STORYMIRROR

Sunanda Mohanty

Inspirational Others Children

4  

Sunanda Mohanty

Inspirational Others Children

ବିବେକ

ବିବେକ

2 mins
346


ପାଠ ଶାଠ ପଢି ନିଜଗୋଡ଼ରେ ଠିଆ ହେବାର ସ୍ବପ୍ନ ଭାଙ୍ଗିଗଲା ବୋଲି ନଭାବି ମିନୁ ବାଉଁଶରାଣୀ ପାଲଟି ଗଲା ବୋଲି ମନରେ କ୍ଷୋଭ ନଥିଲା ବରଂ ତାରି ପରି ଦରଦୀ ଵିଵେକୀ ସୁରେଶ କୁ ବିବାହ କରି ବି ମନଉଣା କରିନଥିଲା, ଆସ୍ତେ ଆସ୍ତେ ବାପା ମାଆ ବନି ସୁନ୍ଦର ସଂସାର ଗଢୁ ଗଢୁ ଦୁହେଁ ସ୍ୱାମୀ ସ୍ତ୍ରୀ ବସେଇ ସାରିଥିଲେ ନିଜ ହାତଗଢ଼ା ବିଦ୍ୟାଳୟ, ଆଉ ସବୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟା ଦାନ କରୁକରୁ ଭୁଲିଯାଇଥିଲେ, ପଛ ଜୀବନ ର ଦୁଃଖ ଓ ସଂଘର୍ଷ ର କାହାଣୀ, ଭୁଲିଯାଇଥିଲେ ସେମାନେନିରାଶ୍ରୟ ଭୁଲିଯାଇଥିଲେ ସେମାନେ ପରିଚୟହୀନ l


   କିନ୍ତୁ ସେଦିନ ସ୍କୁଲ ରୁ ଫେରି ପୁଅ ପାପୁଲ ଓ ଝିଅ ପୁତୁଲ ଙ୍କ ଅଭିଯୋଗ ରେ ପିତା ମାତା ଦୁହେଁ ଖୋଜିବସିଥିଲେ ନିଜ ପରିଚୟ, ନିଜ ଅସହାୟତା, ନିଜ କଷ୍ଟ ଦୁଃଖ ଯନ୍ତ୍ରଣା ର ପେଡି, କାରଣ ପୁଅ ପାପୁଲ କହୁଥିଲା ଆମ ଜେଜେବାପା ଓ ଜେଜେମାଆ ଙ୍କୁ ତୁମେ କେଉଁ ଅନାଥାଶ୍ରମ ରେ ରଖିଛ କୁହ??, ସାର କହୁଥିଲେ ଆଜିକାଲି ବୃଦ୍ଧ ପିତା ମାତାଙ୍କୁ ସମସ୍ତେ ଅନାଥ ଆଶ୍ରମ ରେ ଛାଡି ଦେଉଛନ୍ତି, ଆଉ ଆମେ ବି ପିଲାଦିନୁ ସେମାନଙ୍କ ସ୍ନେହ ଶ୍ରଦ୍ଧା ଯାଣିନୁ, ପୁତୁଲୁ ବି ଯୋଡ଼ୁଥିଲା କଥାର ଖିଅ, ସବୁ ସାଙ୍ଗ ମାନଙ୍କ ଜେଜେ ବାପା ଓ ଜେଜେମାଆ ସେମାନଙ୍କୁ ନେବା ଆଣିବା କରନ୍ତି, ଜେଜେମା କେତେ ରକମର ସୁସ୍ୱାଦୁ ଖାଦ୍ୟ ପଦାର୍ଥ କରି ଦିଅନ୍ତି, ଏଇ ଦେଖ ରାଶିଲଡ଼ୁ, କୁନୁ ଜେଜେମା ଙ୍କ ହାତ ପ୍ରସ୍ତୁତି ଲଡ଼ୁ, ଆମ ଜେଜେମା କୁଆଡେ ଗଲେ କୁହ ମାଆ, ମିନୁ ବିକଳ ଆଖିରେ ସୁରେଶ ଙ୍କୁ ଚାଁହୁଥିଲା ତ ସୁରେଶ କହିଥିଲେ କାଲି ଯାଇ ତୁମ ଜେଜେବାପା ଆଉ ଜେଜେ ମାଆ ଙ୍କୁ ଆମେ ଗାଁ ରୁ ନେଇଆସିବୁ ପିଲା ତ ବୁଝିଗଲେ ହେଲେ ବୁଝିପାରୁନଥିଲା ମିନୁ l


   ହେଲେ ପରଦିନ ସୁରେଶ ମିନୁ କୁ ନେଇଯାଇଥିଲେ ସେମାନେ ବଡ଼ ହୋଇଥିବା ଅନାଥାଶ୍ରମକୁ ଆଉ ବୁଝିବାଝି ଘରକୁ ନେଇଆସି ଥିଲେ କେହି ଛାଡିଯାଇଥିବା ବୃଦ୍ଧ ପିତା ମାତାଙ୍କୁ, ଯେଉଁ ମାନେ କି ପୁଅ କୁ ବାର ବାର ଫୋନ କରି ମଧ୍ୟ ଦିନେ ବି ଉତ୍ତର ପାଉନଥିଲେ l


  ପରଦିନ ପାପୁଲ ଓ ପୁତୁଲ ଜେଜେ ବାପା ଓ ଜେଜେମାଆ ଙ୍କୁ କୁଣ୍ଢେଇ କହୁଥିଲେ ତୁମେ ଆଉ ଆମକୁ ଛାଡି ଗାଁକୁ ଯିବନି ତ, ଜେଜେ ଆଉ ଜେଜେମା ସେ ଦୁହିଁଙ୍କୁ କୋଳକରି କାନ୍ଦି ପକାଉଥିଲେ ତ ପୁତୁଲ କହୁଥିଲା ଆମ ବାପା ମାଆ ଭାରି ଖରାପ, ତୁମକୁ ଏତେ ଦିନ ଗାଁରେ ରଖିଥିଲେ ତ ତାଙ୍କ ପାଟିରେ ହାତ ଦେଇ ଜେଜେ ଆଉ ମାଆ କହୁଥିଲେ ଆମ ପୁଅ ବୋହୁଙ୍କ ଭଳି ଵିଵେକୀ ପୁଅ ବୋହୂ ଏ ଦୁନିଆଁ ରେ ବି ମିଳିବେନି, ତୁମେ ଦୁହେଁ ବଡ଼ ହେଲେ ସବୁ ଜାଣିପାରିବ, କହି ଜେଜେମାଆ ଚକୁଳି ଓ ମଟର ତରକାରୀ ଟିଫିନ ରେ ସଜାଡି ଦେଉଥିଲେ ତ ଜେଜେବାପା ଦୁହିଁଙ୍କୁ ସ୍କୁଲ ଛାଡିବାକୁ ବାହାରୁଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational