Himalini Hota

Romance Inspirational

4  

Himalini Hota

Romance Inspirational

ଭିନ୍ନ ପ୍ରେମ

ଭିନ୍ନ ପ୍ରେମ

4 mins
395


ଫେସବୁକରୁ ଆରମ୍ଭ ହୋଇଥିଲା କଥା ବାର୍ତ୍ତତା।କିଛିଦିନ ଭାଵ ଦିଆ ନିଆ ପରେ ପ୍ରଥମେ ନିଜ ତରଫରୁ ପ୍ରେମ ନିବେଦନ କରିଥିଲା ରାଜ ଅଙ୍କିତା କୁ ।ଫୋନ ମାଧ୍ୟମରେ , କେହି କାହାକୁ ଦେଖି ନ ଥିଲେ ବି ଏକ ଅଜଣା ବନ୍ଧନ ରେ ବାନ୍ଧି ହେଇ ଯାଉଥିଲେ ଉଭୟେ ।

ଅଙ୍କିତା ମନେ ମନେ ବହୁତ ଖୁସୀ ଥିଲେ ବି ବାରମ୍ବାର ପଚାରିଥିଲା ସତ କହୁଛ ରାଜ ତୁମେ ମତେ ନିବିଡ଼ ଭାବରେ ଭଲ ପାଉଛ ?ଉତ୍ତର ରେ ସବୁଥର ରାଜ କହିଥିଲେ ମୁଁ ତୁମକୁ ପାଗଳ ପରି ଭଲପାଏ ଅଙ୍କିତା ତୁମ ବିନା ମୁଁ ଅଧୁରା ।ତୁମେ ମତେ ପରୀକ୍ଷା କରିପାରିବ ଆଉ ମୋର ଆଶା ମୁଁ ତୁମ ର ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି।

ତୁମେ ଯେମିତି ଥାଅ ,ଯେ କୌଣସି ଅବସ୍ଥାରେ ଥାଅ ,ଯେ କୌଣସି ପରିସ୍ଥିତିରେ ରେ ଥାଅ ମୁଁ ତୁମ କୁ ଗ୍ରହଣ କରିବି।ଏତେ ବିଶ୍ୱାସ ଭଲ ନୁହେଁ ରାଜ ।ଆଉ ମୁଁ ଯଦି କଳଙ୍କିନି ହୋଇଥାଏ !! ଟିକିଏ ନୀରବ ରହି ରାଜ କହିଲେ ତେବେ ବି ମୁଁ ତୁମକୁ ଗ୍ରହଣ କରିବି ବିନା ଦ୍ବିଧାରେ ।ମୁଁ ତୁମ କୁ ଭଲ ପାଏ ତୁମ ଅତୀତ କୁ ନୁହେଁ।ପୁଣି ପ୍ରଶ୍ନ କରିଥିଲା ଅଙ୍କିତା ଯଦି ତୁମ ପରିବାର ମତେ ଗ୍ରହଣ ନ କରନ୍ତି?ଉତ୍ତର ରେ ରାଜ କହିଥିଲେ ମୁ ସେମାନ ଙ୍କୁ ମନେଇ ବା କୁ ଚେଷ୍ଟା କରିବି ଯଦି ଆବଶ୍ୟକ ପଡେ ସେମାନେ ଯଦି ରାଜି ନ ହୁଅନ୍ତି ତାହେଲେ ମୁଁ ତୁମକୁ ନେଇ ବିବାହ କରି ମୋ ଚାକିରୀ ଜାଗାରେ ରଖି ନୂଆ ସଂସାର ଆରମ୍ଭ କରିବି।ଆଉ କିଛି ପ୍ରଶ୍ନ ପଚାରିବା କୁ ଚାହୁଁଥିଲା ଅଙ୍କିତା ,ଭଗବାନ ଙ୍କ ଦ୍ୱାହି ଦେଇ ପ୍ରଶ୍ନ ପଚାରିବା ରୁ ନିବୃତ କରି ବାହାଘର ଦିନ ପକ୍କା କରିବାକୁ ପରିବାର ନେଇ ଆସିବି କହି ଫୋନ ରଖିଥିଲା ରାଜ।

ନିର୍ଦ୍ଧିଷ୍ଟ ଦିନ ପରିବାର ନେଇ ପହଞ୍ଚି ଥିଲା ରାଜ , ଅଙ୍କିତା ଘରେ ବି ସ୍ୱାଗତ ର କୌଣସି କମି ରଖି ନ ଥିଲେ।ରାଜ ର ଆଖି ଖୋଜୁଥାଏ ଅଙ୍କିତା କୁ ।ଅଙ୍କିତା ର ବାପା ବି ସମୁଦି ଙ୍କ ର ଅନୁରୋଧ ରକ୍ଷା କରି ଝିଅ କୁ ଆଣିବାକୁ କହିଥିଲେ ଅଙ୍କିତା ର ମା ଙ୍କୁ।ଅଙ୍କିତା ର ମା ଅଙ୍କିତା କୁ ନେଇ ଆସିଲେ।କିନ୍ତୁ ଏ କଣ ! ସମସ୍ତେ ଅଙ୍କିତା ଙ୍କୁ ଦେଖି ତାଜୁବ ।ଝିଅ ଟି ଦେଖିବା କୁ ଗୋଟେ ଚାଉଳ ରେ ଗଢ଼ା କିନ୍ତୁ ରାଜ ବି ଅଙ୍କିତା କୁ ଦେଖି କିଂ କର୍ତ୍ତବ୍ୟବିମୁଢ ହୋଇ ଛିଡା ହୋଇ ପଡ଼ିଲା। କାହାର ପାଟି ରେ ଆଉ ଭାଷା ନ ଥାଏ ଅଙ୍କିତା କୁ ହୁଇଲ ଚେୟାର ରେ ଦେଖି।ଅଙ୍କିତା ଏଥର ପ୍ରଥମେ ପାଟି ଖୋଲି ପ୍ରଶ୍ନ କଲା ରାଜ ଙ୍କୁ

ଏବେ କୁହ ରାଜ ବାହା ହୋଇ ପାରିବ ମତେ ?ତୁମ ପରିବାର ଲୋକେ ମତେ ଗ୍ରହଣ କରିବେ ? ଉତ୍ତର ଦିଅ ରାଜ ? ସେଦିନ ମୁଁ ତୁମକୁ କହିବାକୁ ଚାହିଁଥିଲି କିନ୍ତୁ ଭଗବାନ ଙ୍କ ଦ୍ୱାହି ଦେଇ ତୁମେ ମୋ ପାଟି ବନ୍ଦ କରି ଦେଇଥିଲ ।ଏବେ ଦେଖ ମୋ ଅବସ୍ଥା।କୁହ ରାଜ ତୁମେ ମତେ ଗ୍ରହଣ କରିପାରିବ ? କହିବା ବହୁତ ସହଜ ଥାଏ ରାଜ କିନ୍ତୁ କାମ ରେ ପରିଣତ କରିବା ବହୁତ କଷ୍ଟ।ପୁରା ବାତାବରଣ ରେ ନୀରବତା ରାଜୁତି କରୁଥିଲା।କିଛି ସମୟ ଚୁପ ରହିବା ପରେ ନିରବ ରହିଥିବା ବାତାବରଣ କୁ ଚମକାଇ ରାଜ ଆରମ୍ଭ କରିଥିଲା ପ୍ରଥମରୁ ମୁଁ କହି ରଖିଛି ଅଙ୍କିତା ମୁଁ ତୁମ କୁ ଯେ କୌଣସି  ପରିସ୍ଥିତିରେ ଥିଲେ ବି ଗ୍ରହଣ କରିବି ବୋଲି ଏବେ ତୁମେ କେମିତି ଭାବି ପାରିଲ ଯେ ମୁଁ ଉତ୍ତର ନା ହେବ ବୋଲି ।ସେ ଦିନ ମୁଁ କହିଥିଲି ନା ତୁମେ କଳଙ୍କିନି ହେଲେ ମଧ୍ୟ ମୁଁ ତୁମକୁ ଗ୍ରହଣ କରିବି ବୋଲି ଆଉ ଏ ତ ଗଲା ଛୋଟ କଥା ।ମୁଁ ତୁମକୁ ବାହା ହେବାକୁ ରାଜି ଅଙ୍କିତା।କିନ୍ତୁ ଅଙ୍କିତା ରାଜ ର ଜୀବନ କୁ ଏମିତି ବର୍ବାଦ ହେଇ ଯାଉ ଚାହୁଁ ନଥିଲା ।ପ୍ରତି ପୁରୁଷ ର ଇଛା ଗୋଟିଏ ସୁନ୍ଦରୀ ଗୁଣବତୀ ସ୍ତ୍ରୀ ଯିଏ କି ତା ହାତ ଧରି ସବୁ ପରିସ୍ଥିତି ରେ ବାଟ ଚାଲି ପାରିବ।  କିନ୍ତୁ ଅଙ୍କିତା ଥିଲା ଜନ୍ମ ରୁ ଭିନ୍ନ କ୍ଷମ।ହୁଇଲ ଚେୟାର ରେ ତା ଜୀବନ ଆରମ୍ଭ । ବହୁତ କଷ୍ଟ କରି ସେ ଆଜି ଯାଏ ଏତିକି ବାଟ ଚାଲି ଛି । ରାଜ ତାକୁ ନେଇ ହଇରାଣ ହୁଅନ୍ତୁ ଚାହୁଁ ନଥିଲା ସେ ।ଗୋଡ଼ ଦୁଇଟି ସିନା ନ ଥିଲା ପଢା ପଢି ,ଗୀତ,ବତ୍କୃତା ,ସବୁ ଥିରେ ସେ ଥିଲା ଆଗୁଆ ।ସରକାରୀ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲା ସେ ।ଭିନ୍ନକ୍ଷମ ହୋଇ ମଧ୍ୟ କାହା ଉପରେ ବୋଝ ନ ଥିଲା ସେ।

ଆମେ ବହୁତ କ୍ଷେତ୍ରରେ ଦେଖିଥିବା ଭିନ୍ନ କ୍ଷମ ପିଲା ମାନେ ବହୁ ମୁଖୀ ପ୍ରତିଭାର ଅଧିକାରୀ ହୋଇଥାନ୍ତି ଈଶ୍ୱର ଗୋଟିଏ ଅଙ୍ଗ ସିନା ଦେଇ ନ ଥାନ୍ତି କିନ୍ତୁ ଅନ୍ୟ ଅଙ୍ଗ ସବୁ ରେ ସବୁ ଶକ୍ତି ଠୁଳ କରି ଦେଇଥାନ୍ତି।

ଛାଡ଼ନ୍ତୁ ମୁଖ୍ୟ କଥା କୁ ଯିବା 

ମୁଁ ତୁମ କୁ ଭାବି ବାକୁ ସମୟ ଦେଉଛି ରାଜ ଏ ବାହାଘର ପାଇଁ କୌଣସି ତରବରର ଆବଶ୍ୟକ ନାହିଁ।ରାଜ କିନ୍ତୁ ନିଜ ଜିଦ ରେ ଅଟଳ ଥିଲା ଓ ବାପା ଙ୍କୁ କହିଥିଲା ମୁଦି ପିନ୍ଧେଇ ତାକୁ ପରିବାରର ବୋହୁ ରୂପେ ସ୍ୱୀକାର କରିବା ପାଇଁ।

ଏଇଠି ଗୋଟିଏ କଥା କହି ରଖୁଛି ଆପଣ ମାନଙ୍କର ମନରେ ଗୋଟେ ପ୍ରଶ୍ନ ଥିବ ପୁଅ ସିନା ମୁଦି ପିନ୍ଧେଇବା କଥା କିନ୍ତୁ କେତେକ ପରିବାର ରେ ଏମିତି ବି ନିୟମ ଅଛି ପୁଅ ଘର ପରିବାର ର ଗୁରୁଜନ ଶ୍ରେଣୀର ଲୋକ ବନ୍ଧୁ ବାନ୍ଧବ ଙ୍କ ଗହଣ ରେ ବୋହୁ କୁ ମୁଦି ପିନ୍ଧେଇ ବୋହୁ ଭାବରେ ଗ୍ରହଣ କରନ୍ତି। ସେ ହେତୁ ରାଜ ବି ବାପା ଙ୍କୁ କହିଥିଲା ।ରାଜ ର ବାପା ବି ପୁଅ ର କଥା କୁ ସମର୍ଥନ କରି ମୁଦି ପିନ୍ଧା କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।ଏବଂ କିଛି ଦିନ ପରେ ମହା ଧୁମ ଧାମ ରେ ବାହାଘର ହୋଇଥିଲା ରାଜ ଓ ଅଙ୍କିତା ର।ଏବଂ ହସଖୁସିରେ ରେ ଆଗାମୀ ଜୀବନ ଅତିବାହିତ କରିଥିଲେ ସେମାନେ।

ଆଜିର ଏହି ପାପିଳ ସଂସାରରେ ଏମିତି ବି ମହାନ ହୃଦୟ ଧାରୀ ଲୋକ ମଧ୍ୟ ସଂସାରରେ ଅଛନ୍ତି ଯେଉଁ ମାନଙ୍କ ପାଇଁ ଏ ସଂସାର ଚାଲିଛି। ଏଇଟା ମୋର ନିଜସ୍ୱ ମନ୍ତବ୍ୟ।



Rate this content
Log in

Similar oriya story from Romance