STORYMIRROR

Jayashree Behera

Tragedy

3  

Jayashree Behera

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
334

 ଅନ୍ଧାର ଘର ଭିତରେ ଚୁପ୍ ହୋଇ ବସି ରହିଥିଲା ଲିସା।ଭୋକ ଶୋଷ ଭଲ ମନ୍ଦ ପିଲାମାନେ କଣ ଖାଇଲେ ପିଇଲେ କିଛି ବି ଜାଣି ବାରେ ତାର ଇଚ୍ଛା ନଥିଲା । ଜୀବନର ମାନେ କ'ଣ ଖାଲି ଦୁଃଖ, ଯନ୍ତ୍ରଣା ଆଉ କଷ୍ଟ । ଭଗବାନ ତାହାଲେ ଯାହା ପାଇଁ ଦୁଃଖ ଲେଖିଥାନ୍ତି ତାପାଇଁ ଖାଲି ଦୁଃଖ ଆଉ ଖୁସି ଯାହା ପାଇଁ ଲେଖିଥାନ୍ତି ତା'ର ଜୀବନରେ ଖାଲି ଖୁସି ।ସାତ ଦୀପ ହୋମ ଅଗ୍ନି ଆଉ ମନ୍ତ୍ରପାଠ ଆଜିବି ଆଖି ଆଗରେ ନାଚି ଯାଉଥିଲା ଲିସା ର।୧୨ ବର୍ଷ ର ସଂସାର ।ହସ ଖୁସି ଆଉ ମାନ ଅଭିମାନ ର ଦିନ ସବୁ ସ୍ମୃତି ହୋଇ ରହିଯାଇଛି ହୃଦୟରେ । ଅସୁମାରୀ ସ୍ବପ୍ନ ସବୁ ପାଣିଫୋଟକା ପରି ମିଳେଇ ଯାଇଥିଲା ।

ବୁକୁ ଫଟା ଲୁହ ଧାାର ଧାାର ବହିଯାଉ ଥିଲାା 

ଆଖି ର ଲୁହ ସବୁ କେବେ ଓଠ ତ କେତେବେଳେ ପଣତକାନି ଭିଜୁଥିଲା ।କେତେ ଯେ ରାତି ସେ ଶୋଇ ନପାରି ଜଳ ଜଳ କରି ଚାାହି ବସିଛି। ତାର ହିସାବ ନାହିଁ। ସ୍ବାମୀ ଙ୍କର ମୃତ୍ୟୁ ର ଦୁଃଖ ଅସହ୍ୟ ଲାଗୁଥିବା ସମୟରେ କ'ଣ ମଥାରୁ ସିନ୍ଦୂର ଆଉ ଦେହରୁ ଗହଣା କାଢିିିବା ନିହାତି ଆବଶ୍ୟକ । କ'ଣ ଏ ସବୁ କରିଲେେ ସ୍ବାମୀ ପୁୁଣିି ଫେରି ଆସିବେ।

କାହିଁକି ଏ ପ୍ରଥା । କାଲି ପର୍ଯ୍ୟନ୍ତ ଯିଏ ଶୁଭ ଥିଲା,ଆଜି ସିଏ ଅଶୁୁଭ,,ମଥାରେ ସିନ୍ଦୂର ଯାର ଦାଉ ଦାଉ  

ହୋଇ ଜଳୁ ଥିଲା ତାର ଆଜି ଶୁନ୍ୟ ମସ୍ତକ ।  ଦୁଃଖ ପରେ ଦୁଃଖ ହାତରୁ ଶଙ୍ଖା ମଥାରୁ ସିନ୍ଦୂର ଦେହରୁ ସବୁ ଗହଣା ବାହାର କରି ସମାଜ କ'ଣ ପାଏ। ସ୍ବାମୀ ର ମୃତ୍ୟୁ ର ଦୁଃଖ,,ତା ପରେ ହଠାତ୍ ଧଳା ସାଢି,,

ବିନା ଗହଣା ରେ ଦେହ ,ଦେଖି ଆଖି ର ଲୁୁହ କୁ ରୋକିହୁୁୁୁଏ ନା, ଦୋଷୀ କିିଏ ,ସମାଜ ନା ପ୍ରଥା ନାମରେ ଅନ୍ଧ ବିଶ୍ବାସ ।

ହୃଦୟ ର କୋହ ଆଉ ଅବ୍ୟକ୍ତ କୋହ ଭରା ଲୁହ କୁ ଦେଖି ବୁୁୁୁଝ ବାକୁ କ'ଣ ହୃଦୟ ଅଛି ଏ ସମାଜ ର ।  ଜଣେ

ବିଧବା ଆଉ ଜଣେ ସଧବା ଭିିିିତରେ ଆକାଶ ଆଉ ପାତାଳ ର ପ୍ରଭେଦ।


  



Rate this content
Log in

Similar oriya story from Tragedy