ଶ୍ରବଣ କୁମାର
ଶ୍ରବଣ କୁମାର
ୠଷି "ତ୍ରୀଜଟା"ଙ୍କୁ ପ୍ରଣାମ କଲାବେଳେ ତାଙ୍କ ଗୋଦର ଗୋଡ଼ ଦେଖି ଘୃଣାଭାଵ ପ୍ରକାଶ କରିଥିବାରୁ,ତାଙ୍କ ଅଭିଶାପରୁ ମୁନି ଦମ୍ପତି ଅନ୍ଧ ହୋଇ ଜନ୍ମ ଗ୍ରହଣ କରିଥିଲେ।ଅନ୍ଧ ମୁନିଙ୍କର ଗୋଟିଏ ପୁତ୍ର ଜାତ ହେଲା।ଯାହାର ନାମ (ସିନ୍ଧୁ) ବା ଶ୍ରବଣ କୁମାର।ପିତା ମାତାଙ୍କୁ ସେ ଖୁବ ଭଲ ପାଉଥିଲା ଏବଂ ଭକ୍ତି ମଧ୍ୟ କରୁ- ଥିଲା।
ଦିନେ ଅନ୍ଧମୁନି ପୁତ୍ର ଶ୍ରବଣକୁମାରଙ୍କୁ ତୀର୍ଥ ଭ୍ରମଣରେ ଯିବା କଥା କହିଲେ। ଶ୍ରବଣକୁମାର ପୀତାମାତାଙ୍କୁ ଭାରରେ ନିଜ କାନ୍ଧରେ ବୋହି ତୀର୍ଥ ଭ୍ରମଣରେ ବାହାରିଲେ।ବାଟରେ ତାଙ୍କୁ ଖୁବ ଜୋରରେ ଶୋଷ ହେଲା। ଶ୍ରବଣକୁମାର ଗୋଟିଏ ଗଛ ମୂଳରେ ଭାର ଥୋଇ ପାଣି ସନ୍ଧାନରେ ସରଜୁ ନଦୀ ତଟରେ ପହଞ୍ଚିଲେ।ସେଠାରେ ତପସ୍ୟାରତ ମୁନି ଋଷିମାନେ ଜାଣିପାରିଲେ ଯେ ପ୍ରଭୂ ନାରାୟଣଙ୍କର ଅବତାର ବେଳ ଆସନ୍ନ।
ଠିକ ସେତିକିବେଳେ ଅଯୋଧ୍ୟାର ରାଜା ଦଶରଥ ମୃଗୟାକୁ ଯାଇଥିଲେ।ଶିକାର ନ ପାଇ ଗଛମୂଳେ ବିଶ୍ରାମ ନେଉଥିଲେ। ଶ୍ରବଣକୁମାର ମାଠିଆରେ ପାଣି ଭରିଲା ବେଳେ କଳ କଳ ଶବ୍ଦ ହେଲା।ସେଇ ଶବ୍ଦ ଶୁଣି ରାଜା ଦଶରଥ ମୃଗ ଭାବି ଶବ୍ଦଭେଦି ଅନୁସନ୍ଧାନୀ ବାଣ ଭେଦ କଲେ।ଯେଉଁ ବାଣ ଶ୍ରବଣ କୁମାର ମୃତ୍ୟୁର କାରଣ ହେଲା। ରାଜା ଦଶରଥ ଦେଖି ଅବଶୋଷ କଲେ। ଅନ୍ଧମୁନି ଦମ୍ପତିଙ୍କୁ କ୍ଷମା ମାଗି ନିଜ ରାଜ୍ୟକୁ ନେଇ ସେବା ପ୍ରଦାନ କରିବାକୁ ଆକୁଳ ପ୍ରାର୍ଥନା କଲେ।କିନ୍ତୁ ଅନ୍ଧମୁନି କ୍ରୋଧ ଜର୍ଜରିତ ହୋଇ ତାଙ୍କୁ ଅଭିଶାପ ଦେଲେ।ପୁତ୍ର ବିୟୋଗ ଦୁଃଖରେ ସେ ରାଜାଙ୍କୁ କହିଲେ "ତମେ ବି ଏମିତି ମୋ ଭଳି ପୁତ୍ରକୁ ନଦେଖି ଶୋକରେ ପ୍ରାଣ ତ୍ୟାଗ କରିବ"।ରାଜା ଦଶରଥ ଏ କଥା ଶୁଣି କହିଲେ ,ଏ ଅଭିଶାପ ମୋ ପାଇଁ ଆଶୀର୍ବାଦ।କାରଣ ମୁଁ ତ ଅପୁତ୍ରିକ ଅଟେ।
