STORYMIRROR

SUSHIL MAHAPATRA

Romance

3  

SUSHIL MAHAPATRA

Romance

ଭାଗ୍ୟର ଚମତ୍କାର

ଭାଗ୍ୟର ଚମତ୍କାର

3 mins
199

ଚଳଚଞ୍ଚଳ ବସଷ୍ଟାଣ୍ଡ I ଗୋଟେ ବହିଦୋକାନ ସାମ୍ନାରେ ବସିଥାଏ ମୁ I ବସ ଟିକିଏ ଡେରି ରେ ଆସିବାକୁ ଥାଏ I ସୂର୍ଯ୍ୟ ଯେମିତି ପୃଥିବୀ ଉପରେ ଅଗ୍ନି ଢାଳି ଶାନ୍ତିରେ ବିଶ୍ରାମ ନେଉଛନ୍ତି !! ସୂର୍ଯ୍ୟାସ୍ତ ପରେ ବି କି ଗରମ ! ହଟାତ ଡାକ ଶୁଣିଲି ମାନସ ଭାଇ କୁଆଡେ ଯିବ.. ଚମକି ପଡିଲି ଦେଖିଲି ଲଗ୍ନା ମୋର ସହପାଠୀ ଯୁକ୍ତ ଦୁଇର I କଲେଜ ରେ ସହପାଠିନୀ ଥିଲା ମୋର I 2 ପରେ ଆଉ ଯୋଗାଯୋଗ ନାହିଁ I ୟା ଭିତରେ ମୁ ସମ୍ବଲପୁର ଛାଡି ରାଜଧାନୀ ରେ ଶିକ୍ଷା ସମାପ୍ତ କରି ଗୋଟେ କମ୍ପାନୀ ରେ କାମ କରିବା ସହିତ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହୋଉଥାଏ ମୁଁ I

ଲଗ୍ନା କୁ ପଚାରିଲି ଆରେ କୁଆଡେ ଯିବୁ ତୁ? କ'ଣ କରୁଛୁ? ଲଗ୍ନା କହିଲା ବାପାଙ୍କ ଟ୍ରାନ୍ସଫର ହେଲା ପରେ ମୁ ଭୁବନେଶ୍ୱର ରେ ପାଠ ପଢା ସାରି ବୁର୍ଲା ରେ ପି ଏଚ. ଡ଼ି କରୁଛି I ମଜାକ ରେ ପଚାରିଲି ବାହା କେବେ ହଉଛୁ? ଡାକିବୁତ? ମୋ ମଜାକ ଯେମିତି ତା ଆଖିରେ ଲୁହ ଆସିଗଲା. କହିଲା ବାହାଘର କଣ ନିତାନ୍ତ ଆବଶ୍ୟକ I ଦେଖିବା ଯଦି ଆବଶ୍ୟକ ହୁଏ I

ପଚାରିଲା ଆଉ ଭାଉଜ କେବେ ଆସୁଛନ୍ତି? ମୁ କହିଲି ଖୋଜୁଛି ଦୁନିଆଁ ଭିତରେ ଯେବେ ପାଇବି ନିଶ୍ଚିତ କହିବି I 

   ବାସ ମୋ ବସ ଆସିଯାଇଥାଏ I ଲଗ୍ନା କୁ କିଛି ନ କହି ବସ କୁ ଉଠିଗଲି ମୁ I ବସରେ ଝରକା କାନ୍ଥ କୁ ଅନେଇ ଭାବୁଥାଏ ମୁ ଜୀନୁ କଥା. ଜୀନୁ ମୋ ପିଲାଦିନର ବାନ୍ଧବୀ I ଛୋଟବେଳୁ ଧୁଲି ଖେଳ ରୁ ବର କନିଆ ହୋଇ କେତେ ଖେଳିଛେ I ପ୍ରଥମ ରୁ ପଞ୍ଚମ ଯାଏଁ ଗାଁ ସ୍କୁଲ ରେ, ତାପରେ କୁଆଡେ ଗାଏବ ହୋଇଯାଏ ସେ I ସମ୍ବଲପୁର ରେ ରହୁଛି ଭାବି 2 ପଢ଼ିଲି I ଦେଖା ହେଲାନି I ରାଜଧାନୀ ରେ ପଢ଼ୁଥିବା ଭାବି କେତେ ଖୋଜିଛି.. ଆଉ ଏବେ ବି ଖୋଜୁଛି I ଜୀନୁ କଥା ଭାବି ଭାବି କେତେବେଳେ ଯେ ନିଦ ଆସିଗଲା ଆଉ ମୁଁ ଶୋଇପଡ଼ିଥିଲି ଜାଣିପାରିଲିନି I 

