STORYMIRROR

SUSHIL MAHAPATRA

Classics

3  

SUSHIL MAHAPATRA

Classics

ପ୍ରକୃତିପ୍ରେମୀ

ପ୍ରକୃତିପ୍ରେମୀ

3 mins
211

ପ୍ରକୃତି ଆଉ ମଣିଷ.. ଦୁହେଁ ଆବହମାନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡିତ I ଦୁନିଆ ରେ ମଣିଷ ସର୍ବଶ୍ରେଷ୍ଟ ଜୀବ I ଏମିତିରେ ନିଜର ବ୍ୟସ୍ତ ବିବ୍ରତ ଜୀବନ ରେ ନିଜ ସ୍ୱାର୍ଥ ସାଉଁଟି ବାରେ କାହା କଥା ମନେ ପଡ଼େନି I ମନେ ପଡ଼େନି ମା ର ମମତା ପିତା ର ତ୍ୟାଗ I ପ୍ରକୃତି କୁ ଭଲ ପାଇବା, ପ୍ରକୃତି କୁ ସଜାଇବାକୁ କାହା ପାଖରେ ଯେମିତି ସମୟ ନାହିଁ I ଏଠି ମଣିଷ ନିଜକୁ ସର୍ବଶ୍ରେଷ୍ଟ କରି ଗଢି ତୋଳିବାପାଇଁ ପ୍ରଚେଷ୍ଟା ରେ କେମିତି ନିଜ ଆୟୁ ସାରି ଦିଏ ଜାଣିପାରେନି I ତଥାପି ଏଇ ସ୍ୱାର୍ଥପର ଦୁନିଆ ରେ ଯେ ପ୍ରକୃତିପ୍ରେମୀ ଅଛି ଭାବିଲେ ବିଶ୍ୱାସ ହୁଏନି I ମନେ ହୁଏ ଯିଏ ପ୍ରକୃତିପ୍ରେମୀ ସେ ହିଁ ମାନବପ୍ରେମୀ I


ନୂଆ ଚାକିରୀ. ସାଙ୍ଗ ମାନଙ୍କ ସହ ପାରାଦ୍ବୀପ ବାହାରିଲୁ I ଯିବାବାଟରେ ରଘୁନାଥପୁର ପଡେ I ସେଇଠି ଜଳଖିଆ ପାଇଁ ଅଟକିଲୁ I ହଟାତ ଦେଖା ହେଲା ବଦ୍ରି ଭାଇ ଙ୍କ ସହ I ବଦ୍ରି ଭାଇ ସହ ଏମିତି ଯେ ଦେଖା ହେବ ଭାବି ନଥିଲି I ବୟସ ହେଇ ଯାଇଛି ତଥାପି ନିଜ ଦେହରେ ବୟସର ଛିଟା ନାହିଁ I ମନ ବହୁତ ଦୁଃଖ ରେ ଥିଲା ଭଳି ଲାଗିଲା I ପାଖ କୁ ଗଲି ନମସ୍କାର କଲି I ଭାଇ ବହୁତ ସ୍ୱାଭିମାନୀ I ଅମାୟିକ ଲୋକ I ତାଙ୍କ ମୁଖ ମଣ୍ଡଳ ରେ ବିଷଣ୍ଣ ର ଭଷା ବାଦଲ ଦେଖି ମୋ ହଜମ ହେଲାନି I ପଚାରିଲି ଭାଇ ଭୁବନେଶ୍ୱର ଛାଡିକି ଏଠି ପୁଣି ଟେନସନ ଥିଲା ଭଳି ଲାଗୁଚ? ହସି କହିଲେ ନାଇଁ ମ ସେମିତି, ଚାଲ ଘରକୁ ଯିବା ପଖରେ ମୋ ଘର I ମନା କରିପାରିଲିନି I ସାଙ୍ଗ ମାନଙ୍କ ସହ ଘରକୁ ଗଲୁ I ପ୍ରକୃତି ର ଅନନ୍ୟ ସମ୍ଭାର I ଘର ନା ଆଶ୍ରମ ବୁଝିପାରିଲିନି I ହଜି ଗଲି କଳ୍ପନା ରାଇଜରେ.... 

