STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଭୟ

ଭୟ

1 min
358

ମନ୍ଦିର ବେଢା ରେ ଝିଅଟି ଥାଳିଟିଏ ଧରି ମାଗୁଥିଲା ଗଲା ଆସିଲା ଭକ୍ତ ମାନଙ୍କୁ, ତ ପଚାରିଲି ସ୍କୁଲ କୁ ଯାଉନୁ କାହିଁକି, ତୋ ବାପା ମା କାହାନ୍ତି, ସେ ଖାଲି ଦାନ୍ତ ଦେଖାଇ ହସିଲା, ଯେତେ ପଚାରିଲେ ଉତ୍ତର ନ ପାଇ ପର୍ସ ରୁ ଦଶ ଟଙ୍କିଆ ଟିଏ କାଢି ଥାଳିରେ ପକେଇଦେବା ସଙ୍ଗେ ଖୁଚୁରା ପଇସା ତକ ଵି ଦେଇଦେଲି. ବାଟସାରା ଭାବୁଥିଲି ଖୁଚୁରା ରେ ଥିବା ଅଧିକାଂଶ ଟଙ୍କିକିଆ ଆଉ ଚାଲୁନି, ତ ସେଗୁଡା ଦେଇ କୋଉ ପୁଣ୍ୟ ଅର୍ଜନ କଲି ମୁଁ, ଡର ଲାଗୁଥିଲା. ସେଇ କଥା ଭାବିଭାବି ସ୍କୁଲ ଆସିଗଲା, ତ ହସ୍ପିଟାଲ କର୍ମୀ ଓ ଡ଼କ୍ଟର ପିଲାଙ୍କ ସ୍ୱାସ୍ଥ୍ୟ ପରିକ୍ଷା ପାୟୀ ହାଜର, ତାଙ୍କପାଇଁ ରୁମ ଓ ଆବଶ୍ୟକୀୟ ଉପକରଣ ଯୋଗାଇଦେବାପରେ ଦେଖାଗଲା ଅଷ୍ଟମ କ୍ଲାସ ର ଛାତ୍ରୀ ମାନେ ହାଜର, କାରଣ ତାଙ୍କ ଦେହ କୁଣ୍ଡେଇ ହୋଇ ଫଳି ଯାଇଛି, ସେମାନେ ଘରକୁ ଯିବେ, ଆଉ ଶ୍ରେଣୀ ଶିକ୍ଷୟିତ୍ରୀ ଙ୍କ ଜିଦ ପିଲାଙ୍କୁ ହସ୍ପିଟାଲ ନେବାକୁ ଶହେଆଠ ଆମ୍ବୁଲାନ୍ସ ଡକାଯିବା ଦରକାର. କଣ କରିବା ଉଚିତ ଅନୁଚିତ ତଥା ଏମିତି ହେବା ର କାରଣ ଓ ନିରାକାରଣ ପାଇଁ ସ୍କୁଲ କୁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ଓ ଡ଼କ୍ଟର ଙ୍କ ପରାମର୍ଶ ନେଇ ଆବଶ୍ୟକୀୟ ଔଷଧ ଦେଇ ଯେତେ ଯାହା କଲେ ଵି କିଏ କଣ ମନ୍ତବ୍ୟ ପ୍ରଦାନ. ଯେଉଁ ପିଲାଙ୍କର ଏମିତି ହୋଇଥିଲା ତାଙ୍କୁ ଧର୍ଯ୍ୟ ଧରିବାକୁ କହି କ୍ଲାସ ରେ ବସାଇଥିଲି ଓ ଥରକୁ ଥର ସେହି ଡ଼କ୍ଟର ମାନଙ୍କୁ ପଚାରିଥିଲି କିଛି ଅସୁବିଧା ନାହିଁତ? ସେମାନେ ଉପର କ୍ଲାସ ଝିଅ ମାନଙ୍କ ସ୍ୱାସ୍ଥ୍ୟ ଚେକ କରୁ କରୁ ଭୟ ନାହିଁ କହୁଥିଲେ ଵି ଅଜଣା ଭୟ ସନ୍ତୁଳିତ କରୁଥିଲା ମତେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract