଅଗ୍ରସର ହେଉଥାଏ ଆଗକୁ ଆଗକୁ। ମନ୍ଦିରର ଘାଣ୍ଟିର ଶବ୍ଦରେ ପ୍ରକୃତିସ୍ଥ ହେଲା ଶୋଭା ,ଏ କ'ଣ ମୁଁ ଏଠି । ଗହଳି ଭିତ ମୁୁଣ୍ଡିିିଆ ମାରି ଶୋଭା ଉଠି ବସିିିଲା ।  କ'ଣ କରିବ କୁଆଡେ ଯିବ ନା ଶେଷ କରିଦେବ ଜୀବନକୁ । କ'ଣ ବା ଅଛି ଏ ଜୀବନରେ ଯନ୍ତ୍ରଣା ଖାଲି ଯନ୍ତ୍ରଣା । ଗୋଟିଏ ଛୋଟ ଶିିିିଶୁର କାନ୍ଦିବା ସ୍ବର ଭାସି ଆସୁଥାଏ ।ଗହଳି ଭାଙ୍ଗି ଯାଇଥିଲା, ତାହାଲେ ଛୋଟ ପିଲାଟିିକୁ କ'ଣ କିଏ ଛାଡି ଦେଇ ଯାଇଛି । ଅନ୍ଧାର ଭିତରେ ଖୋଜିବାକୁ ଲାଗିଲା 

ଶୋଭା । ଗୋଟିଏ ଅଳିିଆ ଆବର୍ଜନା ଭିତରେ ନବଜାତ ଶିଶୁ । ମା କ'ଣ ଏମିତି କରିପାରେ !ଜୀବନ ଦାନ ନା ମରଣର ଶେଜରେ ଶିଶୁ । ଈଶ୍ଵରଙ୍କ ଏ କି ମାୟା, ଯିିଏ ମରିିିବା ପାଇଁ ବାଟ ଖୋଜୁଥିଲା ତା ପାଇଁ ଆଜି ଜିଇଁବା ପାଇଁ ରାସ୍ତା ମିଳିଗଲା । ନୂଆ ସକାଳ ଅପେକ୍ଷା କରିଛି ଆମ ପାଇଁ  । ଧନ୍ୟ ତମେ ମହାବାହୁ ।



Rate this content
Log in

Similar oriya story from Tragedy