STORYMIRROR

MADHU MITA

Abstract Inspirational

3  

MADHU MITA

Abstract Inspirational

ଭଡା ମିଛ

ଭଡା ମିଛ

3 mins
181


" ଅମୁ.. ଆସ ଜଳଖିଆ ପ୍ରସ୍ତୁତ" 


" ହଁ ଭାଉଜ" କହି ସିଡି ତଳକୁ ଦୋୖଡି ଆସିଲା ଅମୀୟ ।ଗରମ୍ ଗରମ୍ ଆଳୁ ପରଟା ଖାଇ ଚରମ ତୃପ୍ତିରେ ପାଣି ଗ୍ଲାସ୍ ପିଇଲା ବେଳେ ସୁନନ୍ଦା ଭାଉଜ କହି ଦେଲେ" ଏଥର ପ୍ରିୟାକୁ ନେଇ ଆସି ଯାଅ।ଆଉ କେତେଦିନ ଏମିତି ରହିବ କହିଲ।ତା ଛଡା ତମ ବଖରାକୁ ଲାଗି ଆଉ ଦୁଇଟି ରୁମ ତ ବଢ଼େଇ ଦିଆ ଗଲା ନା"..।


କଥା ସମାପ୍ତ ହେବା ଆଗରୁ ହୁଁ ହୁଁ କହି ବାହାରିଗଲା ଅମୀୟ।ସେ ସବୁବେଳେ ଏମିତି।ସୁନନ୍ଦା ଭାଉଜ ଯାହା କହିଲେ ତାହା ସତ।କିନ୍ତୁ…


ଦୁଇ ବର୍ଷ ତଳେ ଅମୀୟ ନୂଆ ଚାକିରି ପାଇ ଭୁବନେଶ୍ବର ଆସିଥିଲା।ଭଡ଼ା ଘର ମିଳିବା ଏତେ କଷ୍ଟ ଏଇଠି!! ଆଉ ତା ପରେ ପୁଣି ସର୍ତ୍ତ.. ବିବାହିତ ହିଁ ରହି ପାରିବେ।ଖୋଜା ଖୋଜି କରି ବିରକ୍ତ ହୋଇଯିବା ପରେ ଶେଷରେ ଏହି ଘର ପାଇଥିଲା ଅମୀୟ।ଘର ମାଲିକ ତଳେ ରୁହନ୍ତି।କିଶୋର ମହାନ୍ତି… ସିଡି ଉପର ଦେଇ ଗଲା ପରେ ଗୋଟିଏ ବଖରା ଘର ଆଉ ତା ସଂଲଗ୍ନ ବାଥରୁମ୍.. ଘର ତା ଅଫିସ୍ ପାଖରେ ହୋଇ ଥିବାରୁ ଆଉ ଭଡ଼ା ମଧ୍ୟ ସୁହେଇବାରୁ ସେ ହାତ ଛଡା କରି ନ ଥିଲା।


ପରିବାର କଥା ପଚାରିବାରୁ ସେମାନେ ଗାଆଁ ରେ ରୁହନ୍ତି କହି ଦେଇଥିଲା।ପତ୍ନୀ ପ୍ରିୟା ଓ ମା ବାପା.. ବାସ୍.. ତା ପରେ କିଶୋର ଭାଇ ଓ ଭାଉଜ ତାକୁ ନିଜ ପରିବାରର ସଦସ୍ୟ କରି ଦେଇଥିଲେ।ବାହାରେ ଖାଇବା ଖର୍ଚ୍ଚ ମଧ୍ୟ ସେ ସୁନନ୍ଦା ଭାଉଜଙ୍କୁ ଦେଇ ଦେଉଥିଲା।ଆଉ ସେ ନିଜ ଘରେ ଅମୀୟ ପାଇଁ ରୋଷେଇ କରି ଦେଉଥିଲେ।ସେମାନଙ୍କ ଏକମାତ୍ର ପୁଅ ପିଣ୍ଟୁ ଦାଦା ଦାଦା କହି ଦୋୖଡି ଆସେ ପଢା ବହି ଧରି ଅମୀୟ ପାଖକୁ।ଦୁଇ ବର୍ଷ କେମିତି ଚାଲିଗଲା ଜାଣି ହେଉନି… ଏସବୁ ଭାବୁ ଭାବୁ ଅମୁ ପହଞ୍ଚି ଯାଇଥିଲା ଅଫିସ୍ ରେ..


ବିଶୋୟୀ ବାବୁ ଡକରାରୁ ଅମୀୟକୁ ଆଉ ଅମୀୟରୁ କେତେବେଳେ ଅମୁ ଡକା ଆରମ୍ଭ ହୋଇଯାଇଥିଲା ତାହା ମଧ୍ୟ ତାର ମନେ ପଡେ ନାହି.. କିଶୋର ଭାଇଙ୍କ ଅଡିଟ ଚାକିରି ଯୋଗୁଁ ଭାଉଜ ତା ଉପରେ ନିର୍ଭର କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ।


ଅମୀୟ ରହିବା ପରେ ସେମାନେ ତା ପରିବାର ରହିବା ସୁବିଧା ହେବ ଭାବି ଆଉ ଦୁଇଟି ରୁମ ଅଧିକା କରି ଦେଇଥିଲେ।ଆଜିକାଲି ଘର ଭଡ଼ା ଯାହା ହେଲାଣି…!!ପଇସା ଦେଇ ମଧ୍ୟ ମନ ମୁତାବକ ଘର ପାଇବା ସ୍ବପ୍ନ ହେଇଗଲାଣି।ଏ ଅବସ୍ଥାରେ ଏପରି ସହଯୋଗ ପାଇଁ ଅମୀୟ ମନ କୃତଜ୍ଞତାରେ ଭରି ଯାଉଥାଏ…


ପ୍ରତି ସପ୍ତାହରେ ଗାଆଁକୁ ଯାଏ ଅମୀୟ।ଶନିବାର ସନ୍ଧ୍ୟାରେ ଯାଇ ପୁଣି ସୋମବାର ସକାଳୁ ଆସି ଅଫିସ୍।ରୀତିମତ ରୁଟିନ ଥିଲା ଏହା।ହେଲେ ଗତ ତିନି ସପ୍ତାହ ହେଲା ତା ଅଫିସ୍ ରେ କିଛି ଦରକାରୀ କାମ ଥିବାରୁ ସେ ଜମା ଯାଇ ପାରି ନ ଥିଲା ।ମନଟା ବହୁତ ବ୍ୟସ୍ତ ହେଉଥିଲା।ଅବଶ୍ୟ ସେ ଫୋନରେ କଥା ହୋଇଯାଏ।ହେଲେ ମଧ୍ୟ..।


" ଅମୁ.." ବାପାଙ୍କ କଣ୍ଠ ଶୁଣି ଅମୀୟ ଖୁସିରେ ଦୋୖଡି ଆସିଲା ଅଫିସ୍ ବାଲକୋନୀକୁ।


" ଆମେ ତୋ ଘରେ ଅପେକ୍ଷା କରିଛୁ ତୋତେ.."

 

ଏତିକି ଶୁଣି ଅମୀୟ ଆଶ୍ଚର୍ଯ୍ୟ ହୋଇଗଲା ...ସେମାନେ କେମିତି ତାକୁ ନ ଜଣେଇ ଭୁବନେଶ୍ୱର ଆସିଗଲେ ।ତା ସହ ଆନନ୍ଦିତ ମଧ୍ୟ ହେଲା ଯେ ଏତେ ଦିନ ଦେଖା  ହୋଇନି ଯା ହେଉ ଆଜି ଦେଖା ହେବ..ସେମାନଙ୍କ ଦେହପା ନେଇ ଅମୀୟ ସବୁବେଳେ ଚିନ୍ତିତ ରହିଥାଏ।


"କିନ୍ତୁ ବାପା..ମୋ ଘର ଠିକଣା କିପରି ପାଇଲେ।" ପଚାରିଲା ଅମୁ..


" ତୋ ସୁନନ୍ଦା ଭାଉଜ ଦେଇଥିଲେ..କାଲି ଫୋନ୍ କରିଥିଲେ।"


 ଅମୀୟ ମନେ ପକେଇଲା..କିଛି ମାସ ତଳେ ଭାଉଜ ତା ବାପାଙ୍କ ନମ୍ବର ମାଗିଥିଲେ।ଗୋଟିଏ ଘର ପରି ଚଳୁ ଥିବାରୁ ସେ ମଧ୍ୟ ଅନାୟାସରେ ଦେଇଥିଲା।ହେଲେ ଭାଉଜ...କାହିଁକି ଯେ ଫୋନ୍ କରିଥିଲେ ଆଉ ସେ ମା ବାପାଙ୍କୁ କାହିଁକି ଡାକିଛନ୍ତି..। ଏହା ଭାବି ବିଚଳିତ ହୋଇ ଉଠୁଥିଲା ଅମୀୟ..


ଘରେ ପହଞ୍ଚିଲା ବେଳେ ଦେଖିଲା ତା ମା ବାପା କିଶୋର ଭାଇଙ୍କ ଘରେ ତଳେ ଅଛନ୍ତି।କିଛି କହିବା ଆଗରୁ ବାପା କହି ଉଠିଲେ  " ତୁ କିଛି ଦିନ ଘରକୁ ନ ଯିବାରୁ ବ୍ୟସ୍ତ ହୋଇ ତୋ ଭାଉଜ ଫୋନ୍ କଲେ।କାରଣ ତୋ ଦ୍ଵାରା ସେ ଆମକୁ ମଧ୍ୟ ନିଜର ଭାବି ପାରିଲେ..ଆଉ ତୁ..।"


ଅମୀୟ କଣ ବା କହି ଥାଆନ୍ତା?ଅପରାଧୀ ପରି  ଠିଆହେବା ଛଡା ଆଉ କଣ କରନ୍ତା??


"ଅନେକ ଥର ଭାବିଛି...ସତ କହିବାକୁ..ହେଲେ ପିଣ୍ଟୁ..ସେ କଣ ଭାବିବ !?ତା ଦାଦା ମିଛ କୁହନ୍ତି?କେବଳ ଏତିକି ଭାବି ମୁଁ ଅବିବାହିତ ଏ କଥା ଆଉ କହି ପାରିନି ଭାଉଜ.."ଏକ ନିଃଶ୍ୱାସରେ କହି ଗଲା ଅମୀୟ..


" ତା ହେଲେ କଣ କରିବା ଏବେ"?ଭାଉଜ ପ୍ରଶ୍ନ କଲେ…


ସମସ୍ତେ ପରସ୍ପରକୁ ଚାହୁଁ ଥିଲେ.. ହେଲେ ଉତ୍ତର..।




Rate this content
Log in

Similar oriya story from Abstract