ଯୋଗ ବଳରେ ଅନ୍ଧମୁନି ସବୁ କଥା ଜାଣି, ରାଜାଙ୍କୁ କହିଲେ ତମେ ଭାଗ୍ୟବାନ ଅଟ।ପ୍ରଭୂ ନାରାୟଣ ତମ କୋଳରେ ଜନ୍ମ ନେବାକୁ ଯାଉଛନ୍ତି।ତମେ ପୁତ୍ରେଷ୍ଟି ଯଜ୍ଞ କରି ଯଜ୍ଞରୁ ଗୋଟିଏ ନଡ଼ିଆ ଆଣି ତିନି ରାଣୀଙ୍କୁ ଖାଇବାକୁ ଦେବ। ପ୍ରଭୂ ନାରାୟଣ ଚାରି ଅଂଶରେ ଜନ୍ମ ଗ୍ରହଣ
କରିବେ।ତା'ପରେ ଅନ୍ଧମୁନି ଦମ୍ପତି ଚିତ୍ରକୁଟରେ ଧ୍ୟାନ ନିବେଶ କରି ପ୍ରାଣ ତ୍ୟାଗିଲେ।
ଅନ୍ଧମୁନି ପୁତ୍ର ଶ୍ରବଣକୁମାର ପାଇଁ ଖୁବ ଗର୍ବ
ଅନୁଭବ କରୁଥିଲେ।ପତ୍ନୀଙ୍କୁ କହୁଥିଲେ ଏଭଳି
ପୁତ୍ର ଦୁନିଆରେ ବିରଳ।ପୁତ୍ର ପିତାମାତାଙ୍କ ସେବା କରୁ କରୁ ପ୍ରାଣ ତ୍ୟାଗୀଲା ବେଳେ ପିତାମାତା ମଧ୍ୟ ପୁତ୍ର ବିୟୋଗ ଦୁଃଖ ସହି ନ ପାରି ଚାଲିଗଲେ।
ବର୍ତ୍ତମାନ ସଭ୍ୟ ଶିକ୍ଷିତ ସମାଜର ପୁତ୍ରମାନେ ପତ୍ନୀଙ୍କୁ ସୁଖ ପରଶିବାକୁ ଯାଇ ପିତାମାତାଙ୍କୁ ଛାଡି ଆସନ୍ତି ବୃଦ୍ଧାଶ୍ରମରେ। କାନ୍ଧରେ ବୋହିବା ତ କଳ୍ପନା ବାହାରର କଥା,ପାଖରେ ରହିଲେ ବି ପିତାମାତା ବୋଝ ପରି ଲାଗନ୍ତି।ତାଙ୍କ ସୁଖ,ସୁବିଧାରେ ବାଧା ସୃଷ୍ଟି ହୁଏ।
ପିତାମାତା ସିନା ପୁତ୍ର ଜନ୍ମ କରିଥାନ୍ତି ପୁତ ନାମକ ନର୍କରୁ ପାରି ହୋଇ ବାର୍ଦ୍ଧକ୍ୟ ସମୟରେ ସାହାରା ପାଇବା ପାଇଁ,କିନ୍ତୁ ଆଜିକାଲିର ସୁଯୋଗ୍ୟ ସନ୍ତାନମାନେ ସେମାନଙ୍କର ଠିକଣା ବଦଳାଇ ଦିଅନ୍ତି। ବୃଦ୍ଧାଶ୍ରମ ହୋଇଯାଏ ବାର୍ଦ୍ଧକ୍ୟର ସ୍ଥାୟୀ ଠିକଣା।ଏମାନେ ହେଉଛନ୍ତି ଅତ୍ୟାଧୁନିକ
ଯୁଗର "ଶ୍ରବଣକୁମାର"।
