Prasanta Kumar Bidyadhar

Inspirational Others Children

3  

Prasanta Kumar Bidyadhar

Inspirational Others Children

ବାପା

ବାପା

6 mins
234



    ଅନେକ ଦିନ ତଳର କଥା । ନିକାଞ୍ଚନ ଦାରିଙ୍ଗିବାଡି ଜଙ୍ଗଲ, ଅନେକ ଗୁଡ଼ାଏ ରଙ୍ଗ ବେରଙ୍ଗ ପଶୁ ପକ୍ଷୀ ମାନେ ବସା ବାନ୍ଧି ସୁଖରେ ଜୀବନ ଅତିବାହିତ କରୁଥାଆନ୍ତି । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରାଜ୍ୟର ଦର୍ଶକ ଏଠାରେ ନିଜ ଜୀବନର କିଛି ସମୟ ଏହି ସୁନ୍ଦର , ମନୋରମ ଭୂସ୍ବର୍ଗର କୁହୁକ ପର୍ବତ ମାଳାରେ ଅତିବାହିତ କରି ପୁନଃ କିଛି ସ୍ମୃତି ସହିତ ଫେରିଯାଆନ୍ତି ।


      ଅଗନା ଅଗନି ବନସ୍ତ ମଧ୍ୟରେ , ପର୍ବତର ପାଦଦେଶରେ ଅବସ୍ଥିତ ସାଲୁଆ ଗଛର କୋରଡରେ ବସା ବାନ୍ଧି ରହିଥାନ୍ତି କପୋତ କପୋତୀ । ଦିନେ ବାହାରକୁ ମୁଣ୍ଡଟି କାଢି ମନ ଦୁଃଖରେ କପୋତୀ ବସିଥାଏ । ହଠାତ୍ ତା ଆଖିରୁ ଝର ଝର ହୋଇ ଝରି ଯାଉଛି ଅମାନିଆ ଅଶ୍ରୁଧାର । ଆହା .... ପ୍ରକୃତିର କି ବିଚିତ୍ର ଏ ସରଞ୍ଚନା । ଠିକ୍ ଏହି ସମୟରେ କିଛି ଖାଦ୍ୟ ଅନେଶ୍ୱଣରେ ଯାଇଥିବା କପୋତଟି ଫେରି ଦେଖେ ପ୍ରାଣ ପ୍ରିୟା କପୋତୀ ଆଖିରେ ଲୁହର ଶ୍ରାବଣୀ ବନ୍ୟା ।


     କପୋତ କପୋତୀକୁ ପଚାରେ ଆଲୋ ...ହେ ବାୟାଣୀ କାହିଁ ବସି କାନ୍ଦୁଛୁ , ଆଲୋ କଣ ହେଇଛି କି ? କପୋତୀ - ନାଇମ , କନ୍ଦିବି କାହିଁ ?..... ଆଖିରେ ପଡ଼ିଗଲା କିଛି ସେଥିପାଇଁ ପାଣି ବାହାରି ପଡ଼ିଲା ।

କପୋତ - ଆଲୋ ହେ , ମୁଁ ଜାଣେଲୋ ......!! ଏଇ ଅବୋଧ ମଣିଷ ସିନା ହୃଦୟ ହିନ । କପଟୀ, ମାୟାବୀ , ଛଳନାର ମାୟାଜାଲ ଭରା ଶବ୍ଦରେ ସେ ଶିକାର କରେ । ହେଲେ ମୁଁ ପରା ତୋର ସେଇ ବାଇ ଚଢେଇ କପୋତ ।।

ଆଲୋ ହେ ବାୟାଣୀ, ଟିକେ ତୋ ଦୁଃଖରେ ମୋତେ ଭାଗ ଦବୁନି । ମୁଁ ସିନା ତୋତେ ସପ୍ତ ଘେରା ଅଗ୍ନି ପ୍ରଦକ୍ଷଣା କରି ଦସ ଦିଗପାଳଙ୍କୁ ସାକ୍ଷୀ ରଖି ଦଶଟି ବଚନ ସହିତ ବରମାଳ ଦେଇ ମଣିଷ ପରି ବିବାହ କରିନି କିନ୍ତୁ ଆମେ ପରା ସେଇ ଭଗବାନଙ୍କ ଦ୍ଵାରା ରଚିତ ବର ଆଉ କନ୍ୟା । କୁହ ତୋ ଦୁଃଖର କାରଣ କଣ ?

