ଲାବଣ୍ୟବତୀ
ଲାବଣ୍ୟବତୀ
ଲାବଣ୍ୟ ରାତି ଅଧଟାରେ ଘରଛାଡି ଚାଲି ଆସିଛି।ସାଇ ପଡ଼ିଶାରେ ଚହଳ ପଡି ଯିବଣି ।ଶାବତ ମା ବାପାଙ୍କୁ ଗାଳିଗୁଲଜ କରୁଥିବ ,ବାପା ଚୁପଚାପ୍ ସବୁ ଶୁଣିବା ଛଡ଼ା ଆଉ କିଛି ବାଟ ନାହିଁ।
ବସଷ୍ଟାଣ୍ଡ ରେ ବସିପଡ଼ିଲା ଲାବଣ୍ୟ। ଗୋଟେ ଲମ୍ବା ନିିଃଶ୍ୱାସ ମାରି ପାଣି ପିିିଇଗଲା ପାଖ ଦୋକାନରୁ ।ଭାଇ ବସ କେତେବେଳେ ଆସିିବ । କୁଆଡେ଼ ଯିବ ମା ।ବାପା ଦେଇଥିବା ଠିକଣା ଟିିିକୁୁ ବାହାର କରିିିଲା ଲାବଣ୍ୟ ।
ଭୁବନେଶ୍ୱର ବସ୍ ରେ ଯିବାକୁ ପଡିବ ।ମା ବସ୍ ଏବେ ନାହିଁ ସକାଳେ ଅଛି । ଚମକି ପଡ଼ିଲା ଲାବଣ୍ୟ ,କ'ଣ କରିବ, ସକାଳ ପର୍ଯ୍ୟନ୍ତ କୋଉଠି ରହିବ। ସାବତ ମା ର ଗାଳି ମାଡ଼ ବରଂ ଭଲ ଥିଲା, ସୁରକ୍ଷିତ ଥିଲା ।
ଭୋକ ଶୋଷ ସବୁ ଉଭେଇ ଗଲା ।ଦେହ ଥରିବାକୁ ଲାଗିଲା। ଦୁଇ ହାତ ଉପରକୁ ଟେକି ଡାକିଲା ହେ ମହାବାହୁ ରକ୍ଷା କରମୋତେ। ଚାରିଆଡେ ଶୁୁୁନ୍ ଶାନ୍
କୁକୁର ମାନଙ୍କର ବିକଟାଳ କ୍ରନ୍ଦନ । ହଠାତ୍ ଶୁଭିିିଲା
କିଛି ଲୋକଙ୍କ କଥାବାର୍ତ୍ତା , ସେମାନେ ଚାଲି ଚାଲି ଯାଉଥାନ୍ତି ,ପାଦ ଏଠିି ବୋଲି ସେଠି ପଡୁଥାଏ । ଆଉ ଅଛପା ନଥିିିଲା ଲାବଣ୍ୟକୁ ଏମାନେ ସବୁ ନିଶାସକ୍ତ। ତାଙ୍କ ଭିତରୁ ଜଣେ କହିଲା ହେଇ ଦେଖ ଗୋଟେ ଝିଅ ବସିଛି ଏତେ ରାତିରେ ।
ଲାବଣ୍ୟ କିଛି ଭାବିବା ବେଳକୁ ସେମାନେ ତା ପାଖରେ ପହଞ୍ଚି ସାରିିିିିଥିଲେ ।ତା ହାତକୁ ଧରି ପକାଇଲା ଜଣେ , ଆଉଜଣେ ଗାଲକୁ ହାତ ବଢ଼ାଇ ବାକୁ ଚେଷ୍ଟା କରିବା କ୍ଷଣି
ଲାବଣ୍ୟ ଦଉଡି ବାକୁ ଲାଗିଲା । ଅଣନିଃଶ୍ବାସୀ ହୋଇ ପଛକୁ ଚାହିଁଲା ବେଳକୁ କେହି ନଥିଲେ। ମନ୍ଦିର ଗୋଟେ ପଡିିିଲା ।
ମନ୍ଦିରରେ ଆଶ୍ରୟ ନେଉ ନେଉ ଲାବଣ୍ୟ କହିଲା ଧନ୍ୟ ତୁମେ ଲୀଳାମୟ , ସକାଳ ପର୍ଯ୍ୟନ୍ତ ଦେଇ ଦେଲ ତମେ ଆଶ୍ରୟ ।
