STORYMIRROR

Bishwa ranjan Tripathy

Drama Romance Action

3.8  

Bishwa ranjan Tripathy

Drama Romance Action

ଭାଗ୍ୟ ବିଧାତା

ଭାଗ୍ୟ ବିଧାତା

11 mins
61


କାହାଣୀ ପରିଚୟ:

ରୁଦ୍ରପ୍ରତାପ ହରିଚନ୍ଦନ (ଜମିଦାର)

ସାବିତ୍ରୀ ହରିଚନ୍ଦନ (ରୁଦ୍ରପ୍ରତାପ ବାବୁଙ୍କର ଧର୍ମପତ୍ନୀ)

କାଜଲ ହରିଚନ୍ଦନ ( ରୁଦ୍ରପ୍ରତାପ ବାବୁଙ୍କର ଏକମାତ୍ର ଝିଅ)

ଶଙ୍କର ମୁଦୁଲି (ରୁଦ୍ରପ୍ରତାପ ବାବୁଙ୍କର ଗୁମାସ୍ତା)

ସନାତନ ସାମନ୍ତ ( ସନା, ରୁଦ୍ର ବାବୁଙ୍କର ଜଣେ ବିଶ୍ୱସ୍ଥ କର୍ମଚାରୀ)

କମଳିନୀ ସାମନ୍ତ ( କମଳା,ସନାତନର ଧର୍ମପତ୍ନୀ)

କ୍ରିଷ୍ଣା ସାମନ୍ତ (ସନାତନର ଏକମାତ୍ର ପୁତ୍ର)

ରୁଦ୍ରପ୍ରତାପ ବାବୁ ଜଣେ ବହୁତ ଧାନିଶାଳୀ ବ୍ୟକ୍ତି ସହିତ ବହୁତ ଚତୁର ବ୍ୟକ୍ତି ତାଙ୍କ ଅଂଚଳରେ। ସେ ଅଚଳାଚଳ ସମ୍ପତ୍ତିର ମାଲିକ ଯେମିତିକି ଗାଡି ଘୋଡା ବ୍ୟାଙ୍କ ବାଲାନ୍ସ କୌଣସିଥିରେ ଅଭାବ ନାହିଁ। ସେ ତାଙ୍କ ପରିବାରକୁ ବହୁ ଭଲ ପାଉଥିଲେ, ସବୁଠୁ ଅଧିକ ଭଲ ପାଉଥିଲା ତାଙ୍କର ଏକମାତ୍ର ଝିଅ କାଜଲକୁ,  କହିବାକୁ ଗଲେ କାଜଲ ଥିଲା ତାଙ୍କ ଜୀବନ ତା ବିନା ସିଏ ଗୋଟେ ଘଡି ବି ରହିପାରୁନଥିଲେ। ରୁଦ୍ରବାବୁଙ୍କ ଧର୍ମପତ୍ନୀ ସାବିତ୍ରି ଦେବୀ ତାଙ୍କ ନାଁ ଅନୁସାରେ ସେ ଥିଲେ ଜଣେ ଧର୍ମପରାୟଣ ନାରୀ, ବହୁତ ଈଶ୍ୱର ବିଶ୍ୱାସୀ ତେଣୁ ସକାଳୁ ଉଠି ନିତ୍ୟକର୍ମ ସାରି ପ୍ରଥମେ ପୂଜାପାଠ ଶେଷ ନକରିଲା ପର୍ଯ୍ୟନ୍ତ ସେ ଅର୍ଣ୍ଣ,ଜଳ ବି ସ୍ପର୍ଶ କରୁନଥିଲେ।

ଶଙ୍କର ମୁଦୁଲି ସେ ଥିଲେ ରୁଦ୍ର ବାବୁଙ୍କର ଗୁମାସ୍ତା ଯିଏ ରୁଦ୍ରବାବୁଙ୍କ ସମସ୍ତ ବ୍ୟବସାୟ ବାଣିଜ୍ୟର ହିସାବକିତାବ ରଖୁଥିଲେ। ସେ ଥିଲେ ବହୁତ ଚାଲାକ ସହ କୂଟୀଳ ସ୍ୱଭାବର ବ୍ୟକ୍ତି ସମୟ ସୁବିଧା ଦେଖୀ ସମ୍ପତ୍ତି ହଡପ କରିବାକୁ ପଛୋଉନଥିଲେ, କିନ୍ତୁ ସେ ସବୁଥିଲା ରୁଦ୍ର ବାବୁଙ୍କ କଳ୍ପନାର ବାହାରେ ସେ ଶଙ୍କରର କଳା କର୍ତ୍ତୃତ୍ୱ ବିଷୟରେ ଥିଲା ସମ୍ପୂର୍ଣ ଅଜ୍ଞ , କଣପାଇଁ ବା ଜଣେ ଏତେ ପୁରୁଣା କର୍ମଚାରୀକୁ ଅବିଶ୍ୱାସ କରିବ ଯିଏ ନିଜ ଚତୁରତା ସ୍ୱଭାବରେ ସମସ୍ତଙ୍କୁ ବାନ୍ଧିରଖିଥିଲା ।

ସନାତନ ଥିଲା ଗରିବ ହେଲେ ସେଥିଲା ସରଳ, ନିରୀହ, ନିଷ୍କପଟ, ପରିଶ୍ରମୀ, ସଚ୍ଚୋଟ ଓ ସ୍ୱାଭିମାନୀ। ତେଣୁ ସେ ଅନ୍ୟାୟ ଅନୀତି, ଦୁର୍ନୀତି କିଛି ବି ଦେଖିଲେ ସହ୍ୟ କରିପାରେ ନାହିଁ । ସେ ନିଜର କାମକୁ ସବୁବେଳେ ଗୁରୁତ୍ୱ ଦିଏ, ନିଜର କାମକୁ ସମୟ ନିର୍ଘଣ୍ଟ ଅନୁସାରେ ପ୍ରତିବଦ୍ଧତାର ସହିତ ସମ୍ପାଦନ କରେ। ଅନ୍ୟକୁ ଦୁଃଖ ବା ଅସୁବିଧାରେ ଦେଖିଲେ ସେ ସହ୍ୟ କରିପାରିନାହିଁ, ଯଦି କେହି ଅସୁବିଧାରେ ଥାନ୍ତି ଯଦି ତାର ନଜରକୁ ଆସେ ତେବେ ସେ ପ୍ରଥମେ ବ୍ୟକ୍ତି ଭାବେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥାଏ। ତେଣିକି ସେ ନିଜେ ଯେତେ କଷ୍ଟରେ ଥାଉପଛେ।

