STORYMIRROR

Pravat Kumar Mohapatra

Drama Classics Inspirational

3  

Pravat Kumar Mohapatra

Drama Classics Inspirational

ମାନବିକତା

ମାନବିକତା

2 mins
439

ଦେବତା, ମନୁଷ୍ୟ ପଶୁ ଓ ପକ୍ଷୀ ଏସବୁ ସେହି ଅନ୍ତର୍ଯ୍ୟାମୀଙ୍କ ସୃଷ୍ଟି । ହିନ୍ଦୁ ଚିନ୍ତାଧାରାରେ ସ୍ୱର୍ଗରେ ଦେବତା ବାସ କରନ୍ତି ଓ ପଶୁପକ୍ଷୀ ମନୁଷ୍ୟମାନେ ମର୍ତ୍ତ୍ୟରେ ଚଳାଚଳ କରନ୍ତି । ବିଭିନ୍ନ ଧର୍ମରେ ଦେବତାଙ୍କ ଚିନ୍ତାଧାରା ଅଲଗା ଅଲଗା । କାହାର ଦେବତା କେଉଁଠି ବାସ କରନ୍ତି ବା ଚଳାଚଳ କରନ୍ତି ସବୁ ସେମାନଙ୍କ ଭକ୍ତି ସହିତ ଜଡିତ । ଶିଖ୍ମାନଙ୍କର ଦେବତା ଗ୍ରନ୍ଥସାହେବ, ହିନ୍ଦୁମାନଙ୍କର ତେତିଶିକୋଟି ଦେବତା ଖ୍ରୀଷ୍ଟିଆନମାନଙ୍କର ଯୀଶୁଖ୍ରୀଷ୍ଟ ଓ ମୁସଲିମମାନଙ୍କର ଦେବତା ମକା ମଦିନାରେ ମହମ୍ମଦ ରୂପରେ ଅବସ୍ଥାପିତ ।

ତାପରେ ଜୀବ ପଶୁମାନଙ୍କ କଥା । ତାଙ୍କର ଦେବତା କିଏ ଆମେ ଜାଣୁନା । କୁକୁର ଙଦ୍ଭର ଗବଗ୍ଦଗ୍ଧରକ୍ସ ୟକ୍ଟଶ ପକ୍ଷୀଙ୍କର ଆକାଶ ହେଉଛି ଦେବତା । ସେମାନଙ୍କୁ ବାନ୍ଧି ରଖିଲେ ତାଙ୍କର ସ୍ୱାଧୀନତା ନଷ୍ଟ ହୁଏ । ଏତଗଲା ସବୁ ମଣିଷଜୀବଜନ୍ତୁଙ୍କ କଥା । କିନ୍ତୁ ଆମର ବିଷୟ ହେଉଛି ମାନବିକତା । ସେଇଟା କେବଳ ମାନବଠାରେ ହିଁ ଦେଖାଯାଏ । ଯାହାର ମାନବିକତା ଥାଏ ସେ ହେଉଛି ପ୍ରକୃତ ମଣିଷ । ପଶୁପକ୍ଷୀଙ୍କର ଭଲଗୁଣଥାଏ କିନ୍ତୁ ଏ ମାନବିକତା ବା ମାନବବାଦ ମଣିଷ ମାନଙ୍କ ଏକ ଅନନ୍ୟ ଗୁଣ । ଏହା ନଥିଲେ ସେମାନେ ପଶୁତୁଲ୍ୟ ।

ମାନବିକତାର ପ୍ରକୃତ ହେଉଛି ମନୁଷ୍ୟ ପଣିଆ । କେତେ ଯୋନି ଜନ୍ମ ହେଲା ପରେ ସେ ଏହି ଅମୂଲ୍ୟ ମାନବ ଜୀବନ ମଣିଷ ପାଇଥାଏ ।

“ବୁବୁକ୍ଷିତ କିଂ ନ କରୋତି ପାପ, କ୍ଷୀଣଜନା ନିସ୍କରୁଣା ଭବନ୍ତ”

। ଅର୍ଥାତ୍ ଏମାନଙ୍କ ପାଖରେ ସେ ମାନବିକତା ନାହିଁ ସେଇଟା ଠିକ୍ ନୁହେଁ । କାରଣ ଏହି ପୁରୁଷମାନେ ଯଥା ବୁବକ୍ଷତା, କ୍ଷୀଣଜନା ଏମାନଙ୍କ ଏହା ସହଜାତ ପ୍ରକୃତି । ଏମାନେ ବଦଳିବେ ନାହିଁ । କିନ୍ତୁ ଜୀବେ ଦୟା ଦୁଃଖି ହିତରେ ଠିଆ ହେବା ସେ ସବୁ ମାନବିକତାର ଏକ ଅଂଶ ବିଶେଷ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଲେଖିଛନ୍ତି, “ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷ ରାଷ୍ଟ୍ରପଦେ ରାଜଦ୍ୱାରେ ଶ୍ମଶାନେ ଶ୍ଚ ।”

ଯଃ ତିଷ୍ଠତି ସ ବାନ୍ଧବଃ । ଏଇଟା ବଂଧୁର କର୍ତ୍ତବ୍ୟ । ମଣିଷ ପଣିଆର ଆଉ ଗୋଟିଏ ସତ୍ୟ ଘଟଣା ବର୍ଣ୍ଣନା କରୁଅଛି । ଯେତେ ବେଳେ ପାକିସ୍ତାନ ଓ ହିନ୍ଦୁସ୍ତାନ ବିଭାଜନ ହେଲା ସେତେବେଳେ ସିନ୍ଧୁ ପ୍ରଦେଶରେ ଗୋଟିଏ ହିନ୍ଦୁ ପରିବାର ଓ ମୁସଲିମ୍ ପରିବାର ଏକାଠି ଭାଇ ଭାଇ ହୋଇ ଚଳୁଥିଲେ । କିନ୍ତୁ ହଠାତ୍ ଏହି ବିଭାଜନର ତାଣ୍ଡବଲୀଳା ଏତେ ବିଭତ୍ସ ହେଲା ଯେ ଯେଉଁ ହିନ୍ଦୁମାନେ ଭାରତକୁ ଆସୁଥିବା ଟ୍ରେନରେ ମୁସଲମାନ ଆସି ମଧ୍ୟ ନିର୍ଯ୍ୟାତନା ଦେଲେ । ଯେଉଁ ଦୁଇପରିବାର ଏକାଠି ଭାଇ ଭାଇ ହୋଇ ଚଳୁଥିଲେ ସେହି ମୁସଲମାନ ବ୍ୟକ୍ତି ଗୋଟିଏ ବ୍ୟାଗ ସହ ଅନ୍ୟ ମୁସଲମାନଙ୍କ ସାମନାରେ ଏହାଙ୍କୁ ଆକ୍ରମଣ କଲା । ହିନ୍ଦୁ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ଆରେ ଏ ଭାଇ ମୋତେ ଆକ୍ରମଣ କଲା । ଏହି ସମୟରେ ଟ୍ରେନଟି ପାକିସ୍ତାନ ଛାଡି ଭାରତକୁ ଆସିଲା । କିଛିବାଟ ଗଲାପରେ ପାକିସ୍ତାନ ପାସ କରିଯିବାରୁ ତାଙ୍କ ପାଖରେ ଲୁଚାହୋଇ ରହିଥିବା ବ୍ୟାଗ ଖୋଲିଲେ । ଦେଖିଲା ବେଳକୁ ସେ ବ୍ୟାଗରେ କିଛି ଶୁଖିଲା ଖାଦ୍ୟ ଜିନିଷ ଅଜସ୍ର ଭାରତୀୟ ମୁଦ୍ରା ଓ ଗୋଟିଏ ଚିଠି ଥିଲା । ସେ ଚିଠିରେ ଲେଖାଥିଲା ଭାଇ ଭଲରେ ପହଞ୍ଚିଲେ ମତେ ଚିଠି ଲେଖିବ । ଏହା ଦେଖି ଭାରତୀୟ ବଂଧୁ ଆଖିରୁ ଦୁଇ ବୁନ୍ଦା ଲୁହ ଗଡ଼ି ଗଲା । ପ୍ରକୃତରେ ସେହି ମୁସଲମାନର ଆକ୍ରମଣ ମିଥ୍ୟା । ଗୋଟିଏ ମିଥ୍ୟା ଛଳନା କରି ସେ ବ୍ୟାଗଟି ଥୋଇଦେଇ ଯାଇଛି । ଏଇ ହେଉଛି ମାନବିକତା ବା ମାନବବାଦ । ଧନ୍ୟ ସେ ମୁସଲମାନ ଭାଇର ମାନବିକତା । ରାଷ୍ଟ୍ର ବିପ୍ଳବରେ ସେ ହିଁ ଛଦ୍ମବେଶରେ ସାହାଯ୍ୟ କରିଥିଲା । ଏହାଠୁ ବଳି ମାନବିକତାର କଣ ଉଦାହରଣ ହୋଇପାରେ ।


Rate this content
Log in

Similar oriya story from Drama