STORYMIRROR

Anuradha Nath

Romance Others

4  

Anuradha Nath

Romance Others

ଅତୀତର ପୃଷ୍ଠା

ଅତୀତର ପୃଷ୍ଠା

3 mins
491

ଜୀବନ ର ରାସ୍ତା ରେ ଚାଲିଲା ଵେଳେ ଲାଗେ ଯେମିତି କିଛି ଅଧୁରା ରହିଯାଇଛି। ତଥାପି ବଞ୍ଚିବାକୁ ହୁଏ ନିଜ ପାଇଁ ନୁହେଁ ତ ଅନ୍ୟ ପାଇଁ। ଯେତେବେଳେ କେହି ପଚାରେ ଲଭ ମ୍ୟାରେଜ୍ ନା ଆରେନ୍ଜ ମ୍ୟାରେଜ । ସେତେବେଳେ କିଛି ନକହି ସେ ସ୍ଥାନ ଛାଡ଼ି ଚାଲି ଆସେ। ତା ମାନେ ନୁହେଁ ଅନୁରାଗ କୁ ଵିଵାହ କରି କିଛି ଭୁଲ କରିଛି। ତାଙ୍କ ପତ୍ନୀ ହୋଇ ଵନ୍ଚିଵା ଭାଗ୍ୟ ର କଥା। ଆଜି କାଲି ତାଙ୍କ ପରି ପୁରୁଷ ମିଳିବା କଷ୍ଟକର। ମୋର ପତି ହେଵାରେ କି ଶିଖା ର ବାପା ହେଵାରେ କୌଣସି ତୃଟି ରହିନି ତାଙ୍କର । ମୋ ଠାରୁ ଅଧିକା ମତେ ଵୁଝନ୍ତି ସେ।

ଵିଵାହ ପୂର୍ବରୁ ମୁଁ ତାଙ୍କୁ ଶେଖର ଵିଷୟ ରେ କହିଥିଲି। ଆଉ ସେ କହିଥିଲେ ମୁଁ ଶେଖର ତ ହୋଇ ପାରିଵିନି କିନ୍ତୁ ତମ ହୃଦୟ ରେ ନିଜର ଗୋଟିଏ ଛୋଟ ସ୍ଥାନ କରିବାକୁ ଚେଷ୍ଟା ନିଶ୍ଚୟ କରିଵି।

ଵିଵାହ ପୂର୍ବରୁ ମୁଁ ଶେଖର ଙ୍କୁ ଭଲ ପାଉଥିଲି। ଆଉ ସେ ଭଲ ପାଉଥିଲେ ତାଙ୍କ ଅନାମିକା ନାୟିକା କୁ। ଯେତେବେଳେ ସେ ତାଙ୍କ ଅନାମିକା ନାୟିକା ର ଵର୍ଣନା କରନ୍ତି ମତେ ଲାଗେ, ସେ ମୋ ଵିଷୟ ରେ କହୁଛନ୍ତି। ଆଉ ମୁଁ ଅପେକ୍ଷା କରେ ସେଇ ଦିନ କୁ ଯେଉଁ ଦିନ ସେ ମନଖୋଲି କହିଵେ ସେ ଅନାମିକା ନାୟିକା ଟି ମୁଁ ଵୋଲି।

ଶେଖର ଙ୍କ ସହ ମିଳାମିଶା ମତେ ଭଲ ଲାଗୁଥିଲା। ତାଙ୍କର ପ୍ରତି ଟି କଥା ମତେ ତାଙ୍କ ଆଡକୁ ଟାଣି ନେଉଥିଲା। ଭିଜିଵାକୁ ଚାହିଁଥିଲି ତାଙ୍କ ସହ ଶ୍ରାବଣ ର ବର୍ଷା ରେ। ପ୍ରତି ଫଗୁଣ ରେ ଅପେକ୍ଷା କରୁଥିଲି ତାଙ୍କ ପ୍ରଥମ ଅଵୀର କୁ। ପ୍ରତି ଟି ମୁହୁର୍ତ୍ତ ତାଙ୍କ ସହ ଥିଲା ମୋ ପାଇଁ ସ୍ୱତନ୍ତ୍ର। ତାଙ୍କ କଥାକୁହା ଆଖି ମତେ ଚପଳାମି ଶିଖାଉଥିଲା। ହୃଦୟ ର ପ୍ରତିଟି ଶବ୍ଦ କେବଳ ତାଙ୍କ ନା ନେଉଥିଲା। ନିଜକୁ ଇର୍ଷା କରୁଥିଲି କାହିଁକି ଏତେ ଭଲପାଏ ମୁଁ ତାଙ୍କୁ। କିନ୍ତୁ ଏମିତି ପ୍ରେମ ର ହଜିଵା ଵେଶିଦିନ ନଥିଲା। ଦିନେ ମୋ ଵାନ୍ଧଵୀ ମିତା ମତେ କହିଥିଲା ସେ ଶେଖର କୁ ଭଲପାଏ। ଆଉ ଶେଖର ମଧ୍ୟ ତାକୁ। ସେଇଠି ମୁଁ ବୁଝି ପାରିଥିଲି ମୁଁ ମିଛ ମରୀଚିକା ପଛରେ ଦଉଡୁ ଥିଲି। ମୁଁ ମିତା କଥା ବିଶ୍ୱାସ କରି ନଥାନ୍ତି ଯଦି ସେଦିନ ମିତା କୁ ଲାଇବ୍ରେରୀ ପାଖରେ ଶେଖର ଙ୍କ ସହ ହସି ହସି କଥା ହେବାର ଦେଖି ନଥାନ୍ତି।

