Trushna Das

Abstract Horror Tragedy

2.6  

Trushna Das

Abstract Horror Tragedy

ବିଶ୍ୱାସଘାତକତା

ବିଶ୍ୱାସଘାତକତା

7 mins
197


ବିଧି ଓ ସୁମିତ ଦୁହେଁ ଦୁହିଁଙ୍କୁ ଛୋଟ ବେଳୁ ବହୁତ ଭଲ ପାଉ ଥିଲେ। ସୁମିତ ପାଠ ପଢା ପରେ ସହରକୁ ଚାଲି ଆସିଲା। ମଝିରେ ମଝିରେ ଗାଁ କୁ ଆସୁଥାଏ। ସୁମିତ ସହରକୁ ଆସିବା ବର୍ଷେ ପାଖାପାଖି ପରେ ସେ ଯାଇ ବିଧିକୁ ବିବାହ କରି ତାକୁ ସହରକୁ ନେଇ ଆସିଲା।


ଦୁହେଁ ବିବାହକୁ ନେଇ ବହୁତ ଖୁସିରେ ଥିଲେ। ସହରରେ ବିଧି ଓ ସୁମିତ ଗୋଟିଏ ନୂଆ ଘରରେ ରହୁ ଥିଲେ। ଘରଟି ବହୁତ ‌ସୁନ୍ଦର ଓ ବଡ଼। ପୁରା ରାଜ କୋଠି ପରି। ହେଲେ ଏତେ ବଡ଼ ଘର କୋଉଠୁ ଆସିଲା ବୋଲି ବିଧି ପଚାରିବାରୁ ସୁମିତ କହିଲା ତା କମ୍ପାନୀ ତାକୁ ଦେଇଛି। ହେଲେ ସେ ଘର ପାଖାପାଖି ଗୋଟିଏ ଦୁଇଟି ଘର ଫାଙ୍କା ରହୁଥାଏ। ମାନେ ପାଖାପାଖି ଗୋଟିଏ ବି ଘରେ ଲୋକ ରହୁ ନ ଥାଆନ୍ତି। ସମସ୍ତେ କହୁଥିଲେ ସେ ଘରଟିରେ ବାସ୍ତୁଶାସ୍ତ୍ରର ଅସୁବିଧା ଅଛି। ଖରାପ ଶକ୍ତି ର ପ୍ରଭାବ ସେ ଘର ଉପରେ ଅଛି। ଏ କଥା ବିଧି ଧିରେ ଧିରେ ବଜାରରୁ ଶୁଣିବାକୁ ପାଉ ଥାଏ।


ସୁମିତ ବିବାହ ପରେ ଟିକିଏ ବଦଳିଲା ପରି ଲାଗୁ ଥାଏ। ଆଗ ପରି ଆଉ ହସ ଖୁସି ହେଉ ନ ଥାଏ। ଟିକିଏ ଦୁଶ୍ଚିନ୍ତାରେ ରହିଲା ପରି ଲାଗୁଥାଏ।


ବିଧି ବାରମ୍ବାର ପଚାରିବାରୁ ସୁମିତ କହୁଥାଏ ସେ କମ୍ପାନୀ କାମରେ ଚିନ୍ତିତ ରହୁଛି। ବିଧିକୁ ବି ସେ ଘରେ ବହୁତ ଏକୁଟିଆ ଲାଗୁ ଥାଏ। ବିବାହ ର ମାସେ ଉପରକୁ ହୋଇ ଗଲାଣି ହେଲେ ଏ ଯାଏଁ ସୁମିତ ଓ ବିଧି ମଧ୍ୟରେ ସାଂସାରିକ ଜୀବନ ଆରମ୍ଭ ହୋଇ ନାହିଁ। କଣ ପାଇଁ ସୁମିତ ଏମିତି ଦୂରେଇ ଦୂରେଇ ରହୁଛନ୍ତି ବିଧି ଠାରୁ ବିଧି ବୁଝି ପାରୁ ନ ଥାଏ। ଯିଏ ବିବାହ ଆଗରୁ ଚୁମ୍ବନ ଦେଉ ଥାଏ ସେ ଏବେ ମୁହଁ ଟେକି ଭଲରେ ଦେଖୁ ବି ନାହିଁ।ଏ ସବୁ ଚିନ୍ତା ଖାଉ ଥାଏ ବିଧିକୁ। ଯେତେବେଳେ ବି ସେ ସୁମିତ ପାଖକୁ ଯାଉ ଥାଏ କ'ଣ ହୁଏ କେଜାଣି ସୁମିତ କୁହେ ମୋତେ ଟିକେ ସମୟ ଦିଅ। ଏ ସବୁ ପାଇଁ ପ୍ରସ୍ତୁତ ନୁହଁ।


ଦିନକର କଥା ବିଧି ନିଜର ଧୈର୍ଯ୍ୟ ହରାଇ ବସିଲା। ଆଉ କହିଲା ମୋ ସହ କଣ ପାଇଁ ସହ ଏମିତି କରୁଛ। ଭଲ ପାଇ ବିବାହ କଲ । କଣ ଏମିତି ଏ ନିର୍ଜନ ଜାଗାରେ ଛାଡି ଏକା ରହିବା ପାଇଁ। ଆହୁରି ଅନେକ କଥା ବିଧି କହିଗଲା। ସୁମିତ କୁ ଭଲ ଲାଗିଲା ନାହିଁ। ସେ ଘରୁ ବାହାରି ଚାଲିଗଲା। ପୁରା ମଦ ପିଇ ଆସିଲା। ଆଉ ତାର ଭୂଲ ପାଇଁ କ୍ଷମା ମାଗିଲା ଏବଂ କହିଲା ଆଜି ଠାରୁ ବୈବାହିକ ସମ୍ପର୍କ ଆଗକୁ ବଢାଇବ। ରାତିରେ ସବୁକିଛି ସରିଲା ପରେ ସୁମିତର ପାଟିରୁ ବାହାରିଲା ନୀତି ମୋତେ କ୍ଷମା କରି ଦିଅ।


ବିଧି ନୀତି ନାମ ଶୁଣି ଚମକି ଗଲା। ଏ ନୀତି ପୁଣି କିଏ ? ରାତିରେ ଆଉ ନିଦ ହେଲା ନାହିଁ। ସକାଳ ହେବାରୁ ସେ ସୁମିତ କୁ ନୀତି କିଏ ପଚାରିବାରୁ ସୁମିତ କହିଲା ମୁଁ ନୀତି କିଏ ଜାଣି ନାହିଁ। ମୁଁ ବିଧି କହିଲି ତୁମେ ବୋଧେ ନୀତି ବୋଲି ଶୁଣିଲ। ହଉ ଶୁଣ ଆମେ ଦୁହେଁ କିଛି ଦିନ ପାଇଁ ବୁଲିବାକୁ ଯିବା। ରାତିରେ ବାହାରିକି ଥିବ। ଅଫିସର କାମ ବି ହେବ ଆଉ ବୁଲାବୁଲି ବି ହେବ। ଏ କଥା ରେ ବିଧି ପୁରା ଖୁସି।


ଦୁହେଁ ବାହାରକୁ ବୁଲିବା ପାଇଁ ଗଲେ। କିଛି ଦିନ ପରେ ଘରକୁ ଫେରିଲେ। ଘରେ ବିଧିକୁ ଛାଡି ଦେଇ ସୁମିତ ଅଫିସ ଗଲା। ଅଫିସ ଯିବା ପରେ ବିଧି ଦେଖିଲା ସାମ୍ନା ଘରର‌କବାଟ ଖୋଲା ଅଛି। ସେ କିଏ ଆସିଛନ୍ତି କହି ସେଠାକୁ ଗଲା। ସେଠାରେ ଦେଖିଲା ଯେ ଗୋଟିଏ ଚାରି ବର୍ଷ ର ଝିଅଟି ବସି ଖେଳୁଛି।‌ଆଉ ଜଣେ ବହୁତ ସୁନ୍ଦର ସ୍ତ୍ରୀ ଲୋକଟି ଗୋଟିଏ ଫୋଟୋ ଆଙ୍କୁଛି। ଯେଉଁ ଫୋଟୋରେ ସେ ତା ଝିଅର ଫୋଟୋ କରୁଥିଲା।


