samhita jena

Inspirational

2.8  

samhita jena

Inspirational

ବାପା

ବାପା

1 min
176


ବାପା ପରିବାରର ମେରୁଦଣ୍ଡ ଅଟନ୍ତି। ବାପାଙ୍କ ଭୂମିକା ପରିବାରରେ ମା ଠାରୁ କିଛି କମ ନୁହେଁ।ବାପା ଆଉ ମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।

   ପରିବାରର ଦାୟିତ୍ୱ ବାପାଙ୍କ ଉପରେ ଯଥେଷ୍ଟ ବେଶୀ।ବର୍ତ୍ତମାନର ପରିସ୍ଥିତି ଯାହା ବିନା ପଇସାରେ ପାଣି ଓ ପବନ ମିଳିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡ଼ିଲାଣି।ବାପା ଯଦି ରୋଜଗାର ନ କରନ୍ତେ ପରିବାର ଚଳନ୍ତା କିପରି?ଅନେକ ଜାଗାରେ ମା'ମାନେ ମଧ୍ୟ ରୋଜଗାର କରୁଛନ୍ତି।ହେଲେ ଆମ ସମାଜରେ ସାଧାରଣତଃ ପରିବାର ଗୁଡିକ ପିତୃକୈନ୍ଦ୍ରିକ ପରିବାର।ପ୍ରତ୍ୟେକ ପରିବାରରେ ମା' ରୋଜଗାର କରୁ କି ନ କରୁ ବାପା କିନ୍ତୁ ରୋଜଗାର କରନ୍ତି।ବାପାଙ୍କ ରୋଜଗାରରେ ଘର ଚଳେ।

     ପିଲା ତଥା ପରିବାର କଥା ଭାବି ଭାବି ବାପାଙ୍କୁ ରାତିରେ ନିଦ ନ ଥାଏ।ରାତି ପାହିଲେ ପରିବା, ଡାଲି,ଚାଉଳ ଆଣି ଦେଲେ ତ ରୋଷେଇ ହେବ!ଛୁଆ ଖାଇବେ।ପର୍ବ ପର୍ବାଣୀ ହେଲେ ବାପା ନିଜକୁ ଛାଡି,ପରିବାରର ସମସ୍ତଙ୍କ ପାଇଁ ଲୁଗା ପଟା କିଣି ଆଣନ୍ତି।ନିଜେ ଯାଇତାଇ ପିନ୍ଧି କାମ ଚଳାଇ ଦିଅନ୍ତି।

     ପିଲାଙ୍କର ଆବଶ୍ୟକତା ପୂରଣ କରିବାକୁ ଯାଇ ବାପା,ଛିଡା ଚପଲ,ଭଙ୍ଗା ସାଇକେଲ,ଓ ଫଟା ଗଞ୍ଜି ମଧ୍ୟ ପିନ୍ଧନ୍ତି।ବେଳେ ବେଳେ ଅର୍ଥ ଅଭାବରୁ ବାହାରେ ଉପାସ ରହି ଘରକୁ ଫେରନ୍ତି। ପାଣି ଗ୍ଲାସେଟେ ପିଇ ଦୀର୍ଘଶ୍ଵାସ ଛାଡ଼ନ୍ତି।ନିଜ କଥା ପ୍ରକାଶ ମଧ୍ୟ କରନ୍ତି ନାହିଁ।ପରିବାର ପାଇଁ ତାଙ୍କର ତ୍ୟାଗ ମଧ୍ୟ କିଛି କମ ନୁହେଁ।

     ପିଲାଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବାପା ପ୍ରାଣ ପଣେ ଚେଷ୍ଟା କରିଥାନ୍ତି।ପିଲାଙ୍କୁ ଶିକ୍ଷିତ କରି ସମାଜରେ ନିଜ ପରିଚୟ ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇ ଥାଆନ୍ତି।ଆଉ ତାଙ୍କ ଅନୁଶାସନ ଜୀବନକୁ ଶୃଙ୍ଖଳିତ କରିବା ସଙ୍ଗେ ସଙ୍ଗେ ଜୀବନର ପତନ ବନ୍ଧୁର ରାସ୍ତାକୁ ଅତିକ୍ରମ କରିବାକୁ ମନରେ ସାହାସ ଜୁଟାଏ।

    ବାପାଙ୍କ ହୃଦୟ ଗଭୀରତା ମାପିବା ଖୁବ କଷ୍ଟ।ମା'ପୃଥିବୀ ହେଲେ ବାପା ଆକାଶ।ମା' ଭଳି ବାପାଙ୍କୁ ମଧ୍ୟ ଶ୍ରଦ୍ଧା ଓ ଭକ୍ତି କରିବା ଉଚିତ।କାରଣ-"ପିତା ଧର୍ମ ପିତା ସ୍ୱର୍ଗ

          ପିତା ହିଁ ପରମ ତପ

          ପିତରି ପ୍ରିତିମା ପର୍ଣ୍ଣେ

           ପ୍ରିୟନ୍ତେ ସର୍ବ ଦେବତା"।



Rate this content
Log in

Similar oriya story from Inspirational