STORYMIRROR

ABADHOOT PANDA

Abstract Inspirational

3  

ABADHOOT PANDA

Abstract Inspirational

ଅସଙ୍ଗତ ଦାମ୍ପତ୍ୟ ଜୀବନ ( 2ୟ/ଶେଷ)

ଅସଙ୍ଗତ ଦାମ୍ପତ୍ୟ ଜୀବନ ( 2ୟ/ଶେଷ)

8 mins
355

                   ( ୨ୟ ଓ ଶେଷ ପୃଷ୍ଠା )

କରିବା ପାଇଁ ତେବେ ମୋର ମଝିଆଁ ପୁଅ ସହ ତାକୁ ବିବାହ କରାଇ ଦେବି l କାରଣ ତାର ସ୍ତ୍ରୀ ସ୍ୱର୍ଗ ଵାସ କରିବାର ଦୁଇ ବର୍ଷ ବିତି ବିତିଗଲାଣି l ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଘର ବୋହୁ ଘରେ ରହିବାର ଅନେକ ଦୃଷ୍ଟାନ୍ତ ରହିଛି l ଏଣିକି ତା'ର ଇଛା l କଣ ଅଶୋକ ଭାବୁଛୁ?ତୋର ମତ କଣ ମୋ ଆଗରେ ଖୋଲି କହ l ଆମ ବଂଶ ରକ୍ଷା କରିବାକୁ ଚାହୁଁଛୁ ନା ସୁମିର ଅନ୍ୟତ୍ର ବିବାହ ଚାହୁଁଛୁ? ବିନା ଦ୍ବିଧାରେ ଖୋଲି କହ l କିଛି ଡରିବାର ନାହିଁ l ମନ ଖୋଲା କଥା ସର୍ବଦା ଗ୍ରହଣୀୟ l " ଅଶୋକ ବାବୁ କିଛି ସମୟ ଚିନ୍ତା କରି ଉତ୍ତର ଦେଲେ, " ଆପଣ ମୋର ପିତୃଦେବ l ଆଉ ଇଏ ମୋର ମାତୃଦେବୀ l ଦୁଇଜଣଙ୍କ ଭଲ ଉପଦେଶ ମୋର ଚିର ସ୍ୱାଗତ ଯୋଗ୍ୟ l ଆପଣଙ୍କ ବିବେକ ଯାହା ଚାହୁଁଛି ସେଇୟା କରନ୍ତୁ ମୋର କୌଣସି ଆପତ୍ତି ନାହିଁ l " ମୁଁ ନିତ୍ୟ କର୍ମ ସାରି ଆସୁଛି l ଆଉଥରେ ମୋ କଥା ଭାବ ତୁମେ ଦୁହେଁ l ଭାବିଚିନ୍ତି ସଠିକ ଉତ୍ତର ଦେବ l" ପିତା ଗଜେନ୍ଦ୍ର ନାଥ ନିଜର ଧର୍ମ ପତ୍ନୀ ସହିତ,ଏତିକି ପ୍ରସ୍ତାବ ଦେଇ,ଉପର ମହଲାସ୍ଥ ନିଜର କକ୍ଷକୁ ପ୍ରସ୍ଥାନ କଲେ l


ଏମିତି ଧର୍ମ ସଙ୍କଟ ମଧ୍ୟରେ ଗଜେନ୍ଦ୍ର ବାବୁଙ୍କ ପରିବାରର ଭବିଷ୍ୟତ ଅଧୁନା ଦୋଦୁଲ୍ୟମାନ l ବଡ଼ ପୁଅ ଅଶୋକ, ସ୍ବର୍ଗତ ବୋହୁଙ୍କ ସ୍ୱାମୀ ମଝିଆଁ ପୁଅ ମନୋଜ, ଅବିବାହିତ ସାନ ପୁଅ ସଂଗ୍ରାମ ଓ ଧର୍ମ ପତ୍ନୀ ଗାୟତ୍ରୀଙ୍କୁ କେନ୍ଦ୍ରୀଭୂତ କରି ତାଙ୍କର ଏହି ବର୍ତ୍ତମାନର ସଂସାର ପ୍ରତିଷ୍ଠିତ l ଝିଅ ଦୁଇ ଜଣଙ୍କ ପାଇଁ ତାଙ୍କର ଚିନ୍ତା ନାହିଁ l ଯେହେତୁ ସେମାନେ ବିବାହିତ l ତଥାପି ସାମ୍ପ୍ରତିକ ନିୟମ କାନୁନକୁ ସେ ଉପେକ୍ଷା କରି ପାରିଲେନି l ଦୁଇ ଝିଅ ତଥା ଦୁଇ ଜୋଇଙ୍କୁ ଫୋନ ମାଧ୍ୟମରେ ଆମନ୍ତ୍ରଣ କରିବାକୁ ସେ ଯଥାର୍ଥ ମନେକଲେ l ନିଜର ସମୁଦୀ ସମୁଦୁଣୀଙ୍କୁ ମଧ୍ୟ ଆଣିବା ପାଇଁ ନିଜ କାର ପଠାଇଲେ l ସକାଳ ନିତ୍ୟ କର୍ମ ସମାପ୍ତ କରି ରମେଶ ବାବୁଙ୍କ ରୁମକୁ ଯାଇ ଦୁଇ ଭଉଣୀଙ୍କୁ ଡକାଇବା କଥା କହିଲେ l ରମେଶ ବାବୁ ବାପାଙ୍କ ମୁହଁକୁ ଚାହିଁ କିଛି ସମୟ ପରେ କହିଲେ, " ବାପା!ସୋଫାରେ ବସନ୍ତୁ l ବୋଉ ବୋଧହୁଏ ଘର କାମରେ ବ୍ୟସ୍ତ ଅଛି l ଆସିପାରିଲାନି l " ପାଟିରୁ କଥା ନସରୁଣୁ ସୁମି ଚା ଜଳଖିଆ ଆଣି ସୋଫା ସାମ୍ନାରେ ଥିବା ସ୍ତୂଲ ଉପରେ ରଖିଦେଲେ l ଗାୟତ୍ରୀ ଦେବୀ ମଧ୍ୟ ପହଞ୍ଚି ଗଲେ l ସୁମି ଛଡ଼ା ସମସ୍ତେ ଜଳଖିଆ ଚା ସେବନରେ ଆପ୍ୟାୟିତ ହେବାକୁ ଲାଗିଲେ l ଗଜେନ୍ଦ୍ର ବାବୁ କିନ୍ତୁ ମଧ୍ୟବର୍ତ୍ତୀ ବିରତି ନେଇ କହିଲେ, " ଝିଅ ସୁମି ମୋ ଦୃଷ୍ଟିରେ ଝିଅ ଆଉ ବୋହୁ ସମାନ l ତୁ ଆମ ସାଙ୍ଗରେ ନ ଖାଇଲେ ମୋ ମନ ଭାରି ଖରାପ ହବ l ମୋତେ ବର୍ତ୍ତମାନ ନିଜ ବାପା ବୋଲି ମନେକର l ପୁଅ ଦେଇ ମୁଁ ତୋ ପରି ଦେବୀ ପ୍ରତିମା କନ୍ୟା ପାଇଛି l ଆ ମା ଲାଜ ନକରି ସୋଫା ଉପରେ ନିଶ୍ଚିନ୍ତରେ ବସି ଟିକେ କିଛି ପାଟିରେ ପକା l " ଶଶୁରଙ୍କ କଥା କାଟି ନପାରି ସୁମି ମଧ୍ୟ ଜଳ ଯୋଗ ପ୍ରକ୍ରିୟାରେ ଭାଗ ନେଲେ l କିଛି ସମୟ ପରେ ମଝିଆଁ ଓ ସାନ ପୁଅ ବାପମାଙ୍କୁ ତାଙ୍କ ରୁମରେ ନପାଇ ଅଶୋକ ବାବୁଙ୍କ ରୁମରେ ଆସି ପହଞ୍ଚିଲେ l ସେମାନେ ମଧ୍ୟ ବାପାଙ୍କ ନିର୍ଦ୍ଦେଶରେ ପାରିବାରିକ ଜଳଯୋଗରେ ଯୋଗଦାନ କଲେ l ହାର୍ଦ୍ଦିକତାର ଆସର ଭିତରେ ସମସ୍ତେ ମଜ୍ଜିଗଲେ l ତାପରେ ଅଶୋକବାବୁ ଅଧୁରା କଥାକୁ ପୁରା କରିବାକୁ ପାଟି ଖୋଲି ବାପାଙ୍କୁ କହିଲେ, " ବାପା ପ୍ରକୃତରେ ଆପଣ ଆମର ପିତୃ ପଡିବାଚ୍ୟ l ଦୁଇ ବଡ଼ ଭଉଣୀଙ୍କୁ ଖବର ଦେଇ ଭଲ ଵିଵେକଶୀଳ କାମ କରିଛନ୍ତି l ତେଣୁ ଆମର ସମସ୍ୟା ସମାଧାନ ମୂଳକ ବାର୍ତ୍ତାଳାପର କ୍ରମ ସେମାନଙ୍କ ଆସିବା ଯାଏଁ ସ୍ଥଗିତ ରଖାଯାଉ l ଆପଣ କଣ ଭାବୁଛନ୍ତି ବାପା l ମୁଁ ଠିକ କହିଲି ନା ଭୁଲ କହିଲି? " ସ୍ନେହ ଗଦଗଦ ସ୍ନେହରେ କହିଲେ, " ହଁ ପୁଅ ଶତ ପ୍ରତିଶତ ଠିକ କହିଛୁ l ଆମେ ଅପେକ୍ଷା କରିବା " l ଅଶୋକବାବୁ ଓ ସୁମି ମାଡାମଙ୍କ ବ୍ୟତୀତ ସମସ୍ତେ ନିଜ ନିଜ କୋଠରୀକୁ ଫେରିଗଲେ l


ରାତି ପାହି ପରଦିନ ସକାଳ ହେଲା l ନିମନ୍ତ୍ରଣ ଅନୁଯାୟୀ ସାହି ପଡିଶାର ମୁରବୀ,ସ୍ଥାନୀୟ ଅଞ୍ଚଳର ବିଧାୟକ, ନିଜର ଓ ଅଶୋକ ବାବୁଙ୍କ କେତେକ କର୍ମଚାରୀଙ୍କ ଉପସ୍ଥିତିରେ ଘର ଅଗଣା ମୁଖରିତ ହୋଇ ଉଠିଲା l ଆଉ ମଧ୍ୟ ଗଜେନ୍ଦ୍ର ବାବୁଙ୍କ ଦୁଇ ଝିଅ ଓ ଦୁଇ ଜୋଇଁ ଆସି ପହଞ୍ଚିଲେ ମଧ୍ୟାହ୍ନ ସମୟରେ l ଗଜେନ୍ଦ୍ର ବାବୁଙ୍କ କୋଠ ଡ୍ରଇଂ ରୁମରେ ସମସ୍ତେ ଏକାଠି ହେଇ ଆଲୋଚନା ସଭାରେ ଭାଗ ନେଲେ lଗଜେନ୍ଦ୍ର ବାବୁ ସଭାପତିତ୍ୱ କରି ପରିବାରର ମୁରବୀ ମର୍ଯ୍ୟାଦା ସହିତ ତାଙ୍କର ଭାଷଣ ଆରମ୍ଭ କଲେ, " ସମସ୍ତେ ମନ ଦେଇ ମୋ କଥା ଶୁଣ l ଅଶୋକର ବ୍ୟକ୍ତିଗତ ଦାମ୍ପତ୍ୟ ଜୀବନର ସମସ୍ୟା ଉପରେ ଆଧାରିତ ମୋର ପର୍ଯ୍ୟବ୍ୟକ୍ଷିତ ମତ l ତୁମକୁ କେମିତି ଲାଗୁଛି ତୁମର ନିଜସ୍ୱ ମତ ଦାନ କରିବ ମୋ କଥା ଶୁଣିଲା ପରେ l ଆମର ପରିବାରର ଜ୍ୟେଷ୍ଠ ପୁତ୍ର ଅଶୋକ l ବିଭାଘର ସାତ ବର୍ଷ ବିତି ଗଲେ ବି ସେ ଓ ତାର ଧର୍ମ ପତ୍ନୀ ସୁମି ଏ ପର୍ଯ୍ୟନ୍ତ ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରି ପାରି ନାହାନ୍ତି l ଫଳରେ ଆମ ପରିବାରର ଭବିଷ୍ୟତ ଦାୟାଦ କେହି ଏ ପର୍ଯ୍ୟନ୍ତ ଜନ୍ମ ନେଇ ନାହାନ୍ତି l ତେଣୁ ଆମେ ବିବ୍ରତ l ତାହାର କାରଣ ଆମ ଅଶୋକର ପ୍ରଯଜନ କ୍ଷମତା ନାହିଁ କହିଲେ ଚଳେ l ସୁମିର ଅଛି l ଆମେ ତାର ବାପା ମା l ତା ପାଇଁ ବା ସୁମି ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି l ମୁଁ ଓ ମା ସୁମିର ପୁନର୍ବିବାହ କରିବାକୁ ମନସ୍ଥ କରିଥିଲୁ l ଯେହେତୁ ସୁମି ଆମର ଜ୍ୟେଷ୍ଠ କୁଲବଧୂ ଏବଂ ସ୍ନେହାଷ୍ପଦ ଆଉ ଆର୍ଯ୍ୟ ସଂସ୍କୃତି ସମ୍ପନ୍ନ ମହିଳା, ସେଥି ପାଇଁ ଆମେ ଆମର ମତ ପରିବର୍ତ୍ତନ କଲୁ l ଆମର ପତ୍ନୀହରା ମଧ୍ୟମ ପୁତ୍ର ମନୋଜ ସହିତ କୁଳ ବଧୂ ସୁମିର ବିବାହ କାର୍ଯ୍ୟ ସମାପନ କରିବା ପାଇଁ ମନସ୍ଥ କରିଛୁ l ତୁମ ସମସ୍ତଙ୍କର ମତ କଣ ଏ ବିଷୟରେ ପ୍ରଦାନ କର l " ଗଜେନ୍ଦ୍ର ବାବୁଙ୍କ ପ୍ରସ୍ତାବ ଶୁଣି ସମସ୍ତେ ଏକ ସ୍ୱରରେ ମତ ଦେଲେ, " ହଁ ବାପା ଆଜିକାଲି ନାରୀକେନ୍ଦ୍ରୀକ ପରିସ୍ଥିତିକୁ ଆଖି ଆଗରେ ରଖି ବିଚାର କରି ଆମେ ଆପଣଙ୍କ ସହିତ ସମ୍ପୂର୍ଣ୍ଣ ଏକ ମତ l ଉକ୍ତ ଶୁଭ କାର୍ଯ୍ୟ ଅତି ଶୀଘ୍ର ସମ୍ପାଦନ କରିବା ଅତ୍ୟନ୍ତ ଆବଶ୍ୟକ l ହଁ ଆମ ସମସ୍ତଙ୍କ ସମ୍ମୁଖରେ ବର୍ତ୍ତମାନ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ମତ ଅଶୋକ ବାବୁଙ୍କର l ସେ ନିଜସ୍ୱ ମତ ଜାହିର କରନ୍ତୁ l " ଅଶୋକ ବାବୁ କହିଲେ, " ହଁ ମୁଁ ଏକମତ l କାରଣ ଘର ବୋହୁ ଘରେ ରହିବ l ମନୋଜ ଓ ମୋ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ l ବଂଶାଣୁ ସମାନ l ମୋର କିଛି ଅନୁଶୋଚନା ନାହିଁ l ମୋର ଗୁରୁଜନ ଓ ଭଦ୍ରଲୋକ ମଣ୍ଡଳୀ ଯାହା ନିଷ୍ପତ୍ତି ନେବେ ମୁଁ ଉନ୍ମୁକ୍ତ ଚିତ୍ତରେ ସ୍ୱୀକାର କରିବି l ଆପଣମାନଙ୍କୁ ଅନୁରୋଧ ମୋ ସାନଭାଇ ମନୋଜର ମତ ଦୟାକରି ନିଅନ୍ତୁ l "


ସଭାସଦ ଗଣ ଅଶୋକ ବାବୁଙ୍କ ଉକ୍ତିକୁ ଅନୁମୋଦନ କରି ମନୋଜ ବାବୁଙ୍କୁ ଏ ବିଷୟରେ ନିଜସ୍ୱ ମତ ଦାନ କରିବାକୁ ନିର୍ଦେଶ ଦେଲେ l ମନୋଜ ବାବୁ କହିଲେ, " ଆମେ ସାନ ଦୁଇଭାଇଙ୍କ ଅପେକ୍ଷା ସୁମି ଭାଉଜ ବୟସରେ ସାନ ହେଲେବି ଆମେ ତାଙ୍କୁ ଆନ୍ତରିକ ସମ୍ମାନ ଦେଉ l ଆର୍ଯ୍ୟ ସଂସ୍କୃତିରେ ମାନ୍ୟତା ଶ୍ରେଷ୍ଠ l ତଥାପି ଉପସ୍ଥିତ ସମସ୍ତ ସାଭାସଦମାନଙ୍କ ନିଷ୍ପତ୍ତି ମୁଁ ନିଶ୍ଚୟ ସ୍ୱୀକାର କରିବି ନିର୍ଦ୍ବନ୍ଦରେ l ମାତ୍ର ମୋର ପ୍ରାର୍ଥନା, ଥରେ ମାତ୍ର ସୁମି ଭାଉଜଙ୍କ ନିଜସ୍ୱ ମତ ନିଆଯିବା ଉଚିତ l ନଚେତ ସବୁ ଅଘଟଣ ହେଇଯିବାର ସମ୍ଭାବନା ରହୁଛି l କାରଣ ତାଙ୍କର ନାରୀ ହେଲେବି ତାଙ୍କର ମଧ୍ୟ ଆତ୍ମ ମର୍ଯ୍ୟାଦା ଅଛି l "ମନୋଜ ବାବୁଙ୍କ ଉକ୍ତ ପ୍ରସ୍ତାବ ସମସ୍ତଙ୍କ ମନକୁ ପାଇଲା l ତେଣୁ ସୁମି ଦେବୀଙ୍କୁ କିଛି ମନ୍ତବ୍ୟ ପ୍ରଦାନ କରିବାକୁ ପ୍ରୋତ୍ସାହନ ଦେଲେ l ସୁମି ତାପରେ ନିଜ ଆସ୍ଥାନରେ ଦଣ୍ଡାୟମାନ ହୋଇ ହାତଯୋଡ଼ି ନମସ୍କାର କରି କିଛି ସମୟ ନିଶ୍ଚଳ ରହି ବକ୍ତବ୍ୟ ଆରମ୍ଭ କଲେ," ଉପସ୍ଥିତ ସମସ୍ତ ଗୁରୁଜନମାନଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଓ ଲଘୁଜନଗଣଙ୍କୁ ହାର୍ଦ୍ଦିକ ସ୍ନେହ l ବିବାହ ତାରିଖ ଠାରୁ ଆଜି ତାରିଖ ପର୍ଯ୍ୟନ୍ତ ଛ ମାସ ଆଠ ଦିନ ବିତିଯାଇଛି ମୋ ଶାଶୁଶଶୁରଙ୍କ ଘରେ ଆଉ ମୋ ସ୍ୱାମୀ ପାଖରେ l ଆମର ପରମ୍ପରା ଅନୁଯାୟୀ ଏକ ଦୀର୍ଘ ସମୟ ବିତିଗଲେ ସୁଦ୍ଧା ମୋ କୋଳ ଶୂନ୍ୟ l ତାହାର କାରଣ ବୋଧ ହୁଏ ମୋ ଠାରୁ ଅଧିକ କେହି ବୋଧ ହୁଏ ଜାଣି ନଥିବେ l ଯେହେତୁ ମୁଁ ତାଙ୍କ ସହ ଧର୍ମିଣୀ ଆମ

ପରମ୍ପରା ମୋତେ ତାଙ୍କ ନାମ ଉଚ୍ଚାରଣ କରିବାକୁ ବାରଣ କରୁଛି l ସେ ଏହି ସଭାରେ ଉପସ୍ଥିତ l ମୋର ଶଶୁରଙ୍କ ପାଖରେ ବସିଛନ୍ତି l ମୁଁ ଗ୍ରାଜୁଏଟ ସେ ପୋଷ୍ଟ ଗ୍ରାଜୁଏଟ l ମୁଁ ଆଧୁନିକା ମହିଳା ସେ ବି ଆଧୁନିକ ପୁରୁଷ l କେବଳ ଲିଙ୍ଗ ବୈଷମ୍ୟ ତାଙ୍କ ଆଉ ମୋ ଭିତରେ l ଆଉସବୁ ଯୋଗ୍ୟତା ସମାନ l ସେ ମୋତେ ଆଉ ମୁଁ ତାଙ୍କୁ ବିବାହ ବନ୍ଧନରେ ପରସ୍ପରକୁ ବାନ୍ଧି ରଖିଛୁ l ବିବାହର ଉଦ୍ଦେଶ୍ୟ ନିଜର କାମାଗ୍ନିକୁ କେବଳ ନିର୍ବାପିତ କରିବା ନୁହେଁ ବରଂ ବଂଶ ରକ୍ଷା l ସେଥିପାଇଁ ଉଭୟ ଦମ୍ପତିଙ୍କ ପ୍ରଯଜନ ସାମର୍ଥ୍ୟ ନିହାତି ଦରକାର l ନଚେତ କେବଳ ଅର୍ଥ ପ୍ରତିଷ୍ଠା ପିପାସୁ ହୋଇ ବାହା ହେଇ ପଡ଼ିବା ଅନୁଚିତ l ବିବାହ ପୂର୍ବରୁ ନିଜର ଶାରୀରିକ କ୍ଷମତାକୁ ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରିବା ଉଚିତ ପ୍ରବୀଣ ଚିକିତ୍ସକଙ୍କ ଦ୍ଵାରା l ସର୍ବୋପରି ନାରୀ ଭଗ ରୂପକ ଜମିରେ ଉତ୍କୃଷ୍ଟ ବିହନ ବପନ ନିତ୍ୟାନ୍ତ ପ୍ରୟୋଜନ ସେହିପରି ଉତ୍କୃଷ୍ଟ ଫସଲ ରୂପକ ସନ୍ତାନ ଲାଭ ନିମନ୍ତେ l ତେବେ ଯାଇଁ ବିବାହିତ ଜୀବନ ସାର୍ଥକ l ଯେ କୌଣସି କାରଣରୁ ଯଦି ଚାଷୀଙ୍କର ଓଳିଆବଦ୍ଧ ବିହନ ବିଜାତୀୟ ବିଷାକ୍ତ ଦ୍ରବ୍ୟ ସଂସ୍ପର୍ଶରେ ଦୂଷିତ ହୁଏ ଅଥବା ଅଯଥା ବାହାରେ ବିକ୍ଷିପ୍ତ ହୋଇ ପଡ଼େ ତେବେ ନିଶ୍ଚୟ ଫସଲ ରୂପକ ସନ୍ତାନ ପ୍ରାପ୍ତି ଦୁଷ୍ପ୍ରାପ୍ୟ ହୋଇ ପଡ଼ି ଚାଷୀ ଆଉ ଚାଷୁଣୀଙ୍କୁ ଉତକ୍ଷିପ୍ତ କରି ସେମାନଙ୍କ ସୁଖ ଶାନ୍ତି ପୂର୍ଣ୍ଣ ସଂସାରକୁ ଛାରକାର କରି ପକାଇବ l ଆଉ ମଧ୍ୟ ଯେକୌଣସି ନିଶାର ଅତିରିକ୍ତ ବଶବର୍ତ୍ତୀ ହେବାଟା ମଣିଷ ଜୀବନରେ ଏକ ଅଭିଶାପ ରୂପେ ତାର ନକାରାତ୍ମକ ପ୍ରଭାବ ବିସ୍ତାର କରେ l ଯଦି ଏକରୁ ଅନେକ ନିଶାର ବଶବର୍ତ୍ତୀ ସାଜି ମଣିଷ ବଞ୍ଚି ରହିଥାଏ, ସେ ପୁରୁଷ ହେଇପାରେ କିମ୍ବା ସ୍ତ୍ରୀଲୋକ ହେଇପାରେ, ତାଙ୍କ ଜୀବନ କିଂଶୁକ ପୁଷ୍ପ ତୁଲ୍ୟ ଅନ୍ତସାରଶୁନ୍ୟ l ଜଣେ ଆଭିଜାତ୍ୟ ବଂଶଜ ଏକରୁ ଅନେକ ନିଶାଶକ୍ତ ପୁରୁଷ ଯଦି ନିଜର ଧର୍ମ ପତ୍ନୀ କୋଳରେ ସନ୍ତାନ ଖେଳେଇ ପାରେନି ସେ ସ୍ୱାମୀ ପଦବାଚ୍ୟ ଆଦୌ ହୋଇ ପାରିବେ ନାହିଁ l ସେ ଜୀବନ୍ତ ହେଲେବି ଚଳନ୍ତା ଶବ lଯଥା ମୋର ନିଜ ଜୀବନରେ ପ୍ରତ୍ୟକ୍ଷ ଅନୁଭୂତି l ଯେଉଁଥି ସକାଶେ ଆଜି ମୋର ପୂଜ୍ୟପାଦ ପିତୃ ତୁଲ୍ୟ ଶ୍ରୀଯୁକ୍ତ ଗଜେନ୍ଦ୍ର ମହାଶୟ ଏତେ ବଡ଼ ସଭାର ଆୟୋଜନ କରିଛନ୍ତି ଜଣେ ନିଜ ଝିଅ ପରି ବୋହୁଙ୍କୁ ଉପଯୁକ୍ତ ସାମାଜିକ ଓ ପାରିବାରିକ ପ୍ରତିଷ୍ଠାରେ ଭୂଷିତ କରିବା ଉପଲକ୍ଷେ l ଆଉ ମନୋଜ ବାବୁ ମଧ୍ୟ କୋଉ ମାନବୀୟ ଗୁଣରେ କମ ନୁହନ୍ତି l ମୋ ଦିଅର ସେ l ଉତ୍ତମ ସ୍ଵଭାଵର ଯୁବକ l ସମ ବଂଶଜ l ତାଙ୍କ ସହିତ ମୋର ନିର୍ଦ୍ଧାରିତ ବିବାହ ଅବଶ୍ୟ ଫଳପ୍ରଦ ହେବ ଆଉ ଆମର ବଂଶ ରକ୍ଷା ନିର୍ବିଘ୍ନରେ ସମ୍ପାଦିତ ହେବ ବୋଲି ମୋ ପରି ଜଣେ ଏକ ବିଂଶ ଶତାବ୍ଦୀୟ ନାରୀର ଗଭୀର ଆତ୍ମ ବିଶ୍ୱାସ l ଆମ ପରିବାରର ମଙ୍ଗଳ ହେଉ l ଏତିକି କହି ମୋ ବକ୍ତୃତା ସାଙ୍ଗ କରୁଛି l "ତତ୍ପରେ କର ତାଳି ଅଭିନନ୍ଦନରେ ସମ୍ପୂର୍ଣ୍ଣ ବୈଠକ ଖାନା କମ୍ପି ଉଠିଲା l ଶଶୁର ଶାଶୁ ସ୍ୱାମୀ, ଦିଅର, ନଣନ୍ଦେଇ, ନଣନ୍ଦ, ନିଜ ମା ବାପାଙ୍କ ସ୍ନେହ ପୂର୍ଣ୍ଣ କର ସ୍ପର୍ଶରେ ସୁମି ଦେବୀଙ୍କ ନିରାଶା ପ୍ରାଣରେ ନବ ଜୀବନ ଅଙ୍କୁରିତ ହୋଇ ପାରି ଥିଲା l ତଥା ନୂତନ ଉଦ୍ଦୀପନା ସହ ସୁମି ଦେବୀ ନିନର ଅଟ୍ଟାଳିକାରେ ପ୍ରବେଶ କଲେ l


ତତ୍ପରେ ସମସ୍ତଙ୍କ ଉପସ୍ଥିତିରେ ଜ୍ୟୋତିଷ ମହାଶୟ ପୁନର୍ବିବାହ ତାରିଖ ନିର୍ଦ୍ଧାରିତ କଲେ l ତିନି ମାସ ପରେ ଏକ ବିରାଟ ରାଜକୀୟ ମଣ୍ଡପରେ ଶ୍ରୀମାନ ମନୋଜ କୁମାର ଏବଂ ସୁମିତା ଦେବୀଙ୍କର ବୈଦିକ ନୀତିରେ ବିବାହ କର୍ମ ଶେଷ ହେଲା l ଚତୁର୍ଥୀ କର୍ମ ମଧ୍ୟ ଉପଯୁକ୍ତ ନୀତି ନିୟମରେ ସମାପନ ହେଲା l ଶାନଦାର ଭୋଜିର ଆୟୋଜନ କରାଗଲା l ସହର ଓ ମଫସଲର ସମସ୍ତ ଜ୍ଞାତି କୁଟୁମ୍ବଙ୍କୁ ନିମନ୍ତ୍ରଣ କରାଯାଇ ଥିଲା l ଆବାଳ ବୃଦ୍ଧ ବନିତା ଦରି ଉପରେ ବସି ଆମିଷ ଓ ନିରାମିଷ ଭୋଜନର ସ୍ବାଦୁ ମନ ପ୍ରାଣ ଢାଳି ଉପଭୋଗ କଲେ l ବାସର ରାତିର ଅୟାରମ୍ଭରେ ସୁମିଦେବୀଙ୍କ ହତଭାଗା ନିଶାପ୍ରେମୀ ଅତୀତ ସ୍ୱାମୀ ଅଶୋକ ଯେ କି ନିଶା ଵସ୍ତୁକୁ ନିଜର ଧର୍ମପତ୍ନୀ, ନିଶାବସ୍ତୁଗୁଡ଼ିକର ମହକକୁ ନିଜର ଧର୍ମ ପତ୍ନୀ ରୂପେ ବାଛି ନେଇ ଥିଲେ ସେଇ ଅଶୋକ ବାବୁ ନିଜର ଓଷ୍ଠରେ ଅନୁତାପ ପ୍ରଣୋଦିତ ଏକ ଅନ୍ତିମ ସୁକ୍ଷ୍ମ ପ୍ରେମୀଳ ଚୁମ୍ବନ ସୁମି ଦେବୀଙ୍କ ଗଣ୍ଡ ଦେଶରେ ଆଙ୍କି ଦେଇଥିଲେ l ନିଜ ଯୋଗ୍ୟ ସାନ ଭାଇ ମନୋଜ ଓ ସୁମି ଦେବୀଙ୍କୁ ଶୁଭାଶୀଷ ପ୍ରଦାନ କରି ନବ ଦମ୍ପତି ଯୁଗଳଙ୍କର ମୋବାଇଲରେ ସ୍ନାପ ଶଟ ନେଇ ନିଜ ରୁମକୁ ଫେରି ଆସିଲେ l ଅନୁତାପ ଅନଳରେ ନିଜ ଅନ୍ତରାତ୍ମାକୁ ଶୁଦ୍ଧ କରି ଚାଲିଲେ ଅଶୋକ ବାବୁ l କ୍ରମେ କ୍ରମେ ସଂସାର ପ୍ରତି ନିରାସକ୍ତ ଭାବ ମନରେ ଉଦ୍ରେକ ହେଲା l ଚାକିରୀରୁ ଇସ୍ତଫା ଦେଇଦେଲେ l ସ୍ୱଗୃହ ସମୀପସ୍ଥ ସ୍ୱାମୀ ଶିବାନନ୍ଦ ଆଶ୍ରାମରେ ଦୀକ୍ଷା ଗ୍ରହଣ କଲେ l ଅଶୋକ ବାବୁଙ୍କ ଭୋଗାସକ୍ତ ପାର୍ଥିବ ଶରୀର ଓ ମନ ଯୋଗାସକ୍ତ ତନୁମନରେ ରୂପାନ୍ତରିତ ହୋଇ ତାଙ୍କୁ ଶାଶ୍ୱତ ଆନନ୍ଦ ପ୍ରଦାନ କରିଥିଲା l ସ୍ଵଶରୀରକୁ ସେ ଗୈରିକ ବସନରେ ଆବୃତ କଲେ l ବେକରେ ଏକ ମୁଖୀ ରୁଦ୍ରାକ୍ଷ୍ୟ ମାଳା ପରିଧାନ କରି ଓଁ ନମୋ ଶିବାୟ ଜପ କରି ଚାଲିଲେ ଶହେ ଆଠ ଥର l ମସ୍ତକ ମୁଣ୍ଡନ ପୂର୍ବକ ସ୍ୱଗୃହରୁ ବହିର୍ଗତ ହେବା ପୂର୍ବରୁ ନିଜର ପିତା ମାତାଙ୍କୁ ଶେଷ ଥର ପାଇଁ ସାଷ୍ଟାଙ୍ଗ ପ୍ରଣିପାତ କଲେ l ତାପରେ ହିମାଳୟ ପର୍ବତମାଳା ବେଷ୍ଟିତ ସ୍ୱାମୀ ଶିବାନନ୍ଦ ଆଶ୍ରମ ଅଭିମୁଖେ ରେଳ ଯାତ୍ରା ଆରମ୍ଭ କଲେ l ଗଜେନ୍ଦ୍ର ବାବୁ ଓ ଗାୟତ୍ରୀ ଦେବୀଙ୍କ ଚକ୍ଷୁରୁ ଆନନ୍ଦ ଓ ନିରାନନ୍ଦ ମିଶ୍ରିତ ଅଶ୍ରୁ ବିନ୍ଦୁ ପତିତ ହୋଇ ସେମାନଙ୍କ ଚିତ୍ତକୁ ନିର୍ମଳ କରି ଥିଲା କାରଣ ଅଶୋକ ବାବୁ ଯଥା କ୍ରମେ ସନ୍ୟାସ ଗ୍ରହଣ କରି ନିଜର ପିତୃ ମାତୃକୂଳକୁ କଳୁଷ ମୁକ୍ତ ତଥା ପିତା ମାତାଙ୍କ ମନର 

ପାର୍ଥିବ ସତ୍ତାକୁ ଆଘାତ ପ୍ରଦାନ କରିବାରେ ସକ୍ଷମ ହୋଇ ପାରିଥିଲେ l

         



Rate this content
Log in

Similar oriya story from Abstract