ବାସନ୍ତିକା
ବାସନ୍ତିକା
ଫଳ ବିକୁ ବିକୁ ଜୀଵନ ସଉଦା କରିବାକୁ ଯାଇ ହାଇଯାଇଛି ଆଜି ସୁମି. ସେଦିନ ଏହି ଷ୍ଟେସନର ଠିକ ଏଇ ନିର୍ଦ୍ଦିଷ୍ଟ ବେଞ୍ଚରେ ବସି ଅଶୋକ ସଙ୍ଗେ ଘର ଛାଡିବାକୁ ବସିଥିଲା ଏଇ ପ୍ଲାଟ ଫର୍ମରେ. ଆଜି ତାକୁ ଫେରେଇ ନେବାକୁ କେହି ଆସିବାର ନାହିଁ.ସେଦିନ କିନ୍ତୁ ବାପା ମାଆ ଦୁଇଜଣ ଯାକ ଦଉଡି ଆସି କେତେ ବୁଝାଇଥିଲେ ହେଲେ ଅଶୋକ ଆଖିର ବସନ୍ତରେ ସେ ପାଲଟି ଯାଇଥିଲା ବାସନ୍ତୀକା. ସେଦିନ ବାପାଙ୍କ ହାତ ଛିଞ୍ଛାଡି ଦେଇ ସେ କହିଥିଲା ତୁମ ଉଚ୍ଚ ଜାତି କୂଳ ଗୋତ୍ରକୁ ତୁମେ ଜାବୁଡି ଧରି ରଖ ବାପା. ତୁମ ଅନ୍ଧ ସମାଜ ଓ ଉଚ୍ଚ ଜାତି ମତେ ଶ୍ୟାମାଳୀ ରୁ କାଳି କହିବାକୁ କୁଣ୍ଠାବୋଧ ପ୍ରକାଶ କରିନି.ହେଲେ ଅଶୋକ ଓ ତା ବାପା ମାଆଙ୍କୁ ଦେଖ. କେଡେ ଉଦାର ସେମାନେ. ପୁଅର ଖୁସିରେ ସେମାନେ ଖୁସି. ବିନା ଯୌତୁକରେ ଠାକୁରାଣୀଙ୍କ ମନ୍ଦିରରେ ବିବାହ କରିବାକୁ ଅନେଇ ବସିଛନ୍ତି କହି ରାଜକୁମାରୀ ସୁମି ଭୁଲିଗଲା ବାପାଙ୍କ ଅନୁଶାସନ ଭିତରେ ଥିବା ଦାଇତ୍ୱବୋଧକୁ. ମାଆ ଜନ୍ମଦାତ୍ରୀ ଯେତେ ବୁଝେଇଲେ ମଧ୍ୟ ମାନିବାକୁ ରାଜି ନଥିଲା ସେଦିନ ସୁମି.
କାନେ କାନେ ଅନେକ ଥର ମାଆ କହିଛନ୍ତି ତାଙ୍କ ନିଜ ଅନୁଭୂତିର କାହାଣୀ. ନିଜେ ନିଜକୁ ଶକ୍ତ କରିପାରିଲେ ଓ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ପାରିଲେ ଦୁନିଆଁ ଡରିବ ତୁମକୁ. ଆଜି ତୋ ରୁପକୁ ଦେଖି ଲୋକ କାଳି ବୋଲି କହୁଥିବା କଥା କାଲି ବଦଳି କଳା ବା ପ୍ରତିଭାରେ ପରିଣତ ହୋଇଯିବ. କେତେ ଲୋକ ପଛରେ ଗୋଡ଼େଇବେ ତୋର.ଫେରିଆ ଝିଅ.ସୁମି କିନ୍ତୁ ତା ଜିଦରେ ଅଟଳ ଥିଲା . ଅଶୋକ ପ୍ରେମରେ ଭାବ ବିହ୍ଵଳ ହୋଇ ଅତୀତକୁ ଧକ୍କା ମାରି ଆଗେଇ ଯାଇଥିଲା.ତ ଫେରିଯାଇଥିଲେ ସେମାନେ କିନ୍ତୁ ଫେରିନଥିଲା ସୁମି. ହେଲେ ଆଜି ପୁଣି ସେଇ ଷ୍ଟେସନରେ ପହଁଞ୍ଚି ଭାବୁଥିଲା କଲା କର୍ମର ଫଳ ନିଶ୍ଚୟ ଫଳିବ ଫଳ.ଅଳ୍ପ ଦିନରେ ନୂଆ ଗଳ୍ପ ପୁରୁଣା ହୋଇଗଲା ଓ ଅଶୋକ ଚାଲିଗଲା ଜୀଵନ ପରିଧିରୁ ଯେତେବେଳେ ପେଟର ଝିଅ ଛୁଆଟା କୋଳକୁ ଆସିସାରିଥିଲା. ମନ ଦୃଢ଼ କରି ଫଳ ବେପାର କରି ଝିଅକୁ ବଡ଼ କରିବାକୁ ଯାଇ ହାରି ଯାଇଛି ସୁମି. ଲୋକେ ବଳ ନଦେଖି କଳ କୌଶଳରେ ଧାର ନେଇ ଶୁଝିଲେନି. ଫାଇଦା ଉଠେଇ ହରେଇ ଦେଲେ ସୁମିକୁ ତ ବାପାଙ୍କୁ ଫୋନ କରି ସବୁ ଜଣେଇଥିଲା ସୁମି ଆଉ କିଛି ବି ଉତ୍ତର ନପାଇ ମଧ୍ୟ ବାଧ୍ୟ ହୋଇ ଫେରିଆସିଥିଲା ନିଜ ସହରର ସେଇ ଛୋଟିଆ ଗାଁର ଛୋଟିଆ ସହରକୁ. ଯୋଉ ଷ୍ଟେସନ ତାକୁ ଦିନେ ପର କରିଦେଇଥିଲା ତଥା ଯୋଉଠୁ ନୂଆ ଜୀବନର ନୂଆ ଦିଶା ଆରମ୍ଭ କରିବାକୁ ଯାଇ ଆଜି ହାରି ଯାଇଛି ଫଳବାଲୀ ସୁମି. କିନ୍ତୁ ଯିବ କୁଆଡେ! କୋଉ ମୁହଁରେ ଫେରିବ ତାର ବାପା ମାଆଙ୍କ ପାଖକୁ ଭାବୁ ଭାବୁ ମାଆ ଆସି ଝିଅକୁ ତା କୋଳରୁ ନିଜ କୋଳକୁ ନେବା ସଙ୍ଗେ ବାପା ବ୍ୟାଗ ଉଠେଇ କହୁଥିଲେ ଆ ମାଆ.ଆଗରେ ରାତିର ଶେଷ ରିକ୍ସାବାଲା ଅପେକ୍ଷା କରିଛି ଆମକୁ ଗାଁରେ ଛାଡ଼ିଦେବ. ସମୟ ସବୁ ଠିକ କରିନେବ, ମନଦୁଃଖ କରନା.

