The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Madhumita Mishra

Abstract

2  

Madhumita Mishra

Abstract

ଭୁଲ୍ ହୋଇଗଲା

ଭୁଲ୍ ହୋଇଗଲା

3 mins
529


      ସମାଜ ସୁଧାର କାର୍ଯ୍ୟ କଣ ଏତେ ସହଜ ହେଇଛି? ଦୁନିଆ ସାରାର ଚିନ୍ତା ମୁଣ୍ଡକୁ ମୁଣ୍ଡେଇ ନେଇଛି ଯେପରି ବେଳେ ବେଳେ ଏଥିପାଇଁ ସୁଧୀର ସିପ୍ରା କୁ ପାଟି ମଧ୍ୟ କରନ୍ତି ଅବଶ୍ୟ ଅତୀବ ପ୍ରେମ ରେ କିନ୍ତୁ ସିପ୍ରା କଣ ଏଇ ପରୋପକାରୀ ଗୁଣ ଛାଡ଼ି ପାରିବ?


 ପାଠ ପଢିଲା ବେଳଠାରୁ ସିପ୍ରା ର କେମିତି କେଜାଣି ଏଇ ସମାଜ ସୁଧାର ଦିଗଟି ବାରି ହୋଇ ଯାଇଥିଲା କିନ୍ତୁ ବିବାହ ପରେ ନିଜର ସଂସ୍ଥା ଖୋଲି ସେ ପୁରା ସମୟ ଦେଇ ପାରିଥିଲା। ପୁଅକୁ ବୋର୍ଡିଂ ସ୍କୁଲ୍ ରେ ଏଇ କାରଣରୁ ଛାଡ଼ିବାକୁ ହେଇଥିଲେ ମଧ୍ୟ ସିପ୍ରା କି ସୁଧୀର କାହା ମନରେ ଦୁଃଖ କିମ୍ବା ଅବଶୋଷ ନ ଥିଲା। ବରଂ ସେମାନେ ଖୁସି ଥିଲେ ଯେ ସମାଜ ପାଇଁ ପରିବାର ମୋହ ତ୍ୟାଗ କରିବା କ୍ଷମତା ସେମାନଙ୍କର ଅଛି ଏକ ଆତ୍ମସନ୍ତୋଷ ଥିଲା ତା ସହିତ ଥିଲା ନିବିଡ଼ ଦାମ୍ପତ୍ୟ ପ୍ରେମ ବିବାହର ଦୀର୍ଘ ଚଉଦ ବର୍ଷ ବିତି ଯାଇଥିଲେ ମଧ୍ୟ ସୁଧୀର ନୂତନ ବିବାହୀ ପତି ପରି ? ସିପ୍ରା କୁ ନେବା ପାଇଁ ତା ଅଫିସ୍ ଆଗରେ ଅପେକ୍ଷା କରନ୍ତି ଆଉ ସନ୍ଧ୍ୟା ସମୟତକ ନିଜ ଆବେଗ ଭରା ସ୍ନେହ ମଧ୍ୟରେ ବାନ୍ଧି ରଖି ଦିଅନ୍ତି ସିପ୍ରା ମନେ ମନେ ମୁରୁକି ହସେ..


 ବହୁ ବର୍ଷ ପରେ ବାନ୍ଧବୀ ରେଖା ଆସିଥିଲା ସିପ୍ରା ଅଫିସ୍ କୁ..ଅବଶ୍ୟ ସେମାନେ ସବୁ ବେଳେ ଦେଖା ହୁଅନ୍ତି..ସୁଧୀର ଓ ରେଖା ଙ୍କ ସ୍ବାମୀ ବିନୟ ମଧ୍ୟ ଗୋଟିଏ ଅଫିସ୍ ରେ କାମ କରନ୍ତି..ହେଲେ ସେଦିନ ରେଖା ଆସିଥିଲା ସିପ୍ରା ପାଖକୁ..ସାଙ୍ଗ ହିସାବରେ ନୁହେଁ..ପୀଡ଼ିତା ହିସାବରେ..


 ଏତେ ବର୍ଷ ପରେ ଏପରି କଥା କହିବାକୁ ହୁଏତ ସଙ୍କୋଚ ଲାଗୁଥିଲା ରେଖାକୁ..କିନ୍ତୁ ସ୍ବାମୀ ବିନୟ ର ଚାଲିଚଳନ? ସିପ୍ରା ବୋଧ ଦେଇଥିଲା ରେଖାକୁ ଓ ତାକୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ନିଜକୁ ଖରାପ୍ ଲାଗୁଥିଲା। ବିନୟ ପରି ଜଣେ ଭଦ୍ରମୁଖା ପିନ୍ଧା ଲୋକ ଶେଷରେ ଏଇୟା..ଛି ଛି..କିନ୍ତୁ ତାକୁ ଏ ଘଟଣା ର ସତ୍ୟାସତ୍ୟ ଜାଣିବାକୁ ହିଁ ପଡ଼ିବ..ବିନୟ ର ଦୂର୍ବୁଦ୍ଧି ପ୍ରମାଣିତ ହେଲା ପରେ ପୁଣି ଆହୁରି କାର୍ଯ୍ୟାନୁଷ୍ଠାନ କରିବାକୁ ହେବ..ମହିଳା ଶୋଷଣର ସିଧାସଳଖ କଥା ଏଇଟା..ଏମିତି ସହଜରେ ଚୁପ୍ ରହି ହେବନି..


