Lunar Das

Tragedy Inspirational

4  

Lunar Das

Tragedy Inspirational

ଜିଗର୍

ଜିଗର୍

5 mins
23.7K


ଶୀତ ଦିନିଆ ସକାଳ ।କଅଁଳ ଖରାରେ ବସି 'ମଧୁ' ଟିକେ ପିଠି ଉଷୁମେଉ ଥାଆନ୍ତି । 'ରବିବାବୁ' ବ୍ୟାଗ ଟିଏ ଧରି ବାହାରି ପଡ଼ିଲେ ବଜାରକୁ। ସ୍କୁଟିରେ ରାସ୍ତା ରେ ଗଲା ବେଳେ ଦେଖିଲେ, ଛୋଟ ଛୋଟ କୁକୁର ଛୁଆ ତିନିଟା ଏପଟ ସେପଟ ହୋଇ ବୁଲୁଛନ୍ତି ମଝି ରାସ୍ତାରେ । ସେ ଖୁବ୍ ସାବଧାନ ହୋଇ ଧିରେ ଧିରେ ବାଟକାଟି ବଜାର କୁ ଚାଲିଗଲେ। ବଜାର ରୁ ଫେରିଲା ବେଳେ ଦେଖିଲେ, ସେ କୁକୁର ଛୁଆ ମାନଙ୍କ ମା' ଏବଂ ଆଉ ଦୁଇଟା କୁକୁର ଛୁଆ କୁ ଗାଡ଼ି ଟିଏ ଚାପିଦେଇ ପଳାଇ ଯାଇଛି । ରାସ୍ତା ର ମଝିରେ ମେଞ୍ଚା ଏ ରକ୍ତ ର ଧାର ବୋହିଯାଇଛି ଆଉ ଗୋଟେ କୁକୁର ଛୁଆ ଟେ ବଞ୍ଚିଛି ସେ ବିକଳ ରେ କାଉଁ କାଉଁ କରି ତା' ମାଆକୁ ଉଠାଇବାକୁ ଚେଷ୍ଟା କରୁଛି। ଲୋକମାନେ ତାକୁ ଦେଖି ଆହା... ଚୁ... ଚୁ..ଶବ୍ଦ କରି ଚାଲି ଯାଉଛନ୍ତି।

ରବିବାବୁ ସ୍କୁଟର ବନ୍ଦ କରି ଅଳ୍ପ ସମୟ ସେଠି ଠିଆ ହେଲେ,ସେହି ସମୟ ରେ ସେ ଛୋଟ କୁକୁର ଛୁଆଟା ତାଙ୍କ ମୁହଁ କୁ ବଲବଲ କରି ଅନେଇଲା ଆଉ ତାଙ୍କ ଗୋଡ଼ ପାଖେ କୁଁ ...କୁଁ କରି ବୁଲିଲା। ରବିବାବୁ ଙ୍କ ମନରେ ତା ପ୍ରତି ଦୟା ଆସିଲା ସେ ତାକୁ ଘରକୁ ନେଇ ଆସିଲେ। ମଧୁ କୁକୁର ଛୁଆଟିକୁ ଦେଖି ପ୍ରଥମେ ପ୍ରଥମେ ବହୁତ ବିରକ୍ତ ହେଉଥିଲେ କାରଣ ଛୋଟ କୁକୁର

ଛୁଆଟିକୁ ପାଳିବା ବଡ଼ ମୁସ୍କିଲ ଥିଲା। ସେ ସବୁଆଡ଼େ ପଟି କରିଦେଉଥିଲା ଆଉ ପରିଶ୍ରା କରିଦେଉଥିଲା। ଯେହେତୁ ରବିବାବୁ ତାକୁ ନେଇକି ଆସିଥିଲେ, ତାଙ୍କୁ ହିଁ ତା' କଥା ବୁଝିବାକୁ ପଡୁଥିଲା। ମଧୁ କେବଳ ତା'ର ଖାଇବା

କଥା ବୁଝୁଥିଲେ। କୁକୁର ଛୁଆଟା ଆସିବାପରେ ତାଙ୍କର ଘର ଚାକରାଣୀ ମଧ୍ୟ କାମ ଛାଡ଼ି ଦେଲା। ରବିବାବୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ବୟସ ଅଧିକ ହେଲେ ମଧ୍ୟ ଆଳସ୍ୟ ତାଙ୍କୁ କେବେ ଛୁଇଁ ପାରୁନଥିଲା । ସେ ପ୍ରତ୍ୟେକ ମୁହୂର୍ତ୍ତରେ ଯେ କୌଣସି କାମରେ ନିଜକୁ ନିୟୋଜିତ କରୁଥିଲେ ସେଥିପାଇଁ ଏ କୁକୁର ଛୁଆଟିକୁ ପାଳିବା ରେ ତାଙ୍କର କିଛି

ଅସୁବିଧା ହେଉ ନ ଥିଲା। ମଧୁ ଙ୍କ ବୟସ ଷାଠିଏ ଟପି ଯାଇଥିଲା ସେ କିନ୍ତୁ ଘର ର ସବୁକାମ କରିପାରୁ ନ ଥିଲେ

ତେବେ ମଧ୍ୟ ତାଙ୍କ ସ୍ବାମୀ ଙ୍କ ଖୁସି ପାଇଁ ସେ ସବୁ ସହିଯାଉଥିଲେ। ରବିବାବୁ ସ୍ନେହରେ କୁକୁର ଛୁଆଟି ର ନାମ

ରଖିଥିଲେ 'ଜିଗର୍'।

ଜିଗର୍ ଦିନକୁ ଦିନ ଯେତେ ବଡ଼ ହେଉ ଥିଲା ରବିବାବୁ ଙ୍କର ଖାସ୍ ସାଥୀ ହୋଇ ଯାଉଥିଲା । ରବିବାବୁଙ୍କର ପୁଅ ଟିଏ ମଧ୍ୟ ଥିଲା ସେ ସୁଦୂର ଦେଶ "ଆମେରିକା" ରେ ଚାକିରୀ କରୁଥିଲା। ଘରକୁ ଖୁବ୍ କମ୍ ଆସେ। ବୟୋବୃଦ୍ଧ ହେଲେ ମଣିଷ କେବେ ଏକୁଟିଆ ବଞ୍ଚିବା କୁ ଚାହେଁନି ସବୁବେଳେ ସାଥିଟିଏ ଚାହେଁ, ତା'ର ଅବଶେଷ ସମୟ ଟା ଶାନ୍ତି ରେ କଟାଇବାକୁ। ସ୍ତ୍ରୀ ପାଖରେ ଥିଲେ ମଧ୍ୟ ଅନ୍ୟ ସାଙ୍ଗ ସାଥି ମାନଙ୍କ ସାହଚର୍ଯ୍ୟ ଦରକାର ପଡ଼େ। ରବିବାବୁ ଙ୍କର ସେହି ଏକାନ୍ତ ସମୟରେ ଜିଗର୍

ତାଙ୍କ ପାଖେ ଥାଏ। ସକାଳେ ଯେତେବେଳେ ମର୍ନିଂୱକ୍ କରିବାର ସମୟ ହୋଇ ଯାଏ ଜିଗର୍ ରବିବାବୁ ଙ୍କ ମୁହଁକୁ ଚାରି ଚାଟି

ଉଠାଇ ଦିଏ । ତାଙ୍କ ସହ ସବୁଦିନ ସେ ମଧ୍ୟ ମର୍ନିଂୱକ୍ ରେ ଯାଏ । ଏମିତି ପ୍ରାୟ ସବୁ ସମୟରେ ସେ ରବିବାବୁ ଙ୍କ ପାଖେ ପାଖେ ଥାଏ । ସନ୍ଧ୍ୟା ବେଳେ ଯେତେବେଳେ ମଧୁ ଠାକୁରଙ୍କ ପାଖରେ ସନ୍ଧ୍ୟା ଆଳତୀ କରନ୍ତି , ସେ ମଧ୍ୟ ଦୁଆରବନ୍ଧ ରେ ବସି ସବୁ ଦେଖୁଥାଏ। ମଧୁ ବେଳେବେଳେ ତାକୁ କହନ୍ତି "ଭଲ କି ଭଗବାନ ଙ୍କୁ ଡାକ୍ ଯେ , ଏ କୁକୁର ଜନ୍ମ ରୁ ମୁକ୍ତି ପାଇ ଭଲ ଜନ୍ମ ଟିଏ ପାଇବୁ" ସେ କ'ଣ ବୁଝେ କେଜାଣି ଲାଙ୍ଗୁଡ଼ ହଲାଇ ତା ଖୁସି ସାବ୍ୟସ୍ତ କରେ। କିଏ ଘରକୁ ବୁଲି ଆସିଲେ, ସେ ଖୁସି ରେ ଅଧିର ହୋଇ ତାଙ୍କ ଉପରେ ଚଢ଼ିଯାଏ କିନ୍ତୁ ତା'ର ଏ ସ୍ନେହ କୁ ଅନ୍ୟ ମାନେ ତ ବୁଝି ପାରନ୍ତିନି ତାକୁ ନିଜଠୁ ଦୁରେଇ ବାକୁ ଯା.... ଯା... କରନ୍ତି। ସେ ସବୁ ବୁଝିପାରେ ଓ କାନ ଓହୋଳେଇ ଚାଲି ଯାଏ। ରବିବାବୁ ତାକୁ ଟିକେ ଆଉଁସି ଦେଲେ ସେ

ଖୁସି ହୋଇ ଯାଏ। ରବିବାବୁ ସବୁଦିନ ଗୋଟିଏ ସମୟରେ ସବୁଦିନ ମାର୍କେଟ କୁ ଯାଆନ୍ତି ତାଙ୍କ ସାଙ୍ଗେ ସାଙ୍ଗେ ଜିଗର୍

ମଧ୍ୟ ଯିବାକୁ ବାହାରେ ମାତ୍ର ଘରଠୁ ଅଳ୍ପ ଦୂରରେ ଛକ ଟିଏ ଥାଏ ସେଠି ରବିବାବୁ ତାକୁ ଆଗକୁ ଯିବାକୁ ମନା କରନ୍ତି ସେ ସେଉଠୁ ଘରକୁ ଫେରି ଆସେ। ଏଇଟା ତା'ର ସବୁଦିନିଆ ଅଭ୍ୟାସ। ଏମିତି ବି ରବିବାବୁ ମାର୍କେଟ ରୁ ଫେରିଲା ବେଳେ

ତା'ପାଇଁ ସବୁଦିନ ବିସ୍କୁଟ ମଧ୍ୟ ଆଣିଥାନ୍ତି ସେ ଜାଣିଥାଏ ତା'ପାଇଁ ବିସ୍କୁଟ ନିଶ୍ଚୟ ଆସିଥିବ ସେଥିପାଇଁ ସେ ଡିଆଁ କୁଦା ମାରି ତାଙ୍କର ପକେଟ ରେ ତା'ର ଗୋଡ଼ ପୁରେଇ ବିସ୍କୁଟ ମାଗେ। ସେ ସବୁଦିନ ରବିବାବୁ ଙ୍କ ସହ ବୁଲୁଥିବା ରୁ ସେ ଏରିୟା ର ସବୁଲୋକ ତାକୁ ଚିହ୍ନି ଯାଇଥିଲେ। ଦିନେ ରବିବାବୁ ବାହାରକୁ ଯାଇଥିଲା ବେଳେ ମଧୁ ଙ୍କର ଦେହ ବହୁତ ଖରାପ ହୋଇଗଲା ।

ଲୋ ବି ପି ଯୋଗୁ ସେ ତଳେ ପଡ଼ି ଅଚେତ୍ ହୋଇଗଲେ ଜିଗର୍ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ଖାଲି ଭୁକିବାକୁ ଲାଗିଲା ସେ ତେବେ ମଧ୍ୟ ଉଠିଲେ ନାହିଁ । ଜିଗର୍ ସଙ୍ଗେ ସଙ୍ଗେ ପଡ଼ୋଶୀ ଘରକୁ ଯାଇ ତାଙ୍କ ଘର ଦୁଆରବନ୍ଧ ରେ ବସି ଭୁକିବାକୁ

ଲାଗିଲା ପଡ଼ୋଶୀ ଘର ର ଲୋକ ଜାଣିପାରିଲେ କିଛି ଗୋଟେ ଅସୁବିଧା ହେଇଛି ସେମାନେ ଜିଗର୍ ପଛେ ପଛେ ଆସି ଦେଖିଲେ ମଧୁ ତଳେ ପଡ଼ି ଛନ୍ତି ସେ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ଫୋନ୍ କରି ଉପଯୁକ୍ତ ଚିକିତ୍ସା ପରେ ମଧୁ

ଠିକ୍ ହୋଇଗଲେ। ରବିବାବୁ ଘରକୁ ଫେରି ସବୁକଥା ଶୁଣିବା ପରେ ଜିଗର୍ କୁ କୁଣ୍ଡାଇ ବହେ କାନ୍ଦିଲେ। ଧିରେ ଧିରେ

ତାଙ୍କର ଜିଗର୍ ଉପରେ ବିଶ୍ୱାସ ଦୃଢ଼ୀଭୂତ ହୋଇ ଆସୁଥିଲା। ଜିଗର୍ ତାଙ୍କ ଜୀବନର ସାହାରା ହୋଇ ଯାଇଥିଲା।

କିଛି ଦିନ ପରେ ରବିବାବୁ ଙ୍କ ପୁଅ "ଆମେରିକା" ରୁ ଫେରିଲା। ତା' ର ବାହାଘର ଠିକ୍ ହୋଇ ଥିଲା।

ବାହାଘର ପାଇଁ ତାଙ୍କ ଘରକୁ ଅନେକ ଲୋକଙ୍କ ଯିବା ଆସିବା ଲାଗି ରହିଥିଲା ସେଥିପାଇଁ ରବିବାବୁ ବାଧ୍ୟ ହୋଇ ଜିଗର୍ କୁ ଛାତ ଉପରେ ବାନ୍ଧି ଦେଉଥିଲେ। ସେ ଦିନ ସାରା ଖରାରେ ସେମିତି ବନ୍ଧା ହୋଇ ରହୁଥିଲା । ରବିବାବୁ ଟିକେ ସମୟ

ପାଇଲେ ତା'ପାଖକୁ ଯାଇ ତାକୁ ବୁଝେଇ ଦେଉଥିଲେ "ଟିକେ ତୁ ରହିଯା ବାହାଘର ସରିଲେ ତୋତେ ତଳକୁ ନେଇ ଆସିବି " ସେ ରବିବାବୁ ଙ୍କ ମୁହଁକୁ ଏମିତି ଦେଖୁଥିଲା ଯେମିତି ସେ ସବୁ କଥା ବୁଝି ଯାଉଛି । ଛାତରେ ବନ୍ଧା ହୋଇ ହୋଇ ସେ ଦୁର୍ବଳ ହୋଇ ଗଲା ଶେଷରେ ଖାଇବା ଛାଡ଼ି ଦେଲା କାରଣ ସେ କେବଳ ତା'ର ମାଲିକ ରବିବାବୁ ଙ୍କୁ ହିଁ ଖୋଜୁଥିଲା ।

ବାହାଘର ସରିବା ପରେ ରବିବାବୁ ତାକୁ ତଳକୁ ନେଇ ଆସିଲେ କିନ୍ତୁ ସେ ସେମିତି ବନ୍ଧା ହୋଇ ରହିଲା ।

ନୂଆ ବହୁ ଘରକୁ ଆସିଲା ପରେ ,ସେ ନୂଆବହୁ କୁ ଦେଖି ଖାଲି ଭୁକିବା ଆରମ୍ଭ କଲା । ଦିନ ସାରା ବନ୍ଧା ହେବା ଫଳରେ ସେ ଆଉ ଖୁସି ହେଉ ନ ଥିଲା । ରବିବାବୁ ବାଧ୍ୟ ହୋଇ ତା' ପାଇଁ ଡଗ୍ ହାଉସ ଟେ ତିଆରି କରି ସେଇଠି ତାକୁ ରଖିଲେ କିନ୍ତୁ

ସେ ଡଗ୍ ହାଉସ୍ ରେ ରହିବାକୁ ପସନ୍ଦ କରୁ ନ ଥିଲା ସେଥିପାଇଁ ଗୋଟେ ମୁହୂର୍ତ୍ତ ମଧ୍ୟ ନିରବ ହେଉ ନ ଥିଲା। ରବିବାବୁ ତା'ର ଦୁଃଖ ବୁଝିପାରୁ ଥିଲେ କିନ୍ତୁ କିଛି ସମାଧାନ କରି ପାରୁନଥିଲେ। ଦିନେ ସେ ତାଙ୍କ ସାଙ୍ଗ ଙ୍କ ପାଖରେ ଜିଗର୍ କୁ

ତାଙ୍କ ଘରକୁ କିଛି ଦିନ ପାଇଁ ପଠେଇ ଦେବାକୁ ଅନୁରୋଧ କଲେ। ଯେତେବେଳେ ତାଙ୍କ ପୁଅ ବୋହୂ "ଆମେରିକା" ଚାଲିଯିବେ ସେ ପୁଣି ଜିଗର୍ କୁ ଘରକୁ ନେଇ ଆସିବେ। ତାଙ୍କ ସାଙ୍ଗ ମଧ୍ୟ କିଛିଦିନ ପାଇଁ ଜିଗର୍ କୁ ତାଙ୍କ ଘରେ

ରଖିବାବୁ ସମ୍ମତି ଦେଲେ। ରବିବାବୁ ନିଜଠୁ ଜିଗର୍ କୁ ଅଲଗା ରଖିବାକୁ ଚାହୁଁ ନ ଥିଲେ ସୁଦ୍ଧା ବାଧ୍ୟ ହେଲେ ଦେବାକୁ।

ଜିଗର୍ ଗଲାପରେ ସେ ଶାନ୍ତି ରେ ରହିପାରୁ ନ ଥିଲେ । ଜିଗର୍ ର ବିକଳ ନିରୀହ ଆଖିକୁ ସେ ଭୁଲି ପାରୁ ନ ଥିଲେ।

ଗୋଟିର ସପ୍ତାହ ପରେ ତାଙ୍କ ପୁଅ ବୋହୂ "ଆମେରିକା" ଚାଲିଗଲେ। ସେମାନେ ଗଲାପରେ ସିଏ ସେହିଦିନ ଜିଗର୍ କୁ ଆଣିବାକୁ ତାଙ୍କ ସାଙ୍ଗ ଘରକୁ ଧାଇଁ ଗଲେ ମାତ୍ର ଜିଗର୍ କୁ ଦେଖିଲେନି। ସିଏ ଯେତେବେଳେ ତାଙ୍କ ସାଙ୍ଗ କୁ ଜିଗର୍

କୁଆଡ଼େ ଗଲା ବୋଲି ପଚାରିଲେ, ତାଙ୍କ ସାଙ୍ଗ ମୁହଁ ଶୁଖାଇ କହିଲେ ଜିଗର୍ କିଛି ସମୟ ପୂର୍ବରୁ ଚେନ୍ ଛିଣ୍ଡାଇ କୁଆଡ଼େ ପଳେଇଛି। ରବିବାବୁ ଦିନ ସାରା ସବୁଆଡ଼େ ଖୋଜିଲା ପରେ ମନ ଦୁଃଖରେ ଘରକୁ ଘରକୁ ଫେରି ଆସୁଥିଲେ,

ହଠାତ୍ ତାଙ୍କର ସେଇ ଛକ ଉପରେ ନଜର ପଡ଼ିଗଲା ସେ ଦେଖିଲେ ଖୁବ ଅପରିଷ୍କାର ରୁଗ୍ଣ କୁକୁର ଟେ ତାଙ୍କ ଆଡ଼େ ଅନାଇ ବସିଛି। ସେ ଜିଗର୍ କୁ ଚିହ୍ନି ପାରିଲେ ନାହିଁ କିନ୍ତୁ ଜିଗର୍ ତାଙ୍କୁ ଦେଖିବା କ୍ଷଣି ତାଙ୍କ ଉପରେ ଖୁସିରେ ଚଢ଼ି ଗଲା , ତାଙ୍କୁ ଚାଟି ପକାଇଲା ଆଉ ତା'ଗୋଡ଼ ରେ ରବିବାବୁ ଙ୍କୁ ଜାବୁଡ଼ି ଧରି କାନ୍ଦିବା ସ୍ୱର ରେ ଗୁହାରୀ କଲା କୁଁ... କୁଁ...... କୁଁ...... କୁଁ.......।

ରବିବାବୁ ଙ୍କୁ ଲାଗିଲା ଜୀବନ ସାରା ର ସବୁ ସ୍ନେହ ଜିଗର୍ ଯେମିତି ତାଙ୍କ ପାଇଁ ସାଇତି ରଖିଥିଲା । ସେ ସ୍ନେହ ଥିଲା ଅବ୍ୟକ୍ତ,

ନିଃସ୍ୱାର୍ଥପର ଏବଂ ସମର୍ପଣ ର ପ୍ରତିଶୃତି ଟିଏ...।


Rate this content
Log in

Similar oriya story from Tragedy