କପୋତୀ - ନାଇ ଛାଡ କଣ ମିଳିବ । କେତେ ଦିନ ଆଉ ବଞ୍ଚିବା , ଯେ ଏତେ ଆଦର । ଗଲ ଦେଖିବ ପିଲାଟା ବିଗିଡି ଗଲା । କୁଆଡେ ଯେ ଉଡ଼ି ବୁଲୁଛି । ଧରା ଛୁଆଁ ଦେଉନି । ହେଇଟି ଶୁଣୁଚ ..... ।। ପିଲାଟା ବାପା ..... ବାପା... ହୋଇ ପାଗଳ ହୋଇଗଲାଣି । ହେଲେ ଏହି ମଣିଷ ସମାଜ ......!!!

କପୋତ - ଆଲୋ ହେ ବାୟାଣୀ, ତୋ କାନ୍ଦିବା ପାଇଁ କାରଣଟା "ଏହି ମଣିଷ ତ ନୁହେଁ ।। ଏଠି କେହି ନୁହେଁ କାହାର !! ......ସବୁ ମାୟାଜାଲ, ମରୀଚିକା । ଏଠି ସ୍ୱାମୀର ସ୍ତ୍ରୀ ନୁହେଁ କି ସ୍ତ୍ରୀର ସ୍ବାମୀ ନୁହେଁ । ପ୍ରେମିକା ପ୍ରେମିକ ନୁହେଁ କି ପ୍ରେମିକ ପ୍ରେମିକାର । ବାପ ପୁଅର ନୁହେଁ କି ପୁଅ ବାପର ??

ସ୍ତ୍ରୀ ... ସ୍ବାମୀକୁ ଛାଡ଼ି ପର ପୁରୁଷ ପାଇଁ ମନ ବଳାଉଛି ତ ସ୍ଵାମୀ ପର ସ୍ତ୍ରୀଙ୍କ ପଛରେ ଧନ ସଂପତ୍ତି ବର୍ବାଦ୍ କରୁଛି । ଏଠି ପ୍ରେମିକା ଧନ, ସଂପତ୍ତି, ସୁନ୍ଦର, ରୋଜଗାରିଆ ବର , ଲୋଭରେ ପ୍ରେମିକକୁ ଛାଡି ଅନ୍ୟତ୍ର ବିବାହ କରୁଛି ଆଉ ସବୁଠୁ ବଡ଼ କଥା ମନେରଖିଥା ଛୁଆମାନେ ବଡ଼ ହେଲେ ବାପ ମାଙ୍କ କଥା ମନିବା ତ ଦୂରର କଥା ଜୋର୍ କରି ଘରୁ ବାହାରକୁ ବାହାର କରି ଫୋପାଡ଼ି ଦେଉଛନ୍ତି ।

ହଉ ଶୁଣ , ମୁଁ ହୀରାକୁ ଡାକି ଆଣୁଛି । ସାଙ୍ଗ ହୋଇ ବସି ଖାଇବା ଆଉ ତା ପରେ ମୁଁ ଗୋଟାଏ ମଣିଷର କାହାଣୀ ଶୁଣେଇବି .....!!


    ବନ ପାହାଡ଼ର ନୀଳ ସବୁଜିମା ଭରା ଗଛର ଏ ଡାଳରୁ ସେ ଡାଳକୁ ଡେଇଁ ବୁଲି, ଗୀତ ଗାନ କରି ଆସୁଛି ଛୋଟ ଚଢ଼େଇ ହୀରା ...... ଆସନ୍ତୁ ଟିକେ ଶୀତ ଋତୁର ସୌମ୍ୟକନ୍ତି କୁହୁକ କ୍ଷେତ୍ରରେ ଥିବା ମେଘୁଆ କଳା ବଉଦ ଭରା ଶୃଙ୍ଗ ଗିରିର ଥିରି ଥିରି ବର୍ଫିଲା ମଳୟର ମନୋହର ଦୃଶ୍ୟକୁ ଉପଭୋଗ କରି ଗୀତର ତାଳେ ତାଳେ ଝୁମି ଯିବା .....


