STORYMIRROR

samhita jena

Inspirational

3  

samhita jena

Inspirational

ଆଜିର ନାରୀ

ଆଜିର ନାରୀ

1 min
219

ସାବିତ୍ରୀ ଦେବୀଙ୍କର ଦୁଇଟି ଝିଅ।ସାବିତ୍ରୀଦେବୀ ଜଣେ ଉଚ୍ଚ-ଶିକ୍ଷିତ ମହିଳା ନ ହେଲେ ମଧ୍ୟ ଅଧୁନା ସମାଜରେ ପାଦକୁ ପାଦ ମିଳାଇ ଚାଲିବାର ଦକ୍ଷତା ତାଙ୍କର ଅଛି।ସ୍ୱାମୀ ତାଙ୍କର ସୀମାନ୍ତ ପ୍ରହରୀ। ଯେତେବେଳେ ବାହାଘର ପଡିଲା,ମାଆ ତାଙ୍କର ରାଜି ହେଉ ନଥିଲେ।ସାବିତ୍ରୀଦେବୀ କହିଲେ ମାଆ ଆଜି କାଲି ଯୁଗ ଯାଇ କୋଉଠି ମାରିଲାଣି। ତୁ ଯଦି ଏମିତି ଭାବିବୁ ତାହାଲେ,ଯୋଉ ମାଆମାନେ ପୁଅକୁ ସୀମାନ୍ତ ପ୍ରହରୀ କରିବା ପାଇଁ ଛାଡି ଦେଇଛନ୍ତି;ସେମାନେ କଣ ଭୁଲ କରିଛନ୍ତି?ମା କହିଲେ ନାଇଁ ଯେ!ତାହାଲେ ତୋ ମନରେ ଦ୍ଵନ୍ଦ କାହିଁକି?

ସାବିତ୍ରୀଦେବୀ ଖୁବ ମାର୍ଜିତ ଓ ସଂସ୍କାରୀ ସେ କେବେ ଝିଅ,

ପୁଅ ଭିତରେ ତୁଳନା କରନ୍ତି ନାହିଁ କି ମନରେ ଭାବନ୍ତି ନାହିଁ ଯେ ପୁଅମାନେ ଯେଉଁଟା କରିପାରିବେ,ଝିଅମାନେ ସେଇଟା କରି ପାରିବେ ନାହିଁ। ଗୋଟିଏ ଝିଅ ତାଙ୍କର ପାଇଲଟ ଆଉ ଗୋଟିଏ ଝିଅ ଫୌଜି। ମା' ଦିନେ ଝିଅମାନଙ୍କୁ କହିଲେ,ମାଆରେ ତମମାନଙ୍କ ସଫଳତାରେ ମୁଁ ବହୁତ ଖୁସି।କିନ୍ତୁ ସବୁବେଳେ ମନେ ରଖିବ ତମେମାନେ ନାରୀ।ତାପରେ ଭାରତୀୟ ନାରୀ।ଭାରତ ଗୋଟିଏ ସଂସ୍କୃତି ସମ୍ପନ୍ନ ଦେଶ।ତେଣୁ ସଭ୍ୟତାର ଦ୍ୱାହି ଦେଇ ସଂସ୍କୃତିକୁ କେବେ ଭୁଲି ଯିବନି।ମାଆ କହିଲେ-"ଆଜି ନାରୀ ଅନ୍ତରୀକ୍ଷ ଯାତ୍ରା କଲାଣି,ସମୁଦ୍ରରେ ବୁଡ଼ିଲାଣି,ପର୍ବତ ଆରୋହଣ କଲାଣି,ବହୁ ପଦପଦବୀରେ ନିଜକୁ ପ୍ରତିଷ୍ଠିତ କରିସାରିଲାଣି।ପୁରୁଷ ସହିତ ସମକକ୍ଷ ହୋଇ ସମାଜର ପ୍ରତ୍ୟେକ କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇ ସାରିଲାଣି। ନୃତ୍ୟ,ସଙ୍ଗୀତ,କଳା ସବୁଥିରେ ସେ ନିଜକୁ ପ୍ରତିପାଦିତ କରି ପାରିଛି।ତଥାପି ସେ ଗୋଟିଏ ପିଲାକୁ ଜନ୍ମ ଦେଇ ମାଆ ହୁଏ। ସେ ଗୋଟିଏ ସ୍ୱାମୀର ସ୍ତ୍ରୀ,ବାପାର ଝିଅ,ଭାଇର ଭଉଣୀ, ଗୋଟିଏ ଘରର ବୋହୁ।ସଂସାରର କେନ୍ଦ୍ରବିନ୍ଦୁ ସିଏ।ତେଣୁ ମର୍ଯ୍ୟାଦାର ସୀମାରେଖାଟିକୁ ସେ ଅତିକ୍ରମ ନ କରିବା ଉଚିତ। କିନ୍ତୁ ସମ୍ପ୍ରତି ସମାଜରେ ଦେଖାଯାଏ ସଂସ୍କୃତିକୁ ପଛରେ ଛାଡି,ଅର୍ଥ ସର୍ବସ୍ବ ଦୁନିଆରେ ପାଦ ରଖି ସଭ୍ୟତାର ହାତ ଧରି "ଆଜିର ନାରୀ" ଯେତେ ଆଗକୁ ଗଲେ ମଧ୍ୟ ତା'ପାଇଁ ସୁରକ୍ଷା ବଳୟଟା ବିପଦ ସଙ୍କୁଳ ନିରାପଦ ନୁହେଁ। ତେଣୁ ନୈତିକ ଆଚରଣ,ଆତ୍ମ ସଂଯମତା ନଭୁଲି ନାରୀ ଉନ୍ନତିର ସୋପାନ ଚଢିବା ଉଚିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational