STORYMIRROR

Sunanda Mohanty

Inspirational Thriller Others

3  

Sunanda Mohanty

Inspirational Thriller Others

ବୋହୁଟି ସୀତା ପରି

ବୋହୁଟି ସୀତା ପରି

2 mins
4

ନୂଆ ବର୍ଷ ର ପ୍ରଥମ ସକାଳ ରେ ବୋହୁ ହାତର ମିଠା ଚା ଆହୁରି ମିଠା ଲାଗୁଥିଲା ଅର୍ପିତା ଙ୍କୁ. ଝିଅ ବାହା ହୋଇ ଶାଶୁ ଘରେ ହେଲେ ଏଇ ପର ଝିଅଟି ହିଁ ତାଙ୍କ ଘରର ଝିଅ. ପ୍ରକୃତରେ ସାମାଜିକ ନିୟମ ଓ କଟକଣା ଭିତରେ କେତେ ସବୁ ଅଭିଜ୍ଞତା ପୂର୍ଣ୍ଣ ବିଷୟ ର ସମାହାର ସଂସାର ରେ. ସମୟ ସାରଣୀ ସହ ତାଳ ମେଳ ରଖି ନିୟମ କାନୁନ କରାଯାଇଛି. ଯିଏ ଯାହା ସ୍ଥାନରେ ଠିକ ଠାକ ଅଛନ୍ତି. ସେତେବେଳେ ଯେବେ ପ୍ରଥମ କରି ବୋହୁ ହୋଇ ଶାଶୁ ଘର ଆସିଥିଲେ ଅର୍ପିତା ତାଙ୍କୁ ଭାରି ଅଭିମାନ ଲାଗିଥିଲା ଯେ କୋଡିଏ ବର୍ଷ କାଳ କଟେଇଥିବା ଘର ଟା ତାଙ୍କର ନୁଁହଁ ବରଂ ତାଙ୍କୁ ଆଉ କୋଉ ଘରକୁ ଯିବାକୁ ହେବ. ସେଇ ଅପରିଚିତ ଲୋକମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ନିଜର କରିବାକୁ ହେବ ଭାବି ହାତ ଗୋଡ଼ ଥରେ ଯେ ଯଦି କେବେ କିଛି ଭୁଲ ହେଇନଯାଉ. ଗୋଟେ ଦିନର କଥା. ବଡ଼ ଯାଆ ଓ ନଣନ୍ଦ ଗୀତ ଗାଇବାକୁ କହିବାରୁ ଅର୍ପିତା ଗାଇଦେଲେ ସେଇ ଗୀତା ପଟ୍ଟନାୟକ ଙ୍କ ଗୀତ ଟି ବୋଧହୁଏ ମୁଁ ତ ଶାଶୁଘରେ ବୋହୁ ନୂଆ... ନୂଆ ମଣିଷଙ୍କୁ ନେଇ ମୁଁ ଚଳିବି କେମିତି ଲାଗେ ଛାନିଆଁ... ମୁଁ ତ ଶାଶୁ ଘରେ ବୋହୁ ନୂଆ. ଗୀତ ଟି ଗୀତଟିଏ ଥିଲା ବୋଲି କେହି ବୁଝିନଥିଲେ ସେଦିନ. ଗୀତର ଅର୍ଥ କୁ ବୁଝି ଶାଶୁ, ନଣନ୍ଦ ଓ ଯାଆ ମାନେ କଥା କାଢିଥିଲେ.ଗୀତ ଟା କି ତାଙ୍କ ବୋଉ ର ଖୁବ ପ୍ରିୟ ଥିବାରୁ ଅଧିକାଂଶ ସେ ଗୁଣୁ ଗୁଣୁ ଗାଏ ତ ସମୟ କ୍ରମେ ଅର୍ପିତାଙ୍କ ପ୍ରିୟ ହୋଇଯାଇଥିଲା ଗୀତଟି କିନ୍ତୁ ଆଜି ବୋହୁ ହିସାବରେ ତାଙ୍କୁ ଶିକ୍ଷା ମିଳିଥିଲା କି ସବୁ ଜିନିଷର ସ୍ଥାନ କାଳ ଓ ପାତ୍ର ଅନୁଯାୟୀ ରୂପ, ଭେକ, ଅବସ୍ଥା ଓ ସ୍ୱରୂପ ଭିର୍ନ୍ନ ଭିର୍ନ୍ନ. ତେଣୁ ଝିଅକୁ ସେ ବଢ଼େଇଥିଲେ ସେମିତି ଯେ ଯେତେ ପାଠ ଶାଠ ପଢିଲେ ମଧ୍ୟ ବୋହୁ ହେଲାପରେ ଝିଅଟିଏ ନିଜକୁ ବଦଳାଇ ନେବା ଉଚିତ. ସମୟ ସହିତ ତାଳ ମେଳ ରଖିବା ସହ ସ୍ଥାନ କାଳ ପାତ୍ର ଓ କାଳ ର ମୂଲ୍ୟ ବୁଝିବା ଦରକାର. ଯାହା ହେଉ ଝିଅ ର ତାଙ୍କର ଭଲ ବୋହୁ ବୋଲି ସୁନାମ ଅଛି. ସେଥିପାଇଁ ମାଆ ର ଅବଦାନ ଅଛି ବୋଲି କେହି କହିବେନି କିନ୍ତୁ ଭୁଲ ହୋଇଗଲେ କି ପାଟିରୁ କଥା ଖସିଗଲେ ବା ଭୁଲ ଭାଲ ଅଜଣାତ ରେ ହୋଇଗଲେ ମଧ୍ୟ ଶୁଣିବାକୁ ମିଳେ ମାଆ ଯେମିତି ବଢ଼େଇଛି ଝିଅ ସେମିତି ଆଚରଣ ଓ ଉଚ୍ଚାରଣ କରୁଛି. ସେଥିପାଇଁ ଅର୍ପିତାଙ୍କ ଝିଅ ମଧ୍ୟ ଖୁବ ସତର୍କ. 
  ଏଠି ଘରେ ଝିଅକୁ ବିଦା କରିସାରିବା ପରେ, ଅର୍ପିତା ବୋହୁ ଆଣିବା ପରେ  ନିଜେ ଖୁବ ସମୟ ଉପଯୋଗୀ ସତର୍କ. ବତେଇବା ଶିଖେଇବା କେହି ଆଜିକାଲି ଗ୍ରହଣ କରେନାହିଁ. ସ୍ବାଧୀନତା ଦେବା ମଧ୍ୟ କେହି ଲୋଡ଼େ ନାହିଁ. ଭଲ କହିଲେ ଭେଲ ହୁଏ ବୋଲି ବୁଝିସାରିଥିବା ଅର୍ପିତା ହୁଏତ ଭଲ ମାଆ କି ନୁଁହଁନ୍ତି ଝିଅ ପୁଅ କହିବେ କିନ୍ତୁ ବୋହୁ ପାଇଁ ସେ ନିଜେ ମାଆ ଠାରୁ ଅଧିକା ହୁଅନ୍ତି. ପାଟି ଫିଟାନ୍ତି ନାହିଁ କି କଟକଣା କରନ୍ତି ନାହିଁ ତ ସମ୍ପର୍କ ଠିକ ଠାକ ଚାଲିଛି. ବୁଝିଯାଇଛନ୍ତି ଅର୍ପିତା କି ନିଜ ଝିଅ ନୁଁହଁ ବରଂ ବୋହୁ ହିଁ ପାଖରେ ଥିବ. ହାତ ଗୋଡ଼ ନଚାଲିଲା ବେଳେ ଆହା ସାହା ରାହା ହେବାକୁ ତଥା ଆଶ୍ରୟ ହୋଇ ପାଖରେ ଥିବ ପରଝିଅ ବୋହୁ.ତ ନୂଆବର୍ଷ ର ନୂଆ ସକାଳେ ବୋହୁ ମୁଁହଁ ଦିଶୁଥିଲା ଖୁବ ସୁନ୍ଦର, ସତେଜ ଓ ଆକର୍ଷଣୟ ଠିକ ନୂଆ ସକାଳ ର ନୂତନ ସୂର୍ଯ୍ୟ ଙ୍କ ପରି. ସତରେ କିଏ ହେବ ବୋହୁ ସରି! ଏଇତ ଚା ପରେ ପରେ ସଜାଡ଼ିଲାଣି ସୁସ୍ୱାଦୁ ଜଳଖିଆ.ବାସ୍ନାରେ ମହକୁଛି ଘର ବାହାର. ସେ ବାସ୍ନା ଭାରି ସ୍ୱତନ୍ତ୍ର, ଠିକ ବୋହୁ ପରି.



Rate this content
Log in

Similar oriya story from Inspirational