ଉଁ.... ହୁଁ.....

ଉଁ.... ହୁଁ...... ଲା ଲା ...... ଲାଲା ....ଲାଲା

ଛାତିଏ ଦୁଃଖକୁ ଛାତିରେ ଲୁଚେଇ ଯିଏ ହୁଅନ୍ତି ଖୁସି ।

ଆଖିର ଲୁହକୁ ପଲକେ ଘୋଡେ଼ଇ ଯିଏ ପାରନ୍ତି ହସି ।।

ଆମ ଖୁସି ପାଇଁ ଲହୁ ବିକି ଦେଇ ଆମ ଅଳୀ ପାଖେ ଜାଣି ହାରିଯାଇ ଯିଏ ନାଇ ଦିଅନ୍ତି , ମଥାରେ ଆମ ବିଜୟ ଚନ୍ଦନ ଟିପା ସିଏ ଆମ ବାପା ,,,,,,,,ବାପା,,,,,,,ବାପା ।।


     ହାଏରେ ବିଧାତା । ତୁମକୁ ସତ ସତ ନମନ୍ । ହେ କଳିଯୁଗର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧନ୍ୟ ତୁମେ। ଧନ୍ୟ ତୁମ ମହିମା । ମୁଁ ଆଜି ପାରି ହେଇଗଲି ପ୍ରଭୁ । 


ପକ୍ଷୀଟିଏ କରି ଜନମ ଦେଇଛ

କରି ନାହି ପୂଜା ଦିନେ ପାରୁନି

ମୁଁ ଜାଣି କିପରି ପୂଜିବି

ଏହି ମୋ ଛୋଟ ଜୀବନେ ।।

ମଥାନତ କରି ପ୍ରଣିପାତ କରେ

ରଖିବ ହେ ମାନ ତୁମେ

ଜୀବ ଗଲା ବେଳେ 

ଦରଶନ ଆଶା ସଂଚାର ହୋଇଛି ମନେ ।।


ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ।।


    ନିରିହ କପୋତ ପୁଅ ହୀରାର ଗୀତଟି ଶୁଣି ଆତ୍ମ ବିଭୋରରେ ତାର ସେଇ ସରଳ ମନଟିଏ ପୁଲାକିତ ହେଇଯାଇଛି । ଆଉ ଭାବୁଛି ଶ୍ରେଷ୍ଠ ମାନବ ପୁରୁଷ ପ୍ରଧାନ ସମାଜର ସେଇ ନଗନ୍ୟ ହତଭାଗ୍ୟ ଶ୍ରେଷ୍ଠ ଚାକର (ବାପା) ମଣିଷଟିର କରୁଣ ଆତ୍ମ ପରିଚୟ କଣ ?

କପୋତୀ - ଆରେ ଧନ ଶୁଣୁଚ ଖାଇବ ଆସ । କଣ୍ ଏତେ ଗୁଡ଼ାଏ ଭାବୁଛ ?

କପୋତ - ଆରେ ବାୟାଣୀ ଶୁଣ କହୁଛି , ମୁଁ ମଧୁ ବାବୁଙ୍କ କାହାଣୀ , ମନେ ଦେଇ ଶୁଣିବ !! ମା , ପୁଅ । ହୁଁ କରୁଥିବ ....!!

" ବାପା "


    ମଣିଷ ଜୀବନ ଆରମ୍ଭ ହୁଏ ଏଇଠୁ । ଜୀବନ ଚକ୍ରରେ ଜଣେ ପୁରୁଷ ଶିଶୁ ରୁପରେ ଜନ୍ମ ହୁଏ । ଶିଶୁରୁ ବାଳକ.... କିଶୋର...... ଯୁବକ..... ପିତା ଆଉ ସେଇ ପିତା ବୃଦ୍ଧ ହୋଇ ଦେହ ତ୍ୟାଗ କରି ପୁନଃ ଶିଶୁ ହୋଇ ଜନ୍ମ ଗ୍ରହଣ କରିବା ପରେ ତାକୁ ଅନେକ ଗୁଡ଼ିଏ ତ୍ୟାଗ କରିବାକୁ ପଡ଼ିଥାଏ । ଆଉ ସେଇ ତ୍ୟଗ ର ନାମ ହେଲା "" ବାପା""


    ମଧୁ ବାବୁ ଓ ଉର୍ମିଳାଙ୍କ ଜୀବନ କାହାଣୀ । ଲକ୍ଷେ ଶିବ ପୂଜି କପାଳେ ମିଳିଲା ପୁତ୍ର ସନ୍ତାନ । ପେଟକୁ ମୁଠାଏ ଖାଇବାକୁ ଦାନା ନାହି । ପିନ୍ଧିବାକୁ ଖଣ୍ଡେ ଭଲ ବସ୍ତ୍ର ନାହିଁ । ଦିନେ ନଖଟିଲେ କୈବର୍ତ୍ତ ନାହିଁ । ପେଟରେ ଓଦା କନା ବାନ୍ଧି ହୋଇ ଦୁଇପ୍ରାଣୀ ପିଲାଟିକୁ ଏଡିକରୁ ଏଡେ କଲେ । ସମ୍ପୂର୍ଣ୍ଣ ଦୁନିଆ ଜାଣେ ମାର ମହିମା । କିନ୍ତୁ ବାପର ଦୁଃଖ କିଏ ବୁଝେ । ଗୋଟାଏ ପୁରୁଷ ସବୁ ଜନ୍ମରେ ଯନ୍ତ୍ରଣା ବାରମ୍ବାର ପାଏ । ଯନ୍ତ୍ରଣା ଅଗ୍ନିରେ ନିଜକୁ ତିଳ ତିଳ କରି ଜଳାଇ , ଅନ୍ୟର ମୁହଁରେ ଟିକେ ଯେଉଁ ଖୁସିର ହସ ଦେଖି ସେ ତା ପୁଣ୍ୟ ଆତ୍ମାକୁ ତୃପ୍ତି ପ୍ରଦାନ କରିଥାଏ ।ଏହି ତପସ୍ୟା ନିମନ୍ତେ ତାକୁ ସଂସାର, ସମାଜ, ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଦିନ ଲଜ୍ଜିତ ହେବା ପାଇଁ ପଡ଼ିଥାଏ । ପିଲାମାନଙ୍କୁ ଖୁସୀରେ ଦେଖିବା ପାଇଁ ନିଜ ଲୁହ ,ଲହୁକୁ ତିଳ ତିଳ କରି ଜଳାଇ ତା ପ୍ରତିବଦଳରେ ଆଶା ସଂଚାର କରିଥାଏ ଟିକିଏ ସୁଖ ଓ ଶାନ୍ତି ।


      ପିଲାଟି ସମନୁକ୍ରମେ ବଡ଼ ହେଲା । ସବୁ ଅଳୀ ଅର୍ଦ୍ଦଳିକୁ ସହ୍ୟ କରି ଛାତିଏ ଦୁଃଖକୁ ଛାତିରେ ଲୁଚେଇ ଆଖିର ଲୁହକୁ ପଲକେ ଘୋଡେ଼ଇ ସ୍ନେହ କାଙ୍ଗଳ ବାପା ଅପେକ୍ଷା କରି ରହିଥିଲେ ପୁଅ ଓ ବୋହୁଙ୍କୁ । କିନ୍ତୁ ଫେରି ନଥିଲେ ସେ ପିତୃ ଦ୍ରୋହି ଦୁଇଜଣ । ବାପାଙ୍କ ଅବଦାନ ପାଇଁ ନଥିଲା ତାଙ୍କ ପାଖରେ ସମୟ । ବୃଦ୍ଧ ବୟସରେ ଜନ ଶୂନ୍ୟ ରାତ୍ରୀର ଅନ୍ଧକାରରେ ଗୁମୁରି ଗୁମୁରି କାନ୍ଦୁଛି ସେଇ ହତଭାଗ୍ୟ ବାପା । ଏତେ ସବୁ ଘଟିବା ପରେ ,ତଥାପି ମଧ୍ୟ ସେଇ ବରଗଛ ମୂଳରେ ରହିଛି ଶୀତଳ ଛୁଆଁ ତାର ସେଇ ପୁଅ ଓ ବୋହୂଙ୍କ ପାଇଁ । ଆଉ ଶେଷ ନିଃଶ୍ୱାସ ତ୍ୟାଗ କରିବା ପୁର୍ବରୁ ଜୀବନରେ ଅର୍ଜିତ କର୍ମଫଳ ରୂପୀ ସମ୍ପୂର୍ଣ୍ଣ ସଂପତ୍ତି ପୁଅ ନାମରେ କରି ଏକ ଚିଠି ଲେଖିଛନ୍ତି ଏବଂ ଏକ ନୂତନ ଫରୁଆରେ ଚିଠିଟି ରଖି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।