ଶେଖର ଙ୍କ ବିରହ ମତେ କଷ୍ଟ ଦେଉଥିଲା, ଚେଷ୍ଟା କରୁଥିଲି ତାଙ୍କୁ ଭୁଲିବା ପାଇଁ। ଠିକ୍ ସେଇ ସମୟ ରେ ଅନୁରାଗ ଙ୍କ ପ୍ରସ୍ତାବ ମୋ ପାଖକୁ ଆସିଥିଲା। ଆଉ ମୁଁ ଅନୁରାଗ ଙ୍କ ସହ କେଇ ପଦ କଥାରେ ବିବାହ ପାଇଁ ରାଜି ହୋଇଗଲି। ମୋ ଵିଵାହ ଵିଷୟ ରେ କାହାକୁ ଜଣେଇ ନଥିଲି। ଆଉ ଅଧାରୁ ପାଠ ରେ ତାଲା ପକାଇ ଦେଲି। କାରଣ ନା ମୁଁ ମିତା ଙ୍କୁ ଦେଖିବାକୁ ଚାହୁଁଥିଲି ନା ଶେଖର କୁ। ସେବେଠାରୁ ଅନୁରାଗ ଙ୍କ ହାତ ଧରି ଜୀବନ ର ରାସ୍ତା ଆଗେଇ ଚାଲିଛି।

ତଥାପି ଅତୀତ ର ପୃଷ୍ଠା ସବୁ ଭୁଲି ପାରିନି। କିନ୍ତୁ କେଵେ ମଧ୍ୟ ଅନୁରାଗକୁ ଜଣାଇବାକୁ ଦେଇନି ଆଜିବି ମୁଁ ଶେଖରଙ୍କୁ ଭଲପାଏ। ଯେତେବେଳେ ଶିଖା ର ନା ଶେଖର ଅନୁସାରେ ଦେଇଥିଲି, ଅନୁରାଗ ମତେ ଚାହିଁ ମୁରୁକି ହସିଥିଲେ ସତ କିନ୍ତୁ ସେ ନାମକୁ ନେଇ କେଵେ ମଧ୍ୟ ପ୍ରତିବାଦ କରି ନଥିଲେ।

ସମୟ କୁ ଦୋଷ ଦେଉଥିଲି କାହିଁକି ମୋ ଜୀବନ ରେ ଶେଖର କୁ ଆଣିଥିଲୁ, ଯଦି ମୋ ଭାଗ୍ୟ ନିର୍ଦ୍ଧାରଣ ଅନୁରାଗ ଙ୍କ ସହ କରିଵାର ଥିଲା। ଭାଗ୍ୟବାନ ସେହିମାନେ ଯେଉଁମାନେ ଯାହାକୁ ଭଲ ପାଆନ୍ତି ତାକୁ ହିଁ ଵିଵାହ କରନ୍ତି।

ଥରେ ଶିଖା କୁ ନେଇକି ମାର୍କେଟ୍ ଯାଇଥିଲି। ହଠାତ୍ ଶିଖା ମୋ ହାତ ଛାଡ଼ି ଦଉଡିବାକୁ ଲାଗିଲା। ଏହାପରେ ଜଣେ ଭଦ୍ର ଵ୍ୟକ୍ତି ଙ୍କ ସହ ବାଡେଇ ହେଲା। ଵହୁତ ଦିନ ପରେ ଶେଖର ଙ୍କୁ ଦେଖି ଭାରି ଇତସ୍ତତଃ ଲାଗୁଥିଲା।

ମୁଁ ପଚାରିଲି କେମିତି ଅଛ?

ସେ କହିଲେ ଭଲ ଅଛି।

ମୁଁ ପଚାରିଲି ଆଉ ମିତା?

ସେ କହିଲେ ମୁଁ ତା ଖବର କାହିଁକି ରଖିଵି?

ମୁଁ ପଚାରିଲି ତମେ ତାକୁ ଭଲ ପାଉଥିଲ ନା?

ସେ କହିଲେ, ନା ମୁଁ କେବଳ ମୋ ଅନାମିକା ନାୟିକା କୁ ଭଲପାଏ। ମିତା କୁ ଲାଗିଥିଲା ମୁଁ ତାକୁ ଭଲପାଏ ଵୋଲି, ଏଣୁ ମତେ ତା ପ୍ରେମ ର ନିବେଦନ କରିଥିଲା। କିନ୍ତୁ ମୁଁ ତାକୁ କହିଥିଲି ପ୍ରେମ ଵାରମ୍ଵାର କରିଵା ଶିଖିନି, ପ୍ରେମ ଥରେ ହୁଏ। ମୋ ହୃଦୟ କେବଳ ମୋ ଅନାମିକା ନାୟିକା ପାଇଁ।

ମୁଁ ପଚାରିଲି କିଏ ସେ?

ସେ କହିଲେ ତୁମେ, କିନ୍ତୁ ତମେ ଵିଵାହିତ। ତମ ଜୀବନ ରେ କେଵେ ଝଡ ସୃଷ୍ଟି କରିବିନି। ଜୀବନ ସାରା ତମ ଵିଛେଦ ର ଦୁଃଖ ସହି ସହି ଛାତି କୁ ପଥର କରିନେଵି।

ମୁଁ ଆଖି ମିଶାଇ ପାରୁ ନଥାଏ।

ଆଉ ସେ କଥା ଵୁଲାଇଵା ପାଇଁ ଶିଖା କୁ ପଚାରିଲେ, ଲିଟିଲ୍ ଵିଉଟିଫୁଲ୍ ତମ ନାଁ କଣ?

ସେ କହିଲା ଶିଖା।

ଶେଖର କହିଲେ ୱାଓ ଏତେ ସୁନ୍ଦର ନାଁ କେଉଁଠାରୁ ପାଇଲ? 

ଶିଖା କହିଲା, ମୋ ପାପା କହୁଥିଲେ ମୋ ମାମା ଯାହାକୁ ଵହୁତ ଭଲ ପାଉଥିଲେ ତାଙ୍କ ନା ଶେଖର। ସେମିତି ମାମା ମତେ ଭଲ ପାଆନ୍ତି, ଏଣୁ ତାଙ୍କ ନା ରେ ମୋର ନା ରଖା ଯାଇଛି ଶିଖା।

ଶେଖର ସେମିତି ମତେ ଚାହୁଁଥିଲେ। ଆଉ ମୁଁ ନଜର ଚୋରାଇ ଶିଖା କୁ ଧରି ଘରକୁ ଯାଉଥାଏ। ସେତେବେଳେ ମୋ ମନରେ ଏୟା ନଥିଲା ଶେଖର କଣ ଭାଵୁଥିବେ, ମୁଁ ଭାଵୁଥିଲି ଅନୁରାଗଙ୍କ କଥା। ଅନୁରାଗ ଅଫିସ୍ ରୁ ଫେରି ଆସିବେଣି। ତାଙ୍କ ପାଇଁ ଡିନର୍ ବନାଇଵାର ଅଛି। ସକାଳୁ ଶିଖା ର ସ୍କୁଲ୍। ତା ବ୍ୟାଗ ସଜାଡିଵାର ଅଛି। ଆଉ ଏଇ ଭିତରେ ଶେଖର ର ପୃଷ୍ଠା କୁ ହୃଦୟ ର ପୁସ୍ତକ ରୁ ଚିରି ଅନୁରାଗ ଙ୍କ ପାଇଁ କିଛି ଲେଖିବାର ଅଛି। ନିଜକୁ ଅନୁରାଗ ଙ୍କ ପାଇଁ ସମର୍ପିତ କରିଵାର ଅଛି... ଶ୍ରାବଣ ର ନୂତନ ବର୍ଷା ର ପ୍ରତି ଟି ଵୁନ୍ଦାରେ ଅନୁରାଗ ଙ୍କ ସହ ଭିଜିଵାର ଅଛି..।


Rate this content
Log in

Similar oriya story from Romance