Pravat Kumar Mohapatra

Drama Classics

4.2  

Pravat Kumar Mohapatra

Drama Classics

ଅତିଥି

ଅତିଥି

2 mins
401


ଅତିଥି । ଏହା ଏକ ସୁଚିନ୍ତିତ ଶବ୍ଦ । ସେଥିପାଇଁ କୁହାଯାଇଅଛି ଅତିଥି ଦେବୋ ଭବଃ । ଅତିଥିକୁ ଅବହେଳା କରାଯାଏ ନାହିଁ । ଏହାଙ୍କୁ ଅବହେଳା କଲେ ସବୁ ଧର୍ମରେ ବିଶ୍ୱାସ ସେହିଧର୍ମର ଦେବତା ରିଷ୍ଟ ହେବେ । ଯାହାଅଛି ଅତିଥିକୁ ଦାନକର । ସେଥିପାଇଁ ବାକ୍ୟ ଅଛି ଯେ,

ବଳିଦାତା, କର୍ଣ୍ଣଦାତା ଦାତା ଜୀମୁତ ବାହାନ

ହରଶ୍ଚନ୍ଦ୍ର ସର୍ବଦାତା ମୋକ୍ଷଦାତା ଜନାର୍ଦ୍ଦନ”

ମୁଁ ଯେଉଁ ବିଷୟ ଅବସ୍ଥାପିତ କରୁଛି, ଏହା ଏକ ସତ୍ୟକାହାଣୀ । ମୋର ନନା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଥରେ ଆମ ଗ୍ରାମରେ ଆଚାର୍ଯ୍ୟ ହରିହରଙ୍କ ଅଧ୍ୟକ୍ଷତା ଏକ ସଭା ହେବାର ଥିଲା । ନନାଙ୍କର ବି ସେଠାକୁ ଯିବାକୁ ଥିଲା । ସେ ଦାଣ୍ଡ ଦୁଆରେ ଠିଆ ହୋଇଛନ୍ତି, ଏହି ସମୟରେ ଆଚାର୍ଯ୍ୟ ହରିହର ତାଙ୍କର ଜଣେ ସହକର୍ମରୀ ସଙ୍ଗେ ଆସିଲେ । ସେ ମୋ ନନାଙ୍କୁ ଦେଖି କହିଲେ “ଆରେ ଗୋପୀ ଆଜି ମୁଁ ତୋ ଘରେ ଖାଇବି” କହି ସେ ସଭାକୁ ଚାଲିଗଲେ । ମୋର ନନା ଗୋପୀନାଥ ମହାପାତ୍ର ଘର ଭିତରକୁ ଆସି ମୋର ବୋଉକୁ ଆଚାର୍ଯ୍ୟହରିହର ଆଜି ଆମ ଘରେ ଖାଇବେ ବୋଲି କହିଲେ । ବୋଉ ମୋର କିପରି ଅବ୍ୟସ୍ଥାରେ ଥିଲେ କେଜାଣି, କହିଲେ ମୁଁ ସବୁବେଳେ ତୁମର ସେ ଲୋକମାନଙ୍କ ରୋଷେଇ କରିପାରିବି ନାହିଁ ବୋଲି ରୋକଠୋକ୍ ମନା କରିଦେଲେ ନନା ବଡ଼ ବ୍ୟସ୍ତ ହୋଇଗଲେ । ମନବ୍ୟସ୍ତରେ ସେ ସଭାସ୍ଥଳକୁ ଗଲେ । ଏହି ସମୟରେ ମୋର ବଡ଼ଭାଇନା ଯେକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ସେ ଘରକୁ ଆସିଲେ । ସେ ଆସି ପହଞ୍ଚିଲା ବେଳକୁ ବୋଉ ଗାରୁଗାରୁ ହେଉଥିଲେ । ଭାଇନା ପଚାରିଲେ ବୋଉ ତୁ ଏପରି କାହିଁକି ହେଉଛୁ । କଣ ହେଲାକି ? ବୋଉ କହିଲା, କିଛି ନାହିଁ ନନା ଆଚାର୍ଯ୍ୟ ହରିହରଙ୍କ ପାଇଁ ଖାଇବା ବ୍ୟବସ୍ଥା ପାଇଁ କହିଥିଲେ, ମୁଁ ମନା କରିଦେଲି । ଏକଥା ଶୁଣି ବଡ଼ ଭାଇନା କହିଲେ “ବୋଉ ତୁ କଣ କଲୁ, ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ହୋଇ ସେ ଦେବତା ତୁଲ୍ୟ, ପଞ୍ଚସଖାଆଚାର୍ଯ୍ୟ ହରିହରକୁ ଗଣ୍ଡେ ଖାଇବାକୁ ଦେବାକୁ ମନା କରିଦେଲୁ । ଇସ୍, ସେ କେଉଁ ଖିରି ଖେଚେଡି ତୋତେ ମାଗିଲେ । ମୋର ବୋଉ ଏକଥା ଶୁଣି ଭାରି ବ୍ୟସ୍ତ ହୋଇପଡିଲେ “କହିଲେ ହେ ଭଗବାନ୍ ମୁଁ କାହିଁ ଏପରି ଭୂଲ କଲି । ପ୍ରଫୁଲ୍ଲ ଦୌଡ ଦୌଡ ନନା ସଭାସ୍ଥଳରେ ପହଞ୍ଚି ନ ଥିବେ । ତାଙ୍କୁ କହିବୁ ସେ ଆଚାର୍ଯ୍ୟ ପାଇଁ ରୋଷେଇ କରିଦେବ । ନନା ଶୁଣି ଭାରି ଖୁସି ହୋଇଗଲେ । ସେ ସଭାସ୍ଥଳ ଚାଲିଗଲେ ଓ ପୁଅକୁ କହିଲେ ବାପା ବାଡିଆଡୁ ଯୋଡିଏ ଭଲ କଦଳୀପତ୍ର ଆଣିବୁ ।