 ଅନେକ କଥା ଭାବୁ ଭାବୁ ସେ ଅଭ୍ୟାସ ଗତ ଢଙ୍ଗରେ ଚିହ୍ନା ଡିଟେକ୍ଟିଭ୍ ଏଜେନ୍ସି କୁ ଫୋନ୍ କରି ଦେଇଥିଲା। ଆସିଥିବା କର୍ମଚାରୀଙ୍କୁ ନିଜ ମୋବାଇଲ ରେ ଥିବା ସୁଧୀର ଆଉ ବିନୟଙ୍କ ଯୁଗ୍ମ ଫୋଟ ଦେଇ ଚିହ୍ନାଇ ଦେଇଥିଲା ଆଉ କହିଥିଲା ଆଗାମୀ ସପ୍ତାହର ଗତିବିଧି ନିଖୁଣ ଭାବରେ ଜଣେଇବାକୁ..


 ଯଥା ସମୟରେ ସୁଧୀର ଆସିଥିଲେ ସିପ୍ରା କୁ ନେବା ପାଇଁ..ମନଟା ବହୁତ ଛଟପଟ ହେଲା ତାଙ୍କୁ କହିବାକୁ..କିନ୍ତୁ କିଛିଟା ସୀମା ମଣିଷକୁ ଏପରି ବାନ୍ଧି ଦେଇଥାଏ..ଯାହା ଆଖିକୁ ଦେଖା ଯାଏନି କି କେବେ ଲଂଘୀ ମଧ୍ୟ ହୁଏନି.. ଏହା ସେପରି ଏକ ସୀମା ଥିଲା ଯାହା ସିପ୍ରା ଡେଇଁ ପାରି ନ ଥିଲା..ଭାବିଲା ଆର ସପ୍ତାହ ଦେଖାଯିବ..ଯାହା ହେଉଛି ହେଉ..


 ସେ ସପ୍ତାହଟା ସତରେ ବହୁତ ବଡ଼ ଲାଗିଲା ସିପ୍ରାକୁ..ରେଖା ଘରକୁ ଯାଇ ତାକୁ ବୁଝେଇ ଶୁଖେଇ ମଜଭୁତ କରିବାକୁ ହେଲା। ଜୀବନ ସଂଘର୍ଷ ଏତେ ସହଜ ନୁହେଁ..ଆଉ ସେଇଟା ଆହୁରି ଦୁର୍ବିସହ ହୋଇପଡେ ଯଦି ନିଜ ଲୋକଙ୍କ ବିରୁଦ୍ଧରେ ଲଢ଼ିବାକୁ ହୁଏ..ତଥାପି ଧୌର୍ଯ୍ୟହରା ହୋଇ ତ ରହି ହେବନି ନା ? ରେଖାକୁ ସିପ୍ରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟରେ ବୁଝାଇ ଦେଇଥିଲା। ବିନୟ ଙ୍କ ଧୋକା ସାମ୍ନାକୁ ଆସିଲେ ସେ କିପରି ଏହାର ମୁକାବିଲା କରିବ ଆଉ ତା ସହିତ ତାଙ୍କ ସନ୍ତାନ ର ଭବିଷ୍ୟତ ମଧ୍ୟ କିପରି ଗଢା ଯିବ ଏ ନେଇ ସଂସ୍ଥା ରେ ଆଲୋଚନା ମଧ୍ୟ କରିଥିଲା..ଅବଶ୍ୟ ଏ ସବୁ ଗୁପ୍ତ ରୂପେ ହୁଏ..କାରଣ ବିନା ପ୍ରମାଣ ରେ କେବେ କାହାରି ସାମାଜିକ ଛବି ଉପରକୁ ପ୍ରହାର କରି ହୁଏନି ନା..


