STORYMIRROR

Pravat Kumar Mohapatra

Drama

3  

Pravat Kumar Mohapatra

Drama

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

2 mins
346

ଇନ୍ଦ୍ର ଶପତ ଦିନ ବୃଷ୍ଟି କଲା । ସେତ ପୁରାଣ କଥା । ଦ୍ୱାରିକା ଗଲା ଜଳରେ । ଗୋବିନ୍ଦ ଓ ଜଗନ୍ନାଥ ହୋଇ ବସିଲେ । ଏବେ ଆମର ପାଣିପାଗ ଅଫିସ୍ ଅଛି । କେବେ ବର୍ଷା ହେବ, ପବନ ବୋହିବ ଇତ୍ୟାଦି ସେ କହିଛି ଛାଡ ସେ କଥା । ସେମିତି ସେ ବର୍ଷ ପ୍ରାୟ ସାତଦିନ ଧରି ଝଡବର୍ଷା ହେଲା । ଇସ୍ କି ମଜା । ଗିରିଗୋବର୍ଦ୍ଧନ ପର୍ବତ ତ ନାହିଁ । ଆମର ଛାତ ଘର ବାଡ଼ିଆଡ଼କୁ ଆମ ଅଗଣାରୁୁ ବୋହି ଯାଉଥିବା ପାଣି । ପାଣିରେ ପାଣିରେ ପାଣି ଚାଲେ ଯିବା ଆଣି” ।


ବୋଉ ରୋଷେଇ ଘରେ ଆଉ ବାପା ତାଙ୍କ ଅଫିସ ରୁମ୍ ରେ ବାକି ମୁଁ ଓ ସାନ ଭାଇ ରୁବୁନା ଆମ ପଢାଘରେ କିଛି ସମୟତ ଆଉ କିଛି ସମୟ ଅଗଣାକୁ ନେଇ ଯାଇ ରଫଖାତାରେ କାଗଜ ଡଙ୍ଗା ଭସାଉ ଥାଏ । ବୋଉ ଚାହିଁଲା ବେଳକୁ ଆମେ ଆମ ପଢାଘରେ । ଭଲ ସେ ଚାଣକ୍ୟ ମହାପୁରୁ ବତେଇ ଦେଇଯାଇଛନ୍ତି ଯେ “ମାତା ଶତ୍ରୁ, ପିତା ବୈରୀ ଯେନ ବାଳ ନ ପଠିତ ।” କାହିଁ ଏଡେବଡ଼ ନିତିଶ୍ଳୋକ ଲେଖିଦେଲେ, କାହିଁକି ଏ ଝଡ ବର୍ଷାରେ ପିଲେ କଣ କରିବେ ଦୁଇଧାଡି ଲେଖିଦେଇଥିଲେ କଣ ତାଙ୍କ ଭାଗବତ ଅଶୁଦ୍ଧ ହୋଇଯାଇଥାନ୍ତା? ହଁ, ବା, ପୋଲିସ ତା ବାଟେ, ଆଉ ଚୋର ବି ତା ବାଟେ ବାଟେ ।


ମଝିରେ ମଝିରେ ଯାଇ ବୋଉକୁ ଯେତେ ତିନିଟା ବ୍ୟାକରଣ ପ୍ରଶ୍ନ ପଚାରି ଦେଲେ, ବୋଉ କହେ ଯାଅ ଏଠି ମୁଁ ରୋଷେଇ କରିବି ନା ତମ ପ୍ରଶ୍ନର ଉତ୍ତର ଦେବି । ଯାଅ ସେ ବାପାଙ୍କୁ ପଚାର” । ଓହୋ ବୋଉ ଯାଣିଲ ପିଲେ ପାଠ ପଢୁଛନ୍ତି । ବାସ ଚାଣକ୍ୟଙ୍କର ସେ ମାତା ଶତ୍ରୁଟା କାଟ ଖାଇଗଲା । ବାକି ବାପା, ସେତ ଅଫିସ୍ ଘରେ । ବୋଉ ଖାଇବାକୁ ଡାକିଲେ ଆସିବେ ନଚେତ ସେ ଅଫିସ୍ ଘରେ । ଯେତେ ଛାଡ ଆମ କାମରେ ଆମେ ଲାଗିଯାଉ ।

ସେତେବେଳେ ଏତେ ଅଦିନବର୍ଷା ହୁଏନା । ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ । ବାସ୍ ଧାଡି କି ଧାଡି ଋତୁ ଚକ୍ରର ପରିବର୍ତ୍ତନ ହୁଏ । କିନ୍ତୁ ହେମନ୍ତ ଋତୁଟାକୁ ଯମା ଆମେ ଭୋଗ କରିପାରୁ ନଥାଉ । ଗଙ୍ଗା ଯମୁନା ସରସ୍ୱତୀ ପରି ସରସ୍ୱତୀ ନଦୀ ଯେପରି ଜଣା ନ ପଡେ, ସେମିତି ହେମନ୍ତ ଋତୁଟା ଶରତ ଓ ଶୀତ ମଝିରେ କେତେବେଳେ ଯେ ଖସିଯାଏ ଆମ ନଜରକୁ ଆସେନା ।


ଗ୍ରୀଷ୍ମ, ପରେ ବର୍ଷା ଏଇଟା ଗୋଟାକ ପରେ ଗୋଟେ ଆସେ । ଶରତ ଋତୁଟା ପୁରା ଧରା ବି ପଡ଼େ । କାରଣ, “ଶରତ କାଳ ଜଳଦମାନ ନୀଳ ଗଗନେ ଭାସେ, କଦବା ଥରେ ବର୍ଷା ଝରେ ଏଇ ଅଷୀଣ ମାସେ । ଶୀତରେ ବୋଉ କମଳ ଘୋଡାଇ ଦିଏ ବସନ୍ତରେ ଫୁଲପତ୍ର ଫଳରେ ବସୁନ୍ଧରା ହସି ଉଠେ । ପ୍ରଜାପତି ଉଡେ, କଙ୍କି ପଛରେ ଆମେ ଦଉଡୁ ।


କିନ୍ତୁ ବର୍ଷା ଖାଲି ଆସେନି । ସାଙ୍ଗରେ ଝଡବେଳେ ଝଡିପୋକ, ବେଳେବେଳେ ବିଜୁଳି ଓ ଘଡଘଡ଼ି ଛାତି ଥରାଇ ଦିଏ । ବେଶୀ ବର୍ଷା ହେଲେ ବାପା ବଜାରକୁ ନଯାଇ ବଇଦାକୁ କହି ଭେଣ୍ଡି ଜହ୍ନି ବାଇଗଣ ଇତ୍ୟାଦି ଆଣିବାକୁ ବରାଦ କରନ୍ତି । ପୋଖରୀ ପାଣିରେ ପୁରିଯାଇଥାଏ । ବଇଦା ଦୁଇ ପୋଖରୀ ମଝିରେ ଡିଆଁ କରି ବଡ଼ମାଛ ଓ ମୁଗୁରା ବସାଇ ଛୋଟମାଛ ଓ ଚିଙ୍ଗୁଡି ନେଇ ଆସେ । ବୋଉ ଶାଗ ଆଣିବାକୁ ମନାକଲେ । ପୋଇଖାଡ଼ି ଆଣିବାକୁ ବରାଦ କରେ । ରାତିରେ ବାପା ଘରେ ପାଠ ପଢାନ୍ତି । ବାକି ସମୟ ସେ ଭାଗବତ ପଢନ୍ତି । ବୋଉର ଦିଅଁବସା ରୋଷେଇ ସରିଲେ ବାପାଙ୍କ ପାଖେ ବସି ଭାଗବତ ଶୁଣେ । ଆମକୁ ବାପା ପଢାଇ ସାରିଲା ପରେ ଆମେ ‘ଜହ୍ନମାମୁ’ ବହି ପଢୁ । ଘଡଘଡ଼ି, ଚଡଚଡ଼ି ମାରିଲେ ବୋଉ ବାହାରକୁ ଆସିବାକୁ ମନା କରେ । ଏଇ ବର୍ଷାରେ ଆମର ରେନିଡେ ହୋଇଯାଏ । କିଏ ବା ଯିବ ଗାଁ ଦାଣ୍ଡରେ ଅଣ୍ଟେ ଅଣ୍ଟେ ପାଣି । ଦିପହର ଖାଇବା ଜୋର ହେଲାପରେ ଆମେ ଟିକିଏ ଗଡିପଡୁ । ଆଉ ସଂଜବେଳକୁ ଥାଳିଆରେ ବୋଉ ରାଗଚୁଡାଭଜା ଭାଜି ଦେଇଯାଏ । ଏଇତ ଜୀବନ, ଏହା ତ ସ୍ମୃତି । ଯଦିଓ ଗ୍ରୀଷ୍ମରେ ଝାଉଁଳିଥିବା ଗଛ ସବୁ ବର୍ଷାରେ ମୁଣ୍ଡଟେକନ୍ତି କିନ୍ତୁ ପଦ୍ମଫୁଲ ଲୋପପାଏ । କବି କଣ ମିଛରେ ଲେଖିଛନ୍ତି ।

                                          

 ବରଷା କାଳ ଅଟେ ଉଦ୍ଭିଦ ମିତ୍ର

                                           

ମାତ୍ର ପଙ୍କଜ ମଲା ନୁହେଁ ବିଚିତ୍ର  । 


Rate this content
Log in

Similar oriya story from Drama