ତାର ଏମିତି ମାନବ ପ୍ରେମ ନୀତିକୁ ଦେଖି ତାକୁ ସମସ୍ତେ ଭଲ ପାଆନ୍ତି ଓ ଆଦର ବି କରନ୍ତି। ତାକୁ ସମସ୍ତେ ସ୍ନେହରେ ସନା ଭାଇ ବୋଲି ଡାକନ୍ତି, ସେ ବି ସେହି ଡାକରେ ବହୁତ ଖୁସି ଅନୁଭବ କରେ। କିନ୍ତୁ ତାର ଏମିତି ଗୁଣ ଲାଗି ସେ ନିଜେ ବହୁତ ଅସୁବିଧାର ସମ୍ମୁଖୀନ ବି ହୁଏ। ଏତେ ସବୁ କରିବାପରେ ମଧ୍ୟ ସେ କେବେବି ନିଜ ପରିବାରକୁ ଅବହେଳା କରେନାହିଁ। ନିଜ ସ୍ତ୍ରୀର ଧ୍ୟାନ ରଖିବା ସହିତ ନିଜର ଏକମାତ୍ର ପୁତ୍ର କ୍ରିଷ୍ଣାକୁ ବି ମଧ୍ୟ ବହୁତ ସ୍ନେହ କରେ। ସେ ଥିଲା ତାର ଏକୋଇରବଳା ବିଶିକେଶନ ଭଳି।

ସନାର ଘର ରୁଦ୍ର ବାବୁଙ୍କ ଘର ପାଖରେ ଥିବାରୁ କ୍ରିଷ୍ଣା ଓ କାଜଲ ସାଙ୍ଗ ହୋଇ ବହୁତ ଖେଳନ୍ତି, ଏମିତି ଖେଳା ଖେଳି ଭିତରେ ଉଭୟଙ୍କ ଶୈଶବ କଟିଯାଏ। ପୂର୍ଣ୍ଣିମାର ଚନ୍ଦ୍ର ବଢ଼ିଲା ପରି ଉଭୟ ବଢିବାକୁ ଲାଗନ୍ତି। ତାପରେ ଉଭୟ ଶୈଶବରୁ କୈଶୋର ଅବସ୍ଥାରେ ପାଦ ଥାପନ୍ତି। ତଥାପି ତାଙ୍କର ମିଳାମିଶା ଟିକେ ବି କମିନଥାଏ। ଆଗରୁ କେବଳ ଘରେ ଖେଳୁଥିଲେ, କିନ୍ତୁ ଏବେ ସ୍କୁଲ, ନଦୀକୂଳ, ଗାଁ ଆମ୍ବ ତୋଟା ଇତ୍ୟାଦିରେ ଉଭୟ ଘୁରିବୁଲୁଥିଲେ ମୁକ୍ତ ବିହଙ୍ଗ ପରି। ଏତେସବୁକୁ କାହାର ଧ୍ୟାନ ବି ଯାଇନଥିଲି କାରଣ ସେ ଥିଲେ ବହୁତ ଛୋଟ।

କିନ୍ତୁ ରୁଦ୍ରବାବୁଙ୍କର ଗୁମାସ୍ତା ଶଙ୍କର ଏସବୁ ଦେଖି ସହ୍ୟ କରିପାରୁନଥାଏ, କାରଣ ଏମିତି ଯଦି କାଜଲ ମା ସେ କ୍ରିଷ୍ଣା ସହ ମିଳାମିଶା କରିବେ ତେବେ ସେଦିନ ଦୂର ନୁହେଁ ଯୋଉଦିନ ସେ ସନିଆର ପୁଅ କ୍ରିଷ୍ଣାର ହାତଧରି ଆସି କହିବ ବାବା ମୁଁ କ୍ରିଷ୍ଣାକୁ ବିବାହ କରିବାକୁ ଚାହେଁ, ଆଉ ମୋର ରୁଦ୍ରପ୍ରତାପ ବାବୁଙ୍କର ସମସ୍ତ ସମ୍ପତ୍ତି କୁ ହାତେଇବାର ସ୍ୱପ୍ନଟା ସ୍ୱପ୍ନରେ ରହିଯିବ। ନା ନା ଏବେଠୁ କିଛି କରିବାକୁ ହେବ ନହେଲେ ଆଗକୁ ସ୍ଥିତି ଅଣାୟତ୍ତ ହୋଇଯିବ।

ଏମିତି ଚିନ୍ତାକରି ଶଙ୍କର ଯାଇ ରୁଦ୍ରପ୍ରତାପ ବାବୁଙ୍କ କାନରେ ମିଛ ସତ କରି ୟାଡୁ ସ୍ୟାଡୁ କୁହେ। ସେସବୁ ଶୁଣିସାରିବା ପରେ ରୁଦ୍ର ବାବୁ ବହୁତ ରାଗିଯାନ୍ତି ଆଉ ସଂଗେ ସଂଗେ ସନିଆକୁ ଡକେଇ କୁହନ୍ତି ଯେ ତୋର ପୁଅକୁ ମୋ ଝିଅଠାରୁ ଅଲଗା ରଖେ, କାରଣ ମୋ ଝିଅ ତୋ ପୁଅର ମାଲିକ, ଆଉ କେବେବି ମାଲିକ ଓ ଚାକର ଏକାଠି ମିସିପାରନ୍ତିନି।

:ସନିଆ ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ, ଆଉ ପଚାରେ ବାବୁ କଣ ଭୁଲ କରିଛି ମୋର ପୁଅ କୁହନ୍ତୁ, ମୁଁ ଆଜି ତାକୁ ମାରୁ ମାରୁ ମାରିଦେବି।

:ଆରେ ସେମିତି କିଛି ହୋଇନି, ତେଣୁ କିଛି ହବା ଆଗରୁ ସତର୍କ ହୋଇଯା ନେହେଲେ ମୋ ଠାରୁ ଖରାପ କେହି ହେବେନି। ଆଜିଯାଏଁ ସେମାନେ ଛୋଟ ଥିଲେ ତେଣୁ କିଛି କହୁନଥିଲି, କିନ୍ତୁ ଏବେ ସେମାନେ ବଡ ହେଉଛନ୍ତି ତେଣୁ ତୋର ପୁଅକୁ ବୁଝେଇଦେ ଆଉ ମୋର ଝିଅଠୁ ଅଲଗା ରଖେ।

:ଆଜ୍ଞା ବାବୁ ମୁଁ ବୁଝେଇଦେବି କ୍ରିଷ୍ଣାକୁ ସେ ମୋ କଥାରୁ କେବେବି ବାହାରିଯିବନି, ଆଜିଠାରୁ କାଜଲ ମାଆଙ୍କ  ସହ କ୍ରିଷ୍ଣା କବେବି ମିଶିବନି ମୁଁ ଆପଣଂକୁ କଥା ଦଉଛି।

: ହଁ ସେୟା କରିଲେ ତୋ ପାଇଁ ଆଉ ତୋର ପୁଅ ପାଇଁ ବହୁତ ଭଲ, ନହେଲେ ମତେ ତ ତୁ ଭଲଭାବେ ଜାଣିଛୁ।

ସେପଟେ ଶଙ୍କର ମୁରୁକି ମୁରୁକି ହସୁଥାଏ, ଆଉ କହୁଥାଏ ଛୋଟ ଲୋକର ବଡ଼ ହେବାରେ ବହୁତ ଆଶା। ଯେତିକିର ଲୋକ ସେତିକିରେ ରହିବାକୁ ଚେଷ୍ଟାକର, ଚାକର ହୋଇ ମାଲିକ ସହ ମିଶିବାକୁ ଚେଷ୍ଟାକରୁଛି।

ଶଙ୍କରର ସେହି ଦୁଇପଦ କଥା ସନିଆ ଛାତିରେ କଣ୍ଟା ଭଳି ଫୁଟିଯାଏ, ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ ଆସି ଘରେ ପହଁଚେ ଆଉ ତାର ସମସ୍ତ ରାଗ କ୍ରିଷ୍ଣା ଉପରେ ଶୁଝେଇଦିଏ। ପୁଣି ତାଗିଦ କରେ ଯେ କାଜଲ ମାଆଙ୍କ  ସହ ନମିଶିବା ପାଇଁ । ଯିଏ ଦିନେହେଲେ ତାର ପୁଅକୁ ରାଗିକି ପଦୁଟିଏ କହିନଥିଲା ଆଜି ବିନା କାରଣରେ କିଛି ନବୁଝି ନଶୁଝି ସେ ବାହାର ଲୋକଟା କଥାରେ କଅଁଳିଆ ପିଲାଟା ଉପରେ ହାତ ଉଠେଇଦେଲା। ତେଣୁ ସେ ଦିନସାରା କିଛି ନଖାଇ ନପିଇ ସେମିତି ମନଦୁଃଖରେ ବସିଥାଏ ଆଉ ତଳେ ନିଜ ହାତକୁ ବାଡେଇ ବାଡେଇ କ୍ଷତାକ୍ତ କରିଦେଇଥାଏ। ପୁଣି ଚିନ୍ତା କରୁଥାଏ ଯେ ସେ ଗାଁ ଛାଡି ଚାଲିଯିବ। ଏହି ସମୟରେ ସନିଆର ପତ୍ନୀ କମଳା ଆସି ପହଁଚେ ଆଉ ସନିଆର ଏମିତି ଅବସ୍ଥା ଦେଖି ନିଜକୁ ରୋକି ପାରେନି ସେ ବି କାନ୍ଦିବାକୁ ଲାଗେ। ସଂଗେ ସଂଗେ ଔଷଧ ଆଣି ସେ କ୍ଷତ ସ୍ଥାନରେ ଲଗେଇଦିଏ।

ତାପରେ ଉଭୟ ପତି ପତ୍ନୀ ଯାଇ କ୍ରିଷ୍ଣା ପାଖରେ ବସନ୍ତି ଆଉ ତାକୁ ବୁଝାନ୍ତି ଯେ ସେମାନେ ବଡ଼ଲୋକ, ତାଙ୍କ ସହ ଆମେ ସମାନ ନୁହଁ, ତେଣୁ ତୁ କାଜଲ ମାଆଙ୍କ  ସହ ମିଳାମିଶା ବନ୍ଦ କରିଦେ, ନହେଲେ ସେମାନେ ତୋର ବାପାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବେନି, ଆଉ ଆମକୁ ଗାଁରୁ ବାହାର କରିଦେବେ। ତୁ ଆମ କଥା ରଖିବୁ ନା?

ହଁ ମୁଁ ଆଉ କେବେବି କାଜଲ ସହ ମିଶିବିନି, ତାସହ ଆଉ ସାଙ୍ଗ ହେବିନି, ମୁଁ ତୁମକୁ କଥା ଦଉଛି। ତାପରେ ସମସ୍ତେ ଖୁସିରେ ଖାଇପିଇ ଶୋଇଯାନ୍ତି।

ସେହିଦିନ ପରଠୁ କ୍ରିଷ୍ଣାର କାଜଲ ଘରକୁ ଯିବା ଆସିବା ସହ ମିଶିବା, ଖେଳିବା ବୁଲିବା ସବୁକିଛି ବନ୍ଦ ହୋଇଯାଏ। କ୍ରିଷ୍ଣା ବି ସମ୍ପୂର୍ଣ୍ଣ ରୂପେ କାଜଲ ସହ ମିଶିବା ବନ୍ଦ କରିଦେଇଥାଏ। ଏମିତିକି ସ୍କୁଲରେ ବି କାଜଲ ସହ କଥା ହଉନଥାଏ। କାଜଲ କିନ୍ତୁ ତା ଆଡୁ କ୍ରିଷ୍ଣା ସହ କଥା ହେବାପାଇଁ ଚେଷ୍ଟା କରୁଥାଏ, ଏମିତି କିଛିଦିନ ବିତିଯାଏ। ଦିନେ ସ୍କୁଲରେ ଖେଳ ଛୁଟିରେ କାଜଲ ତାର ଟିଫିନ ଧରି ଯାଇ କ୍ରିଷ୍ଣା ପାଖରେ ବସିଯାଏ ଆଉ କ୍ରିଷ୍ଣାର ଟିଫିନ ଜୋରକରି ଛଡେଇ ଆଣି ତା ନିଜ ଟିଫିନକୁ କ୍ରିଷ୍ଣାକୁ ଦେଇଦିଏ। କ୍ରିଷ୍ଣା ଯେତେ ମନା କରିବା ସତ୍ତ୍ୱେ ବି କାଜଲ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥାଏ। ତେଣୁ କ୍ରିଷ୍ଣା ବାଧ୍ୟହୋଇ ତା ସହ କଥା ହୁଏ, ଓ ସାଙ୍ଗ ହୋଇ ଉଭୟ ,ଉଭୟଙ୍କ ଟିଫିନ ଖାନ୍ତି। ପୁଣି ଥରେ ଉଭୟ ମିଶିବାକୁ ଲାଗନ୍ତି ପୂର୍ବଭଳି।

