STORYMIRROR

Lunar Das

Tragedy Inspirational Others

4  

Lunar Das

Tragedy Inspirational Others

ଆତ୍ମାର ଶେଷ କଥା

ଆତ୍ମାର ଶେଷ କଥା

4 mins
328


ଠିକ୍ ବ୍ରହ୍ମ ମୁହୂର୍ତ୍ତରେ " ରବିବାବୁ" ଙ୍କର ସବୁଦିନ ନିଦ ଭାଙ୍ଗିଯାଏ।

ସେ ଉଠିଲା ମାତ୍ରେ ପ୍ରାଣାୟାମ କରିବାକୁ ବସି ପଡ଼ନ୍ତି ।

ସକାଳ ର ପ୍ରଥମ ସୂର୍ଯ୍ୟ ଉଇଁବା ପରଠାରୁ ରାତ୍ରୀ ରେ ଶୋଇବା

ପର୍ଯ୍ୟନ୍ତ ସେ କେବଳ ଦେବୀ ଦୁର୍ଗା ଙ୍କର ନାମ କୁ ସବୁବେଳେ

ସ୍ମରଣ କରୁ ଥାଆନ୍ତି। ଆଣ୍ଠୁ ଗଣ୍ଠି ବାତ ଥିବାରୁ ସିଧା ଠିକ୍ ସେ

ଚାଲି ପାରନ୍ତି ନାହିଁ। ସେଥିପାଇଁ ସବୁବେଳେ ହାତରେ ବଙ୍କୁଲି ବାଡ଼ି ଟିକୁ

ଧରି ଗାଁ ବୁଲି ବାହାରନ୍ତି। ପାଟିରେ ଅନବରତ "ଜୟ ମା ଦୁର୍ଗା"

" ଜୟ ମା ଦୁର୍ଗା" ଡାକଟି ସବୁବେଳେ ଚାଲିଥାଏ। ରାସ୍ତାରେ ଯିଏ ବି

ଦେଖା ହେଲେ ତାକୁ ମଧ୍ୟ ଜୟ ମା ଦୁର୍ଗା କହି ଶୁଭେଚ୍ଛା ଜଣାନ୍ତି।

ଦିନଟା ଖୁବ ଖୁସିରେ ତାଙ୍କର କଟିଯାଏ।


ଘରେ ପତ୍ନୀ" ମାୟା' ତା'ଙ୍କର ସବୁ କଥା ବୁଝନ୍ତି। ସବୁ ବେଳେ

ପତି ଙ୍କ ସେବାରେ ହିଁ ପାଖେ ପାଖେ ଥାଆନ୍ତି। ପତି ଙ୍କ ଆଦେଶ

ମାନିବାରେ ସେ କେବେହେଲେ ହେଳା କରନ୍ତି ନାହିଁ। ସମସ୍ତେ

ଜାଣନ୍ତି ଖୁବ୍ ପତିବ୍ରତା ନାରୀ ସେ। 


ପରିବାର କହିଲେ ଦୁଇ ପୁଅ ଓ ଦୁଇ ଝିଅ। ଛଅଟି ପ୍ରାଣୀ ଙ୍କୁ ନେଇ

ଖୁବ ସୁନ୍ଦର ସୁଖୀ ସଂସାର କିନ୍ତୁ ପିଲାମାନେ ବାହାରେ ଚାକିରୀ

କରନ୍ତି। ଘରେ କେବଳ ରହନ୍ତି ରବିବାବୁ ଓ ତାଙ୍କର ସ୍ତ୍ରୀ ମାୟା।


ରବିବାବୁ ଜଣେ ରିଟାୟାଡ୍ ହେଡ୍ ମାଷ୍ଟର। ଗଛ ପତ୍ର ବଗିଚା ପ୍ରତି

ଖୁବ ଦୁର୍ବଳତା ତାଙ୍କର ସେଥିପାଇଁ ନିଜ ବଗିଚାରେ ଅନେକ

ଫୁଲ ଫଳ ଗଛ ଲଗାଇ ଥିଲେ। ଏହା ବ୍ୟତୀତ ତାଙ୍କର ଆୟୁର୍ବେଦ ଔଷଧ ଉପରେ ଖୁବ ଜ୍ଞାନ ଥିଲା । ସେଥିପାଇଁ ନିଜ ବଗିଚାରେ ବହୁତ

ଆୟୁର୍ବେଦିକ ଗଛ ଓ ଗୁଳ୍ମ ମାନ ଲଗାଇ ଥିଲେ।


ଦେବୀ ଦୁର୍ଗାଙ୍କ ପ୍ରତି ଯେତିକି ଶ୍ରଦ୍ଧା ତାଙ୍କର ଥିଲା ପରସେବାରେ

ମଧ୍ୟ ସେତିକି ଖୁସି ଥିଲା। ପତ୍ନୀ ମାୟା ଙ୍କର ମଧ୍ୟ ପରସେବାରେ ଖୁବ

ଆଗ୍ରହ ଥିଲା ତେଣୁ ଦୁଇ ପତି ପତ୍ନୀ ଙ୍କ ଯୋଡ଼ି କୁ ପୋଡ଼ଶୀ ମାନେ

ମଧ୍ୟ ଖୁବ ପସନ୍ଦ କରୁଥିଲେ।


ଗାଁ ରେ ଯାହାର ଦେହ ଖରାପ ହେଲେ ସେ ପତ୍ର ଛେଚି ଔଷଧ ବନେଇ

ସମସ୍ତ ଙ୍କର ରୋଗ ଠିକ କରି ଦେଉଥିଲେ। ସେଥିପାଇଁ ଲୋକ

ମାନଙ୍କର ତାଙ୍କର ଘରକୁ ଆସିବା ଯିବା ସବୁବେଳେ ଲାଗି ରହିଥିଲା ।


ରବିବାବୁ ଙ୍କର ବେଲ ଗଛ ପ୍ରତି ପ୍ରବଳ ଆଶକ୍ତି ଥିଲା ସେ ପାଞ୍ଚଟି

ବେଲ ଗଛ ଲଗାଇ ତା' ମୂଳରେ ବସି ଦୁର୍ଗାଙ୍କୁ ଧ୍ୟାନ କରୁଥିଲେ।

ସେ ସେହି ପାଞ୍ଚଟି ବେଲ ଗଛକୁ ପଞ୍ଚ ସତୀ ବୋଲି ନାମ ଦେଇଥିଲେ।

ଦେବୀ ଦୁର୍ଗାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଥିବାରୁ ସେ ସବୁ ବେଳେ

ଦୁର୍ଗା ପୂଜାର ଅପେକ୍ଷା ରଖୁଥିଲେ।


ସବୁବର୍ଷ ଷଷ୍ଠୀ ରୁ ବେଲବରଣ କଲାପରେ ପୁରା ଦଶହରା ପର୍ଯ୍ୟନ୍ତ

ସେ ଅଖଣ୍ଡ ଦୀପ ପ୍ରଜ୍ବଳିତ କରି ଚଣ୍ଡୀ ପାଠ କରୁଥିଲେ।

ଦୁର୍ଗା ପୂଜା ଖୁବ ଧୁମଧାମରେ ପାଳିତ ହେଉଥିଲା। ପୁରା ପରିବାରରେ

ସମସ୍ତେ ଘରକୁ ଫେରି ପୂଜା ପର୍ଵ ରେ ସାମିଲ ହେଉଥିଲେ।

ନବମୀ ଦିନ ରାତି ସାରା ଘରେ ପତ୍ନୀ ମାୟା ଖୁବ ମିଠା, ଗଜା,

ଲଡୁ , ଫେଣି ସବୁକିଛି ବନେଇ ଦଶହରା କୁ ଅପେକ୍ଷା ରଖୁଥିଲେ।

ଦଶ ହରା ରେ ସମସ୍ତେ ଘରକୁ ଆସିଲେ ଏସବୁ ମିଠା ବଣ୍ଟା ଯାଉଥିଲା।


ଦିନଟା ଖୁବ ଆନନ୍ଦ ରେ ସେତିକି ଦିନ କଟି ଯାଉଥିଲା କିନ୍ତୁ ଯେତେବେଳେ ଦୁର୍ଗା ପୂଜା ସରି ଯାଉଥିଲା ରବି ବାବୁ ଙ୍କ ମନ

ଖୁବ ଦୁଃଖୀ ହୋଇ ଯାଉଥିଲା। ଝିଅ ଘରୁ ବିଦାୟ ନେଲା ପରେ

ପିତା ଙ୍କର ମନଟା ଯେମିତି ଯନ୍ତ୍ରଣା ରେ ଭରି ଯାଏ, ଠିକ୍ ସେମିତି

ରବିବାବୁ ଙ୍କ ପ୍ରତିକ୍ରିୟା ସୃଷ୍ଟି ହେଉଥିଲା। ସେ କିଛି ଦିନ ପୁରା

ଚୁପଚାପ ନିରବ ହୋଇ ବସନ୍ତି। ପିଲା ମାନେ ମଧ୍ୟ ପୂଜା ଛୁଟି ସରିଲେ

ନିଜ ନିଜ କର୍ମ କୁ ଚାଲି ଯାଆନ୍ତି।


ରବିବାବୁ ଙ୍କର ବୟସ ସତୁରୀ ଟପି ଯାଇଥିଲା। ହାଇ ବ୍ଲଡ଼ପ୍ରେସର

ସହ ଆଣ୍ଠୁ ଯନ୍ତ୍ରଣା ତାଙ୍କୁ ଅସହ୍ୟ ହୋଇ ପଡୁଥିଲା ସେଥିପାଇଁ ସେ

ଆଉ ଚାଲିବୁଲି ପାରୁନଥିଲେ। ପତ୍ନୀ ମାୟା ତାଙ୍କର ପତି ସେବାରେ

ଦିନ ରାତି ଲାଗିଥିଲେ। ଦିନେ ସେ ମାୟାଙ୍କୁ କହିଲେ,

" ମୋର ମୃତ୍ୟୁ ପରେ ମଧ୍ୟ ଦୁର୍ଗା ପୂଜା ବନ୍ଦ କରିବ ନାହିଁ "।

ମାୟା ତାଙ୍କର ପାଟିରେ ହାତ ଦେଇ ମୃତ୍ୟୁ ଶବ୍ଦ କହିବାକୁ ବାରଣ କଲେ

କିନ୍ତୁ ତାଙ୍କର ମନକୁ ପାପା ଛୁଇଁଲା। ସେଦିନ ସେ ଲୁଚି ଲୁଚି ଖୁବ

କାନ୍ଦିଥିଲେ। ପତି ଙ୍କୁ ଛାଡ଼ି କି ରହିବାକୁ ସେ କଳ୍ପନା ମଧ୍ୟ କରୁନଥିଲେ।


ଦୁର୍ଗା ପୂଜା ଆସିବାକୁ କୋଡ଼ିଏ ଦିନ ବାକି ଥାଏ , ରବିବାବୁ ଙ୍କର

ଦେହାନ୍ତ ହୋଇଗଲା। ପତ୍ନୀ ମାୟା କାନ୍ଦି କାନ୍ଦି ବାରମ୍ବାର ମୂର୍ଚ୍ଛା

ହୋଇ ଯାଉଥାଆନ୍ତି। ପାଖ ପୋଡ଼ଶୀ ମାନେ ତାଙ୍କର ପିଲା ମାନଙ୍କୁ

ଖବର ପଠେଇଲେ। ସମସ୍ତେ ଆସି ଘରେ ପହଞ୍ଚିବା ପରେ କାନ୍ଦ 

ବୋବାଳିରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହେଲା।


ଦଶାହ କାର୍ଯ୍ୟ ସମାପନ ପରେ ସମସ୍ତେ ନିଜ ନିଜ କର୍ମ କ୍ଷେତ୍ର କୁ

ବାହାରି ପଡ଼ିଲେ। ମାୟା ଏକୁଟିଆ ଘରେ ରହିଗଲେ। 

ନିଜ ପାଖରେ ଦୁଇଜଣ କାମ କରିବାକୁ କର୍ମଚାରୀ ଥିଲେ।

ପତି ଙ୍କ ମୃତ୍ୟୁ ପରେ ମାୟାଙ୍କର ଆଉ କିଛି ମଧ୍ୟ କାମ ନଥିଲା,

ସେ କେବଳ ପିଲା ମାନଙ୍କର ଆସିବା ବାଟକୁ ଅପେକ୍ଷା କରି ରହୁଥିଲେ।


ଏମିତି ଦେଖୁ ଦେଖୁ ବର୍ଷେ ବିତିଗଲା। ରବିବାବୁଙ୍କର ବର୍ଷିକିୟା

ଦିନ ପଡ଼ିଲା। ସମସ୍ତେ ଘରକୁ ଫେରିଲେ ଶ୍ରାଦ୍ଧ ରେ ଭୋଜିଭାତ

ପରେ  ସବୁ ବନ୍ଧୁବାନ୍ଧବ ଚାଲିଗଲା ପରେ ଦିନେ ମାୟା ପିଲାମାନଙ୍କୁ

ରବିବାବୁଙ୍କର ଶେଷ ଇଛା ଦୁର୍ଗାପୂଜା ଚାଲୁ ରଖିବା କଥା କହିଲେ।

ଦୁର୍ଗା ପୂଜା ଚାଲୁରଖିବା କଥା ଶୁଣି ପିଲା ମାନେ ରାଜି ହେଲେ ନାହିଁ।

ବଡ଼ ପୁଅ କହିଲା, ଦୁର୍ଗା ପୂଜା ବଡ଼ କଷ୍ଟ ପୂଜା ଏ ପୂଜାକୁ ବାବା ଙ୍କ

ଛଡ଼ା କିଏ କରି ପାରିବ। ମାୟା ଆଉ ପିଲା ମାନଙ୍କୁ ବେଶୀ ବାଧ୍ୟ

ନକରି ସେମାନଙ୍କ କଥାକୁ ଗ୍ରହଣ କଲେ। ସେଥିପାଇଁ ସ୍ଥିର

କରାଗଲା ଆଉ ଦୁର୍ଗା ପୂଜା ଘରେ ପାଳନ ହେବ ନାହିଁ।


ଦିନ ବିତି ବିତି ଦୁର୍ଗା ପୂଜା ବେଳ ଆସିଗଲା। ଯେହେତୁ ଦୁର୍ଗା ପୂଜା

ଘରେ ଆଉ ପାଳନ ହେବ ନାହିଁ ବୋଲି ସ୍ଥିର ହୋଇଥିଲା ସେଥିପାଇଁ

ପୂଜା ଦିନ ସମସ୍ତେ ଆରାମରେ ଶୋଇ ଥିଲେ। ଠିକ୍ ଷଷ୍ଠୀ ଦିନ

ଭୋର ଚାରିଟା ବେଳେ ଘରେ କେହିଜଣେ ମନ୍ତ୍ର ପଢ଼ିବାର ଶବ୍ଦ

ଶୁଭିଲା। ସମସ୍ତ ଙ୍କ ନିଦ ଭାଂଗି ଯାଇଥିଲା ସେହି ଶବ୍ଦରେ କିନ୍ତୁ

ସମସ୍ତେ ଭୟରେ ନିରବ ରହିଥିଲେ। ମନ୍ତ୍ର ଉଚ୍ଚାରଣ ଶବ୍ଦ ଟା

ରବିବାବୁଙ୍କର ଫୋଟ ଆଡ଼ୁ ଭାସି ଆସୁଥିଲା । ସ୍ୱର ବି ରବିବାବୁଙ୍କର

ହିଁ ଥିଲା । ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ କିଛି ସମୟ ପରେ

ମାୟା କହିବା ଆରମ୍ଭ କଲେ ,

କ'ଣ ସମସ୍ତେ ଶୁଣିଲ ତ?

ପୂଜା କରିବ ନାହିଁ ବୋଲି କହୁଥିଲ ପରା ଏବେ ....?

ରବିବାବୁଙ୍କର ବଡ଼ ପୁଅ ବିଛଣା ରୁ ଉଠି କହିଲେ ,

ମା !!

ଆମର ବଡ଼ ଭୁଲ ହୋଇଗଲା। ବାବାଙ୍କ ଇଛା ମୁଁ ପୂରଣ କରିବି।"

ସେଇଦିନୁ ସବୁବର୍ଷ ରବିବାବୁଙ୍କର ବଡ଼ ପୁଅ ଦୁର୍ଗା ପୂଜା ଆରମ୍ଭ କଲେ।

ପ୍ରତିବର୍ଷ ଦୁର୍ଗାପୂଜା ଖୁବ ଧୁମଧାମରେ ପାଳନ କରାଗଲା।


Rate this content
Log in

Similar oriya story from Tragedy