    ଆଛା ତୁ କହିଲୁ , ବାୟାଣୀ କେଡ଼େ ମୂର୍ଖ ଏ ମଣିଷ । ମା ଯଦି ଧରିତ୍ରୀ ହୁଏ ପିତା ସ୍ବର୍ଗ । କଣ ଆଜି ଯିଏ ଯୁବକ/ ଯୁବତୀ ଆସନ୍ତା କାଲି ସେ ପିତା ମାତା ହେବେ ନାହିଁ !! କି ? 

କଣ ପାଇଁ ଏ ହତାଦର ?

ଯତ୍ କୁର୍ବନ୍ତି ତତ୍ ଫଳନ୍ତି ।

ଜଣେ ପୁରୁଷ ଯଦି ତାର , ଶାଶୁ ଓ ଶଶୁରଙ୍କୁ ପିତା ମାତାର ସମ୍ମାନ ଦେଉଛି ତାହାଲେ ବୋହୁ କାହିଁ ତା ଶାଶୁ ଓ ଶଶୁରଙ୍କୁ ପିତା ମାତାର ସମ୍ମାନ ଦେବ ନାହିଁ । ଆଉ ସେଇ ପୁଅ ଯିଏ ଦିନ ଶଶୁର ହେବ ସେ ସ୍ତ୍ରୀ ପ୍ରରୋଚନାରେ ପଡି ବାପାଙ୍କ ପରି ଅମୂଲ୍ୟ ସମ୍ପଦକୁ ତିରସ୍କାର କରୁଛି । ତଥାପି ବାପାଙ୍କ ସ୍ନେହ କମୁ ନାହିଁ ।


କପୋତ - ଆଛା କହିଲୁ ବାୟାଣୀ, ତୁ ଏମିତି ଗୁମୁରି ଗୁମୁରି କାହିଁ ଆଖିରୁ ଲୁହ ଗଡ଼ାଇ ଥିଲୁ ??? ..... କଣ୍ ଏଇ ମଧୁ , ଉର୍ମିଳା ଙ୍କ ପାଇଁ ??

କପୋତୀ- ହଁ କିଛି ସମୟ ଭିତରେ " ବାପା" ମରି ପର ଲୋକ ସୁଧରିବେ ହେଲେ ପୁଅ ଓ ବୋହୁ ଦାରିଂବାଡ଼ିର। ସୌନ୍ଦର୍ଯ୍ୟକୁ ଉପଭୋଗ କରି ଉନ୍ମତ୍ତ ମୟୂର ପରି ହେନ୍ତାଲୁ ଛନ୍ତି । ଆଉ ଦ୍ଵିତୀୟ ପର୍ଯ୍ୟାୟର ମୋ ହୀରା ପକ୍ଷୀଟିଏ ହେଲେ ସୁଧା 

ବାପା ,..... ବାପା.... ବାପା ହୋଇ ଗୀତ ଗାନ କରି ଏ ଗଛରୁ ସେ ଗଛକୁ ଡେଇଁ ବୁଲୁଛି । ସତରେ ଆମେ ବଡ଼ ଭାଗ୍ୟବାନ ଜୀବନ ପାଇଛେ । ଆମ ଭବିଷ୍ୟତ ବି ଜାଣିବା ସହିତ ଏମାନଙ୍କ ଭବିଷ୍ୟତ ବି ଜାଣି ପରୁଛେ । 


     ଅଚାନକ , ଦୁଲୁକାଏ ଶୀତଳ ପବନର ଛୁଆଁ କିଛି କହିଗଲା । ବିବ୍ରତ ହୋଇପଡ଼ି ପୁଅ ଓ ବୋହୂ ବାପା.... ବାପା କହି ଶୀଘ୍ର ଘରକୁ ଫେରି ଆସିଛନ୍ତି । ହତାରେ ଅଛି ଫରୁଆ , ଫରୁଆ ଭିତରେ ଚିଠି !! ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବାପା ଆଉ ଛାଡ଼ି ଯାଇଥିଲେ ଶେଷ ପୁଞ୍ଜି ......!!


ସ୍ନେହର ଧନ ,


    ତୋ ମାଆ, ମୁଁ ଦୁହେଁ ବହୁତ୍ ଖୁସିରେ ଅଛୁ । ପ୍ରଭୁ ଶ୍ରୀ ଜଗନ୍ନାଥ ତୁମ ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଖୁସୀରେ ରଖିଥିବେ ବୋଲି ମୋର ବିଶ୍ବାସ । ଜୀବନର ଅଙ୍କା ବଙ୍କା ଖାଲ ଢିପ ବାଟରେ ଚାଲି ଚାଳି,ଏହି ପୁରୁଣା ବୁଢ଼ା ଚାକର ବାପା ବାଟ ବଣା ହୋଇ ଯାଇ ଥିଲା । ତୁମକୁ ଖୁସୀରେ ଦେଖିବା ପାଇଁ ଅଜସ୍ର ପରିଶ୍ରମ କରି ଯେଉଁ ସମ୍ପତି ଖଞ୍ଜି ରଖିଛି । ସବୁର ତାଲିକା ସେ ପ୍ରତିଲିପି ର ଡାଇରୀରେ ଲିପବଦ୍ଧ ଅଛି । ପ୍ରାଣ ତ୍ୟାଗ କରିବା ସମୟରେ ତୁମେ ପାଖରେ ନଥିବ । ବାପା ଡାକ ଶୁଣି ମରି ଯାଇଥିଲେ ମୋ ଆତ୍ମାକୁ ଶାନ୍ତି ମିଳିଥାନ୍ତା । 


     ଆଜି ମୁଁ ବାପା ଡାକ ଶୁଣିବା ପାଇଁ ଇଚ୍ଛା କରୁଥିବା ବେଳେ ତୁମେ ମୋ ପାଖରେ ନାହଁ । କିନ୍ତୁ ଭଗବାନ୍ କିଛି ଏମିତି ନା କରନ୍ତୁ , କାହା ସହିତ । ଆଶା କରୁଛି ଏଇ ଜନ୍ମରେ ତୁମ ପୁଅ ହୋଇ ଜନ୍ମ ଗ୍ରହଣ କରିବା ପାଇଁ ।


ଇତି ।।

"ବାପା"


     ଚିଠିଟି ପଢାଟି ଶୁଣି ସାରିବା ପରେ ମାଆ ଉର୍ମିଳାଙ୍କ ଜୀବନ କାହାଣୀର ପ୍ରାଣ ପଖେରୁ ଉଡ଼ି ଯାଇଛି ଆର ପାରିକୁ ଯେଉଁଠାରୁ ,କେବେ କେହି ଫେରି ନାହାଁନ୍ତି । ପ୍ରକୃତିର ଏକ ନିୟମ ଯେ ଅନ୍ଧାରରେ ନିଜର ଛାଇ ବି ଦୁରେଇ ଯାଏ . ଠିକ୍ ସେହିପରି ଖରାପ ସମୟରେ ନିଜର ଲୋକମାନେ ମଧ୍ୟ ଦୁରେଇ ଯାନ୍ତି ,କେବଳ ଅନ୍ଧକାର ମୟ ରାତ୍ରୀର ନିରବତାରେ ରହିଛି ବାପାଙ୍କ ହାତ ଲେଖା ଅଛି ଅସମ୍ପୂର୍ଣ୍ଣ ବାର୍ତ୍ତା .....


। ସମାପ୍ତ ।

କଠିନ ସମୟରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ସବୁ ଠିକ ହେଇଯିବ !!"




Rate this content
Log in

Similar oriya story from Inspirational