ବିପଦର ବନ୍ଧୁ
ବିପଦର ବନ୍ଧୁ
ନିଜର ପରିବାର କିମ୍ବା ପାଖ ପଡ଼ୋଶୀ ବିପଦବେଳେ ବେଳେ ବେଳେ ଅଚିହ୍ନା ହୋଇଯାଆନ୍ତି, ଠିକ୍ ସେହି ସମୟରେ ଜଣେ ମଣିଷ ବିପଦର ବନ୍ଧୁ ସାଜି ଯାଏ। ପିଲାଟି ବେଳରୁ ସୁଧାକର ଓ ସୁବାଷ ଦୁହେଁ ଅତି ଅନ୍ତରଙ୍ଗ ବନ୍ଧୁ। ଆଛା ସୁବାସ, ସୁଭଦ୍ରା ଭାଉଜ ସବୁବେଳେ ରୋଗାକ୍ରାନ୍ତ, ହଁ ପରା, କେତେ ଡାକ୍ତର ଦେଖେଇ ବୁ, ବେଳେ ବେଳେ ଇଛା ହୁଏ ମୁଁ ନିଜେ ଗୋଟିଏ ଡାକ୍ତର ହୋଇଥାନ୍ତି କି? ସମସ୍ତଙ୍କୁ ସେବା କରିବାର ସୁଯୋଗ ପାଇଥାନ୍ତି, ସୁଭଦ୍ରା ପିଲା ଦିନରୁ ପ୍ରାୟ ରୋଗାକ୍ରାନ୍ତ, କ'ଣ ଯେ କରିବି? ବହୁତ ଟଙ୍କା ତା ପଛରେ ଖର୍ଚ୍ଚ ହେଲାଣି, କିନ୍ତୁ କିଛି ଭଲ ହେଉନି, ଏପଟେ ପିଲା ମାନେ ପାଠ ପଢ଼ୁଛନ୍ତି, ସମୟ ତ ବଢ଼ି ଚାଲିଛି। ତାଙ୍କ ପାଠପଢ଼ା ପିଛା ଖର୍ଚ୍ଚ ବି ବଢି ଚାଲିଛି, ମୁଁଣ୍ଡ ଉପରେ ଭାରାକ୍ରାନ୍ତ ବଢ଼ି ଚାଲିଛି। ସୁଧାକର ! ସତରେ ମୋର ମୁଣ୍ଡ କିଛି କାମ କରୁନି। ଅସମୟରେ ମୋତେ ଟିକେ ସାହାଯ୍ୟ କରିବୁ। ନଚେତ ମୁଁ ବହୁତ ଭାଙ୍ଗି ପଡ଼ିବି। ସୁଧାକର ସୁବାଷ କୁ ଧୈର୍ଯ୍ୟ ରଖିବାକୁ କହିଲା, ଭଗବାନ ଙ୍କ ଉପରେ ଭରସା ରଖ, ସବୁ ଠିକ ହୋଇ ଯିବ। ଏମିତି କିଛି ଦିନ ବିତିଗଲା, ପୁଅ (ରମେଶ) ମେଟ୍ରିକ୍ ପରୀକ୍ଷା ଦେବାକୁ ଆଉ ଛଅ ମାସ ହାତରେ ଥାଏ। ମୋ (ସୁବାଷ) ଭାଗ୍ୟରେ ଏମିତି ସବୁ ଲେଖା ଅଛି। ସୁବାଷ ସୁଭଦ୍ରା କୁ ବହୁତ ଭଲପାଏ, କିଛି ଟିକିଏ ରୋଗବାଗ ହେଲେ ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ କରିଥାନ୍ତି, ତଥାପି ମନ ବୁଝେନା, ଅଜଣା ରୋଗ ଗୁଡ଼ିକ ବେଳେ ବେଳେ ଭାରି ଅସୁବିଧାରେ ପକାଇପାରେ। ଏ ବୟସରେ କାହା ପାଖରେ ହାତ ପତାଇ ମାଗିବାକୁ ଭାରି ଖରାପ ଲାଗେ। ଦିନେ ହଠାତ୍ ସୁଭଦ୍ରାଙ୍କ ଦେହ ବହୁତ ଖରାପ ହୋଇଗଲା। ସୁବାଷ ସଙ୍ଗେ ସଙ୍ଗେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଗଲେ। ଡାକ୍ତର ପରାମର୍ଶ କରି ଡାକ୍ତରଖାନାରେ ଭର୍ତ୍ତି କରିଦେଲେ। ଡାକ୍ତର କହିଲେ ସୁବାଷ ବାବୁ ଆପଣଙ୍କ ସ୍ତ୍ରୀ ର ଗୋଟିଏ କିଡନୀ ଖରାପ ହେଇଛି, କିଡନୀ ରୋପଣ କଲେ ସେ ବଞ୍ଚିପାରିବେ। ସୁବାଷ ଏକଥା ଶୁଣି ଅବାକ୍ ହେଇଗଲେ। କ'ଣ କରିବି କିଛି ଉପାୟ ନଥାଏ, ହେ ଭଗବାନ ମୋ ସ୍ତ୍ରୀ କୁ ବଞ୍ଚାଇ ଦିଅ! ଏ ପରିସ୍ଥିତିରେ ମୋର ଆଉ କେହି ସାହା ନାହାନ୍ତି। ଏହା ପାଇଁ ବହୁତ ଟଙ୍କା ଖର୍ଚ୍ଚ ଲାଗିବ, ଏତେ ଟଙ୍କା ମୋ ପାଇଁ ସମ୍ଭବ ନୁହେଁ। ସୁବାଷ ସ୍ଥିର କଲା ଯେ ସେ ନିଜର ଗୋଟିଏ କିଡନୀ ସୁଭଦ୍ରା କୁ ଦେବ। ମୋ ସୁଭଦ୍ରା ବଞ୍ଚିଗଲେ ମୋର କିଛି ଅସୁବିଧା ହେବନି। ଡାକ୍ତରଙ୍କୁ ଦେଖା କରି କହିଲା ସାର୍ ମୁଁ ମୋର ଗୋଟିଏ କିଡନୀ ମୋ ସ୍ତ୍ରୀ ପାଇଁ ଦେବି, ଏହି ସମୟରେ ଜଣେ ବ୍ୟକ୍ତି ଏ କଥା ଶୁଣି ତାଙ୍କ ପାଖକୁ ଆସି ପଚାରିଲେ! ଭାଇ ଆପଣଙ୍କ ର କ'ଣ ସମସ୍ୟା କି ? କିଡନୀ ଦେବାକୁ ପଡ଼ିବ? ସୁବାସ ବୋଲି ପଡ଼ି ଦେଖିଲା ସେ ବ୍ୟକ୍ତି ଜଣକ ଭାରି ଉଦାରବାଦୀ ମଣିଷ ପରି ଲାଗୁଛନ୍ତି। ଆପଣଙ୍କୁ କିଡନୀ ଦେବାକୁ ପଡ଼ିବ ନାହିଁ, ମୁଁ କିଡନୀ ଦେବି, ଆପଣଙ୍କ ସ୍ତ୍ରୀ ଭଲ ହେବେ। ଆପଣ ବ୍ୟସ୍ତ ହୁଅନ୍ତୁ ନି। କିନ୍ତୁ ଆପଣ ଗୋଟିଏ କିଡନୀ ଦେଲେ ଆପଣ ପାଇଁ ବିପଦ। ମୋ ପାଇଁ କିଛି ଅସୁବିଧା ନାହିଁ ସୁବାଷ ବାବୁ, ଆପଣ ଶାନ୍ତ ମନରେ ରୁହନ୍ତୁ, ମୁଁ ପ୍ରକୃତ ରେ ଜୀବନ ସହ ଲଢେ଼ଇ କରୁଛି, ହେଲେ ମୋତେ କେହି ସାହାଯ୍ୟ କରିବାକୁ ନାହାନ୍ତି। ମୁଁ ଭାବିଲି ମୋର ତ ସେମିତି ବେଶୀ ଦିନ ଆଉ ବଞ୍ଚିବାର ନାହିଁ, ମୋ କିଡନୀ ଦେଲେ ଯଦି ଜଣଂକ ର ଜୀବନ ବଞ୍ଚିପାରିବ , ତେବେ ମୁଁ କାହିଁକି ଦେବି ନାହିଁ, ଏ ବିପଦ ସମୟରେ ଆପଣ ନିଜର ଜୀବନକୁ ବାଜି ଲଗାଇ ମୋ ସ୍ତ୍ରୀ ର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି, ହେ ଈଶ୍ୱର ଆପଣ ମହାନ! ଏ ହିଁ ପ୍ରକୃତ ରେ ବିପଦବେଳେ ବନ୍ଧୁ। ତାଙ୍କ କଥା ଅନୁସାରେ କିଡନୀ ରୋପଣ ପାଇଁ ପ୍ରସ୍ତୁତି ଚାଲିଥାଏ। କିଡନୀ ଦେଲାପରେ ସେ ବନ୍ଧୁ ଜଣକ କୁଆଡେ଼ ଚାଲିଗଲେ, ସୁବାଷ ଖୋଜି ଖୋଜି ପାଇଲେ ନାହିଁ। ବିପଦବେଳେ ଯେଉଁ ମାନେ ଅନ୍ତତଃ ଆନ୍ୟଙ୍କୁ ସାହାଯ୍ୟ ର ହାତ ବଢାନ୍ତି ସେମାନେ ହିଁ ବିପଦର ବନ୍ଧୁ। ସୁଭଦ୍ରା ଏବେ ବହୁତ ଭଲ। ସୁବାଷ ଅତ୍ୟନ୍ତ ଖୁସି।

