ପାରିବାରିକ କଳହ
ପାରିବାରିକ କଳହ
ଦିନ ଥିଲା ଋଷିମୁନି ବାକ୍ୟ ଅନ୍ୟଥା ହେଉନଥିଲା । କୁହାଯାଇଛି ଯେ, ଋଷି ଶ୍ରାଦେ୍ଧ, ଅଜ ଯୁଦେ୍ଧ ପ୍ରଭାତେ ମେଘ ଡମ୍ବରୁ ଦାମ୍ପତ୍ୟ କଳହ ଛୈନ୍ର ବହୁ ଆଡମ୍ବରରେ ଲଘୁକି୍ରୟା । ସତରେ ଉପରବର୍ଣ୍ଣିତ ସବୁଗୁଡାକ ବହୁ ଆଡମ୍ବରରେ ହେଲେ ମଧ୍ୟ ଏ ଯୁଗରେ ସେ ସବୁ ବଦଳି ଗଲାଣି । ବିଶ୍ୱାସ କରନ୍ତୁ ବା ନକରନ୍ତୁ ଖୋର୍ଦ୍ଧାରେ ଏପରି ଏକ ପରିବାର ଅଛି ସେହି ପାରିବାରରେ ନାତି ଅଣନାତି ପଣନାତି ଧରି ଶହେରୁ ଅଧିକ ପିଲାଝିଲା ସ୍ୱାମୀ ସ୍ତ୍ରୀ ସମସ୍ତେ ଏକାଠି ଅଛନ୍ତି । କାହା କାହା ଭିତରେ କଳି ଝଗଡା ନାହିଁ । ବଡ଼ ବଡ ହଣ୍ଡା ବସି ଘରେ ଯାହା ରୋଷେି ହେବ ସେୟା ଖାଇ ସନ୍ତୁଷ୍ଟ ହୁଅନ୍ତି । ପ୍ରତ୍ୟେକ ଭିତରେ ସ୍ନେହ, ଭାତ୍ରୁ ଭାବ ଓ ଭାଇଚାରାର ପ୍ରତ୍ୟେକ୍ଷ ପ୍ରମାଣ ହେଉଛି ଖୋର୍ଦ୍ଧାର ସେ ପରିବାରରେ । ଅବଶ୍ୟ ସେ ଏକ ବ୍ୟତିରେକ ମାତ୍ର ।
ଏତେ କିନ୍ତୁ ଦେଖଯାଉଛି ବହୁ ପରିବାରରେ କଳହ, ଅବ୍ୟବସ୍ଥା ଓ ଅସ୍ଥିରତା । ଏହାର ଏକମାତ୍ର କାରଣ, “ପାଖରେ ଶୁଏ, କାନରେ କୁହେ, ତାକଥା କେବେ ଅନ୍ୟଥା ହୁଏ” । ଦିନଥିଲା ସେହି ଭାଇ ଆର ଭାଇ ନ ଦେଖିଲେ ସେ ରହିପାରୁ ନଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ଏହି ପାଖରେ ଶୁଏ ଚରିତ୍ର ଅସଂଯତ ହେବାରୁ ପରିବାର ଧ୍ୱ ସହ ହେବାକୁ ଗଲାଣି । ସେ କାଳର କାହାଣୀ । “ଦୁଧ ପିଇବ ଘରେ ଥିଲେ ଗାଈ ଯୁଦ୍ଧ କରିବା ସଙ୍ଗେ ଥିଲେ ଭାଇ” । ମର୍ଯ୍ୟଦା ପୁରୁଷ ରାମ ଓ ତାଙ୍କର ଭାଇମାନଙ୍କ ଚରିତ୍ର ଆମ୍ଭମାନଙ୍କ ପାଇଁ ପବିତ୍ର ଉଦାହରଣ ।
