STORYMIRROR

Pravat Kumar Mohapatra

Drama Classics Inspirational

3  

Pravat Kumar Mohapatra

Drama Classics Inspirational

ନାସ୍ତିକ

ନାସ୍ତିକ

1 min
356

ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କୁ ନାସ୍ତିକ କୁହାଯାଏ । କିନ୍ତୁ ସାଧୁବାଣୀର ଏହି ଗଳ୍ପଟି ସମସ୍ତଙ୍କ ମନକୁ ପାଇବ ।

ଥରେ ଜଣେ ସାଧୁ ଗୋଟିଏ କୁଟୀର କରି ସେମାନଙ୍କ ଶିଷ୍ୟଙ୍କୁ ଭଗବତ୍ ବାଣୀ ଶୁଣାଉଥିଲେ । ହଠାତ୍ ତାଙ୍କ କୁଟୀର ଆଗସାମନାରେ ଜଣେ ମୁସଲମାନ ଭଦ୍ରବ୍ୟକ୍ତି ତାର ଗରାଖକୁ ମାଂସ କାଟି ଯୋଗାଉଥିଲା । ତାକୁ ଭଗବାନ ବିଷୟରେ ପଚାରିଲେ ସେ କହେ ଭଗବାନ କଣ ମୁଁ ଜାଣେନା । ସେପରି କୌଣସି ବ୍ୟକ୍ତି ବିଶେଷ ଏ ଦୁନିଆଁ କି କେଉଁ ଦୁନିଆଁରେ ନାହାନ୍ତି । ରଖ ତୁମ ଭଗବାନଙ୍କ “କର୍ମ ମୋହର ନିଜ ଗୁରୁ’ ଏକଥା ସାଧୁଙ୍କୁ ଭାରି ବାଧିଲା । ତେଣୁ ଯେତେ ଲୋକ ସାଧୁଙ୍କ ପାଖକୁ ଆସନ୍ତି ସେ ସେମାନଙ୍କୁ କହନ୍ତି “ ଏ ମୁସଲମାନ ମାନଙ୍କୁ ଏଠୁ ହଟାଅ” । ତାଙ୍କ ମନରେ ଏହି ମୁସଲମାନ ହଟାଇବାକୁ ସବୁବେଳେ ଆନ୍ଦୋଳିତ ହେଲା । ଏହା ଫଳରେ ତାଙ୍କର ମାଳଗଡାରେ ବ୍ୟାଘାତ ଆସିଲା । କିନ୍ତୁ ମୁସଲମାନ ଭଦ୍ରବ୍ୟକ୍ତି ସେ ଭଗବାନଙ୍କୁ କେବେ ମାନିଲା ନାହିଁ । ତାର ଚାକୁର ଧାର ଦେଖି ତାକୁ ହଟାଇବାକୁ କେହି ସାହସ କଲେ ନାହିଁ ।

ଏହା ଭିତରେ ଦିନପରେ ଦିନ କଟିଲା । ସାଧୁ ଓ ମୁସଲମାନ ଭଦ୍ରବ୍ୟକ୍ତି ମୃତୁ୍ୟବରଣ କଲେ । ସାଧୁ ଯାଇ ସ୍ୱର୍ଗଲୋକରେ ଦେଖିଲା ବେଳକୁ ସେହି ମୁସଲମାନଙ୍କ ଆତ୍ମା ସେ ସ୍ୱର୍ଗଲୋକର ଆଗରେ ରହିଛି । ସାଧୁ ବିଷ୍ଣୁଙ୍କ ଦୂତ ମାନଙ୍କୁୁ ପଚାରିବାରୁ ବିଷ୍ଣୁ ଦୂତମାନେ କହିଲେ ତୁମେ ତ ମୁସଲମାନଙ୍କୁ ହଟାଇବା ପାଇଁ ବେଶୀ ଚିନ୍ତା କଲ । ଭଗବାନଙ୍କ ନା ଧରିଲ ନାହିଁ । ସେ ତ ଭଗବାନ କେହି ନାହିଁ କହି ଭଗବାନଙ୍କ ନାମ ବେଶୀ ଧରୁଥିଲେ । ସେଥିପାଇଁ ତାର ସ୍ଥାନ ଆଗରେ ରହିଲା । ସାଧୁ ଏଇଠୁ ବୁଝିଲେ ଆରେ ମୁଁ ଯେଉଁ ଭାବୁଛି ସେ ନାସ୍ତିକ ବୋଲି ତାହା ଭୂଲ୍ ଅଟେ । ପ୍ରକୃତରେ କର୍ମ ମୋହର ନିଜଗୁରୁ, ଉଦ୍ଧବ କେତେ ତୁ ପଚାରୁ । ତେଣୁ ନାସ୍ତିକ ବୋଲି ଯେଉଁ ଶବ୍ଦ ସେ ଏକ ଭାବନା ମାତ୍ର ।


Rate this content
Log in

Similar oriya story from Drama