ବିଧି : ହାଏ ମୁଁ ବିଧି। ଆପଣଙ୍କ ପଡିଶା।


ସ୍ତ୍ରୀ ଲୋକଟି କହିଲା ମୁଁ ନୀତି ସାହା।


ନୀତି ନାମ ଶୁଣି ବିଧି ଚମକି ଗଲା।


ବିଧି : ଆପଣ କେବେ ଆସିଲେ କି ?


ନୀତି : ମୁଁ ତ ଏଇଠି ହିଁ ରୁହେ। କିଛି ମାସ ପାଇଁ ବାହାରକୁ ଯାଇ ଥିଲୁ ତ।ମୋ ସ୍ବାମୀ ପାଖକୁ ଯାଇ ଥିଲୁ। ଫେରି ଆସିଲୁ।


ବିଧି : ଭଲ ହେଲା। 


ନୀତି : ସେ ମୋ ଝିଅ ସୃତି ।


ବିଧି : ବହୁତ ଭଲ ନାମ।


ଏମିତି କିଛି ସମୟ କଥା ହେଲା ପରେ ବିଧି ତା ଘରକୁ ଫେରି ଆସିଲା।


ଏବେ ଆଉ ବିଧିକୁ ଏକୁଟିଆ ଲାଗୁ ନ ଥାଏ। ଯେତେବେଳେ ବରିଂ ଲାଗେ ସେ ନୀତି ନୀତି ଓ ସୃତି ପାଖକୁ ଯାଏ। ସେମାନେ ବି ବିଧି ପାଖକୁ ଆସନ୍ତି।


ଏମିତି କିଛି ଦିନ ଗଲା ପରେ ବିଧିକୁ ଆଉ ଭଲ ଲାଗିଲା ନାହିଁ। ସେ ଡାକ୍ତର ଯାଇ ଚିକିତ୍ସା କରି ଖୁସି ଖବର ପାଇଲା ଯେ ସେ ମାଆ ହେବାକୁ ଯାଉଛି। 


ବିଧି ସୁମିତ ର ଅଫିସକୁ ଗଲା। ଏ ଖୁସି ଖବର ଦେବା ପାଇଁ। ସୁମିତ ଅଫିସ ର ନାମ ଏନ୍. ଏସ. କମ୍ପାନୀ। ସେଠାରେ ପହଞ୍ଚି ଯେତେବେଳେ ସେ ଅଫିସର ଗୋଟାଏ ଷ୍ଟାଫକୁ କହିଲା ମୁଁ ସୁମିତଙ୍କର ସ୍ତ୍ରୀ । ତାଙ୍କୁ ଡ଼ାକି ଦିଅନ୍ତୁ। ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। 


ସେ ଷ୍ଟାଫ ଜଣକ ସୁମିତ କୁ ଫୋନ କରି କହିଲା ସାର୍ ଆପଣ ଙ୍କ ସ୍ତ୍ରୀ ଡାକୁଛନ୍ତି। ସୁମିତ ତରତର ହୋଇ ଆସିଲା। ଜାଲ ନାଲ ହୋଇ ଆଉ କହିଲା ବାହାରକୁ ଚାଲ।


ସୁମିତ ବାହାରକୁ ଯାଇ କହିଲା ତୁମେ ଏଇଠି। ସମସ୍ତେ ଜାଣନ୍ତି ମୁଁ ବିବାହ କରି ନାହିଁ। ଆମ ଅଫିସରେ ସର୍ତ୍ତ ଥିଲା କାମର ତିନି ବର୍ଷ ଭିତରେ ବିବାହ କରି ପାରିବ ନାହିଁ। ଏଠାକୁ ଆସି ମୋତେ ଅସୁବିଧା ରେ ପକାଇ ଦେଲ। ଏମିତି ନା ନା କଥା କହି ସୁମିତ ବିଧି ଉପରେ ବିରକ୍ତ ହେଲା।


ବିଧି କିଛି ନ କହି ଘରକୁ ଫେରି ଆସିଲା। ଆଖି ଛଳଛଳ ହୋଇ ଯାଇ ଥାଏ। ଗେଟ୍ ପାଖରେ ନୀତି ଓ ସୃତି ଛିଡ଼ା ହୋଇ ଥାଆନ୍ତି। ନୀତି ପଛ ପଟରୁ ବିଧିକୁ ଡାକି କହିଲା ଗୋଟିଏ ଖୁସି ଖବର ଅଛି। 


ବିଧି ମନେ ମନେ ଭାବୁ ଥାଏ ନୀତି କେମିତି ଜାଣିଲା ଯେ ସେ ମାଆ ହେବାକୁ ଯାଉଛି ବୋଲି।


ବିଧି ପାଖକୁ ଯାଇ ନୀତି କହିଲା ଯେ ସୃତି ର ଭାଇ କି ଭଉଣୀ ଆସୁଛି।ମାନେ ନୀତି ବି ମାଆ ହେବାକୁ ଯାଉଛି।


ବିଧି କହିଲା ଏ ଖୁସି ଖବର ମୁଁ ବି ଦେଉଛି ଯେ ମୁଁ ମିଆ ହେବାକୁ ଯାଉଛି।


ଦୁହେଁ କୁଣ୍ଢାକୁଣ୍ଢି ହୋଇ ଖୁସି ବାଣ୍ଟିଲେ।


ନୀତି ଗୋଟିଏ ଛୁଆର ଫୋଟୋ ଦେଲା ଯେଉଁ ଟା ସେ ନିଜେ ଆଙ୍କି ଥିଲା। ଫୋଟୋ ଟି ପୁରା ଜୀବନ୍ତ ପରି ଦେଖା ଯାଉ ଥିଲା।


ରାତିରେ ସୁମିତ ଘରକୁ ଆସିଲା। ବିଧି ଘରକୁ ସଜେଇ ରଖି ଥାଏ। ହେଲେ ସୁମିତ ସକାଳର କଥା ପାଇଁ ଚିଡି ରହିଥିଲା। କିଛି କଥା ନ ହୋଇ ସିଧା ଶୋଇବା ପାଇଁ ଗଲା। ଶୋଇବା ପାଇଁ ଯିବାରୁ ରୁମରେ ସେ ଛୁଆ ଫୋଟୋ ଦେଖି ଚମକି ଗଲା।। ଆଉ ଚିଡି ଉଠି ଫୋଟୋ କୁ ଧରି ଫିଙ୍ଗି ଦେଲା। ସେ ବିରକ୍ତ ହୋଇ ବିଧିକୁ ଚାପୁଡ଼ା ମାରି ଆଉ ଗୋଟିଏ ରୁମରେ ଯାଇ ଶୋଇଲା।


ସକାଳୁ ଉଠି ସୁମିତ ଦେଖୁଛି ‌ବିଧି ତୋଳେ ସେ ଫୋଟୋ କୁ ଧରି ଶୋଇଛି। ସେ ନିଜ କୁ ଶାନ୍ତ କରି ବିଧି କୁ ଉଠାଇଲା। ବିଧି କାନ୍ଦି କାନ୍ଦି ଖୁସି ଖବର କହିଲା। ଏ ଖବର ପାଇ ସୁମିତ ବହୁତ ଖୁସି ହେଲା। ଆଉ ଫୋଟୋ ବିଷୟରେ ପଚାରିବାରୁ ବିଧି କହିଲା ସାମ୍ନାରେ ରହୁ ଥିବା ନୀତି ଦେଇଛି। ନୀତି ନାମ ଶୁଣି ସୁମିତ ଚମକି ଗଲା। ଆଉ କିଛି ନ କହି ବାହାରକୁ ଗଲା। ଦେଖିଲା ସାମ୍ନା ଘର ଚାବି ପଡ଼ିଛି। ସେ  ବିଧିକୁ ପଚାରିବାରୁ ବିଧି କହିଲା ବାହାରକୁ ଯାଇ ଥିବ। ସୁମିତ କହିଲା ଏ ଫୋଟୋ ମୋତେ ଭଲ ଲାଗୁନି। ତୁମେ ତାକୁ ଫେରାଇ ଦେବ। ବିଧି ହଁ ମାରିଲା।


ସୁମିତ ଗଲା ପରେ ବିଧି ସେ ଫୋଟୋ କୁ ଷ୍ଟୋର ରୁମରେ ରଖି ଦେଲା।ତାପରେ ନୀତି ଆସିବାରୁ ନୀତିର ମୁହଁ ରେ ମାଡ଼ ଦେଖି ପଚାରିବାରୁ ଜାଣିଲା ଯେ ତାକୁ ତା ସ୍ୱାମୀ ମାରିଛି। ଏ କଥା ଶୁଣି ବିଧି ଆଶ୍ଚର୍ଯ୍ୟ ହେଉ ଥାଏ। ତାପରେ ବିଧି ସହ‌ ‌ଯାହା ହେଉ ଥାଏ ନୀତି ସହ ବି ସବୁ ସେଇଆ ହେଉ ଥାଏ।


ବିଧିକୁ ଆଠ ମାସ ଚାଲି ଥାଏ ।ବିଧିର ମାଆ ରୀନା ଆସିଲେ। ସେ ଆସି ବିଧିକୁ କହିଲେ ଏ ସାହା ବଙ୍ଗଳା ତୁମର କେମିତି ହେଲା। ଆଉ ଏଇଟା ଅଭିଶପ୍ତ ବଙ୍ଗଳା। ନୀତି କହିଲା ନା ଏଇଟା ଭଲ। ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା କହିବି ସାମ୍ନାରେ ନୀତି ରହୁଛି। ତା ଘରଟା ସାହା ବଙ୍ଗଳା। ଆଉ ତା ସହ ଯାହା ଘଟୁଛି ମୋ ସହ ମଧ୍ୟ ସମାନ ଘଟୁଛି।


ଏତିକି ଭିତରେ ନୀତି ଯେଉଁ ଫୋଟୋ ତିଆରି କରୁ ଥିଲା ସେଥିରେ ତାର ଓ ତା ଝିଅର ଫୋଟୋ ଆଙ୍କି ସାରି ଥାଏ। ଆଉ ବାକି ଥାଏ କେବଳ ତା ସ୍ବାମୀ ର ଫୋଟୋ ଆଙ୍କି ବାର। ବିଧି ନୀତି ସହ କଥା ହେଉ ଥାଏ। ଏ ସବୁ ଭିତରୁ ରହି ରୀନା ଦେଖିଲେ ଏବଂ ସୁମିତ ଆସିବାରୁ ସେ ସୁମିତ କୁ କହିଲେ ବିଧିର ଦେହ ଭଲ ନାହିଁ। ସେ ଗୋଟିଏ ଅଧା ତିଆରି ହୋଇ ଥିବା ଫୋଟୋ ଧରି ଆପେ ଆପେ କଥା ହେଉଛି। ଆଉ କହୁଛି କି ନା ସୃତି ଓ ନୀତି ସହ କଥା ହେଉଛି। ଫୋଟଟି ଅବଶ୍ୟ ଜୀବନ୍ତ ଫୋଟୋ ପରି ଦେଖା ଯାଉଛି। ସେ ଦୂରରୁ ଭିଡିଓ କରିଥିବାର ଦେଖାଇଲେ ଏବଂ ସୁମିତର‌ କିଛି ମନେ ପଡିଗଲା। ଆଜି ପୁର୍ଣିମା ରାତି। ସେ ବି ଗ୍ରହଣ । ଠିକ ସେଇ କାଳ ରାତି ପରି। ସେ ବିଧିକୁ ଖୋଜି ଖୋଜି ସାମ୍ନା ଘରେ ଯାଇ ପହଞ୍ଚିଲେ। ସେ ଆଉ ରୀନା ବିଧିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ଫୋଟୋରେ‌ ନୀତି ଯେମିତି ଲୁଗା ପିନ୍ଧି ଥିଲେ ଠିକ ସେମିତି ସେ ବି ପିନ୍ଧି ସେ ହୋଇ ଚିତ୍ର ଆଙ୍କୁ ଛନ୍ତି। ଫୋଟରେ ନୀତିର ସ୍ବାମୀ ମୁହଁ ଆଉ କେହି ନୁହେଁ ସୁମିତର। 


ସୁମିତ : ଏ କଣ କରୁଛ ବିଧି ?


ବିଧି ନୁହେଁ ମୁଁ ନୀତି। ତୁମେ ମୋତେ ଭଲ ପାଅ ବୋଲି ମୁଁ ଯେତେବେଳେ ଜାଣିଲି ମୁଁ ଫେରି ଆସିଲି। ତୁମେ କହିଲ ନା ମୋତେ କ୍ଷମା କରି ଦିଅ। ଏ ସବୁ ବିଧି କହି ଚାଲି ଥାଏ।


ସୁମିତ ବୁଝି ଗଲା ଏ ସବୁ ନୀତିର ଆତ୍ମା କରୁଛି। ସେ କହିଲେ ନୀତି 

ସେଦିନ ତୁମେ ନିଜ ସହ ସୃତି କୁ ମାରି ଭୂଲ କରିଛ। ଅଧା କଥା ଶୁଣି ଆତ୍ମହତ୍ୟା କଣ ପାଇଁ କଲ। ମୁଁ ବିଧିକୁ ଭଲ ପାଉଥିଲି ସତ। ହେଲେ ତୁମେ ତୁମର ପ୍ରଥମ ସ୍ବାମୀ କୁ ହରାଇଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲ। ମୁଁ ଯେତେବେଳେ ତୁମ ଅଫିସରେ କାମ କଲି ତୁମ ଶଶୁର ମୋତେ ଦେଖି ଆଶ୍ଚର୍ଯ୍ୟ ହେଲେ କାରଣ ମୁଁ ତୁମ ସ୍ବାମୀ ପରି ଦେଖିବାକୁ। ଆଉ ତୁମ ଦେହ ଠିକ ହୋଇ ଯାଉ ବୋଲି ମୋତେ ତୁମ ସ୍ବାମୀ ର ଅଭିନୟ କରିବା ପାଇଁ କହିଲେ। ମୁଁ ତୁମ ସ୍ବାମୀ ର ଅଭିନୟ କଲି। ଆଉ କେତେବେଳେ ମୁଁ ମୋ ସୀମା ପାରେନି ତୁମ ସହ ଆଗେଇ ଗଲି ଜାଣି ପାରିଲି ନାହିଁ। ମୁଁ ତୁମକୁ ପାଉଥିଲି। ହେଲେ ମାଆ ହେବା କଥା ଶୁଣି ତୁମକୁ ଛୁଆ ନଷ୍ଟ କରିବା ପାଇଁ ପିଟି ଥିଲି। ତୁମେ ତିଆରି କରିଥିବା ଛୁଆର ଫୋଟୋ ଫିଙ୍ଗି ଦେଇ ଥିଲି। ଆଉ ତୁମେ ଆମର ଏଇ ଫୋଟୋ ତିଆରି କରୁ ଥାଅ। ବାକି ଥିଲା କେବଳ ମୋର ମୁହଁ ତିଆରି କରିବାର।ତୁମେ ଆମ ଅଫିସ୍ ପାଖ ଘରେ ଥିଲ। ମୁଁ ସେଥି ମୋ ସାଙ୍ଗ ସହ ଫୋନରେ ବିଧି ବିଷୟରେ କଥା ହେଉ ଥାଏ। ତୁମେ ଅଧା ଶୁଣି ସୃତି କୁ ଆଣି ଏଇଠି ନିଜ ସହ ସୃତି କୁ ବି ମାରି ଦେଲ। ମୁଁ କଥା ହେଉଥିଲି ଯେ ବିଧିକୁ ବିବାହ ପାଇଁ ମନା କରି ଦେବି ବୋଲି। ହେଲେ ଏମିତି ଏକ ପୁର୍ଣିମା ଗ୍ରହଣ ରାତିରେ ତୁମେ ସବୁ କିଛି ସାରି ଦେଲ। ଆଉ ଏ ଘର ଦୁଇଟି ହୋଇଗଲା ଅଭିଶପ୍ତ ଘର।


