STORYMIRROR

samhita jena

Inspirational

3  

samhita jena

Inspirational

ଦୁହିତା

ଦୁହିତା

2 mins
209

କାଇଁଚ ବାହା ହୋଇ ଶାଶୁ ଘରକୁ ଚାଲି ଗଲାଣି।ଘରର ବଡ଼

ବୋହୁ ସେ।ପରିବାରର ସମସ୍ତ ଦାୟିତ୍ୱ ତା ଉପରେ।ସ୍ୱାମୀ

ତାର ବେକାର।ସେଥିପାଇଁ ଶାଶୁ ଘରେ ତାକୁ ବହୁତ କଥା

ଶୁଣିବାକୁ ପଡେ।କହିବ ବା କାହାକୁ!ଯାହା ହେଉ ବହୁ ଚେଷ୍ଟା

କରି ଗୋଟିଏ ଶିଶୁ ମନ୍ଦିରରେ ଚାକିରୀ ପାଇଲା।ନାହିଁମାମୁଁ

ଠାରୁ କଣାମାମୁଁ ଭଲ ଭାବି ଯାହା ଯେମିତି ଚଳି ଯାଏ।ଆଉ

ତା ପାଖରେ ରୋଜଗାରର ଅନ୍ୟ ଉପାୟ ବି କିଛି ନ ଥିଲା।

କାଇଁଚ ନିଜ କାମ ସହ ଘରକାମ କରି ଶାଶୁଶଶୁରଙ୍କ କଥା

ବୁଝି,ବିଦ୍ୟାଳୟକୁ ବାହାରିଯାଏ।ପୁଣି ଘରକୁ ଫେରିଲେ

ରୋଷେଇବାସ,ଖିଆପିଆ,ସମସ୍ତ କାମ କରିବାକୁ ପଡେ।

ବିଶ୍ରାମ ବୋଲି ରାତିରେ ଯାହା ଦୁଇ,ଚାରି ଘଣ୍ଟା ଶୁଏ।ପୁଣି

ରାତି ଚାରିରୁ ଉଠି କାମରେ ଲାଗି ପଡେ।

ସଂଘର୍ଷ କରି କରି ୟା ଭିତରେ ତିରିଶି ବର୍ଷ ବିତି ଗଲାଣି।

ଶାଶୁ ଶଶୁର ବି ଆର ପାରିକୁ ଚାଲି ଗଲେଣି।ପିଲାମାନେ ଵି

ବଡ଼ ହୋଇ ଗଲେଣି।କାଞ୍ଚନର ଵୃଦ୍ଧ ପିତାମାତାଙ୍କର ଦେହ

ଅସୁସ୍ଥ ହେବାରୁ ସେ ଦେଖାଶୁଣା କରିବାକୁ ବେଳେ ବେଳେ

ବାପ ଘରକୁ ଚାଲିଯାଏ।ସେମାନଙ୍କର ଭଲ ମନ୍ଦ ଖବର ବୁଝି

ପୁଣି ଘରକୁ ଫେରି ଆସେ।ଯଦିଓ ବୃଦ୍ଧା ପିତାମାତାଙ୍କୁ ଛାଡି

ଆସିବାକୁ ଇଛା ନ ଥାଏ,ତଥାପି ବାଧ୍ୟ ହୋଇ ଆସିବାକୁ ପଡେ। କାରଣ ଘରେ ତା'ର ସ୍ୱାମୀ ଏକା,ତା'ସାଙ୍ଗକୁ ଚାକିରୀ ଖଣ୍ଡେ ବି କରିଛି।ନ ହେଲେ ସେମାନେ ଚଳିବେ କେମିତି?

ଦିନେ ହଠାତ ତା'ର ମା ଫୋନ କଲେ ତା'ବାପାଙ୍କ ଦେହ

ଭାରି ଖରାପ।ସେ କାହାକୁ କିଛି ନ କହି ବାହାରି ପଡ଼ିଲା ବାପାଙ୍କ ପାଖକୁ।କିନ୍ତୁ ଏହା ଥିଲା ତା ପାଇଁ ଦୁର୍ଭାଗ୍ୟ।ସବୁଥର

ଭଳି ଏ ଥର ବି ସେ ବାପାଙ୍କୁ ଡାକ୍ତର ପାଖକୁ ନେଇଗଲା।

ହେଲେ ବାପା ଆଉ ବଞ୍ଚିଲେ ନାହିଁ।ଡାକ୍ତର ମୃତ ଘୋଷଣା

କଲା ପରେ ସେ କ'ଣ କରିବ କିଛି ଜାଣିପାରୁ ନ ଥିଲା।

ତଥାପି ତାକୁ ଧର୍ଯ୍ୟ ଧରି ସବୁ କାର୍ଯ୍ୟ କରିବାକୁ ପଡିଲା।

ଭଲରେ ଭଲରେ ଶୁଦ୍ଧ-କ୍ରିୟା ହୋଇଗଲା।ଏସବୁ କଥା

ଦେଖି ଗାଁ'ଲୋକ କହୁଥିଲେ-"ଦୁହିତା"

                                 ଦୁଇ କୁଳକୁ ହିତା

                                    ନ ହେଲେ

                                 ଦୁଇ କୁଳକୁ ପିତା।

ସେ ଯାହା ହେଉନା କାହିଁକି ସେ କିନ୍ତୁ ମନେ ମନେ

ଆତ୍ମସନ୍ତୋଷ ଲାଭ କରୁଥିଲା ଯେ ସେ "ଦୁହିତା"

ପଦ ବାଚ୍ୟ ଏହା ନିଃସନ୍ଦେହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational