STORYMIRROR

Barsha rani Nanda

Romance Fantasy Thriller

3  

Barsha rani Nanda

Romance Fantasy Thriller

ଅତର ଲଗା ଚିଠି

ଅତର ଲଗା ଚିଠି

4 mins
244

ଏଇ What's up ,insta ଭଳି ସୋସିଆଲ ମିଡ଼ିଆ ଯୁଗରେ ଚିଠିକୁ କିଏ ପଚାରେ।ଡାକବାଲା ଯଦି ଘର ସାମନାରେ ଅଟକି ଯାଏ ଆମ ଘରକୁ ଚିଠି ଆସିଛି ବୋଲି ଆମେ ଖୁସିରେ ଦଉଡି ଯାଉ ତା ପାଖକୁ ଯଦିଓ ସେଠି ଛୁଆଙ୍କର କିଛି ଦରକାର ନ ଥାଏ ତଥାପି ବି ଆମ ଖୁସି କହିଲେ ନସରେ। ଯେଉଁଦିନ ଘରକୁ ଚିଠି ଆସିଥିବ‌ ମୁଁ ସମସ୍ତଙ୍କୁ କୁହେ ଆଜି ଆମ ପାଖକୁ ଡାକଘରେ ଚିଠି ଆସିଲା। ଛୁଆଙ୍କର ଏମିତି ହିଁ ବୁଦ୍ଧି। ଏବେ ମନେ ପଡ଼ିଲେ ବହୁତ ହସ ଲାଗେ।ବାପା ଆମକୁ ଅନେକ ଥର ନେଇଛନ୍ତି ଡାକଘରକୁ ଚିଠି କେମିତି ପକାଯାଏ,ସେ ଭିତରେ କ'ଣ କ'ଣ ହୁଏ ଏସବୁ ଦେଖେଇବା ପାଇଁ।ଏବେ କିନ୍ତୁ ଆଗଭଳି ଡାକବାଲାର ଚିଠି ଚିଠି ବୋଲି ଡାକ ଶୁଭୁନି ତଥାପି ବି ବେଳେବେଳେ ଡାକରେ ଆସିଥିବା ଦରକାରୀ କାଗଜପତ୍ର ଆଣି ଯେତେ ବେଳେ ଡାକବାଲା ଆସି ଦୁଆରେ ଅଟକି ଯାଏ ମନରେ ଉତ୍କଣ୍ଠା ବଢିଯାଏ କ'ଣ ଆସିଛି ଶିଘ୍ର ଖୋଲି ଦେଖିବା ପାଇଁ।ଏବେର ପିଲା ବୋଧେ ସେଇ ଚିଠିପତ୍ରର ମାନେ କ'ଣ ବୁଝି ପାରୁ ନାହାନ୍ତି। ଯେଉଁ ଖୁସି ଆମେ ଛୋଟ ବେଳେ ହେଉଥିଲୁ।ସେମିତି ଗୋଟେ ଚିଠି ଆସିଥିଲା ମତେ କଲେଜ୍ ସମୟରେ। ଆପଣ ମାନେ ଭାବୁଥିବେ ମୁଁ କାହାକୁ ଭଲ ପାଉଥିଲି ସିଏ ପଠେଇ ଥିବ ବୋଧେ,ଜମା ବି ସେମିତି ନୁହଁ। ବେଳେ ବେଳେ ଲୋକ ପାଖରେ ଥାଇକି ମଧ୍ୟ ସାମ୍ନାରେ କିଛି କହି ପାରନ୍ତିନି ବୋଲି ଲେଖା ମାଧ୍ୟମରେ ଡାକ ବାକ୍ସରେ ଗଳେଇ ଦିଅନ୍ତି।ସେମିତି କିଛି ହେଇଥିଲା ମୋ ସାଙ୍ଗରେ ମଧ୍ୟ। ଦିନେ ଡାକବାଲା ଆସି ଚିଠି ଚିଠି ବୋଲି ଡାକଦେଲା। ଯିଏ ଯାହା କାମରେ ବ୍ୟସ୍ତ ଥିଲେ ବୋଲି ବଡ଼ ଭାଇ ଚିଠି ଆଣିବାକୁ ଗଲା ସୁମି ନାଁ ରେ ଚିଠି ଆସିଛି କହି ଡାକ ବାଲା ଚିଠିଟି ବଢେଇ ଦେଲା ବଡ଼ ଭାଇ ହାତରେ ଘରେ ଯିଏ ଯାହା କାମରେ ବ୍ୟସ୍ତ ଥିଲେ ବୋଲି ଚିଠିଟି ଆଜି ଭାଇ ହାତରେ ପଡ଼ିଛି । ଘରେ ଯଦି ଝିଅ ପିଲା ନାଁରେ ଚିଠିଟି ଆସେ ଘରେ ସମସ୍ତେ ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ବାଭାବିକ । ଯଦି ଝିଅଟି ଚାକିରୀ କରୁଛି ତାହେଲେ ଦରକାରୀ କାଗଜପତ୍ର ଆସିବ ଯଦିଓ କିଏ ତାକୁ ଭଲପାଉଛି ତାହେଲେ ଚିଠି ଆସିବ । ଘରେ ଜଣ ଜଣ କରି ସମସ୍ତଙ୍କ କାନରେ ପଡ଼ିଲା ଯେ ସୁମି ନାଁରେ ଚିଠି ଆସିଛି । ଆମ ସୁମି ତ ଚାକିରି ବାକିରୀ କରୁନି ତାହେଲେ ନିଶ୍ଚିତ ସୁମି କାହାକୁ ଭଲ ପାଉଛି । ଚିଠି ଏ ଯାଏ ଖୋଲା ହେଇନି କିନ୍ତୁ ମୋର ଡରରେ ହାତ ଗୋଡ ଥରିବା ଆରମ୍ଭ ହେଇ ଗଲା । ଯେହେତୁ ଖିଆ ପିଆ ବେଳ ହେଇଥାଏ ସମସ୍ତେ ଗୋଟିଏ ଜାଗାରେ ବସି ଖାଉଥାନ୍ତି କିନ୍ତୁ ଭାଇ ଖାଇ ସାରିଥାଏ ବୋଲି ଚିଠି ତା ହାତରେ ପଡ଼ିଛି । ଯାହା ବି ହେଉ ଏ ଡାକବାଲା ଠିକ୍ ସମୟରେ ଆସିଛି ନହେଲେ ଚିଠି ଆଉ କାହା ହାତରେ ପଡ଼ିବା ଆଗରୁ ଭାଇ ହାତରେ ପଡ଼ିଛି କିନ୍ତୁ ଭାଇ ଟିକେ ମଜାଳିଆ ହେଲେ ବି କମ୍ ଲୋକ ନୁହେଁ । ଚିଠିକୁ ଖୋଲିଲା ମାତ୍ରେ ବାହାରି ଆସିଲା ଅତରର ବାସ୍ନା ମତେ ସିଏ କହୁଛି ସୁମି ଲୋ ଚିଠିଟା କିଏ ଦେଇଛି ଲୋ ଅତରଟା ଯାଇକି ତା ପାଖରୁ ନେଇ ଆସିବା ପାଇଁ ଇଛା ହେଉଛି । ସେ ଯାହା ବି ହେଉ ଖୋଲିକି ଏକା ନିଶ୍ଵାସରେ ଚିଠି ପଢି ପକେଇଲା କିନ୍ତୁ ଭାଗ୍ୟକୁ ଯିଏ ମୋ ପାଖକୁ ଚିଠି ଦେଇଥିଲା ସିଏ ଜାଣିଶୁଣି ବୋଧେ ଠିକଣା ଲେଖି ନଥିଲା । ନହେଲେ ମୋ ଘର ଲୋକଙ୍କ ପ୍ରକୋପରେ ସିଏ ବର୍ତ୍ତି ନଥାନ୍ତା । ଆଉ ମୁଁ ବି ଗୋଟିଏ ବଡ଼ ଘାଟିରେ ପଡୁ ପଡୁ ବଞ୍ଚିଗଲି । ତଥାପି ବି ଘରଲୋକଙ୍କ ପ୍ରଶ୍ନ ବାଣରେ ମୁଁ ଆଘାତ ପାଇଲି ସେଇ ଚିଠି କଥାଟା ଦାଣ୍ଡରେ ଯାଇକି ହାଟରେ ଗଡିଲା । ମୋ ସାଙ୍ଗସାଥୀ ଠୁ ସମସ୍ତେ ଜାଣିଲେ ଯେ ମୋ ପାଖକୁ ଅତରଲଗା ଚିଠିଟେ ଆସିଛି । ମୁଁ ନିର୍ଦ୍ଦୋଶ ହୋଇଥିବା ସତ୍ତ୍ଵେ ବି ବହୁତ ଗାଳି ଶୁଣିଛି । ଚିଠି ରେ କ'ଣ ଲେଖା ହେଇଥିଲା ମୁଁ ଦି ଦିନ ଯାଏଁ ଜାଣି ନଥିଲି । ଅଦରକାରୀ ବସ୍ତୁ ଭଳି ଚିଠିକୁ ଭାଇ ନେଇ ଅଳିଆରେ ପକେଇଦେଲା ଚିଠି ଭିତରେ ଥିବା କଥାକୁ ଜାଣିବା ପାଇଁ ସମୟ ସୁଯୋଗ ଦେଖି ତାକୁ ମୁଁ ଲୁଚେଇ କି ନେଇ ଆସିଲି ।

ରାତିରେ ଶୋଇଲା ବେଳେ ତାକୁ ଖୋଲିଲି ଭିତରୁ ଭୁରୁ ଭୁରୁ ବାସ୍ନା ବାହାରି ଆସିଲା ଇଏ କ'ଣ ଖୋଲିବା ମାତ୍ରେ ଯଦି ଏତିକି ଲେଖା କ'ଣ ନ ହେଇଥିବ।

ଚିଠିଟି ଖୋଲିଲି ବହୁତ ସୁନ୍ଦର ଚିତ୍ର କରାଯାଇଥାଏ ଗଛ ଡାଳରେ ବସି ଚକୋର ଚକୋରୀ ପୂର୍ଣ୍ଣିମାର ଜହ୍ନକୁ ଅନେଇ ଥାନ୍ତି । ୟା ର ମାନେ ମୁଁ ବୁଝିଗଲି କେହି ଜଣେ ମତେ ବହୁତ ଭଲ ପାଉଛି । ଏଥର ଗୋଟିଏ ଛୋଟ କବିତା ସେଠି ଥାଏ

        ତୋ ମନକୁ ଦିନେ ଚୋରେଇ ନେବି

        ମୋ ଘରର ତତେ ବୋହୂ କରିବି

        ମୁଣ୍ଡରେ ଦେବି ପାଟ ଓଢଣୀ

        ନାଲି ଶାଢ଼ି ଚୁଡ଼ି ରଖିଛି କିଣି

        ପାଦରେ ନାଇ ନାଲି ଅଳତା

        ପକେଇବୁ ପାଦ ଚାପି ଚାପିକା

        ମୋ ମନକୁ ତୁ ନେଇଛୁ କିଣି

        କରିବି ତତେ ମୁଁ ମନର ରାଣୀ......

                            ଇତି

   ତୁମକୁ ଭଲ ପାଉଥିବା ଜଣେ ଆପଣାର ମଣିଷ

ଯେହେତୁ କେତେ ଜଣ ସାଙ୍ଗ ବହୁତ ଅନୁରୋଧ କରିଥିଲେ ଚିଠି ପଢିବା ପାଇଁ ନୁହେଁ ଅତରର ବାସ୍ନା ପାଇଁ। କି ଅତର ସେ ଲଗେଇଛି ଜାଣିବା ପାଇଁ ସେମାନେ ବୋଧେ ଏତେ ଅନୁରୋଧ କରିଥିଲେ । ଚିଠିଟା ନେଲି ସିନା ଯାହା ମତେ ମଜା ଉଡେଇଲେ ହଁ ସାଙ୍ଗ ମାନେ ତ ଏମିତି କେଉଁ କଥାକୁ କେଉଁଠି ଆଣି ହାଜର କରିଦେବେ ।

ଦୀର୍ଘ ପଚିଶ ବର୍ଷ ପରେବି ସେମାନେ ସେଇ ଚିଠିକୁ ମନେ ରଖିଛନ୍ତି । ଚିଠିଟା ଦେଖେଇଲି ବୋଲି ଆଜି ମତେ ଚିଡ଼େଇବା ପାଇଁ ସେମାନଙ୍କୁ ଗୋଟିଏ ମାଧ୍ୟମ ମିଳିଯାଇଛି ।

କିଏ ସିଏ ଏତେ କଥା ତା ମନରେ ଥିଲା । ସେ ଯାହା ବି ହେଉ ମୁଁ ଜାଣି ବି ପାରିଲିନି କିଏ ସେ । ବାହାଘରର ଦୀର୍ଘ ପଚିଶ ବର୍ଷ ପରେ ବି ଆଜି ଯାଏଁ ମୋ ଡାଏରୀ ଭିତରେ ସେଇ ଅତର ବୋଳା ଚିଠିଟି ସେମିତି ସାଇତା ହେଇରହିଛି। କିନ୍ତୁ ଆଜି ବି ମୋର କଲେଜ୍ ସାଙ୍ଗ ସବୁ ଫୋନ୍ କଲେ ସେଇ ଚିଠି କଥା ମନେ ପକେଇକୁହନ୍ତି ଜାଣିଛୁ ସୁମି ଏବେ ଯଦି ତତେ ସେଇ ଅତରଲଗା ଚିଠି ମିଳିଥାଆନ୍ତା ନା ତାହେଲେ ଆମେ କ୍ରାଇମବ୍ରାଞ୍ଚ ଲଗେଇ ତାକୁ ଧରିଥାନ୍ତୁ।

ଆଜି ବି ସେଇ ଚିଠି ଖୋଲିଲା ମାତ୍ରେ ବାହାରି ଆସେ ଅତରର ସୁଗନ୍ଧ। କିନ୍ତୁ ସେଇ ଚିଠିଟି ମୋ ପାଖକୁ କିଏ ଦେଇଥିଲା ଆଜିବି ରହସ୍ୟ ଘେରରେ ରହି ଯାଇଛି।

 


Rate this content
Log in

Similar oriya story from Romance