Lunar Das

Romance Tragedy

3  

Lunar Das

Romance Tragedy

ଅପେକ୍ଷା

ଅପେକ୍ଷା

2 mins
151



ରବିବାର ଥିଲା। ପୁରୀ ଅଭିମୁଖେ ବାହାରି ଥିଲି।

ସେଦିନ ଟ୍ରେନର ଛୁକ୍ ଛୁକ୍ ଶବ୍ଦରେ ତୁମର ଆସିବାର ବାର୍ତ୍ତା ଥିଲା ଯେମିତି। ଝରକା ପାଖରେ ବସି କେତେ କଥା ଭାବୁଥିଲି।

ଅସରନ୍ତି ଅପେକ୍ଷା ଥିଲା ମୋ ଭିତରେ ।ଅପେକ୍ଷାର ଶେଷ ପାଦ ଆଡ଼କୁ ଟ୍ରେନ ମୁହାଁଇଲା ବେଳକୁ ଗଛ ମାନେ ଖୁବ୍ ଯୋର୍ ରେ ଧାଉଁଥିଲେ। ଗଛ ମାନଙ୍କର ଧଇଁ ସଇଁ ଶବ୍ଦ ଯେମିତି ମୋ କାନରେ

ବାଜୁଥିଲା। ମୋ ଖିଆଲି ମନର ବାସ୍ନାଟା ମତେ ଅଧିର କଲା ବେଳକୁ ଟ୍ରେନ୍ ରହିଗଲା ଅଧା ରାସ୍ତାରେ ଥିବା ପ୍ଲାଟଫର୍ମରେ ।

ଯେଉଁ ପ୍ଲାଟଫର୍ମଟା ମୋର ଅତି ଚିହ୍ନାଜଣା ଥିଲା ।

ଝରକାର ଫାଙ୍କରେ ଏପଟ ସେପଟ ହୋଇ ଅନେକ ଖୋଜିଲି କିନ୍ତୁ କେହି ନଥିଲେ।ମନେ ପଡ଼ିଗଲା ତୁମର ନାଲି ସାର୍ଟ ପିନ୍ଧି ପ୍ଲାଟଫର୍ମରେ

ଛିଡ଼ା ହେବା କଥା।ଦିନେ ତୁମ ସହ କଥା ହେଲା ବେକେ ଟ୍ରେନ୍ ଛାଡ଼ି ଦେଇଥିଲା। ଟ୍ରେନ୍ ଚାଲୁଥିବା ବେଳେ ମୁଁ ଧାଇଁ ଧାଇଁ ଉଠୁଥିଲା ବେଳେ ତୁମେ ଟାଣି ନେଇଥିଲ ନିଜ ଆଡ଼େ।ତାଗିଦ୍ କରି କହିଥିଲ,

"ଏମିତି ଖାମ ଖିଆଲି ଭାବେ କେଭେ ଟ୍ରେନରେ ଚଢ଼ିବ ନାହିଁ।

ଯଦି ଗୋଡ଼ ଖସି ଯିବ ....!!"

କିଛି ମୁହୂର୍ତ୍ତ ଚୁପ୍ ରହିଗଲ ସେଦିନ।ତୁମ ମୁହଁକୁ ଦେଖି ହସି ଦେଇଥିଲି ଆଉ କହିଥିଲି, " ହଁ ଅଧା କଥାରୁ ରହିଗଲ ଯେ ,

ତା' ପରେ କୁହ ....

ଯଦି ଗୋଡ଼ ଖସି ଯାଇଥାନ୍ତା ଜହ୍ନ ଡୁବିଯାଇଥାନ୍ତା ନା...."