  ହଟାତ ନିଦ ଭାଙ୍ଗିଲା I କଣ୍ଡକ୍ଟର କହିଲା ଆଗରେ ରାସ୍ତା ଜାମ. କେତେ ସମୟ ଲାଗିବ କହିହବନି I ମୁ ଟେନସନ ରେ, ସକାଳୁ ମୋର ପରୀକ୍ଷା I ମୋ ଟେନସନ କୁ ଦେଖି ମୋ ପାର୍ଶ୍ୱ ସିଟ ରେ ବସିଥିବା ମହିଳା ଜଣକ ପଚାରିଲେ କଣ ଆଜ୍ଞା ଟେନସନ ଜଣା ପଡୁଛନ୍ତି? ଜାମ ବେଶି ସମୟ ନୁହେଁ ମ Iବସ ର ମିଞ୍ଜି ମିଞ୍ଜି ଆଲୁଅରେ ଦେଖିଲି ଲଗ୍ନା.. ଚମକି ପଡିଲି ପଚାରିଲି ଆରେ କୁଆଡେ ଯାଉଛୁ.. କହିଲା ସମ୍ବଲପୁର I କିଛି ନକହି ବସ କୁ ପଳାଇ ଆସିଲ ହଉ, କାହିଁକି ବାହା ହୋଇନ କହିଲନି? କେମିତି କହିବି ମୋ ଜୀନୁ କଥା ବୁଝିପାରୁନଥାଏ I ତଥାପି କହିଲି ମୁଁ ଜଣକୁ ଖୋଜୁଛି... ଯୋଉ ଦିନ ପାଇବି ତୁମକୁ ନିଶ୍ଚୟ କହିବି I ଲଗ୍ନା କିନ୍ତୁ ନଛୋଡବନ୍ଧା ବାଧ୍ୟ୍ୟ କଲା ଆଉ ଏମିତି କହିଲା ଯେ ବାଧ୍ୟ୍ୟ ହୋଇ କହିଲି ମୁଁ କଥା ଦେଇଛି ଜୀନୁ ମୋ ବାଲ୍ୟ ସଖା କୁ ମୁ ଜୀବନ ସାଥି କରିବା ପାଇଁ ଯାହା ସହ ମୁଁ ବାଲିଘର ମିଛି ମିଛିକା ବାହାଘର ଖେଳିଛି ତାକୁ କେମିତି ଭୁଲିବି ଯେ..... ଖୋଜୁଛି ମୁ ଯୋଉଦିନ ପାଇବି ସେଦିନ ଭାବିବି କିନ୍ତୁ ମୁଁ ଜାଣିନି ମୋ ଜୀନୁ ମୋତେ ମିଳିବ ନା ନାହିଁ I 

    ଲଗ୍ନା ଆଖିରେ ଲୁହ ଭରି ଆସୁଥାଏ... କହିଲା ସତରେ ତୁମ ଜୀନୁ କୁ ମନେ ରଖିଚ? ତୁମେ ମହାନ.. ବହୁତ ଦିନୁ ତୁମକୁ କହିବି ଭାବୁଥିଲି, ଜାଣିବାକୁ ଚାହୁଁଥିଲି.. ମନେ ଅଛି ନାଁ ତମେ ଜୀନୁ ପାଇଁ ସାଇକେଲ ରୁ ପଡ଼ିଥିଲ... ଜାମୁ ଗଛରୁ ଖସିପଡି ହାତ ଭାଙ୍ଗିଥିଲା... ମନେ ଅଛି ନା??? 


ଚାହିଁଥାଏ ମୁ ଯେମିତି ମୁକ... କିଏ ଏ ଲଗ୍ନା ମୋ ସହପାଠୀ? . ପଚାରିଲି କିଏ ତମେ? କହିଲା ପିଲାଟି ଦିନରୁ ତୁମ ଛାଇ ପରି ଲାଗିକି ଅଛି ଜାଣିପାରୁନ ନା.. ମୁ ଲଗ୍ନା ସାମନ୍ତରାୟ.. ତୁମ ଜୀନୁ... ତୁମେ ଯୋଉ ଅଫିସ ରେ କାମ କରୁଛ ମୁ ସେଇ ଅଫିସ ର MD. ଜାଣିପାରୁନ ନା... 


ମୁକ ଭଳି ଚାହିଁ ରହିଥାଏ ମୁ, ସତରେ ଭଗବାନ ବି ଏମିତି ଚମତ୍କାର କରନ୍ତି... ଭାଗ୍ୟ ବି ଏମିତି ସାଥ ଦିଏ !!! ସତରେ ଭଗବାନ ଙ୍କୁ ଧନ୍ୟବାଦ ଦେବା ଭିତରେ କଣ୍ଡକ୍ଟର କହୁଥାଏ... ଆରେ ଚାଲ ବାହାରେ ଥିବା ଲୋକ ଭିତରକୁ ଆସ.... ବସ ଛାଡିବ...... ଅଯଥା 2 ଘଣ୍ଟା ବିଳମ୍ବ ହୋଇଗଲା I

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance