STORYMIRROR

samhita jena

Inspirational

3  

samhita jena

Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

2 mins
216

ଲୋରୀ ଡାକିଲା ଜେଜି ମାଆ ମୋ ଟିଫିନ ସଜାଡି ଦେ ମୁଁ ସ୍କୁଲ ଯିବି।ପୁଅ କହିଲା, ମାଆ ମୋର ଅଫିସ ଟାଇମ ହୋଇଗଲାଣି ମତେ ଗଣ୍ଡାଏ ଖାଇବାକୁ ଦେଇ ଦେ ମୁଁ ମୋର ପଳେଇବି। ସ୍ୱାମୀ

କହିଲେ,ଗ୍ୟାସ ମେଡିସିନଟା କେତେବେଳୁ ଖାଇ ସାରିଲିଣି,ହେଲେ ତମେ ଜଳଖିଆ ଖାଇବାକୁ ଏତେବେଳ ପର୍ଯ୍ୟନ୍ତ ବି ଦେଲ ନାହିଁ।

   ଲୋରୀ କହିଲା ଜେଜେ, "ମୁଁ ଆଜି ସ୍କୁଲକୁ ଯାଇ ପାରିବି ନାହିଁ କି ତମେ ଆଜି ଜଳଖିଆ ଖାଇ ପାରିବ ନାହିଁ।କାରଣ ଜେଜି ମାଆ ଖାଇବା ପାଇଁ କରିନି।ଆଉ ବାପା ଯଦି ଅଫିସ ଯିବେ ବାଟରେ କଣ ଖାଇକି ଯିବେ।

   ଉର୍ମିଳାଦେବୀ କହିଲେ,ମୁଁ କଣ କରିବି ଯେ ସକାଳୁ ତ ଉଠି କାମ କରୁଛି।ଚଉରାରେ ଏ ପର୍ଯ୍ୟନ୍ତ ପାଣି ଟିକେ ବି ଦେଇନି, କି ମୁଁ ପାଟିକି ପାଣି ବି ନେଇନି, ହେଲେ ନଅଟା ବାଜି

ଗଲାଣି।ମନେ ମନେ ଭାବିଲେ ମୁଁ ବୋହୁଟା ଉପରେ ଚିଡି ଚିଡିସିନା ହୁଏ,ଆଜି ଯାଣୁଛି ସେ ଦିନେ ଟିକେ ତା'ବାପାକୁ ଦେଖିବାକୁ ଯାଇଛି ବୋଲି; ମୁଁ କେତେ ହଇରାଣ ହେଉଛି ।

    ବୋହୁ ତିନିଟା ବେଳ ସୁଦ୍ଧା ଆସି ଘରେ ପହଞ୍ଚି ଦେଖିଲା ଲୋରୀ ସ୍କୁଲ ଯାଇନି।ପଚାରିଲା,ମାଆ!ତୁ କାଇଁ ସ୍କୁଲ ଯାଇନୁ।

ଲୋରୀ କହିଲା,ଜେଜେ ମାଆ ତ ଖାଇବାକୁ କରି ନଥିଲା କି ଟିଫିନ ବି କରି ନଥିଲା,ଆଉ କେମିତି ଯାଇ ଥାଆନ୍ତି?

   ବୋହୁ ଲୁଗା ବଦଳି,ଧୁଆ ଧୋଇ ହୋଇ ତା' କାମରେ ଲାଗି ପଡିଲା।ରାତିକି ସ୍ୱାମୀ ଫେରି ଦେଖିଲେ ଅସଜଡ଼ା ଘରଟା ସଜଡ଼ା ସଜଡି ହୋଇ ଯାଇଛି।ଖାଇବା ଟେବୁଲ ଉପରେ ପାଣି ଓ ଖାଇବା ରଖା ହେଇଛି।ଲୋରୀ ବସି ପାଠ ପଢୁଛି।ଆଉ ବାପାଙ୍କ ପାଖରେ ବୋଉ ବସିଛି।ବେଡ଼ ରୁମକୁ ପସିଗଲା ବେଳକୁ ଖଟଟା ବି ସଜଡ଼ା ହୋଇ ଯାଇଛି।ତାହାଲେ ଏତେ ଗୁଡାଏ କାମ କଲା କିଏ?? ବୋଉ,ବୋଉ ଡାକିଲା ବେଳକୁ

ବାପା କହିଲେ,"ପୁଅ!ତୋର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ,ଏ ସବୁ ତୋ ବୋଉର କାମ ନୁହେଁ, ମୋ ବୋହୂର କାମ।ମୋ "ଗୃହଲକ୍ଷ୍ମୀ" ପରା ଦିନ ତିନିଟା ବେଳୁ ତା' ରୋଗୀଣା ବାପାକୁ

ହସ୍ପିଟାଲରେ ଦେଖି ଦେଇ ଘରକୁ ଫେରି ଆସିଲାଣି। ରୋଷେଇ ଘର ପାଖକୁ ଯାଇ ଦେଖିଲା ବେଳକୁ ଗ୍ୟାସ ପୋଛା ସରି ବାସନ ମଜା ଚାଲିଛି...................। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational