STORYMIRROR

samhita jena

Inspirational

3  

samhita jena

Inspirational

ପୌରୁଷତ୍ଵ

ପୌରୁଷତ୍ଵ

2 mins
188

ବିନୟ ଗୋଟିଏ ଘରୋଇ କମ୍ପାନୀରେ କାମ କରେ।ଯାହା

ରୋଜଗାର କରେ ପରିବାର ଚଳାଏ।ସେ ଏବେ ନୂଆ ନୂଆ

ବାହା ହୋଇଛି।ସ୍ତ୍ରୀର ଇଛା ସେମାନେ ଟିକିଏ କୁଆଡେ ବୁଲି

ଯାଆନ୍ତେ।ମାର୍କେଟିଙ୍ଗ କରନ୍ତେ।ମନ ଖୁସି କରନ୍ତେ।

ବିନୟ ତାକୁ ଦିନେ କହିଲା,ଦେଖ!ତମେ ତ ଏ ଘରକୁ

ସବୁଦିନ ପାଇଁ ବୋହୂ ହୋଇ ଆସିଲ।ମୋର ରୋଜଗାର ତ

ଏତିକି!ଯଦି ମାପି ଚୁପି ନ ଚଳିବା ତାହାଲେ ଅସୁବିଧା ହେବ।

ଭଉଣୀ ବାହାଘର ହେବ।ବାପା-ବୋଉ ବୁଢା-ବୁଢ଼ୀ ହେଲେଣି।

ସେମାନଙ୍କର ଔଷଧ ଖର୍ଚ୍ଚ।ସବୁ କାମ ତ ମତେ କରିବାକୁ

ପଡିବ।ମୁଁ ଆଉ କଣ କରିବି?ତମେ ତ ଘରର ସବୁକିଛି।ତେଣୁ

ଭଲ-ମନ୍ଦ,ସୁଖ-ଦୁଃଖ,ସୁବିଧା-ଅସୁବିଧା ସବୁକୁ ଆଦରି ତମକୁ

ଚଳିବାକୁ ପଡିବ।

ଭଉଣୀ ବନୀତା ଆସି କହିଲା,ଭାଈ-ବୋଉର କଣ ବାନ୍ତି

ହେଉଛି।ସମସ୍ତେ ଦଉଡା ଦଉଡି ହୋଇ ଗଲାବେଳକୁ ବୋଉ

ଆଖି ବୁଜି ସାରିଥିଲା।

ବିନୟ ଦୁଃଖରେ ଭାଙ୍ଗି ପଡିଥିଲା।କହୁଥିଲା,"ବୋଉ ଏମିତି

ହଠାତ ଚାଲିଯିବ ମୁଁ ବିଶ୍ବାସ କରି ନଥିଲି।

ବୋଉ ମରିବା ବର୍ଷକ ପରେ ବାପା କହିଲେ,ବିନୟ-ତୁ

ଗୋଟିଏ ଭଲ ପ୍ରସ୍ତାବ ଦେଖ;ଝିଅଟାକୁ ହାତକୁ ଦିହାତ କରିଦେଲେ ମୋର ଦାୟିତ୍ୱ ସରିଯିବ।ତୋ ବୋଉ ତ ଚାଲି

ଗଲାଣି,ମୁଁ ବା ଆଉ କେତେ ଦିନ ବଞ୍ଚିବି?

ବାପା ରଖିଥିବା କିଛି ଟଙ୍କା ସହିତ ସେ ଧାର ଉଧାର ବାକି

ସାକି କରି ଭଉଣୀ ବାହାଘରଟା ସାରିଦେଲା।ବାପା ଟିକେ

ଆଶ୍ୱସ୍ତ ହେଲେ।ସାଙ୍ଗମାନେ କହିଲେ ବିନୟ ତତେ ମାନିବାକୁ

ପଡିବ।ଯାହା ହେଉ ଭଉଣୀ ବାହାଘରଟା କରିଦେଲୁ ଭଲ ହେଲା।

ମଝିରେ ମଝିରେ ବିନୟ ଯାଇ ଭଉଣୀ ଘରୁ ବୁଲି ଆସେ ଓ

ତାର ଭଲ ମନ୍ଦ ଖବର ବୁଝି ଆସେ।ବାପା ବି ଖୁବ ଖୁସି ହୁଅନ୍ତି।

    ଦିନେ ବାପା ବିନୟକୁ କହିଲେ,ବିନୟ ବୋହୂର ଖାଇବା

ପିଇବା,ଔଷଧପତ୍ର କଥା ଭଲ ଭାବରେ ବୁଝୁଥିବୁ।ବିଚରା

ମାଆ ହେବାକୁ ଯାଉଛି।ସେ ଛୁଆଟାଏ କଣ ବା ଜାଣିଛି।ତା

ଛଡା ତୋ ବୋଉ ବି ନାହିଁ।

     କିଛିଦିନ ପରେ ବିନୟର ପୁଅ ହେଲା।ବାପା ଶୁଣି ଖୁବ ଖୁସି ହେଲେ।ହେଲେ ଜ୍ବାଇଁର ଦୁର୍ଘଟଣା କଥା ଶୁଣି ହୋସ

ଉଡ଼ିଗଲା।

      ବିନୟ ତତକ୍ଷଣାତ ଯାଇ ପହଞ୍ଚିଗଲା ହସ୍ପିଟାଲରେ।

ଶୁଣିଲା ରକ୍ତ ଦେବାକୁ ପଡିବ,କିନ୍ତୁ ବ୍ଲଡ଼ ଗ୍ରୁପ ମିଶୁନି।ତା

ପାଖରେ ବି ବ୍ଲଡ଼ କିଣିବା ପାଇଁ ପଇସା ନାହିଁ।ସାଙ୍ଗେ ସାଙ୍ଗେ

ବ୍ଲଡ଼ ବ୍ୟାଙ୍କକୁ ବ୍ଲଡ଼ ଦେଲା ଏବଂ ସେତିକି ପରିମାଣରେ ବ୍ଲଡ଼

ବ୍ୟାଙ୍କରୁ ଆସି ବନୀତାର ସ୍ୱାମୀକୁ ଦିଆଗଲା।

   ବନୀତାର ଶାଶୁ କହୁଥିଲେ,ପୁଅ-ଧନ୍ୟ ତୁମ ବାପ-ମାଆ;

ତମ ଭଳି ପୁଅ ସଂସାରରେ ନାହିଁ।ଠାକୁର ତୁମର ମଙ୍ଗଳ

କରନ୍ତୁ ବନ୍ଧୁ ବାନ୍ଧିଲା ଦିନଠାରୁ ଦେଖି ଆସୁଛି ତମେ କେବେ କାହାରି ପ୍ରତି ଅବହେଳା କରିନ। ବିନୟ କହିଲା ମାଉସୀ-"ପୁରୁଷ"ର ଅର୍ଥ ତ ଦେବା।କର୍ତ୍ତବ୍ୟ ପାଳନ କରିବା।ମର୍ଯ୍ୟାଦା ରକ୍ଷା କରିବା।ଏହାହିଁ ଗୋଟିଏ ପୁରୁଷର "ପୌରୁଷତ୍ଵ"।

ଆମେ ସିନା ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ହୋଇ ପାରିବା

ନାହିଁ କି ବିଶ୍ବ ବିଜୟୀ ସ୍ୱାମୀ ବିବେକାନନ୍ଦ ହୋଇ ପାରିବା

ନାହିଁ, କିନ୍ତୁ ପରିବାରରେ ତ ନିଜ କର୍ତ୍ତବ୍ୟ ସମ୍ପାଦନ କରି

"ପୌରୁଷତ୍ଵର"ପରିଚୟ ଦେଇ ପାରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational