ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୭
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୭
ଆରେ ତମକୁ କେତେ ଥର କହିଲିଣି ଟିକେ ତେଲ ଲୁଣ କଥା ବୁଝ ବୋଲି । ହେଲେ ତମେ .....ହୁଁ.....
- ଆରେ ଘରଣୀ ରାଣୀ ତମେ କ'ଣ ବୁଝିିିବ ପରିସ୍ଥିତି କଥା ?
ତମେ ତ ଆକାଶ ରେ ଉଡୁଛ ନା........
- ତମେ ମରଦ ପୁଅ । କୋଉଠୁ ବୁୁଝିିିବ ପିଲା ମାନଙ୍କ ଅଳି ?
ଏମିତି ପାଟି ଶୁଣା ଯାଉଥାଏ ପଡିଶା ଘରୁ । ପଇସା ସରି ଆସିିିଲାନିି । ତେଣେ ପରିବାର ର ବୋଝ । କାମ କଲେ ପଇସା ବାକି । ସେପଟେ ଦର ଦାମ ର ବୃଦ୍ଧି । କ'ଣ କରିବ ଏ ମଣିଷ ? କିିିଛି ବୁଝି ହେଉନି । ରାମ ଭାଇ ମୁଣ୍ଡରେ ହାତ ଦେଇ ବସିଲାଣି । ତେଣେ ତା'ର ସ୍ତ୍ରୀର ଗୋଟିଏ ଜିଦି....ତମେ ଯେମିିିତି ହେଉ କିିିଛି ପରିବା ଆଉ ଡାଲି ଚାଉଳ ଆଣ । ସରକାର କିିଛି ଦେଇ ଥିଲେ କିନ୍ତୁ ସେ ସବୁ ଯେ ଦରିଦ୍ର ସାଗରକୁ ଅଳ୍ପ ପାଣି ଟିକେ ଯାହା । ହେଉ ଏ କରୋନା ତ ସବୁ ସାରିିଛି । ତେଲ ଲୁୁଣ ସଂସାର ଚାଲିିିଥିଲା ଭଲରେ । ପୁଣି ଦାଉ ସାଜିଲା ଏ ନିିଆଁ ଲଗା ରୋଗ । ଆହା କେତେ ଲୋକ ଙ୍କ ଜୀବନ ଆଉ ଜୀବିକା .....
ଶୁଣା ଗଲା ସରକାର କିଛି ରାସନ ଜିିନିଷ ଦେବେ।
ଦେବୀ ଭାଉଜ କେତେ ଖୁସି ହେଲେ ଦେଖି ହେବନି ତାଙ୍କୁ । ଲକ୍ଷେ ଜୁହାର ପକେଇ ସେ କହିଲେ , ହେ ପ୍ରଭୁ ! ଆମ ସରକାରଙ୍କୁ ଲକ୍ଷେ ପରମାୟୁ ଦିିିଅ । ସେ ଆମର ଭଗବାନ । କିିିଛି ଦିନ ତ ଚଳିିିଯିବ ସଂସାର ......
ଆଖିରେ ଲୁହ ଆସି ଯାଉ ଥାଏ ମୋର ତାଙ୍କ କଥା
ଶୁଣି । ସତରେ ସେ କେତେ ନିିରିହ ବଧୂ ......
ହେଇଟି ଜଲ୍ଦି ଯାଅ ହେ ରାସନ ଜିନିଷ ଆଣିବ । ହଁ ଯାଉଛି କହି ଚାଲିଗଲେ ରାମ ଭାଇ ।
ହେଲେ କିଛି ଜିନିଷ ନ ଆଣି ଖାଲି ହାତ ରେ ଫେରିଲେ ରାମ ଭାଇ । ଦେବୀ ଭାଉଜ କହିଲେ , ହେଇଟି ! ତମେ ଖାଲି ହାତ ରେ କ'ଣ ଫେରିଛ କି ?
କ'ଣ କରିିବି ସେ ଆଧାର କାର୍ଡ ପରା ଭୁଲ୍ ଅଛି ।
ଭାଉଜ ମନ ମାରି ବସି ଗଲେ । କହିଲେ, ଚୂଲି କୁ ଯାଉ ସେ ଆଧାର କାର୍ଡ .......। ଯେତେ ଥର ପକେଇଲେ ବି ଭୁୁୁଲ ଆସୁଛି । ଗରିବ ଲୋକ ଆମେ କେତେ ଆଉ ଆଧାର କାର୍ଡ ସଜାଡ଼ିବୁ ।
ମୁଁ ବି ଭାବୁୁୁଥିଲି ସତରେ ମୁଠେ ଭାତ ଆଉ ଏ କାଗଜ ପତ୍ର କଥା ଆଉ ସରଳ ଲୋକ ମାନଙ୍କ କଥା ।