      ସମୟ ର ତାଳେ ଦେଖା ହୁଏ ଏମିତି ଏକ ମଣିଷ ସହ ଯାହା ସହ ଯେତେ ନିବିଡ଼ତା ହୁଏ ସେହି ଲୋକ ର ବ୍ୟାପକ ପରିସର ରେ ଅଧିକ ଜାଣିବାରେ ସମର୍ଥ ହୁଏ I ସତରେ ମଣିଷ ଭଳି ମଣିଷ ଟିଏ I ଛୋଟ ଦିନରୁ ଗୋଟେ କଥା ଶୁଣି ଆସୁଥିଲି କଟକିଆଙ୍କୁ ସହଜେ ବିଶ୍ୱାସ ନାହିଁ I ମୁ ବି ଏମିତି ବିଶ୍ୱାସ କରୁ ନଥିଲି I କିନ୍ତୁ ଧିରେ ଧିରେ ସେଇ ମଣିଷ ପଖରେ ମୁ ଯେମିତି ନତମସ୍ତକ କଲି ଜାଣିପାରିଲିନି I ମନେ ହୁଏ ମା ପେଟର ଭାଇ ନ ହେଲେ ବ ବଡ ଭାଇ ଠୁ କମ ନୁହେଁ I ଗୋଟେ ତ ଶିକ୍ଷା ଯାହା କରିପାରିବନି କହିବନି I ଆଉ ସତ ଯେତେ କଷ୍ଟ ଦେଉ ପଛେ ମିଛ କହି ନିଜକୁ ବଡ ଦେଖାଇବ ନାହିଁ I ସତରେ ମଣିଷ ଠୁ ଆଉ କଣ ଶିଖିବ I ମନେ ଭାବେ ଯୋଉଠି ଗାନ୍ଧୀ ଗୋପବନ୍ଧୁ ଙ୍କୁ ଲୋକେ ବୁଝିପାରୁନଥିଲେ ଇଏ କିଏ? କିନ୍ତୁ ମଣିଷ ଭଳି ମଣିଷ ଲାଗେ I ହଟାତ ପ୍ରକୁତିସ୍ଥ ହେଲି ଭାଇଙ୍କ ଡାକରେ କହିଲେ ଆରେ ଆଉ ସବୁ ଭଲ I କଣ ଚାଲିଛି I 

କଣ କହିବି କହିଲି ଭାଇ ମନ ଦୁଃଖ କଣ ପାଇଁ I ତୁମ ଘର ତ ସ୍ୱର୍ଗ ଭଳି କୋଉ ଆଶ୍ରମ ଠୁ କୋଉ ଗୁଣରେ କମ ନାହିଁ I ତୁମେ ଯେ ପ୍ରକୃତି ପ୍ରେମି ଜାଣି ନଥିଲି I ଭାଇ କହିଲେ ଆରେ ମୁ ଗୋଟେ ଅଭିଶପ୍ତ ମଣିଷ ହୋଇ ଯାଇଛି I ଏଇ ସାମନାରେ ଦୁଇ ଟି ଆମ୍ବ ଗଛ ଦେଖୁଛ I ତାଙ୍କୁ ପୁଅ ଭଳି ସ୍ନେହ ଦେଇ ବଢେଇଛି I କିନ୍ତୁ ସୁରକ୍ଷା ଦେଇପାରୁନି ମୁ I ଧିକ ମୋତେ. କହି ଆଖିରୁ ଅଶ୍ରୁ ଧାର ବହି ଆସିଲା I ଅଶ୍ରୁ ଭିତରେ ପ୍ରେମକୁ ମୁ ଦେଖୁଥାଏ I କହିଲେ ଆମ୍ବ ଗଛ ଦୁଇଟା ଭାବୁଥିବେ ଏ କାହିଁକି ଆମକୁ ବଢ଼ାଇ ଏମିତି କଷ୍ଟ ଦେଉଛି I କିନ୍ତୁ ମୁ କଣ କରିପାରିବି ସକାଳୁ 7 ଜଣ ସ୍ତ୍ରୀ ଲୋକ ଡାଳ ଭାଙ୍ଗି ନେଲେନି I ଶେଷରେ ମୁଢି ଵାଲା ବି ଦୁଇ ଚାରି ଡାଳ ଭାଙ୍ଗି ନେଇଗଲା I ଆଜି ମକର ସଂକ୍ରାନ୍ତି ବୋଲି ମୋ ଗଛ ର କଣ ଭାଗ୍ୟ ଖରାପ I ବଉଲ ଆସିବ ବୋଲି ମୁ ଅପେକ୍ଷା ରେ କିନ୍ତୁ ସୁରକ୍ଷା ଦେଇପାରୁନି I ଲାଗିଲା ଯେମିତି ମଣିଷ ନୁହେଁ ମଣିଷ ରୁପି ବୃକ୍ଷ ମା ଟିଏ I ଦେହ ମୋ ଯେମିତି ଲୋମ ସବୁ ଠିଆ ହୋଇ ଯାଉଥାଏ I ସତରେ ଦେଖା ହେଲା ଆଜି ଏମିତି ମଣିଷଟିଏ I ଯିଏ କି ଭୁବନେଶ୍ୱର ଚାକଚକ୍ୟ ଜୀବନ ଛାଡିକି ଗାଁ କୁ କଣ ପାଇଁ ଆସୁଚି? ଏମିତି ବି ମଣିଷ ଅଛନ୍ତି .... ପ୍ରକୃତି ପ୍ରେମୀ ସତରେ ମାନବ ପ୍ରେମୀ... ଇଛା ହୋଉଥାଏ ତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ I ଶିବ କହିଲା ଭାଇ ଯିବା କି??  ଯିବା ପୂର୍ବରୁ ଇଚ୍ଛା ହୋଉଥାଏ ଏହି ଆଶ୍ରମ ରେ ଦୁଇ ଦିନ ରହିଯାନ୍ତି କି?


Rate this content
Log in

Similar oriya story from Classics