ତୁମେ ମୋ ପାଟିରେ ହାତ ଦେଇ କହିଲ,

" ସେମିତି କାଳ କଥା ଗୁଡ଼ାକ ଆଉ ଥରେ କହିବନାହିଁ।"

ହଁ ସତ କହୁଛି ମୁଁ।ସେଦିନ ତୁମ ମୁହଁ ଫୁଲାକୁ ଦେଖି ମନେ ମନେ କୁରୁଳି ଉଠି ଥିଲି।କେତେ ଖେୟାଲ ରଖୁଛ ମୋର। କେତେ ପ୍ରେମ ମୋ ପାଇଁ

ଗଣ୍ଠି ବାନ୍ଧି ରଖିଛ ନିଜ ଭିତରେ, ଗୋଟିଏ ଶବ୍ଦ ଖାଲି କୁହନା ..!! ତୁମେ ଲାଜେଇ ଗଲ । ଅନ୍ୟ ଆଡ଼େ ମୁହଁ ବୁଲେଇ କହିଲ,

"ସେଇଥିପାଇଁ ତ ପୂର୍ଣ୍ଣିମାଟା ମୋତେ ଖୁବ୍ ଆଘାତ ଦିଏ ।

ଛାଡ଼ ତୁମେ ମତେ ବୁଝି ପାରିବ ନାହିଁ। ଖାଲି ଅଭିମାନ ଗୁଡ଼ାକୁ ଧରି ବସିଥାଅ।ସେ ଦିନ ମଜାକ୍ ରେ ତୁମ ସହ ଆଉ କାହାର ନାମ ଯୋଡ଼ି ଦେଲି ବୋଲି ଏତେ ରାଗିଗଲ ଯେ ମୋତେ ବ୍ଲକ୍କ ରିଦେଲ।ମୁଁ ତୁମ ଅପେକ୍ଷାରେ ଏଇ ପ୍ଲାଟଫର୍ମରେ କେତେ ଥର ଛିଡ଼ା ହୋଇ ପୁଣି ଫେରି ଯାଇଛି। ମୋର ଅପେକ୍ଷା କେବଳ ଏଇ ଝୁପୁଡ଼ି ଚାହା ଦୋକାନୀ ଦେଖିଛି। ତୁମକୁ କହିକି ବି କିଛି ଲାଭ ନାହିଁ। ହଉ ଟ୍ରେନ ତ ଚାଲି ଗଲାଣି ଆସ ପୁଣିଥରେ ଏକା ସାଙ୍ଗେ ଚାହା କପେ କପେ ପିଇ ଦେବା। ମୁଁ ତୁମକୁ ନେଇ ତୁମ ଠିକଣା ସ୍ଥାନରେ

ଛାଡ଼ିଦେବି । ପୁଣି କେବେ ତୁମ ସହ ଦେଖା ହେବ କି ନହେବ ??"


ସେଦିନ ମୋ ହାତ କୁ ଧରି ତୁମେ ପାହୁଣ୍ଡ ପକାଇ ଆଗକୁ ଚାଲିଲ ତୁମେ ଜାଣି ପାରୁଥିଲ କି ନାହିଁ ମୁଁ ଜାଣେନି କିନ୍ତୁ ତୁମ ହାତ ଥରୁଥିଲା ।ସେ ଥରିବାର ଅନୁଭଵଟା ଆଜି ବି ମୋ ଭିତରେ ଅଛି।


ସେଦିନ ମୋତେ ପୁରୀର ବଡ଼ଦାଣ୍ଡରେ ଛାଡ଼ି ଏକ ମୁହାଁ ହୋଇ ଚାଲିଗଲ। ମୁଁ ଆଉ ପଚାରି ପାରିଲି ନାହିଁ ପୁଣି କେବେ ଦେଖା ହେବ ?

ତୁମେ ଆଉ ଫେରିଲନି।

ସେଦିନ ଅପେକ୍ଷାର ଯନ୍ତ୍ରଣାଟା ତୁମକୁ ବାଧି ଥିଲା ଆଉ ଆଜି ଅପେକ୍ଷାର ଯନ୍ତ୍ରଣାକୁ ମୁଁ ବୁଝି ପାରୁଛି।

    



Rate this content
Log in

Similar oriya story from Romance