ସେଦିନ ଉଭୟ ଟିଫିନ ଖାଇସାରିବା ପରେ ସ୍କୁଲକୁ ଆଉ ନଜାଇ ସେହି ପାଖରେ ଥିବା ଏକ ମନ୍ଦିରକୁ ଯାଆନ୍ତି, ଆଉ ସେଇଠି ବସି ଖେଳନ୍ତି, ତାସହିତ ଠାକୁରଙ୍କୁ ଜଣାନ୍ତି ଯେ ତାଙ୍କ ଘରେ ଏମିତି ତାଙ୍କ ସହିତ ନକରିବା ପାଇଁ। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଶଙ୍କରର ଆଖି ପଡେ ଉଭୟଙ୍କ ଉପରେ, ଆଉ ରାଗରେ ଜର୍ଜରିତ ହୋଇ କହିବାକୁ ଲାଗେ ସେ ଛୋଟ ଲୋକ ସନିଆର ପୁଅ ସ୍କୁଲ ବନ୍ଦକରି ଲୁଚିଛପି କାଜଲ ମାଆଙ୍କ  ସହ ପୁଣି ମିଳାମିଶା କରୁଛି। ତେଣୁ ସେ ସଂଗେସଂଗେ କାଳବିଳମ୍ବ ନକରି ସେହି ଜାଗାରୁ ଚାଲିଯାଏ ଓ ସେହି ବିଷୟରେ ରୁଦ୍ରପ୍ରତାପ ବାବୁଙ୍କୁ ଜଣେଇଦିଏ।

ରୁଦ୍ର ବାବୁ ଶଙ୍କର ଠାରୁ ସେସବୁ ଶୁଣି ସାରିବା ପରେ ରାଗରେ ଗର୍ଜନ କରି କୁହନ୍ତି ଆଜି ସେ ସନିଆର ପୁଅକୁ ମୁଁ ଛାଡିବିନି, ମୋ ହାତରେ ଆଜି ଗୋଟେ ମର୍ଡର ହୋଇଯିବ। ରୁଦ୍ର ବାବୁଙ୍କ ଏମିତି ରାଗ ଦେଖି ଶଙ୍କର ବି ଡ଼ରିଯାଏ ଆଉ ରୁଦ୍ର ବାବୁଙ୍କୁ କୁହେ,

ଶଙ୍କର: ଆଜ୍ଞା ସେ ଛୋଟ ଲୋକଙ୍କ ମୁହଁରେ ଲାଗିଲେ ଆପଣଙ୍କ ମାନ ସନମାନ ଯିବ ତେଣୁ ଆପଣ ଏମିତି କିଛି କରନ୍ତୁ ଯେମିତି ସାପ ମରିଯିବ ଆଉ ବାଡ଼ି ବି ଭାଙ୍ଗିବନି।

ରୁଦ୍ର ବାବୁ: ତେବେ ମୁଁ ଏବେ କଣ କରିବି ତୁ କହ?

ଶଙ୍କର:ଆଜ୍ଞା ଛୋଟ ମୁହଁରେ ବଡ଼ କଥା, ଆପଣ ଯଦି ନାରାଗିବେ ତେବେ କହିବି।

ରୁଦ୍ର ବାବୁ: ଆରେ କହ କଣ କହିବାକୁ ଚାହୁଁଛୁ।

ଶଙ୍କର: ତେବେ ଆପଣ ପ୍ରଥମେ ସେ ସନିଆକୁ ଚାକିରିରୁ ବାହାର କରନ୍ତୁ, ତାପରେ ତାକୁ ଏ ଗାଁରୁ ବହିଷ୍କାର କରନ୍ତୁ। ଆଉ ହଁ ଆମ କାଜଲ ମାଙ୍କୁ ସହରର କୌଣସି ଏକ ଇଂରାଜୀ ଭାଷା ବିଦ୍ୟାଳୟରେ  ନାମ ଲେଖେଇ ଦିଅନ୍ତୁ। ଆଉ ସେଇଠି କାଜଲ ମା ହଷ୍ଟେଲରେ  ରହି ପାଠ ପଢିବେ। ପ୍ରତି ମାସରେ ଆପଣ ଆଉ ମା ସାନ୍ତାଣି ଯାଇ କାଜଲ ମାଙ୍କୁ ଦେଖା କରି ଆସିବେ। ନା ସେଠି ସେ ସନିଆର ପୁଅ କ୍ରିଷ୍ଣା ଥିବ ନା ଆଉ କିଛି ଅସୁବିଧା ହେବ। ସହରରୁ ପାଠ ପଢା ଶେଷକରି ଆସିଲା ବେଳକୁ କାଜଲ ମା ସବୁକିଛି ଭୁଲିଯାଇଥିବେ।

ରୁଦ୍ରବାବୁ: ହଁ ଶଙ୍କର ତୁ ବୋଧହୁଏ  ଠିକ କଥା କହିଛୁ, କାଲି ସକାଳୁ ମୁଁ ସେୟା କରିବି। ତତେ ବହୁତ ବହୁତ ଧନ୍ୟବାଦ।

ଅପରାହ୍ନ ଯାଇ ସନ୍ଧ୍ୟା ହୁଏ, କାଜଲ ଆସି ଘରେ ପହଁଚେ, ରୁଦ୍ରବାବୁ ତାକୁ କିଛି କୁହନ୍ତୁନି, ସବୁଦିନ ଅପେକ୍ଷା ସେଦିନ ବେସି ଗେଲ କରନ୍ତି, ପରେ ସମସ୍ତେ ଖାଇପିଇ ଶୋଇବାକୁ ଯାଆନ୍ତି। କାଜଲ ଶୋଇଗଲା ପରେ ରୁଦ୍ରବାବୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ଶଙ୍କର କହିଥିବା ପ୍ଲାନ ବିଷୟରେ କୁହନ୍ତି, ସବିତ୍ରୀଦେବୀ ସେସବୁ ଶୁଣି ବହୁତ ଦୁଃଖ କରନ୍ତି, ଆଉ କୁହନ୍ତି,

ସାବିତ୍ରୀଦେବୀ: ଗୋଟିଏ ବୋଲି ଝିଅ ତାକୁ ଛାଡି ଆମେ କଣ ରହିପାରିବା?

ରୁଦ୍ରବାବୁ:କଣ ଆଉ କରିବି ମୋର ଇଚ୍ଛା ନଥାଇ ବି ବାଧ୍ୟ ହେଉଛି ଏମିତି ନିଷ୍ପତ୍ତି  ନେବାପାଇଁ।

ସାବିତ୍ରୀଦେବୀ: ଆରେ ସେମାନେ ଏବେ ଛୋଟ ଅଛନ୍ତି, ତମେ ଏତେ କଥା କଣ ପାଇଁ ଭାବୁଛ? ସେହି ଶଙ୍କର କଥାରେ ନା।

ରୁଦ୍ରବାବୁ: ଆରେ ତମେ ଜାଣିନ ଆଜିକାଲି କଣ ସବୁ ଘଟୁଛି, ତେଣୁ

ମୁଁ ଏମିତି ରିସ୍କ ନେଇପାରିବିନି। ତେଣୁ କାଲି କାଜଲକୁ ଭୁବନେଶ୍ୱରରେ  ଛାଡ଼ିଦେଇ ଆସିବି।

ସାବିତ୍ରୀଦେବୀ: ହେଲେ କାଜଲ ସେଇଠି ଆମକୁ ଛାଡି ଅକେଲା ରହିପାରିବ ତ?