ବାସ୍ ବୋଉର ଗୋଡ ଯୋରରେ ପଡ଼ିଲା । ଚୁଲି ଜଳିଲା ଅରୁଆ ଭାତ, ଡାଲେମା, ଖଟା ଶାଗ ଇତ୍ୟାଦି ରୋଷେଇ ହେଲା । ନନା ଆଚାର୍ଯ୍ୟ ମହାଶୟ ଆଉ ତାଙ୍କ ସାଙ୍ଗରେ ଥିବା ଯୁବକଟି ଆସିଲେ । ବୋଉ ଓ ଆମେ ସବୁ ପିଲାଏ ତାଙ୍କ ଗୋଡତଳେ ମୁଣ୍ଡିଆ ମାରିଲୁ । ବୋଉ ଏବେ ଉତ୍ଫୁଲ୍ଲିତ ହୋଇଯାଇଥିଲେ ଯେ ତାଙ୍କ ଗୋଡ ତଳେ ଲାଗୁ ନଥାଏ । ଆଚାର୍ଯ୍ୟ ମହାଶୟ ଓ ତାଙ୍କ ସହକର୍ମୀ ଗୋଡହାତଧୋଇ ଖାଇ ବସିଲେ । ବୋଉ ସବୁ ଆନନ୍ଦରେ କଦଳୀପତ୍ରରେ ବାଢିଦେଲେ । ନନା ଚୁପ୍ କରି ବୋଉକୁ କହି ଦେଇଥିଲେ ଯେ ସେ ଦ୍ୱିତୀୟ ବାର ମାଗନ୍ତି ନାହିଁ ଏବଂ ପତ୍ରରେ କିଛି ଛାଡନ୍ତି ନାହିଁ । ବୋଉ ସୁନ୍ଦର ଭାବରେ ବାଢିଦେଲେ । ଆଚାର୍ଯ୍ୟ ମହାଶୟ ଅତି ଆନନ୍ଦରେ ଖାଇଲେ ଓ ଗଲାବେଳେ ସମସ୍ତଙ୍କୁ ଆଶିର୍ବାଦ କରି ସଭାସ୍ଥଳକୁ ଚାଲିଗଲେ । ନନା କହିଲେ ଆପଣ ଯାନ୍ତୁ, ମୁଁ ପରେ ପରେ ପହଞ୍ଚୁଛି ।

ବୋଉ କାନ୍ଦି ପକାଇଲେ ଓ କହିଲେ ତୁମେ ଏପରି ଦେବତୁଲ୍ୟ ଅତିଥିଙ୍କ ବିଷୟରେ ବୁଝାଇ କହିଲ ନାହିଁ କାହିଁକି ? ନନା କହିଲେ ହଉ ବାଢ, ମୁଁ ସଭାକୁ ଯିବି । ପିଲାମାନେ ବି ସମସ୍ତେ ଖାଇ ବସିଲେ । ସତରେ ମୋର ସେ ଦିନ ଖାଇବାଟା ଅତି ସୁସ୍ୱାଦୁକର ହୋଇଥିଲା ।

ସତରେ ମୁନିଋଷିମାନେ ଠିକ୍ କହିଛନ୍ତି ଅତିଥି ଦେବୋ ଭବଃ ।


Rate this content
Log in

Similar oriya story from Drama