ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ବର୍ତ୍ତମାନ ଆଧୁନିକ ଯୁଗରେ ଭୂତ ପ୍ରେତ ଇତ୍ୟାଦିକୁ ବିଶ୍ୱାସ କରିବା ଏକ ନିର୍ବୋଧତା । ତେବେ ଏ ପର୍ଯ୍ୟନ୍ତ ପରିକ୍ତ ଗୃହ ରହିଛି ଯେଉଁଠିକି ଅତୃପ୍ତ ଆତ୍ମା ବାସ କରୁଥିବେ । ମୁଁ କେବେ ଅତୃପ୍ତ ଆତ୍ମା ସାମ୍ନାରେ ପଡିନାହିଁ । ଭଗବାନ କରନ୍ତୁ ଏପରି ପରିସ୍ଥିତି କେବେ ନ ଆସୁ । ଗାଁ ଗହଳି ଲୋକମାନେ ପାଖରେ ଏ ପ୍ରକାର ଚିନ୍ତାଧାର ପ୍ରଚୁର ମିଳେ । ଆଈ ନାତୁଣୀକୁ ଜେଜେନା ଅପାଠୁଆ କୁନି କୁନି ପିଲାଙ୍କୁ ଭିନ୍ନ ଭିନ୍ନ ଭୂତ ପ୍ରେତଙ୍କୁ ନେଇ ଗପ କହି ସମୟ କଟାନ୍ତି । ତେବେ ଏଗୁଡାକ କେବଳ ଗପ ।
ହେଲେ ଆଜି ମୁଁ ଏଇଠି ଯେଉଁ ଗପ କହୁଛି, ସେଇଟା ଗପ ହେଲେ ବି ସତ ଇଂରେଜ ଅମଳ ଘଟଣା । ସେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହାତରେ ଈକ୍ଟଗ୍ଧଷ ଔଙ୍କୟସମସବକ୍ସଚ୍ଚ ଓ ଋଙ୍ଘରମଙ୍କଗ୍ଧସଙ୍ଖର ଚକ୍ଟଙ୍ଗରକ୍ସ ଥିଲା । ସ୍ଥାନ କାଳ ମୋର ବି ହୋଇଗଲାଣି । କିନ୍ତୁ ମୋର ମନେଅଛି ସେହି ଜିଲ୍ଲାମାଜିଷ୍ଟ୍ରେଟଙ୍କ ନାମ । ସେଥିଲେ ହର୍ବାକ ସାହେବ । କଲେକ୍ଟର ବଙ୍ଗଳାଟି ଅତି ବଡ଼ ।
ଗରମ ଦିନ । ହର୍ବାକ ସାହେବ ତାଙ୍କର ଦୁଇ ଡାହାଳ କୁକୁର ଓ ଗୁଳିଭରା ବଂଧୁକ ଧରି କୋଠିର ବାହାରେ ଶୋଇଥିଲେ । ପାଖରେ ଗୋଟେ ବଡ ଟର୍ଚ୍ଚଲାଇଟ । ପରମ ପ୍ରତାପୀ, ଡରଭୟ ତାକୁ ମୋଟେ ନଥାଏ । ଦୁଇପେଟେ ବେଦେଶୀ ମଦିରା । ତାଙ୍କ ଆଖିରେ ନିଦ ଆଣିଥାଏ । ହଠାତ୍ କୁକୁର ଗୁଡାକ ବୋବାଇ ଉଠିଲେ । ହର୍ବାକ ସାହେବଙ୍କ ନିଦରେ ବ୍ୟାଘାତ ଦେଖାଦେଲା । ଖଟ ଉପରୁ ଉଠି କୁକୁର ଯେଉଁ ଆଡକୁ ଚାହିଁ ବୋବାଉଥିଲା, ସେ ଆଡକୁ ଚାହିଁ ରହିଲେ । ପ୍ରଭୁ ଭକ୍ତ କୁକୁର ତକ ଆଦେଶ ମାନି ଚୁପ୍ ରହିଲେ । ବଂଧୁକକୁ କାନ୍ଧରେ ପକାଇ ଓ ଟର୍ଚ୍ଚଲାଇଟକୁ ହାତରେ ଧରି କଲେକ୍ଟର ସାହେ ଆଗେଇଲେ । ଦେଖିଲେ ଜଣେ ନାରୀ । ଧଳା ଶାଢୀ ପିନ୍ଧି ହାତ ଯୋଡ଼ି ଠିଆ ହୋଇଛି । ଏହି ଅମା ଅନ୍ଧକାର ରାତିରେ । ସାହେବ ଆଉ ପେଟେ ପିଇ ଆଗେଇ ଚାଲିଲେ । ପ୍ରଭୁ ଭକ୍ତ କୁକୁର ଦୁଇଟି ଚୁପ୍ଚାପ୍ ସାହେବଙ୍କ ପଛରେ ଅନୁଗମନ କଲେ । କିଛି ବାଟ ଗଲାପରେ ନାରୀଟି ଗୋଟିଏ ସ୍ଥାନ ଦେଖାଇ ଉଭାନ୍ନ ହୋଇଗଲା । ହର୍ବାକ ସେହି ସ୍ଥାନଟିକୁ ଭଲଭାବେ ଚିହ୍ନଟ କରି କୋଠିକୁ ଫେରି ଆସିଲେ ।
ତା ଆରଦିନ ସକାଳୁ ପୋଲିସ ସାହେବଙ୍କୁ ଡକାଇଲେ । ପୋଲିସ ସାହେବ ସବୁଶୁଣି ତାଙ୍କର କନେଷ୍ଟବଳ ଡକାଇ ଖୋଳାଇଲେ । ବହୁତ ଖୋଳିଲା ପରେ ସେହି ସ୍ଥାନରୁ ଏକ କଙ୍କାଳର ଅସ୍ଥିତ୍ୟ ଦେଖାଗଲା । ତାପରେ ଜିଲ୍ଲାମାଜିଷ୍ଟ୍ରେଟ ସାହେବ ସେହି ଅଞ୍ଚଳର କୌଣସି ମର୍ଡର କେଶ ଯାହାକି ଟଦ୍ଭୟରଗ୍ଧରମଗ୍ଧରୟ ହୋଇନାହିଁ, ଖୋଜି ବାହାର କରିବାକୁ ଆଦେଶ ଦେଲେ । ଖୋଜାଖୋଜି ପରେ ସେହି ଟଦ୍ଭୟରଗ୍ଧରମଗ୍ଧରୟ କେଶ୍ରେ ଓଦ୍ଭଙ୍ଖରଗ୍ଦଗ୍ଧସଶବଗ୍ଧସକ୍ଟଦ୍ଭ ଆରମ୍ଭ ହେଲା । ଖୋଜାଲୋଡା ପରେ ଜଣା ପଡିଲା ଯେ ଜଣେ ଭାଇ ତାର ଭାଇକୁ ମାରି ସେହି ସ୍ଥାନରେ ପୋଡି ଦେଇଛି ।
ପୋଲିସ ଜିପରୁ ଇନସ୍ପେକ୍ଟର ବାହାରି ଦୂଆରେ ଠକ୍ ଠକ୍ କଲେ । ଦେଖିଲା ବେଳକୁ ଗୋଟିଏ ବୁଢା ଚମ ଧୁଡ ଧୁଡ ହୋଇ ଗଲାଣି, ଧାନ ପାଛୁଡୁ ଥିଲା । ପୋଲିସକୁ ଦେଖି ପାଖରେ ବସିଥିବା ପୁଅକୁ କହିଲା, ବାପାରେ ମୋର ବହୁଦିନ ପୂର୍ବରୁ ଯିବାର ଥିଲା ତୁ ଜନ୍ମ ନ ହେବା ପୂର୍ବରୁ ମୁଁ ମୋ ଭାଇକୁ ମାରି ପୋତି ଦେଇଥିଲି । ଚାଲନ୍ତୁ ପୋଲିସ ବାବୁ ଚାଲନ୍ତୁ । ମୋର ବହୁତ ପୂର୍ବରୁ ଯବାର ଥିଲା । ହର୍ବାକ୍ ସାହେବ ସବୁ ପ୍ରମାଣ ଓ ତାର ଉକ୍ଟଦ୍ଭଲଲରଗ୍ଦଗ୍ଦସକ୍ଟଦ୍ଭ କୁ ନେଇ ତାକୁ ଆଜିବନ କାରାଦଣ୍ଡ ଦେଲେ । ମୋ ବାପା ହର୍ବାକ ସାହେବ ବୁଢା ଙକ୍ସୟରକ୍ସକ୍ଷଚ୍ଚ ଠାରୁ ଶୁଣିଥିଲେ । ଗପନୁହେଁ ସେ ସତ ହିଁ ସତ ।