ରୁଦ୍ରବାବୁ:ହଁ ପ୍ରଥମେ ପ୍ରଥମେ ଟିକେ ଅସୁବିଧା ହେବ, ହେଲେ ଧୀରେ ଧୀରେ ସବୁ କିଛି ଠିକ ହୋଇଯିବ, ଯେମିତି ଅନ୍ୟ ପିଲାମାନେ ରହୁଛନ୍ତି।

ସାବିତ୍ରୀଦେବୀ: ଆଛା ହଉ ସେୟା କରିବ, ହେଲେ ସେ ବିଚରା ସନିଆର କଣ ଦୋଷ? ତାକୁ କଣ ପାଇଁ ଚାକିରିରୁ ବାହାର କରିବ? ପୁଣି ଗାଁରୁ କଣ ପାଇଁ ବିଦା କରିବ।

ରୁଦ୍ରବାବୁ:ଆରେ ସେ ଏଠି ରହିଲେ ଆମ ଘର ବିଷୟରେ ଖବର ନେବ ଆଉ ତାର ପୁଅ ବି ଆମ ଝିଅ ବିଷୟରେ ଖବର ପାଇ ତାକୁ ଦେଖା କରିବାକୁ ଯାଇପାରେ, ତେଣୁ ମୁଳୁ ମାଇଲେ ଯିବ ସରି ଦେବଙ୍କ ସଂଗେ କିମ୍ପା କଳି?

ସାବିତ୍ରୀଦେବୀ: ନାଇଁ ନାଇଁ ସେମିତି ଅନ୍ୟାୟ ସେ ବିଚରା ପ୍ରତି କରନି, ଏମିତିରେ ବି ତାର ବାତ ରୋଗ ଅଛି, ତୁମେ ତାକୁ ଅନେକଥର ନିଜ ଗାଡ଼ିରେ ନେଇ ଭଲ କରିଛ। ପୁଣି ଏବେ ତାକୁ ଚାକିରିରୁ ବାହାର କରିବା ସହ ଗାଁରୁ ବିତାଡିତ କଲେ ସେ ବିଚରା ସ୍ତ୍ରୀ ପିଲାକୁ ଧରି କୁଆଡେ ଯିବ?

ରୁଦ୍ରବାବୁ: ତେବେ ଠିକ ଅଛି ସେ କାଲି ଆସିଲେ ତାକୁ କହିଦେବ ଯେ ତାର ଆଉ କାମକୁ ଆସିବା ଦରକାର ନାହିଁ ବାସ।

ସାବିତ୍ରୀଦେବୀ: ଆଛା ହଉ ମୁଁ କହିଦେବି, ବହୁତ ରାତି ହେଲାଣି ଏବେ ଶୋଇପଡ।

ସକାଳୁ ସକାଳୁ ରୁଦ୍ରବାବୁ କାଜଲର ବ୍ୟାଗ ପତ୍ର ରେଡି କରି କାଜଲକୁ ଜର୍ଜବରଦସ୍ତ କାରରେ ବସେଇ ନେଇଯାନ୍ତି ଭୁବନେଶ୍ୱର ସ୍ଥିତ ଏକ ହଷ୍ଟେଲକୁ ଯିବା ବାଟରେ ସେ ଖାଲି କାନ୍ଦୁଥାଏ ଆଉ କହୁଥାଏ ନାହିଁ ବାବା ମୁଁ ସହରକୁ ଯିବିନି ଏଇଠି ରହିବି ଗାଁରେ, ତୁମପାଖରେ, ହେଲେ ବି ରୁଦ୍ରବାବୁ କିଛି ବି ଶୁଣନ୍ତିନି। ସେହି ବାଟରେ ସେତେବେଳେ କ୍ରିଷ୍ଣା କୌଣସି କାମରେ ସାଇକେଲ ନେଇଯାଉଥାଏ, ହଠାତ କାଜଲର କାନ୍ଦିବା ଶବ୍ଦ ସୁଭିବାରୁ ସେ କାର ପଛରେ ସାଇକେଲ ଚଲେଇ କିଛିବାଟ ଯାଏ ହେଲେ ତାର ସେହି କମଜୋର ଗୋଡ଼ରେ କେତେବାଟ ଅବା ସାଇକେଲ ଚଳେଇ ଯାଇଥାନ୍ତା କିଛି କ୍ଷଣ ମଧ୍ୟରେ କାର ଦ୍ରୁତ ଗତିରେ ଆଗକୁ ଆଗକୁ ଗଡିଯାଇ ଦୂର ପାହାଡ଼ ପଛରେ ଲୁଚିଗଲା। ଆଉ ସେଇଠି ଏକ ଇଂରାଜୀ ଭାଷା ବିଦ୍ୟାଳୟରେ ତାର ଆଡ଼ମିଶନ କରେଇ ପୁଣି ଘରକୁ ଚାଲିଆସନ୍ତି।

କାଜଲ କିଛିଦିନ ଯାଏଁ କ୍ରିଷ୍ଣା ଓ ତାର ଘରକୁ ମନେପକେଇ ବହୁତ କାନ୍ଦେ, କିନ୍ତୁ ଧୀରେ ଧୀରେ ସମୟ ସ୍ରୋତରେ ସବୁକିଛି ଭୁଲିଯାଏ। ହେଲେ ତାର ମନ ଭିତରେ କ୍ରିଷ୍ଣା ପ୍ରତି ଥିବା ଭଲପାଇବା ସେମିତି ଜୀବିତ ଥାଏ, ତାହା କେବେ ବି ଲିଭିନଥାଏ। ଏପଟେ କ୍ରିଷ୍ଣାର ବାପାଙ୍କ ହଠାତ ମୃତ୍ୟୁ ଘଟିବାରୁ ଘରର ସମ୍ପୂର୍ଣ୍ଣ ଦାଇତ୍ୱ କ୍ରିଷ୍ଣା ମୁଣ୍ଡକୁ ଚାଲିଆସେ, ସେହି ଚିନ୍ତାରେ ସେବି ଧୀରେ ଧୀରେ ସେସବୁ କିଛି ଭୁଲିଯାଏ। ତଥାପି ତାର ମନ ଭିତରେ କୌଣସି ନା କୌଣସି କୋଣରେ କାଜଲ ଥାଏ।

କ୍ରିଷ୍ଣା ତାର ଗାଁ ପାଖରେ ଥିବା କଲେଜରେ  ପାଠ ପଢିବା ସହ ନିଜର ଥିବା ଜମିରେ ଚାଷ ବାସ କଥା ବୁଝୁଥାଏ। ଦୁଃଖେ କଷ୍ଟେ ତାଙ୍କର ସଂସାର ଗାଡି ଗଡିଚାଲିଥାଏ। ଏହିଭିତରେ ସେ ତାର କଲେଜ ପଢ଼ା ଶେଷକରି ସମ୍ପୂର୍ଣ୍ଣ ରୂପେ ଚାଷରେ ମନୋନିବେଶ କରେ। ଭୁବନେଶ୍ୱର ଯାଇ ଆଧୁନିକ ପ୍ରଣାଳୀରେ କେମିତି ଚାଷ କାର୍ଯ୍ୟ ହେବ ସେହିବିଷୟରେ ଏକ ତିନି ମାସିଆ ଟ୍ରେନିଂ ନିଏ।ଟ୍ରେନିଂ ଶେଷକରି ଗାଁକୁ ଆସିଲା ପରେ ଉର୍ଣ୍ଣତ ପ୍ରଣାଳୀରେ ଚାଷ କାର୍ଯ୍ୟ ଆରମ୍ଭ କରେ। ଚାହୁଁ ଚାହୁଁ ଧୀରେ ଧୀରେ ସେ ସେହି ଅଂଚଳରେ ଏକ ନମ୍ବର ଚାଷୀରେ ପରିଗଣିତ ହୁଏ।

ଏପଟେ କାଜଲ ତାର ପଢ଼ା ଶେଷକରି କିଛି ସାଙ୍ଗମାନଙ୍କ ସହ ଗାଁକୁ ଫେରିଆସେ। କାରଣ ଆଗକୁ ଥିଲା ତାର ୨୧ତମ ଜନ୍ମ ବାର୍ଷିକୀ। ବହୁତ ଦିନପରେ ଗାଁକୁ ଫେରିଥିବାରୁ ତାକୁ ସବୁ ନୂଆ ନୂଆ ଲାଗୁଥାଏ, ତେଣୁ ସେ ଭାବିଲା ବାପାଙ୍କ ଗାଡି ଧରି ଟିକେ ସାଙ୍ଗ ମାନଙ୍କ ସହ ଗାଁ ବୁଲିଆସିବା ପାଇଁ। ତେଣୁ ସେ ନିଜେ ଗାଡି ଚଳେଇ ସାଙ୍ଗ ମାନଙ୍କ ସହ ଗାଁ ଜଙ୍ଗଲ ଆଡେ ବୁଲିବାକୁ ଯାଏ।

ସେପଟେ ଶଙ୍କରର ପୁଅ ରକି ତାର ପଢା ଶେଷକରି ଗାଁକୁ ଏକ ବୁଲେଟରେ  ବସି ସିଗାରେଟ ଲଗେଇ ପୁରା ଷ୍ଟାଇଲରେ  ଗାଡି ଚଲେଇ ଫେରୁଥାଏ। ହଠାତ ସେ କାଜଲକୁ ଦେଖି ଆଶ୍ଚର୍ଯ୍ୟ ହୁଏ, ଆଉ ମନେ ମନେ ଭାବେ ଏ ମଫସଲ ଗାଁରେ ପୁଣି ଏମିତି ହରିଣୀ ବି ଥାନ୍ତି? ଷ୍ଟ୍ରେଞ୍ଜ୍!! ହଉ ଗାଁକୁ ପଶୁ ପଶୁ ଯଦି ଏମିତି ଦୃଶ୍ୟ ଦେଖାଗଲାଣି,ତେବେ ଆଗକୁ ଆହୁରି କଣ ସବୁ ଅଛି ଦେଖିନବା। ହେଲେ ୟା ପୂର୍ବରୁ ଏ ସୁନ୍ଦରୀ ହାରିଣୀକୁ ଟିକେ ଭଲରେ ଦେଖିନବା ନା କଣ କହୁଛୁ ରଘୁଆ! ହାହାହା।

ହଁ ଗୁରୁ।

ରକି ତାର ବାଇକକୁ ନେଇ ରାସ୍ତା ମଝିରେ ରଖିଦିଏ ଆଉ କାଜଲର ଗାଡିକୁ ଅଟକେଇ ତାକୁ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରେ। ଏହି ସମୟରେ କାଜଲ ଏକ ଶକ୍ତ ଜାବଡା ରକିର ଗାଲରେ କଷିଦିଏ, ଆଉ କୁହେ ତୁ ମତେ ବୋଧହୁଏ  ଜାଣିନୁ, ମୁଁ ହେଉଛି ଜମିଦାର ରୁଦ୍ରପ୍ରତାପ ହରିଚନ୍ଦନଙ୍କ ଝିଅ,ଏଇଟା ଯେମିତି ଭୁଲିନଯାଉ।

: ଆଛା ତୁ ତାହେଲେ ମୋର ଭାବି ସ୍ତ୍ରୀ, ହାହାହାହାହା, ତେବେ ମୋ ପାଇଁ ତ ଆହୁରି ସହଜ ହୋଇଗଲା,ବିବାହ ପୂର୍ବରୁ ଆଜି ଚତୁର୍ଥୀ କରିଦେବା, ଏତିକି କହି ଜୋର ଜବରଦସ୍ତ କାଜଲକୁ କାନ୍ଧରେ ପକେଇ ଟେକିନିଏ ସେହି ଜଙ୍ଗଲ ଭିତରକୁ।

ଏହି ସମୟରେ  କ୍ରିଷ୍ଣା ସହରରେ ସେ ଅମଳ କରିଥିବା ଧାନ ବିକ୍ରି କରି ବାଇକରେ ଫେରୁଥାଏ। ହଠାତ କାଜଲର ସାଙ୍ଗମାନେ ପାଟିକରି ହେଲ୍ପ ହେଲ୍ପ କହି ଚିତ୍କାର କରନ୍ତି। ସଙ୍ଗେ ସଂଗେ କ୍ରିଷ୍ଣା ସେଇଠି ବାଇକ ରଖିଦେଇ ତାଙ୍କର ଅସୁବିଧା ବିଷୟରେ ପଚାରେ, ତାପରେ ସେ ଝିଅମାନେ ଯାହାସବୁ ଘଟିଯାଇଥିଲା ସେସବୁ ବିଷୟରେ କ୍ରିଷ୍ଣାକୁ କୁହନ୍ତି। କ୍ରିଷ୍ଣା ଜାଣିପାରେ ଯେ ତାର ପିଲାଦିନର ସାଙ୍ଗ କାଜଲକୁ କେହିଜଣେ ବଳପ୍ରୟୋଗ କରି ଉଠେଇନେଇଛି। ତେଣୁ ସେ ଆଉ କାଳବିଲମ୍ବ ନକରି ସଙ୍ଗେ ସଙ୍ଗେ ତାକୁ ପିଛାକରେ।

ସେପଟେ ରକି ଜବରଦସ୍ତ କାଜଲକୁ ଏକ ଚଟାଣ ପଥରରେ ଶୁଆଇଦେଇ ତା ଉପରେ ମାଡିବସି ବଳାତ୍କାର କରିବା ପାଇଁ ଚେଷ୍ଟା କରୁଥାଏ ଆଉ କହୁଥାଏ ତତେ ସେହି ଜାବଡା ମୂଲ୍ୟ କେତେ ମହଙ୍ଗା ପଡିବ ଆଜି ଏ ରକି ତତେ ବୁଝେଇଦେବ। ଏହିସମୟରେ  ଝଡ଼ ଭଳି ସେହି ସ୍ଥାନରେ କ୍ରିଷ୍ଣା ଯାଇ ପହଞ୍ଚିଯାଏ। କାଜଲକୁ ରକି କବଳରୁ ରକ୍ଷାକରି ରକିକୁ ଭଲସେ ଧୁଲେଇ କରେ। ତାପରେ ରକି ସେ ସ୍ଥାନ ଛାଡି ଚଳିଯାଏ ଆଉ କହୁଥାଏ ତତେ ଏ ମାଡ଼ର ମୂଲ୍ୟ ବହୁତ ମହଙ୍ଗା ପଡିବ। ହେଲେ ଏପଟେ କାଜଲ ଭୁଲ ବୁଝେ କ୍ରିଷ୍ଣାକୁ ଆଉ କୁହେ, ଏ ମିଷ୍ଟର ଏମିତି ନାଟକ କରିବାପାଇଁ ଏ ଗୁଣ୍ଡାକୁ କେତେ ଟଙ୍କା ଦେଇଥିଲ? ଏସବୁ ଫିଲ୍ମ ଷ୍ଟାଇଲରେ  ଝିଅମାନଙ୍କୁ ପଟେଇବା ଫିଲ୍ମରେ  ଭଲ ଲାଗେ, ରିଅଲ ଲାଇଫରେ ନୁହେଁ, ଏଇଟା ଯେମିତି ମନେରୁହେ। ତମେ ମତେ କଣ ବୋଲି ଭାବୁଛ ଏଂ ଏତିକି କହି ସେ ଜାଗାରୁ ଚଳିଯାଏ।

: ଆରେ ମୋ କଥା ତ ଟିକେ ଶୁଣ..... ଧେତ ଶଳା ଏତେ ଦିନପରେ କାଜଲ ସହ ଦେଖା ହେଲା ସେ ପୁଣି ଏମିତି ଅବସ୍ଥାରେ, ତାପରେ ସେ ମତେ ଚିହ୍ନି ନପାରି ଭୁଲ ବୁଝୁଛି। ହଉ ଛାଡ଼ ଯାହା ହଉ ଏତେଦିନ ପରେ ଦେଖା ତ ହେଲା। ମୋ କାଜଲ ପୁରା ବଦଳି ଗଲାଣି, କେତେ ସୁନ୍ଦରୀଟେ ଦେଖାଯାଉଛି, ହେଲେ ସେ କଣ ମତେ ଆଉ ମନେରଖିଥିବ,ନା ସେ ମତେ ଆଉ ମତେ ଚିହ୍ନି ପାରିବ। ଏବେ ତ ଚିହ୍ନି ପାରିଲାନି, ହଉ ଦେଖିବା ଆଗକୁ ଭଗବାନ କଣ ଚାହୁଁଛନ୍ତି।

ଏହିଭିତରେ କାଜଲ ରାଗ ତମ ତମ ହୋଇ ଘରଭିତରେ ପ୍ରବେଶ କରେ,ଆଉ ତା ସହ ଯାହା ସବୁ ଘଟିଯାଇଥିଲା ସେ ବିଷୟରେ ତାର ବାପାଙ୍କ ଆଗରେ କୁହେ। ରୁଦ୍ରବାବୁ ଝିଅଠାରୁ ଏମିତି କଥାଶୁଣି ରାଗିଯାନ୍ତି ଆଉ ଶଙ୍କରକୁ ଡାକି କୁହନ୍ତି କିଏ ସେ ପିଲା ରକି ଯିଏ ମୋ ଝିଅ ସହ ଖରାପ ବ୍ୟବହାର କରିଛି, ତାକୁ ଯଥାଶୀଘ୍ର ଖୋଜି ବାହାର କର, ନହେଲେ ମୁଁ ତୁମ ସମସ୍ତଙ୍କୁ ଶୁଟ୍ କରିଦେବି। ସେପଟେ ରକି ତାର ବାପା ଶଙ୍କର ସହ କଥାବାର୍ତ୍ତା ବନ୍ଦ କରି କିଛି ଟଙ୍କା ଧରି ବାହାରକୁ ଚାଲିଯାଉଥାଏ। କାଜଲର ନଜର ପଡିସାରିଥାଏ ଶଙ୍କର ଉପରେ।

ଶଙ୍କର ତର ତର ହୋଇ ଆସି ପହଁଚେ ଆଉ କୁହେ ନିଶ୍ଚିତ ଆଜ୍ଞା ଆଜି ଭିତରେ ମୁଁ ସେ ଲୋକକୁ ଖୋଜି ବାହାର କରିବି, ଆପଣ ବ୍ୟସ୍ତ ହୁଅନ୍ତୁନି। ଏହି ସମୟରେ କାଜଲ ପଚାରେ,

କାଜଲ: ଶଙ୍କର ମଉସା ସେ ଯେଉଁ ଲୋକ ସହ ଆପଣ ଏବେ କଥା ହଉଥିଲେ ସେ କିଏ?

ଶଙ୍କର: କାଇଁ, କୋଉଠି, କେତେବେଳେ ମୁଁ କାହା ସହ କଥା ହଉଥିଲି?

କାଜଲ: ବାବା ଆପଣଂକୁ ଡାକିବା ପୂର୍ବରୁ ସେ ଗେଟ ପାଖରେ ଆପଣ କାହାସହ କଥା ହଉଥିଲେ?

ଶଙ୍କର: ଓଃ ସେ... ସେ ହେଉଛି ମୋର ଏକମାତ୍ର ପୁଅ ରକି, ଆଜି ପାଠ ପଢା ସାରି ଦିଲ୍ଲୀରୁ ଫେରିଛି।

ରୁଦ୍ରବାବୁ: ଓଃ ସେ ରକି ତାହେଲେ ତୋରି ପୁଅ, ଯିଏ ମୋ ବିଷୟରେ ଜାଣି ବି ମୋ ଝିଅ ସହ ଖରାପ ବ୍ୟବହାର କରିଛି। ମୁଁ ତାକୁ ଆଜି ଛାଡିବିନି, ମୋ ବନ୍ଧୁକ ବହୁଦିନ ହେଲାଣି ରକ୍ତର ଗନ୍ଧ ପାଇନି, ଆଜି ତୋରି ପୁଅର ରକ୍ତରେ ତାର ଶୋଷ ମେଣ୍ଟେଇବି।

ଶଙ୍କର: ଯଦି ଏତେସବୁ ବିଷୟରେ ଜାଣିଗଲୁଣି, ତେବେ ଆଉ ଗୋଟେ କଥା ଜାଣି ରଖ ରୁଦ୍ରପ୍ରତାପ, ସେଦିନ ମେଡିକାଲରେ  ତୋର ପୁଅ ଜନ୍ମ ହୋଇଥିଲା ଆଉ ସେ ସନିଆର ଝିଅ ହୋଇଥିଲା। ସୁଯୋଗ ଦେଖି ସେ ଡାକ୍ତରକୁ ଟଙ୍କା ଦେଇ ତୋର ପୁଅକୁ ସନିଆର ସ୍ତ୍ରୀ ପାଖରେ ରଖେଇ ଦେଇଥିଲି ଆଉ ସନିଆର ଝିଅକୁ ତୋର ସ୍ତ୍ରୀ ମାନେ ସାବିତ୍ରୀ ଦେବୀ ପାଖରେ ରଖିଦେଇଥିଲି।

ରୁଦ୍ରବାବୁ: ଶଙ୍କରର କଲରକୁ ଧରି କୁହନ୍ତି, କହ ଶଙ୍କର ତୁ ଏତେ ବଡ଼ ଧୋକାବାଜି କାମ ମୋ ସହ କଣ ପାଇଁ କରିଲୁ?

ଶଙ୍କର: ରୁଦ୍ରବାବୁଙ୍କୁ ଛାଟିଦେଇ, ହସିବାକୁ ଲାଗେ, ହାହାହାହାହା, କେବଳ ତୋର ସମସ୍ତ ଧନ ସମ୍ପତ୍ତିକୁ ହାତେଇବା ପାଇଁ ତୋର ଝିଅ ସହ ମୋର ପୁଅକୁ ବିବାହ କରେଇବା ପାଇଁ। ଯଦି ତୋର ପୁଅ ହୋଇଥାନ୍ତା ତେବେ ତତେ ତୋର ଉତ୍ତରାଧିକାରୀ ମିଳିଯାଇଥାନ୍ତା, ଆଉ ମୋର ସ୍ୱପ୍ନ ଅଧାରେ ରହିଯାଇଥାନ୍ତା।

ରୁଦ୍ରବାବୁ: ଶଙ୍କର ତୁ କିଛି ଠିକ କଲୁନି ମୋ ସହ, ମୁଁ ଆଜି ତତେ ଛାଡିବିନି।

ଏହି ସମୟରେ ଶଙ୍କର କିଛି ଗୁଣ୍ଡାଙ୍କୁ ସାଙ୍ଗରେ ଧରି ଘର ଭିତରେ ପ୍ରବେଶ କରେ ଆଉ ସମସ୍ତଙ୍କୁ ବାନ୍ଧିଦେଇ ଜୋର ଜବରଦସ୍ତ କାଜଲ ସହ ବିବାହ କରିବା ପାଇଁ ଚେଷ୍ଟା କରେ। ଏହିଭିତରେ ରୁଦ୍ରବାବୁଙ୍କ ପୁରୁଣା ଚାକର ହରି ଲୁଚିକି ଯାଇ କ୍ରିଷ୍ଣାକୁ ସବୁ ସତକଥା କହିଦିଏ, କ୍ରିଷ୍ଣା ବି ଆଉ କାଳ ବିଳମ୍ବ ନକରି ସଂଗେ ସଙ୍ଗେ ପୋଲିସକୁ ଫୋନ କରିଦେଇ ଯାଇ ପହଞ୍ଚିଯାଏ ରୁଦ୍ରବାବୁଙ୍କ ଘର ଭିତରେ। ସେ ଏକୁଟିଆ ସମସ୍ତ ଗୁଣ୍ଡାଙ୍କ ସହ ଫାଇଟ କରି ସମସ୍ତଙ୍କୁ ବଞ୍ଚେଇଦିଏ। ହେଲେ ଏତିକି ବେଳେ ରକି ଏକ ଚାକୁ କାଜଲ ବେକରେ ଲଗେଇଦେଇ କୁହେ,

କାଜଲ ଯଦି ମୋର ହେଲାନି ତେବେ ମୁଁ ତାକୁ କାହାର ହବାକୁ ଦେବିନି, ହଠାତ ସେଇଠି ପୋଲିସ ପ୍ରବେଶ କରେ ଆଉ ଶୁଟ କରିଦିଏ ରକିକୁ। ଆଉ କୁହେ ଏ ଡ୍ରଗ୍ସ ମାଫିଆକୁ ଆମେ ବହୁତ ଦିନ ହେଲା ଖୋଜୁଥିଲୁ, ଆଜି ମିଳିଗଲା। ପୋଲିସ ସଂଗେ ଶଙ୍କର ଆଉ ତାର ଗୁଣ୍ଡାମାନଙ୍କୁ ଆରେଷ୍ଟ କରିନିଏ।

ରୁଦ୍ରବାବୁ ନିଜକୁ ବହୁତ ଲଜ୍ଜିତ ଅନୁଭବ କରନ୍ତି, ଆଉ ନିଜ ପୁଅକୁ ପାଖରେ ପାଇ ବହୁତ ଖୁସି ହେଉଥାନ୍ତି। କ୍ରିଷ୍ଣା ବି ଯାଇ ତାର ବାପା ମାଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଏ। କିଛିଦିନ ଭିତରେ କାଜଲ ଆଉ କ୍ରିଷ୍ଣାର ବିବାହ ବହୁତ ଧୁମ ଧାମରେ କରେଇଦିଅନ୍ତି। ଶେଷରେ ସମସ୍ତେ ଖୁସିରେ ଜୀବନ ଯାପନ କରନ୍ତି। କ୍ରିଷ୍ଣା ଓ କାଜଲ କଥା ହେଉଥାନ୍ତି ଆମ ପ୍ରେମ କେତେ ପାଖରେ ଥାଇ ମଧ୍ୟ ବହୁତ ଦୂରରେ ଥିଲା।



Rate this content
Log in

Similar oriya story from Drama