 ବୁଧବାର ସନ୍ଧ୍ୟାରେ ପ୍ରମାଣ ସହିତ ଡିଟେକ୍ଟିଭ୍ ଆସିବେ କହିଥିଲେ ସିପ୍ରା ର ହୃତ୍ ସ୍ପନ୍ଦନ ବଢି ଚାଲିଥିଲା..ଅନ୍ୟମନସ୍କ ହୋଇ ସେ କେମିତି କେଜାଣି ରେଖା କୁ ମଧ୍ୟ ଡାକି ଦେଇଥିଲା..ପ୍ରମାଣ ହସ୍ତଗତ ହେବା ଆଗରୁ ଏହା କରିବା ଅନୁଚିତ..ତଥାପି..ବୋଧେ ବିଚଳିତ ହୋଇ ସିପ୍ରା..


 ସନ୍ଧ୍ୟା ଆଗତ ପ୍ରାୟ..ବାହାରେ ଅଳ୍ପ ଅଳ୍ପ ବର୍ଷା ଲାଗି ରହିଥିଲା..ରେଖା ଓ ସିପ୍ରା ଉଭୟଙ୍କ ଆଖି ଦରଜା ଉପରେ.. ଭଦ୍ରବ୍ୟକ୍ତି ଜଣକ ଆସି ଏକ ଲଫାପା ବଢାଇ ଦେଲେ ସିପ୍ରା ହାତକୁ ଓ ଯଥାମାନ୍ୟ ଜଣାଇ ଚାଲିଗଲେ..ସିପ୍ରା ଖୋଲି ଦେଖିଲା..ଅନ୍ତତଃ ଶହେ ଉପରେ ଫଟୋ ଅଛି..ଯୁଗଳ ମୂର୍ତ୍ତି ଙ୍କ ଅନ୍ତରଙ୍ଗତା ର..ବିଭିନ୍ନ ସମୟର..ବିଭିନ୍ନ କ୍ରିୟାକଳାପ ର..ଆଖିରୁ ଲୁହ ଠପ୍ ଠପ୍ ହୋଇ ଖସି ପଡୁଥିଲା ସିପ୍ରା ର..ରେଖା ଅନୁସନ୍ଧିତ୍ସୁ ହୋଇ ବିକଳ ଭାବରେ ଲଫାପା ଟି ଛଡ଼ାଇ ଆଣିଲା..ତା ଚକ୍ଷୁ ବିସ୍ଫାରିତ ହୋଇ ଗଲା... ସ୍ଥାଣୁ ପାଲଟିଗଲା ସେ..


 ସେପଟୁ ଏଜେନସି ରୁ ଫୋନ୍ ଆସିଥିଲା.. ଅଟୋ ଆଂଶରିଂ ମୋଡ୍ ଥିବାରୁ ସେପଟୁ କଥା ଭାସି ଆସିଲା.. ଡିଟେକ୍ଟିଭ୍ କହୁଥିଲେ.."madam sorry..ପ୍ରଥମ ଥର ଏତେ ବଡ଼ ଭୁଲ୍ ହୋଇଗଲା..ଆପଣ ଯେଉଁ ଫଟୋ ଦେଇଥିଲେ ସେଥିରୁ ଯାହାର ପିଛା କରିବା କଥା ତାଙ୍କ ବଦଳରେ ଆର ଜଣକ ପଛରେ ଆମେ ଲାଗି ଯାଇଥିଲୁ..ମୁଁ ଏ କାମ ନୂଆ କର୍ମଚାରୀ କୁ ଦେଇଦେଇଥିଲି...ସହର ବାହାରକୁ ଚାଲିଯାଇଥିଲି ତ..ସେ ଭୁଲ୍ କରି ଦେଇଛି madam..କ୍ଷମା କରି ଦିଅନ୍ତୁ..ବିନା ପାରିଶ୍ରମିକରେ ଠିକ୍ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ମୁଁ ନିଜେ ଦୁଇ ଦିନ ଭିତରେ ଆପଣଙ୍କୁ ଆଣି ଦେବି..ବିଶ୍ୱାସ ରଖନ୍ତୁ..madam..madam..!!"


 ରେଖା ସେମିତି ଆଁ କରି ଚାହିଁଥିଲା..ସିପ୍ରା ଆଖିରୁ ଲୁହ ବନ୍ଦ ହେଉ ନ ଥିଲା..ଫୋନ୍ ଟି ବାରମ୍ବାର ବାଜି ଉଠୁଥିଲା ଓ ସେପଟୁ ଭୁଲ୍ ମାଗୁଥିଲେ ସେହି ଭଦ୍ରବ୍ୟକ୍ତି..


 ସନ୍ଧ୍ୟା ହୋଇ ଯାଇଥିବାରୁ ଅଫିସ୍ ତଳେ ସୁଧୀର ସବୁଦିନ ପରି ସହାସ୍ୟ ବଦନରେ ସିପ୍ରା ଆସିବା ବାଟକୁ ଚାହିଁ ରହିଥିଲେ?



Rate this content
Log in

Similar oriya story from Abstract