Maheswar sahoo

Fantasy Thriller

3  

Maheswar sahoo

Fantasy Thriller

ବିଲୁଆ ଖାଇଲା ଛେନା

ବିଲୁଆ ଖାଇଲା ଛେନା

5 mins
157


ବିସ୍ତୀର୍ଣ୍ଣ ପଡିଆ ମଧ୍ୟରେ କିଆ ଗଛ ମାନଙ୍କର ଜଙ୍ଗଲ । କିଆ ଜଙ୍ଗଲ ମଧ୍ୟରେ ରହୁଥାନ୍ତି ବିଲୁଆ ପଲ୍ଲ । ବିଲୁଆ ମାନଙ୍କର ଚାଲିଥାଏ ଜୋର ସୋର ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରତିଯୋଗିତା । ଗେଣ୍ଡା କଙ୍କଡା ଚିଙ୍ଗୁଡ଼ି ଆଦି ଶିକାର ଖୋଜିବାରେ ବ୍ୟସ୍ତ ରୁହନ୍ତି ରାତି ତମାମ । ବିଲୁଆ ମାନଙ୍କ ମଧ୍ୟରେ ହୁକେହୋ ନାମରେ ଜଣେ ବିଲୁଆ ଥିଲା । ନରମ ଖାଦ୍ୟ ଖାଇବାରେ ତାର ଭାରି ସଉକିନି । ଖୋଜିବୁଲିଥାଏ ପୁରା ରାତି । ୟେ ଘରରୁ ସେ ଘର । ହେଲେ ଗାଁଆ ସାହିର କୁକୁର ଗୁଡାକ ଛାଡିବା ଲୋକ ନୁହେଁ । ବିଲୁଆ ଗାଁଆରେ ପଶିବା ମାତ୍ରେ ଝାମ୍ପି ପଡନ୍ତି କାଳିଆ ନାଲିଆ କୁକୁର ଗୁଡାକ । 

ଆଜି ପୂର୍ଣ୍ଣିମା ରାତିର ତୋଫା ଜହ୍ନଟା ପୁରା ବଜାର, ସହର, ସାହି ପଲ୍ଲୀ ଓ ଗାଁଆ ଦାଣ୍ଡକୁ ଆଲୋକିତ କରିଦେଇଥାଏ । ହୁକେହୋ ଗୋଟେ ଗୋପାଳ ସାହିରେ ପଶି ଗଲା । ବିଚରାକୁ ବହୁତ ଭୋକ ଲାଗିଥାଏ । କଣ ଖାଇବ ଖୋଜୁ ଖୋଜୁ ଦେଖିଲା ଗୋଟେ ଗାଈ ଗୁହାଳ । ଗାଈମାନେ ଆନନ୍ଦରେ କଟାଘାସ, ଚୋକଡ଼ ଓ ନଡ଼ା ଖାଇବାରେ ବ୍ୟସ୍ତ । ବିଲୁଆଟି ଆଖ ପାଖକୁ ଅନେଇ ଅନେଇ ଆଗକୁ ଆଗକୁ ଯାଉ ଯାଉ କୁଆଡେ ଥିଲା ଗୋଟିଏ କାଳିଆ କୁକୁର ! ବାପ ରେ ମାଡି ଆସିଲା ଅଦିନିଆ ବୈଶାଖୀ ପରି । ଭୋ ଭୋ ଶବ୍ଦରେ ଉଛୁଳି ପଡିଲା ପୁରା ଗାଁଆଟି । ତା ସାଙ୍ଗକୁ ତାଳ ଦେଇ ଅନ୍ୟ କୁକୁର ମାନେ ଭୋ ଭୋ ଶବ୍ଦରେ କମ୍ପେଇ ଦେଲେ ସେହି ଅଞ୍ଚଳକୁ । ହେଲେ ହୁକେହୋ ବିଚରା ଜୀବନ ବିକଳରେ ଗୁହାଳ ଭିତରକୁ ପଶି ଗଲା । 

ହୁକେହୋ ଚିନ୍ତା କଲା ମୁଁ ଅଧିକ ଲୋଭ କରି ଏତେ ବାଟ ଚାଲି ଆସିଲି । ହେଲେ ମୋତେ ଏଠୁ ବଞ୍ଚେଇବ କିଏ । ଏମିତି ଭାବୁ ଭାବୁ ଗାଈ ମାନଙ୍କୁ ହେପାଯତ କରିବାକୁ ରାଧି ମାଉସୀ ଟିକେ ଗୁହାଳକୁ ବୁଲିବାକୁ ଆସିଲା । ରାଧି ମାଉସୀ ଶୁଣିଥିଲା କୁକୁର ମାନଙ୍କର ଭୋକିବା ଶବ୍ଦ ଓ ସେ ମଧ୍ୟ ଗୁହାଳରେ ପ୍ରବେଶ କରି ଜାଣିପାରିଲା ଗାଈ ମାନେ ବହୁତ ବିଚଳିତ ହେଉଛନ୍ତି । ତାକୁ ମଧ୍ୟ ସନ୍ଦେହ ହେଲା ଯେ ଏଇ ଗୁହାଳରେ କେହି ଅଛି କାରଣ ଗାଈ ମାନେ କାହିଁକି ଏତେ ଅନ୍ୟମନସ୍କ ହେଉଛନ୍ତି ଯେ । ଏମିତି ଭାବୁ ଭାବୁ ଭିତରେ ଟିକେ ଦେଖିବାକୁ ଆଲୁଅ ଦେଖାଉ ଦେଖାଉ ହୁକେହୋ ସିଧା ଛୁ । ଯାଇ ପଶି ଯାଇଥିଲା ରାଧି ମାଉସୀର ଭଣ୍ଡାର ଘରକୁ ଯେଉଁଠି ରହିଛି ମାଉସୀର ଘିଅ, ବସା, ଛେନା ଓ ଲବଣି । ଏବେ ରାଧି ମାଉସୀ ଦେଖିଲା ଗୁହାଳରେ କେହି ନାହାନ୍ତି । ଗୁହାଳରେ ଗାଈ ମାନେ ଏବେ ଶାନ୍ତ ଅଛନ୍ତି । ହଉ ମଶା ଧୂଆଁ ଦେଇ ଗୁହାଳ କବାଟ ଭଲ ଭାବେ ବନ୍ଧ କରି ମାଉସୀ ଘରକୁ ଆସିଲା । 

ହୁକେହୋର କୁଆଡେ ଯିବାର ବାଟ ନ ଥିଲା । କାରଣ ସେଇ ଘରୁ ବାହାରକୁ ବାହାରିଲେ କୁକୁର ମାନେ ଆମ୍ପୁଡ଼ି କାମ୍ପୁଡି ଜୀବନରୁ ମାରିଦେବେ । ତେଣୁ ଉପର ବାଲା ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ତେଣୁ ମାଉସୀ ଆସିବା ପୂର୍ବରୁ ଛୁପି ଯାଇଥିଲା ଦହି ହାଣ୍ଡିର ଆଢୁଆଳରେ । ରାଧି ମାଉସୀ ଭଣ୍ଡାର ଘରକୁ ଆସିଲା କବାଟ ଦେବାକୁ । ଆସି ଦେଖିଲା ଘର ଭିତରଟା କଣ ଏମିତି ବାସ୍ନା ହେଉଛି । କଣ କିଛି ଗୋଟେ ମରି ଯାଇଛି ବୋଧେ । ଏମିତି କଣ ଗୋଟେ ବାସ୍ନା ଆସୁଛି ଯେ । ସେ ଯାହା ହେଉ ଏତେ ରାତିରେ କଣ କରିବି ଯେ । ଯାଉଛି ସୋଇବି ରାତି ପାହିଲେ ଦେଖା ଯିବ । 

ରାଧି ମାଉସୀ ଭଣ୍ଡାର ଘର ଚାବି ଦେଇ ଶୋଇବାକୁ ଚାଲିଗଲା । ହୁକେହୋ ଦେଖିଲା ମାଉସୀ ଚାଲିଗଲେ । ଖାଦ୍ୟ ଖୋଜୁଥିବା ଲୋକ ପାଇଁ ଖାଦ୍ୟର ଭଣ୍ଡାର । ପେଟରେ ଭୋକର ଦାଉ । ଆଖି ଆଗରେ ନାନାବିଧ ସ୍ୱାଦିଷ୍ଟ ଆହାର । ବିଚରା ସବୁ ହାଣ୍ଡି ଗୁଡିକର ପଲମ ଖୋଲି ସ୍ୱାଦ ଚାଖିବାକୁ ଲାଗିଲା । ଏବେ ତା ଆଖି ଆଗକୁ ଆସିଲା ଛେନା ହାଣ୍ଡି । ହାଣ୍ଡିରେ ହାଣ୍ଡିଏ ଛେନା ରହିଛି । ମିଠା ଦୋକାନୀ ମାନେ ସକାଳେ ଆସି ନିୟନ୍ତି ତଟକା ଛେନା । ତେଣୁ ମାଉସୀ ରାତିରୁ ପ୍ରସ୍ତୁତ କରି ରଖିଦିଏ । ଏବେ ଛେନା ମୁଣ୍ଡାର ସ୍ୱାଦ ଯେତିକି ନରମ ସେତିକି ଉତ୍ତମ ସ୍ୱାଦ । ମନ ଭରି ଖାଇ ଯାଇଥିଲା ହୁକେହୋ । ପେଟ ଭରି ଖାଇ ହେକୁଟା ମାରିବାକୁ ଶୋଇଲା ବେଳକୁ ବାହାରୁ ଶୁଣା ଗଲା ବିଲୁଆ ମାନଙ୍କର ହୁକେ ହୋ ହୁକେ ହୋ । ବିଲୁଆ ଜାତି ଟିକେ ପେଟ ପୁରିଗଲେ ମନ ଖୁସିରେ ହୁକେହୋ ଶବ୍ଦ କରିଥାନ୍ତି । ପେଟରୁ ତାଙ୍କର ମିଥେନ ବାଷ୍ପ ବାହାରିଥାଏ । ସେହି ବାଷ୍ପ ବାୟୁ ସଂସ୍ପର୍ଶରେ ଆସିଲେ ଆଲୋକ ସୃଷ୍ଟି କରିଥାଏ । ହେଲେ ଆଲୋକ ସୃଷ୍ଟି କରିବାକୁ ସେମାନଙ୍କୁ ସେପରି ଖାଦ୍ୟ ଖାଇବା ଦରକାର । ଯେମିତି କି କଙ୍କଡା, ଗେଣ୍ଡା ଓ ଶାମୁକା ଆଦି । ହୁକେହୋ ବିଲୁଆ ମାନଙ୍କର ଶବ୍ଦ ଶୁଣି ନିଜକୁ ସମ୍ଭାଳି ପାରିଲା ନାହିଁ । ନିଜକୁ ବହୁତ ଆୟତ୍ତ କରି ମଧ୍ୟ ହୁକେ ହୋ କରିବାକୁ ଲାଗିଲା । ବାହାରେ ରାଧି ମାଉସୀର ନିଦ ଭାଙ୍ଗି ଯାଇଥିଲା । 

ଏତେ ରାତିରେ ମୋ ଘର ଭିତରୁ ବିଲୁଆର ଶବ୍ଦ ରାଧି ମାଉସୀଙ୍କୁ ସ୍ତବ୍ଧ ଚକିତ କରିଥିଲା । ବିଲୁଆ ମୋ ଘରକୁ ଆସିଲା କେମିତି? ହେଲେ ଏତେ ରାତିରେ ମୁଁ କେମିତି ଆୟତ୍ତ କରିବି ଯେ ! 

ମାଉସୀ ମନେ ମନେ ଗୋଟିଏ ଉପାୟ ପାଞ୍ଚିଲା । ରାତି ପାହିଲେ ମିଠା ଦୋକାନୀ ମାନେ ଆସିବେ । ସେମାନଙ୍କୁ ଛେନା ନ ଦେଲେ ସେମାନେ ରାଗିଯିବେ ଓ ଆଉ ମୋ ପାଖକୁ ଆଇବେ ନାହିଁ । ହେଲେ ଘରେ ବିଲୁଆ ଅଛି ଦେଖିଲେ ସେମାନେ ଆଉ ଛେନା କି ଦୁଗ୍ଧ ନେବେ ନାହିଁ । କଣ କରିବି ଭାବି ସେଇ ରାତିରେ ନିଜ ବାଡିରୁ ଯାଇ ଗୋଟେ ପୁରୁଣା ଛିଣ୍ଡା ଜାଲ ଆଣିଲା । ଭଣ୍ଡାର ଘର ଠାରୁ ନିଜ ଘର ଦୁଆର ଯାଏ ପୁରା ଜାଲ ଘେରେଇ ଦେଲା । ଏବେ ଭଣ୍ଡାର ଘର ଖୋଲିଲେ ଜଣା ପଡିବ ବିଲୁଆ କି ଅନ୍ୟ କିଏ । ଓଃ ହଁ ! ଏଇଥିପାଇଁ ଘରୁ ଏମିତି ବାସ୍ନା ଆସୁଥିଲା ବୋଧେ । ସେଇନେ ଟିକେ ଦେଖିଦେଇଥିଲେ ମୋତେ ଏତେ ନଷ୍ଟ ସହିବାକୁ ପଡି ନ ଥାନ୍ତା ବୋଲି ମନେ ମନେ ଭାବିବାକୁ ଲାଗିଲା । 

ହୁକେହୋ ମନ ଭରି ଛେନା ଖାଇଯାଇଥିଲା ସିନା, ହେଲେ ଏଇନେ ତାର ଗୋଟିଏ ଚିନ୍ତା କେମିତି ବାହାରିବ ଏଇ ଘରୁ । ମାଉସୀ ରାତି ପାହିଲେ କୁକୁର ଲଗେଇ ମାରିଦେବ । ଭୋକ ବିକଳରେ ପଶି ଯାଇଥିଲି ସିନା ହେଲେ ଏଇନେ କେମିତି ବଞ୍ଚବି ଏଇ ଚିନ୍ତାରେ ଏପଟ ସେପଟ ହେଉଥାଏ ବିଲୁଆ ହୁକେହୋ । ଠିକ ଏଇ ସମୟରେ ମାଉସୀ କବାଟ ଖୋଲି ଦେଇଥିଲା । ହେସ ହେସ କରି ବାଡ଼ି ଗୋଟେ ଆଣି ଭଣ୍ଡାର ଘରକୁ ଠକ ଠକ କରି ପଶୁଥିବା ସମୟରେ ହୁକେହୋ ଭୁସ କିନା ଘରୁ ବାହାରି ଗଲା । ହେଲେ ଘରୁ ବାହାରିଗଲେ କଣ ହେବ ଯେ ! ବାହାରେ ଘେରା ହୋଇଥିଲା ଜାଲ । ଛନ୍ଦି ହୋଇ ଦୁମ କିନା ପଡି ଯାଇଥିଲା ହୁକେ ହୋ । ଜାଲରେ ପଡି ହୁ ହା ହେଉଥାଏ ହୁକେ ହୋ, ମାଉସୀ ବାହାରକୁ ଆସି ବିଲୁଆକୁ ଦେଖି ଏକଦମ ଖପା । "ତୋର ଏତେ ସାହସ ମୋ ଭଣ୍ଡାର ଘରକୁ ପଶି ମାରା କଲୁ । କାଲି ମୋର ଅବସ୍ଥା କଣ ହେବ ଯେତେବେଳେ ମିଠା ଦୋକାନୀ ମାନେ ଆସି ମୋ ପାଖରେ ପହଞ୍ଚିବେ । ଏମିତି ଗୋଡାଏ ବିଳି ବିଳି ହେଉଥାଏ ରାଧି ମାଉସୀ । 

ରାଧି ମାଉସୀ ପାଖରେ ଗୋଟିଏ ଟାଣୁଆ ପାକଲା ବାଡ଼ି ଥିଲା । ହୁକେହୋକୁ ଆଖିବୁଜି ନଦିଦେଇ ଗଲା ନିର୍ଦ୍ଧମ ପ୍ରହାର । ଆଉଁ ଆଉଁ ହେଲା ବେଳକୁ ମୁଣ୍ଡକୁ ପ୍ରହାର ପୁଣି ଗଣ୍ଡିକୁ । ଯେତେ ଆଉଁ ଉଁ ହେଲେ ମଧ୍ୟ ମାଉସୀ ଛାଡିବାର ନାହିଁ । ପୁରା ରକ୍ତାକ୍ତ ହୋଇ ବେହୋସ ହୋଇ ଗଲା ହୁକେହୋ । 

ମାଉସୀ ଯାଇ ସଙ୍ଗେ ସଙ୍ଗେ ଭଣ୍ଡାର ଘର ଦେଖେତ ପୁରା ହାଣ୍ଡି ମାରା ହୋଇ ଯାଇଛି । ସବୁ ଯାକ ହାଣ୍ଡିର ପଲମ ମେଲା ହୋଇ ପଡିଛି । ସବୁ ପଲମ ଗୁଡାକ ଘୋଡାଇ ଦେଇ ରାଗରେ ଗର ଗର ହୋଇ ପୁଣି ଧାଇଁ ଆସିଲା ବିଲୁଆ ପାଖକୁ । ବିଲୁଆ ଅଚେତ ହୋଇ ପଡିଛି ସେମିତି ଜାଲରେ ଛନ୍ଦି ହୋଇ । ଏବେ ସେମିତି ଜାଲକୁ ଗୋଡେଇ ଘାଡେଇ ବହୁତ କଷ୍ଟରେ ଟେକି ଟେକି ନେଇ ବାଡ଼ି ଆଡକୁ ଚାଲିଲା । ବାଡ଼ିରେ ନେଇ ଦୁମ କିନା ଫିଙ୍ଗି ଦେଇ ଘରକୁ ଆସି ସବୁ ଯାକ ହାଣ୍ଡି ଭଲ ଭାବେ ସଜାଡ଼ିଲା । ଗଙ୍ଗା ପାଣି ଛାଡ଼ିଆଡ଼େ ଛିଞ୍ଚି ରାତି ପାହିବା ପୂର୍ବରୁ ଘରକୁ ପରିଷ୍କାର ପରିଚ୍ଛନ୍ନ କରିଦେଲା । ହେଲେ ହୁକେହୋର ଚେତା ଫେରିଲା ବେଳକୁ ଦେଖିଲା ପୁରା ଜାଲରେ ଛନ୍ଦି ହୋଇ ପଡିଛି । ପୂରୁବ ଦିଗରେ ସୂର୍ଯ୍ୟ ଅସ୍ଥ ନ ହେଉଣୁ କୁଆଡେ ଥିଲେ କୁକୁର ପଲ୍ଲ ଘେରିଗଲେ ଆମ୍ପୁଡା କାମ୍ପୁଡା କରିବାକୁ । ହୁକେହୋର ଆଉ କିଛି ବୁଦ୍ଧି ବାଟ ଦେଖା ଦେଲା ନାହିଁ । ଏବେ ମରିବା ଛଡା ବାଟ କିଛି ନାହିଁ କାରଣ ପୁରା ଶିଆଳ ଜାତି ତାର ଦିନରେ କିଏ କୁଆଡେ ବୁଦା ତଳେ ଛୁପି ଯାଇଥିଲେ । ଆଖିବୁଜିଦେଇଥିଲା ହୁକେହୋ । ଛେନା ଖାଇ ପରମ ଶାନ୍ତି ପାଇଥିବା ହୁକେହୋ ଆଜି ମରିବା ପାଇଁ ବାଧ୍ୟ ହେଲେ ।


Rate this content
Log in

Similar oriya story from Fantasy