ସେଇ ସମୟରେ ବିଧି କାନ୍ଦିବାକୁ ଲାଗିଲା ଆଉ କହିଲା ଜାଣିଛ ଏ ସବୁ ଆଜି ମୋତେ ଏ ଫୋଟୋ ରୁ ବାହାରି ନୀତି ଓ ସୃତି ବାହାରି କହିଲେ। ମୁଁ ତାଙ୍କ କଥା ଶୁଣିଲି ନାହିଁ। ଆଉ ତୁମ ମୁହଁ ରୁ ସତ କଥା ଶୁଣିବା ପାଇଁ ଅଭିନୟ କଲି। କଣ ପାଇଁ ମୋତେ ଧୋକା ଦେଲ।ଏ ଜୀବନ୍ତ ହେଉ ଥିବା ଫୋଟୋ ନ ଥିଲେ ମୁଁ ତ କେବେ ତୁମ ପ୍ରକୃତ ରୂପ ଜାଣି ପାରି ନ ଥାଆନ୍ତି। ତାଙ୍କ ଆତ୍ମା ଶାନ୍ତି ପାଇ ନାହିଁ। ସେମାନେ ଚାହାଁନ୍ତି ମୁଁ ମରି ଯାଏ। ତାହେଲେ ତୁମେ ଏକୁଟିଆ ରହିବ। ନ ହେଲେ ସେମାନେ ତୁମକୁ ମାରି ଦେବେ।


ଏତିକି ବେଳେ ବିକଟାଳ ଶବ୍ଦ ଶୁଣା ଗଲା। ଘୁରି ବିଧି ଦେଖିଲା ରୀନା ସେ ଦୁଇଟି ଫୋଟୋ ରେ ଠାକୁରଙ୍କ ଅଭିମନ୍ତ୍ରିତ ମାଳ ପିନ୍ଧାଇ ଜାଳି ଦେଲେ। ଆଉ ସେ ଜୀବନ୍ତ ଫୋଟୋ ଜଳି ପାଉଁଶ ହୋଇ ଗଲା।


ବିଧି କହିଲା ମୁଁ ତୁମର ବିଶ୍ବାସଘାତକତା ପାଇଁ କ୍ଷମା କରି ପାରିବି ନାହିଁ। ମୋ ପାଖକୁ କି ମୋ ଛୁଆ ପାଖକୁ ତୁମେ କେବେ ଆସିବ ନାହିଁ। ବିଧି ରୀନାଙ୍କୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।


Rate this content
Log in

Similar oriya story from Abstract