ରକ୍ତର ପ୍ରତିଦାନେ
ରକ୍ତର ପ୍ରତିଦାନେ
ରାତ୍ରି ର ଦ୍ଵିତୀୟ ପ୍ରହର I ନିଦ ଭାଙ୍ଗିଗଲା I ଆଉ ନିଦ ହେଲାନି I କଡ ଲେଉଟଇଲେ ବି ନିଦ ଆସୁନି I ମନେ ମନେ ଏପଟ ସେପଟ ଦୁନିଆ ଚିନ୍ତା I କଣ କଣ ମୁଣ୍ଡରେ ଆସୁଥାଏ ଜାଣି ପାରୁନଥାଏ ମାନସ I କେତେବେଳେ ଯେ ମନ ଆଉ ଵିକେକ ମଧରେ ଯୁଦ୍ଧ ଆରମ୍ଭ ହୋଇ ଯାଇ ଥାଏ ଜାଣିପାରିନି I ମନ ତ ବହୁତ ବଡ I କ୍ଷିପ୍ର ଗତି, କିନ୍ତୁ ବିବେକ ବହୁତ ମନ୍ଥର I ସବୁଠି ରୋକ ଏଇଟା ଠିକ ନୁହଁ କରିବା କଥା ନୁହଁ ଯେମିତି ନିଜେ ଜ୍ଞାନ ର ଭଣ୍ଡାର I
ସେଦିନ ଯଦି କହିପାରିଥାନ୍ତି ହୁଏତ ଆଜି ପଶ୍ଚାତାପ ନିଆଁ ରେ ଜଳିବାକୁ ପଡି ନଥାନ୍ତା I ବିବେକ କହୁଛି ତୁ ଠିକ କରିଛୁ କିଛି ବି ଭୁଲ କରିନୁ ଏମିତି ଅନ୍ତଦ୍ଵନ୍ଦ ମଧରେ ନିଦ ଆସିଗଲା ଜାଣିପାରିଲାନି I
ସକାଳ ପୁଣି କର୍ମମୟ ଜୀବନ ଆରମ୍ଭ I ସକାଳୁ ବ୍ରସ କରିବା ଠୁ ପୁଣି କାମ ହିଁ କାମ I ଅଫିସ ର ଟାର୍ଗେଟ ପୂରଣ ଚିନ୍ତା I ନିତ୍ୟ କର୍ମ ସାରି ଅଫିସ ଯିବାକୁ ରେଡ୍ଡୀ ହୋଉଥାଏ ମାନସ I ଠିକ ଏହି ସମୟରେ କଲିଂ ବେଲ... ଗେଟ ଖୋଲି ଦେଖେ ତ ଲଗ୍ନା I ନଜାଣି ଲା ଭଳି ପଚାରିଲା ଆପଣ?
ହଁ, ମୁଁ ଲଗ୍ନା ଦାସ .... ଆପଣ ମାନସ ନା? ମାନସ କିଛି କହିବା ପୂର୍ବରୁ ଲଗ୍ନା ଭୋ ଭୋ ହୋଇ କାନ୍ଦି ଉଠିଲା କହିଲା ମୋତେ ମାଫ କରିଦିଅ, ତୁମ ପାଇଁ ଆଜି ମୁଁ ନୂଆ ଜୀବନ ପାଇଛି, ତୁମେ ସତରେ ମହାନ... ତୁମକୁ ଭୁଲ ବୁଝୁଥିଲି ହେଲେ, ତୁମେ ନ ଥିଲେ ମୁଁ ଆଜି ଏ ଦୁନିଆରେ ନଥାନ୍ତି I ସତରେ ତୁମ ପରି ମଣିଷ ଏ ଦୁନିଆ ରେ ବିରଳ I ଗର୍ବ ଅହଂକାର ମଣିଷ କୁ ଅନ୍ଧ କରିଦିଏ କିନ୍ତୁ ତୁମ ପରି ମଣିଷ ସତରେ ଭାଗ୍ୟ ରେ ଥିଲେ ମିଳେ I ଧନ୍ୟବାଦ ଆଉ ପ୍ରଶଂସା ରେ ପୋତି ଦିଅନ୍ତୁନି I ମୁଁ ତ ମୋ କର୍ତଵ୍ୟ କରିଛି I ହଉ ଛାଡ ଅଫିସ ପାଇଁ ଡେରି ହୋଉଚି ପରେ କଥା ହେବା, ଏମିତି କହି ମାନସ ଚାଲିଗଲା ଅଫିସ I
ଅଫିସ ରେ ମନ ଲାଗିଲାନି I କିଛି କାମ କରିବାକୁ ଇଛା ହେଉ ନଥାଏ I ଚଳଚିତ୍ର ର ରଙ୍ଗୀନ ଛବି ପରି ମାନସ ଆଖି ଆଗରେ ସବୁ ଭାସି ଆଉଥାଏ I ଲଗ୍ନା ଦାସ... ଯେମିତି ସୁନ୍ଦରୀ ସେମିତି ପାଠରେ ବି ଆଗୁଆ,ନା ରୂପ ନା ଧନ ରେ ଅଭାବ ତାର I କଲେଜ ର ସବୁ ପୁଅ ଙ୍କ ଡ୍ରିମ ଗାର୍ଲ ଲଗ୍ନା I କିନ୍ତୁ ସରଳ ମନ ହେଲେ ବି ସୁନ୍ଦରତା ର ଗର୍ବ ବୋଧେ ତା ମନକୁ ଆଚ୍ଛାଦିତ କରିକି ରଖୁଥିଲା I ସମସ୍ତେ ତାର ଗୋଟିଏ ଝଲକ ପାଇବାକୁ ଅନେଇ ବସିଥାନ୍ତି I ସେଦିନ କ୍ଲାସ ସାରି କମନରୁମ କୁ ଫେରୁଥାଏ ମାନସ I ହଟାତ ପଚାରୁ ସସ୍ମିତା ଡାକିଲା, ମାନସ ଭାଇ ଲଗ୍ନା କଥା ହେବ I ମାନସ କହିଲା ତାର କଣ କାମ ଯେ!!ସେ କହିପାରିବିନି କି?
ବାସ ଏତିକି,ଦୂରରେ ଥିବା ଲଗ୍ନା ପାଖକୁ ଆସି କହିଲା କଣ ତୁମେ ଏଥର ସେମିଷ୍ଟାର ରେ ଟପର ହୋଇଛ ବୋଲି ଏତେ ଗର୍ବ,ଭୁଲି ଯାଅନି... ନିଜ ଔକାତ କୁ I ସାଙ୍ଗ ମାନଙ୍କ ହସ ଆଉ ଲଗ୍ନା ର ଏମିତି କଥାରେ ମାନସ ଅପମାନିତ ହୋଇ ଫେରି ଆସିଲା ସତ I କିନ୍ତୁ ସେଦିନର ଅପମାନ ମାନସ କୁ ୟୁନିଭର୍ସିଟି ଟପର ହେବା ପାଇଁ ଖୋରାକ ଯୋଗାଇଥିଲା I ଯୋଉଦିନ କଲେଜ ର ଶେଷ ଦିନ ଫାରୁୟାଲ ସଭା ରେ କଲେଜ ର ଅଧ୍ୟକ୍ଷ ମାନସ ସମ୍ୱର୍ଧନା ଦେଲା ବେଳକୁ ମାନସ ଲକ୍ଷ୍ୟ କରିଛି ଲଗ୍ନା ମୁଁହ ତଳକୁ କରି ବସିଥାଏ I ସଭା ପରେ ମାନସ ଲଗ୍ନା ପାଖକୁ ଯାଇ କହିଲା ଲଗ୍ନା ତୁମକୁ ବହୁତ ଧନ୍ୟବାଦ I ଆଜି ଯଦି ମୁଁ ସଫଳତା ପାଇଛି ତୁମ ପାଇଁ I ତୁମର ସେଇ ଅପମାନ ମୋ ପାଇଁ ଆଶୀର୍ବାଦ ହୋଉଚି I ବାସ ଲଗ୍ନା ପାଖରେ ଭାଷା ନଥିଲା, ଅଭିନନ୍ଦନ ମାନସ କହି ଚାଲିଗଲା I
ତାପରେ ଆଉ ଲଗ୍ନା ସାଙ୍ଗରେ ଭେଟ ନାହିଁ I ହଟାତ ସେଦିନ ଅଫିସ ରୁ ଫେରିବା ବେଳେ ଲୋକ ଭିଡରେ ଲଗ୍ନା.... ଚେତା ନଥାଏ I ରକ୍ତ ଜୁଡୁବୁଡୁ I ଖାତିର ନକରି ନିଜ ଗାଡ଼ିରେ ଲଗ୍ନା କୁ ମେଡିକାଲ ନେଇ ନିଜ ଦେହରୁ ରକ୍ତ ଦେଇ ତା ପରିବାର କୁ ଖବର ଦେଇ ଚାଲିଆସିଲା ମାନସ I ଏମିତି ଭାବୁଭାବୁ ହଟାତ ଆଖି ଆଗରେ ସବୁ ଷ୍ଟାଫ I ହାତରେ ଫୁଲତୋଡ଼ା, ଅଭିନନ୍ଦନ ର ସୁଅ... କିଛି ବୁଝି ପାରୁ ନଥାଏ ମାନସ I କାହିଁକି ଯେ ଏ ଅଭିନନ୍ଦନ ୟୁନିଭରସିଟି ଟପର ପରେ ବି ସରକାରୀ ଚାକିରୀ ମୋହ ପରେ ବହୁ କଷ୍ଟ ରେ କମ୍ପାନୀ ରେ ଚାକିରୀ I ପୁଣି କଣ ପାଇଁ ଏ ମାନେ ଏମିତି..
ସୃତି କହିଲା ମାନସ ଆଜ୍ଞା ଆପଣ ଆଜିଠୁ ଆମର MD. ଆଜି ବୋର୍ଡ ଆପଣକୁ ମନୋନୀତ କରିଛି I ଆପଣକୁ MD ଙ୍କୁ ସାକ୍ଷାତ କରିବାକୁ ଆପଣକୁ ଡାକରା... ଯାଆନ୍ତୁ ଆସିଲେ ପାର୍ଟି ଆପଣ ଦେବେ ନା I ମାନସ କିଛି ବୁଝି ପାରୁନଥାଏ, MD ଙ୍କ ଚ୍ୟମ୍ବର ଭିତରେ ଲଗ୍ନା !! ଲଗ୍ନା କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ତୁମେ ଏଇଠି, ଆମ କମ୍ପାନୀ ରେ? ଚୋୖକିରୁ ଉଠିଆସି ଲଗ୍ନା ମୁଂହ ତଳକୁ କରି କହିଲା ମାନସ ମୋ ଭୁଲ ପାଇଁ କ୍ଷମା ନାହିଁ... ବାସ ଆଜିଠୁ ଏଇ ଚୌକି ତୁମର.... ଏ କମ୍ପାନୀ ତୁମର... ଯୋଉ ଦେହ ରେ ତୁମ ରକ୍ତ ସେଠି ମୋ ଗର୍ବ ମୋ ଅହଂକାର ର ସ୍ଥାନ କୋଉଠି ? ଯଦି ପାରିବ ତୁମ ପାଦ ତଳର ଦାସୀ ହେବାକୁ ଅନୁମତି ଦେଇ ପାରିବ ?
ମାନସ ନିର୍ବିକାର I ପାଟିରେ ଭାଷା ନାହିଁ.... ଭଗବାନ ଙ୍କ ଲୀଳା ର ଏକ ଝଲକ ସତେ I କେମିତି କହିବ ଯେ କଲେଜ ଦିନରୁ ଯୋଉ ସାହସ ଜୁଟେଇ ପାରିନି ଆଜି କେମିତି କହିଦେବ ? ତଥାପି ବାହୁ ବନ୍ଧନରେ ଲଗ୍ନା କୁ ଚାପି ଧରି କହିଲା... ତୁମେ ସତରେ ବଦଳି ଯାଇଛ ଲଗ୍ନା......
ସମାପ୍ତ
ସୁଶୀଲ କୁମାର ମହାପାତ୍ର

