STORYMIRROR

samhita jena

Inspirational

3  

samhita jena

Inspirational

ସନ୍ତାନ

ସନ୍ତାନ

2 mins
215

"ସନ୍ତାନ" ପୁରୁଷକୁ ପିତୃତ୍ବର ପରିଚୟ ଦେବାବେଳେ

ନାରୀକୁ ଦେଇଥାଏ ପୂର୍ଣ୍ଣତା।ନାରୀଟି ମାତୃତ୍ବ ଲାଭ

କରିବା ପରେ ତା ବକ୍ଷରୁ ଝରିପଡ଼େ ସନ୍ତାନ ପାଇଁ

ଅମୃତର ଧାରା।

  ସନ୍ତାନଟି ପିତାମାତାଙ୍କ ପରିଚୟ ନେଇ ଦୁନିଆରେ

ବଞ୍ଚେ।ତାର ଲାଳନ ପାଳନ ଦାୟିତ୍ୱ ପିତାମାତାଙ୍କର

ଗୁରୁ ଦାୟିତ୍ୱ।କୁମ୍ଭାର ମାଠିଆ ଗଢିଲା ପରି ପିତାମାତା

ସନ୍ତାନଟିକୁ ଗଢିବା ଉଚିତ।ଯେମିତିକି କଞ୍ଚା ମାଠିଆକୁ

ତମେ ଯେମିତି ରୂପ ଦେବାକୁ ଚାହିଁବ ଦେଇପାରିବ।

କିନ୍ତୁ ପୋଡା ହେଲା ପରେ,ଯଦି ତାର କିଛି ପରିବର୍ତ୍ତନ

କରିବାକୁ ଚାହିଁବା!ତାହାଲେ ମାଠିଆଟି ଭାଙ୍ଗିଯିବ।

   ଠିକ ସେମିତି ସନ୍ତାନଟିକୁ ଛୋଟବେଳୁ ସଂସ୍କାର

ଶିଖାଇବା ଉଚିତ।ସନ୍ତାନ ପାଇଁ ଶିକ୍ଷା ଯେତିକି

ପରିମାଣରେ ଆବଶ୍ୟକ ସଂସ୍କାର ମଧ୍ୟ ସେତିକି

ପରିମାଣରେ ଆବଶ୍ୟକ ବୋଲି ପିତାମାତା ଭାବିବା

ଉଚିତ।ବିନା ସଂସ୍କାରରେ ସନ୍ତାନଟି ଶିକ୍ଷା ଲାଭ କରି

ଟଙ୍କା ରୋଜଗାର କରିପାରେ ସତ!କିନ୍ତୁ ତା' ପାଖରେ

ସାମାଜିକ ଚଳଣୀର ଅଭାବ ପରିଲକ୍ଷିତ ହେବା

ସଙ୍ଗେ ସଙ୍ଗେ ପାରିବାରିକ ବିଶୃଙ୍ଖଳା ଦେଖା ଦେଇ

ଥାଏ।ସଂସ୍କାର ଅଭାବରୁ ପିତାମାତା,ଗୁରୁଜନ ସେ

ଆଉ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥାଏ।

ସ୍ବେଚ୍ଛାଚାରୀ ହୋଇ ଭୂଲ ଠିକ ମଧ୍ୟ ବିଚାର କରି

ପାରେ ନାହିଁ।

     ତେଣୁ ସନ୍ତାନଟିର ଶିଶୁସୁଲଭ ମାନସିକତାରେ

ପିତାମାତା ସଦଗୁଣ, ଶିଷ୍ଟାଚାର,ପରିବାରର ନିୟମ

ଭଲମନ୍ଦ ସବୁକିଛି କୋମଳତାର ସହିତ ଭରିବା

ଦରକାର।ଆମ ସମାଜରେ ଦେଖାଯାଏ ଅଧିକାଂଶ

ରକ୍ଷଣଶୀଳ ପରିବାରର ପିତାମାତା ଝିଅଟିକୁ ସଂସ୍କାର

ଶିଖାଇବା ବେଳେ,ପୁଅଟିକୁ ଅଣଦେଖା କରିଥାନ୍ତି।

ଝିଅଟି ଜାଣେ ଯେ ତା'ପାଇଁ କିଛି କଟକଣା ଅଛି କିନ୍ତୁ

ପୁଅଟି ଜାଣେ ତା'ପାଇଁ କୌଣସି କଟକଣା ନାହିଁ।

ଏହା ଦ୍ବାରା ଯେଉଁ ପରିବାରର ଝିଅଟି ସଂସ୍କାରୀ

ହୋଇଥାଏ।ସେହି ପରିବାରର ପୁଅଟି ସ୍ବେଚ୍ଛାଚାରୀ

ହୋଇଥାଏ।

     ବର୍ତ୍ତମାନ ଦେଖାଯାଉଛି ପିତାମାତା ଶିକ୍ଷାକୁ

ଗୁରୁତ୍ୱ ଦେଉଥିବାବେଳେ ସଂସ୍କାର କଥା ଭୁଲି

ଯାଆନ୍ତି।ତେଣୁ ପିଲାମାନେ ସାମାଜିକ ବନ୍ଧନର

ଗୁରୁତ୍ୱ ବା ମର୍ଯ୍ୟାଦା ଜାଣି ପାରନ୍ତି ନାହିଁ।ସେଥିପାଇଁ

ନୀତି,ନିୟମ,ମାନ, ସମ୍ମାନ ସବୁର ଲକ୍ଷ୍ମଣରେଖା

ଡେଇଁ ଆଗାମୀ ପିଢୀ ପାଇଁ କଳଙ୍କିତ ଆଧ୍ୟାୟ

ସୃଷ୍ଟି କରନ୍ତି।

    ବର୍ତ୍ତମାନ ସନ୍ତାନ ମାନଙ୍କର ବିଶୃଙ୍ଖଳିତ

ଆଚରଣ ପାଇଁ ସମୟର ଆହ୍ୱାନ ସାଙ୍ଗକୁ

ପିତାମାତାଙ୍କର ସଚେତନତା ଅନେକାଂଶରେ

ଦାୟୀ ବୋଲି ମୁଁ ଅନୁଭବ କରେ।ତେଣୁ

ସନ୍ତାନଟିକୁ ଯଦି ପିଲାବେଳୁ ଆମେ ଠିକ,ଭୁଲ

ଭଲମନ୍ଦ ପ୍ରତି ସଚେତନ କରିବା ଆଉ ଆଧ୍ୟାତ୍ମିକ

ଚେତନାକୁ ତା ମନ ଭିତରେ ଜାଗ୍ରତ କରିବା

ତାହାଲେ ସନ୍ତାନଟି ସାମାଜିକ ଚଳଣୀର ଲକ୍ଷ୍ମଣ

ରେଖାକୁ ହୃଦୟଙ୍ଗମ କରିପାରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational