samhita jena

Tragedy

4.0  

samhita jena

Tragedy

ଅକୁହା କଥା

ଅକୁହା କଥା

2 mins
229


ଶାରଦୀୟ ସନ୍ଧ୍ୟା।କଇଁଫୁଲ ପରି ଜହ୍ନ ପଡିଛି।ସୁନୟନା ଛାତ ଉପରେ ବସି ଅତୀତର ସ୍ମୃତିକୁ ରୋମନ୍ଥନ କରୁଛି।କଲେଜ ଦିନର ଘଟଣାଗୁଡା ତା ଆଖି ଆଗରେ ନାଚି ଉଠୁଛି।ସୁନୟନା କଲେଜରୁ ଫେରିଲା ବେଳେ କେବେ କେବେ

ତାର ବାନ୍ଧବୀ ମୋହିନୀ ସହିତ କାରରେ ପଳେଇ ଆସେ।ମୋହିନୀର ଭାଇ ଦିନେ କହିଲେ,ସେ ଭଲ ଝିଅଟିଏ,ଆମେ ତାକୁ ସବୁଦିନ ସାଙ୍ଗରେ ନେଇ ଆସିବା।  ଏମିତି ଆସୁ ଆସୁ ଦୁଇଜଣଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ଗଢି ଉଠିଲା।ଉଭୟ ପରିବାର ରାଜି ହୋଇ ବାହାଘର

ମଧ୍ୟ କରିଦେଲେ।  ବାହା ଘର ହେବା ପନ୍ଦର ଦିନ ହୋଇ ଗଲାଣି।କିନ୍ତୁ ମୋହିନୀର ଭାଇ ମହେଶ,ଗୋଟିଏ ରାତି ବି ସୁନୟନା ସହିତ

କଟେଇ ନାହାନ୍ତି।ସେ ତାର ଖାଇବା ପିଇବା ଭଲ ମନ୍ଦ ସବୁ ଖବର ପଚାରି ବୁଝନ୍ତି।ଏମିତିକି ସେ କେଉଁଦିନ କେଉଁ ଶାଢ଼ୀ ପିନ୍ଧିବ,ମହେଶ ପସନ୍ଦ କରନ୍ତି।କିନ୍ତୁ ଶୟନ କକ୍ଷରେ ସେ ମହେଶକୁ ପାଆନ୍ତି ନାହିଁ।ଶାଶୁ କହନ୍ତି ବୋହୁ,ତୁ ଯା ଶୋଇଥା

ମହେଶ ଟିକେ ଡେରିରେ ଶୁଏ।  ସମସ୍ତେ ଶୋଇପଡ଼ିଲା ପରେ ମହେଶ ରାତିର ଅନ୍ଧାର

ଭିତରେ ନିଜକୁ ସଜେଇ ହୋଇ,ବାହାରି ଯାଆନ୍ତି ନିଜ ଦୁନିଆକୁ ।ପୁଣି ସମସ୍ତଙ୍କ ନିଦ ଭାଙ୍ଗିବା ପୂର୍ବରୁ ଲୁଚି ଲୁଚି ଫେରି ଆସନ୍ତି ଘରକୁ।

ସୁନୟନାର ନିଦ ଭାଙ୍ଗିବା ପୂର୍ବରୁ ସେ ତା ବିଛଣାରେ ମହେଶଙ୍କୁ ଦେଖେ।ହେଲେ ନାରୀ ସୁଲଭ ଗୁଣରେ ସେ ଆଗ କିଛି କହିବାକୁ ଲଜ୍ଜା ବୋଧ କରେ।କିନ୍ତୁ ମନେ ମନେ ଭାବେ

ଯଦି ସେ ମୋ ଶୟନ କକ୍ଷରେ ରାତି ସାରା ଥିଲେ,ତାହାଲେ ସେ ମୋତେ କିଛି କହିଲେନି କାହିଁକି?ଦିନେ ସୁନୟନାର ବାପା ତା' ଘରକୁ ବୁଲିବାକୁ ଆସି ତାକୁ ପଚାରିଲେ,"ମା, ତୁ ଭଲରେ ଅଛୁ ତ? ବିଚରା କଣ କହିବ!କିଛି ଜାଣିପାରୁ ନ ଥାଏ।ମନେ ମନେ ଭାବୁଥାଏ ଏ "ଅକୁହା କଥା"

ଟା ବାପାଙ୍କୁ କହିବ ବା କେମିତି?  ବାପାଙ୍କ ପ୍ରଶ୍ନକୁ ଏଡେଇ ଯାଇ, ସେ ମାଆ କଥା ଘର କଥା ପଚାରିଲା।କିଛି ସମୟ ପରେ ବାପା ଚାଲିଗଲେ।ସେଦିନ ଆଉ ମୋହିନୀ ଆଖିକୁ ନିଦ ଆସିଲାନି।ବିଛଣାରେ ସେମିତି ପଡିଥାଏ।ପାଖ ଘରେ କିଛି ଖଡ଼ ଖାଡ ଶବ୍ଦ ଶୁଭିଲା। ସୁନୟନା ଧୀରେ ଧୀରେ କବାଟ ଖୋଲି ପାଦ ଚିପି ଚିପି ଘର ଭିତରକୁ ଅନେଇଲା।ନିଜ ଆଖିକୁ ସେ ବିଶ୍ବାସ କରି ପାରିଲା

ନାହିଁ।ଏ କଣ! ନାରୀ ବେଶରେ ଯେ ମହେଶ ତା ନିଜ ଠାରୁ ଆହୁରି ସୁନ୍ଦର ଦେଖା ଯାଉଛନ୍ତି।ସତେ କି ସ୍ୱର୍ଗର ଅପସରୀ। ତା' ମୁଣ୍ଡ ଉପରେ ଯେମିତି ଆକାଶ ଛିଡି ପଡୁଥିଲା।ପାଦ ତଳୁ ମାଟି ଖସି ଯାଉଥିଲା।ନିଜକୁ ସମ୍ଭାଳି ପାରୁ ନ ଥିଲା ସେ।

ହଠାତ ମୁଣ୍ଡ ବୁଲାଇ ପଡିଗଲା ।ମହେଶ ଦଉଡି ଆସି ଦେଖନ୍ତି ତ ସୁନୟନା।ବାହୁରେ ତୋଳି ନେଇ ଭିତରୁ କୋଠରୀର ଦ୍ୱାର ବନ୍ଦ କରିଦେଲେ।

     ସୁନୟନାର ପାଦ ତଳେ ପଡି କ୍ଷମା ପ୍ରାର୍ଥନା କଲେ। କହିଲେ, ଏ କଥା ତମ ଛଡା ଆଉ କେହି ବି ଜାଣି ନାହାନ୍ତି।ମୁଁ ତୁମକୁ ମୁକ୍ତ କରୁଛି।ତମେ ଦ୍ୱିତୀୟ ବିବାହ କରି ପାର।କିନ୍ତୁ କଥାଟା ଘରେ ବାପା-ବୋଉ-ଭଉଣୀ ଯେମିତି କେହି ନ ଜାଣନ୍ତି।ବାପା ହୃଦରୋଗୀ,ମାଆର ଉଚ୍ଚ ରକ୍ତଚାପ, ଆଉ

ମୋହିନୀ ମାତ୍ର ଛଅ ମାସର ଅତିଥି,ରକ୍ତ କର୍କଟ ରୋଗରେ ଆକ୍ରାନ୍ତ।ସୁନୟନା ପାଇଁ ସବୁ ରାସ୍ତା ବନ୍ଦ।ନା ସେ ପଛକୁ ଫେରି ପାରିବ ନା ଟିକେ ଶାନ୍ତିରେ ନିଶ୍ବାସ ମାରି ପାରିବ!କେବଳ ତା' ପାଇଁ ଥିଲା ଆଖିରେ ଲୁହ,ଛାତିରେ ଯନ୍ତ୍ରଣା, ଆଉ ନିସଙ୍ଗତା ।



Rate this content
Log in

Similar oriya story from Tragedy