ଦ୍ୱିତୀୟ କଥା ହେଉଛି ଶାଶୁମାନେ ବୁଝିପାରନ୍ତି ନାହିଁ ସେ ବି ଦିନେ ବୋହୁଥିଲେ । ନଣନ୍ଦ ବୁଝିପାରେ ନାହିଁ ସେ ବି ଦିନେ କାହାଘରେ ବୋହୂ ହେବାକୁ ଯିବ । ଏସବୁ ଯଦି ସେମାନେ ବୁଝିପାରୁଥାନ୍ତେ ତେବେ ନାରି ନିର୍ଯ୍ୟାତନା, ଯୌତୁକ ଜନିତ ମୃତୁ୍ୟ ଇତ୍ୟାଦି ପ୍ରାୟ ରହନ୍ତା ନାହିଁ । ଦିନଥିଲା ଆମର ପି୍ରୟ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଘୋଷଣା କରିଥିଲେ, ବିଦ୍ରୋହ କରିଥିଲେ “ଶାଶୁ ହାତକଡି, ନଣନ୍ଦ ହାତରେ ବେଡି” । ଅବଶ୍ୟ ମହାମାନ୍ୟ ଅଦାଲତ ଏହା ବହୁତ ହୋଇଯାଉଛି ବୋଲି କହିବାରୁ ତାହା କୋର୍ଟଙ୍କ ବିଚାରକୁ ଛାଡି ଦିଆଗଲା ।
କୁହାଯାଇଛି ପ୍ରୟୋଜନିତ ପଡିଲେ ଆଇନ ଆସେ । ଯେତେସବି ଆଇନ ଆସିଛି ସେ ସବୁ ସମାଜରେ ଆଲୋଜନ ଆସିଲେ ଲୋକସଭା ବା ବିଧାନ ସଭାରେ ଉଦ୍ଜିବିତ ହୁଏ । ଏହିରପି ପ୍ରୟୋଜନ ପଡିବାରୁ ‘ଡାଉରି ପ୍ରୋଟ୍କେସନ ଆକ୍ଟ’ ଡୋମେଷ୍ଟିକ ଉଇଲେନସ୍ ଆକ୍ଟ ଇତ୍ୟାଦି ମୁଣ୍ଡଟେକି ସାରିଛି, ଏବଂ ସେଥିରେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଛି । ପ୍ରତି ଜିଲ୍ଲାରେ ଫାମିଲି କୋର୍ଟ ଇତ୍ୟାଦି ଜଣେ ସକି୍ରୟ ଜିଲ୍ଲାଜଜ୍ ଦାୟିତ୍ୱରେ ଛାଡି ଦିଆଯାଇଛି । ମେଡିଏସନ୍ ସେଣ୍ଟର ଇତ୍ୟାଦି ସୃଷ୍ଟି ହୋଇ କାଉସିଲିଙ୍ଗ ମାଧ୍ୟମରେ ସମାଧାନକୁ ଆସିବାକୁ ଚେଷ୍ଟା କରାଯାଉଛି । ହେଲେ କଣ ହେବ “ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କରେ ଲୋଟେ ।
ତେବେ ଆମେ କଣ କେହି ବଦଳିବା ନାହିଁ । ସମାଜରେ ଶାନ୍ତର ଆସର କଣ ଫେରି ପାରିବ ନାହିଁ । ହିନ୍ଦି ସିନେମା ଜଗତରେ ‘ସଂସାର’ ସିନେମାଟି ଏକ ଶିଖିବାର ଉଦାହରଣ । ରେଖା ଓ ରାଜବାବରଙ୍କର ଚରିତ୍ର ଏକ ଉଦାହରଣ ପୂର୍ଣ୍ଣ ଚରିତ୍ର ।
ଆସ ସମସ୍ତେ ଭାବିବା, ଚିନ୍ତିବା, ଭାଇଚାରର ଚିନ୍ତାଧାରାକୁ ଉଦ୍ଜିବିତ କରିବା ଫେରିଯିବା ସେ ରାମାୟଣ ଯୁଗକୁ । ସମସ୍ତେ ଏକମନ ଓ ଏକଚିନ୍ତାଧାରାରେ ଅବତୀର୍ଣ୍ଣ ହୋଇ ମନେ ପକାଇବା ।“ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁ ଃଖଭାଗ୍ ଭବେତ୍” ।
